କୋଲକାତା,୧୫।୬: ପଶ୍ଚିମବଙ୍ଗରେ ଭାଜପାରେ ଫାଟ ବଢ଼ିବାରେ ଲାଗିଛି। ବିଧାନସଭା ନିର୍ବାଚନ ପୂର୍ବରୁ ବହୁନେତା ନିଜ ନିଜ ଦଳଛାଡି ଭାଜପାରେ ଯୋଗ ଦେଇଥିଲେ। ତେବେ ନିର୍ବାଚନ ପରେ ଏବେ ସ୍ଥିତି ବଦଳିବାରେ ଲାଗିଛି। ନେତା ଭାଜପା ଛାଡି ତୃଣମୂଳ କଂଗ୍ରେସ ମୁହାଁ ହେବାରେ ଲାଗିଛନ୍ତିି। ବିରୋଧୀ ଦଳ ନେତା ଭାବେ ଶୁଭେନ୍ଦୁ ଅଧିକାରୀଙ୍କୁ ଗ୍ରହଣ କରିବା ଲାଗି ଭାଜପାର କେତେକ ଅସନ୍ତୁଷ୍ଟ ସଦସ୍ୟ ଅମଙ୍ଗ ହେଉଥିବାରୁ ଦଳରେ ବିବାଦ ବଢ଼ିବାରେ ଲାଗିଛି। ଭାଜପାରେ ରିଭର୍ସ ମାଇଗ୍ରେସନ ରୋକିବା ଶୁଭେନ୍ଦୁଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ସୋମବାର ଶୁଭେନ୍ଦୁଙ୍କ ନେୃତ୍ୱରେ ଭାଜପା ନେତା ରାଜ୍ୟପାଳ ଜଗଦୀପ୍ ଧନଖଣ୍ଡଙ୍କ ସହିତ ସାକ୍ଷାତ୍ କରିବାକୁ ଯାଇଥିଲେ। ରାଜ୍ୟପାଳଙ୍କ ସହିତ ଦଳବଦଳ ବିରୋଧୀ ଆଇନ ଏବଂ ଅନ୍ୟ କିଛି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ତେବେ ୭୫ ବିଧାୟକଙ୍କ ମଧ୍ୟରୁ ୨୫ ବିଧାୟକ ସାକ୍ଷାତ୍ ସମୟରେ ଅନୁପସ୍ଥିତ ଥିଲେ। ଏହା ଦଳରେ ଜାରି ରହିଥିବା କନ୍ଦଳକୁ ପଦାରେ ପକାଇ ଦେଇଛି। ଏହାଯୋଗୁ ଭାଜପାର ହାଇକମାଣ୍ଡ୍ଙ୍କ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି।
ଶଶିକଳାଙ୍କ ସହ କଥାବାର୍ତ୍ତା କରିବା ପଡିଲା ମହଙ୍ଗା: ୧୬ ନେତା ଦଳରୁ ବହିଷ୍କୃତ
ଚେନ୍ନାଇ,୧୪।୬: ଏଆଇଡିଏମ୍କେ ସୋମବାର ଦଳର ୧୬ ଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ଏହି ନେତାମାନେ ଦଳର ପୂର୍ବତନ ନେତା ଭି.କେ ଶଶିକଳାଙ୍କ ସହ କଥାବାର୍ତ୍ତା...
୬୧ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ଅଢ଼େଇ କିଲୋର ଟ୍ୟୁମର ବାହାର କଲେ ଡାକ୍ତର
ପାଟନା,୧୯।୬: ବିହାର ପାଟନା ସ୍ଥିତ ଏମ୍ସରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏମ୍ସର ଡାକ୍ତରମାନେ ଜଣେ ୬୧ବର୍ଷୀୟ ବୃଦ୍ଧଙ୍କ ସଫଳ ଚିକିତ୍ସା କରି ତାଙ୍କର...
ଅମ୍ରିତସରରେ ‘ସିଦ୍ଧୁଙ୍କ ନିଖୋଜ’ ପୋଷ୍ଟର
ଅମ୍ରିତସର,୨।୬ : କଂଗ୍ରେସ ବିଧାୟକ ନବଜୋତ ସିଂ ସିଦ୍ଧୁ ନିଖୋଜ ଥିବା ପୋଷ୍ଟର ଅମ୍ରିତସରର ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଲଗାଯାଇଛି। ଏକ...
ଦ୍ୱାଦଶ ପରୀକ୍ଷା ନେଇ ସନ୍ଧ୍ୟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ,୧।୬: ବୋର୍ଡ ପରୀକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଦ୍ୱାଦଶ ଶ୍ରେଣୀର...
ରାମମନ୍ଦିର ଟ୍ରଷ୍ଟରେ ଜମି ଦୁର୍ନୀତି ଅଭିଯୋଗ
ଲକ୍ଷ୍ନୌ, ୧୪।୬: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟର ଦେଖାଶୁଣା କରିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ବେଆଇନ ଜମି କାରବାରରେ ସମ୍ପୃକ୍ତ ଥିବାନେେଇ...
ବିଦେଶୀ ମିଡ଼ିଆକୁ ଜବାବ୍: ୭ ଗୁଣା ନୁହେଁ କରୋନା ମୃତ୍ୟୁ ସଂଖ୍ୟା, କହିଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୧୩।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହା ସରକାରୀ ରିପୋର୍ଟଠାରୁ ୭ ଗୁଣା ଅଧିକ ବୋଲି ବିଦେଶୀ ମିଡ଼ିଆ...
ତୃତୀୟ ଲହର ବିପଦ: ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ତାଣ୍ଡବ ରଚିବା ଆଶଙ୍କା …
ନୂଆଦିଲ୍ଲୀ,୧୭।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତରେ ସୃଷ୍ଟି ହୋଇଥିବା ଡେଲ୍ଟା ଭାରିଆଣ୍ଟ୍ର ନୂଆ ରୂପ ଡେଲ୍ଟା...
ସୋସିଆଲିଜିମ ହାତ ଧରିଲେ ମମତା ବାନାର୍ଜୀ
ଚେନ୍ନାଇ,୧୩।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବାମ ପନ୍ଥୀ ରାଜନୀତିରେ ଚିରପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି। କିନ୍ତୁ ମମତାଙ୍କ ନାମଧାରୀ କନ୍ୟା ତାମିଲନାଡୁ ସାଲେମଠାରେ ସୋସିଆଲିଜିମ ନାମକ...


