ନୂଆଦିଲ୍ଲୀ,୧୪।୬: ସାରା ଦେଶରେ କରୋନା ଭାଇରସ୍ ଆତଙ୍କ ଜାରି ରହିଛି। କରୋନାକୁ ରୋକିବା ପାଇଁ ଦେଶରେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ହେଲେ ମିଳିଥିବା ସରକାରୀ ତଥ୍ୟ ଅନୁସାରେ ଭାକ୍ସିନ ନେବା ପରେ ଦେଶରେ ଏପର୍ଯ୍ୟନ୍ତ ୪୮୮ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩୦୧ ପୁରୁଷ ଓ ୧୭୮ ମହିଳା ସାମିଲ ଅଛନ୍ତି। ଏଥିସହ ୨୬ହଜାର ଲୋକଙ୍କ ଭିତରେ ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିଛି। ବୈଜ୍ଞାନିକ ଭାଷାରେ ଏହାକୁ ଏଡଭର୍ସ ଇଭେଣ୍ଟ ଫଲୋଇଙ୍ଗ୍ ଇମ୍ୟୁନାଇଜେସନ୍ (ଏଇଏଫ୍ଆଇ) ବୋଲି କୁହାଯାଏ। ପ୍ରତ୍ୟେକ ଦେଶରେ ଏଭଳି ତଥ୍ୟ ସଂଗ୍ରହ କରାଯାଇଥାଏ। କାରଣ ଭବିଷ୍ୟତରେ ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ କାମ କରାଯାଇପାରିବ। ତେବେ ଜାନୁଆରୀ ୧୬ରୁ ଜୁନ ୭ପର୍ଯ୍ୟନ୍ତ କରାଯାଇଥିବା ଅଧ୍ୟୟନରୁ ଏହି ସକରକାରୀ ତଥ୍ୟ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଜୁନ ୭ପର୍ଯ୍ୟନ୍ତ ୨୩.୫କୋଟି ଲୋକଙ୍କୁ ଭାକ୍ସିନ ଦିଆଯାଇଛି। ସେଥିମଧ୍ୟରୁ ୨୬,୨୦୦ଲୋକଙ୍କ ମଧ୍ୟରେ ଏଇଏଫ୍ଆଇ ମାମଲା ଦେଖିବାକୁ ମିଳିଛି।
ଭାକ୍ସିନ ନେବା ପରେ ୪୮୮ବ୍ୟକ୍ତିଙ୍କ ମୃତ୍ୟୁ, ୨୬ହଜାର ଲୋକଙ୍କ ମଧ୍ୟରେ ଦେଖାଦେଇଛି ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା: ତଥ୍ୟ
Posted inକରୋନା ଭାଇରସ୍, ଜାତୀୟ View All
ଟିକା କିଣିବା ପାଇଁ ପ୍ରାଇଭେଟ ମେଡିକାଲକୁ ଦିଆଯିବ ବିନା ସୁଧରେ ଟଙ୍କା
ଗୁଆହାଟୀ,୪।୬: ଆସାମରେ କୋଭିଡ୍ ଟିକାକରଣକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଏକ ଭିନ୍ନ ଉପାୟ ବାହାର କରିଛନ୍ତି। ବିଭିନ୍ନ ଟିକା ଉତ୍ପାଦନକାରୀ...
ବାରମ୍ବାର କଟୁଥିଲା ବିଜୁଳି, ଯାଞ୍ଚ ପାଇଁ ଖୁଣ୍ଟରେ ଚଢ଼ିଲେ ଶକ୍ତିମନ୍ତ୍ରୀ; ଆଉ ତା’ ପରେ…
ଭୋପାଳ,୧୯ା୬: ଗ୍ବାଲିୟରରେ ବାରମ୍ବାର ବିଜୁଳି କଟୁଥିବାରୁ ମଧ୍ୟପ୍ରଦେଶର ଶକ୍ତିମନ୍ତ୍ରୀ ପ୍ରଦ୍ୟୁମ୍ନ ତୋମର ଯାଞ୍ଚ କରିବା ପାଇଁ ଇଲେକ୍ଟ୍ରି ଖୁଣ୍ଟରେ ଚଢ଼ିଥିଲେ। ଶିଡ଼ି ସାହାଯ୍ୟରେ ଖୁଣ୍ଟରେ ଚଢ଼ି...
ଦିଲ୍ଲୀ ଲୋକଙ୍କ ଜୀବନ ପାଇଁ ଲଢ଼ିବା ମୋ ଅପରାଧ
ନୂଆଦିଲ୍ଲୀ,୨୫।୬: ଦିଲ୍ଲୀର ୨ କୋଟି ଲୋକଙ୍କ ଜୀବନ ପାଇଁ ସଂଗ୍ରାମ କରିବା ମୋ ଅପରାଧ। ତୁମେ ଯେତେବେଳେ ନିର୍ବାଚନ ରାଲିରେ ମାତିଥିଲ, ମୁଁ ସେତେବେଳେ ଅକ୍ସିଜେନ...
ଭାକ୍ସିନ୍ ମାଗିଲା ଡବ୍ଲ୍ୟୁଏଚ୍ଓ, ଡେଲ୍ଟା ଭାରିଆଣ୍ଟ୍ ନେଇ ଦେଲା ଚେତାବନୀ…
ଜେନେଭା,୨୬।୬: ପୃଥିବୀର ୮୫ ଦେଶରେ ବ୍ୟାପିଥିବା କରୋନା ମହାମାରୀ ଭୂତାଣୁର ନୂଆ ରୂପକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଅତି ସଂକ୍ରାମକ ବୋଲି କୁହାଯାଇଛି। ଏହା ବିରୋଧରେ...
ଆଜି ଆଉ ୪୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି
ଭୁବନେଶ୍ୱର,୩ା୫(ବ୍ୟୁରୋ): ରବିବାର ରାଜ୍ୟରୁ ୪୨ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...
ସାବ୍ଧାନ ଇଣ୍ଡିଆର ୨ଅଭିନେତ୍ରୀ ଗିରଫ
ମୁମ୍ବାଇ,୧୮।୬: ଟେଲି ସିରିୟଲ୍ର ପପୁଲାର ଶୋ’କ୍ରାଇମ୍ ପେଟ୍ରୋଲ ଓ ସାବ୍ଧାନ ଇଣ୍ଡିଆରେ ଅଭିନୟ କରୁଥିବା ୨ଜଣ ଅଭିନେତ୍ରୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଚୋରି ଅଭିଯୋଗରେ...
‘ ଭାଜପାରେ କେହି ରହିବେ ନାହିଁ ’
ନୂଆଦିଲ୍ଲୀ,୧୧।୬ : ବର୍ତ୍ତମାନ ଭାଜପାରେ ଯେଉଁଭଳି ସ୍ଥିତି କେହି ରହିବାକୁ ଚାହୁଁନାହାନ୍ତି। ଭାଜପାରୁ ବାହାରିବା ପରେ ଚିହ୍ନା ଚେହେରା ଦେଖି ଭଲ ଲାଗୁଛି। ଦୀର୍ଘ ୪...
ଏନ୍ଏଚ୍ଆରସିର ନୂଆ ଅଧ୍ୟକ୍ଷ ବିଚାରପତି ଅରୁଣ ମିଶ୍ରା
ନୂଆଦିଲ୍ଲୀ,୧।୬: ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣ କୁମାର ମିଶ୍ରା ଜାତୀୟ ମାନବଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...


