ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ତେବେ ଦିଲ୍ଲୀରୁ ପୁଣି ଖୁସି ଖବର ଆସିଛି। କରୋନା ଗ୍ରାଫ୍ ତଳମୁହାଁ ହେବାରେ ଲାଗିଛି। ଗତ ୭୫ ଦିନ ପରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ସର୍ବନିମ୍ନରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ୪୭୧ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୨,୭୨୬ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୧ ଲକ୍ଷ ୧୭ ହଜାର ୫୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୯ ଲକ୍ଷ ୧୩ ହଜାର ୩୭୮ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୫ କୋଟି ୯୦ ଲକ୍ଷ ୪୪ ହଜାର ୭୨ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୮ କୋଟି ୧୩ ଲକ୍ଷ ୭୫ ହଜାର ୯୮୪ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି। ଦେଶରେ କରୋନା ସଂକ୍ରମଣ ହାର କମୁଥିବାବେଳେ ବ୍ୟାପୁଥିବା ଡେଲ୍ଟା ଭାରିଆଣ୍ଟ୍ ପ୍ରତି ଚିନ୍ତା କରିବା ଅନାବଶ୍ୟକ ବୋଲି ବିଶେଷଜ୍ଞ କହିଛନ୍ତି। ଭାକ୍ସିନ୍ର ଦୁଇଟି ଡୋଜ୍ ନେଲେ ଏହା ଡେଲ୍ଟା ଭାରିଆଣ୍ଟ୍କୁ ପ୍ରଭାବହୀନ କରିବ ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି। ତେଣୁ ସଭିଏଁ ଭାକ୍ସିନ୍ର ଦୁଇ ଡୋଜ୍ ନେବା ଜରୁରୀ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।
ଦିଲ୍ଲୀରୁ ଖୁସି ଖବର: କରୋନା ଗ୍ରାଫ୍ ତଳ ମୁହାଁ,ଡେଲ୍ଟା ଭାରିଆଣ୍ଟ୍କୁ ପ୍ରଭାବହୀନ କରିବ ଭାକ୍ସିନ୍…
Posted inକରୋନା ଭାଇରସ୍, ଜାତୀୟ View All
ଗଦାଗଦା ମୃତଦେହକୁ ନେଇ ରାଜନୀତି: ତାଲିକାରୁ ୩,୯୫୧ ମୃତକଙ୍କ ପତ୍ତା ମିଳୁନି…
ପାଟନା,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ବିହାରରେ ସରକାର ମୃତକଙ୍କ ସଂଖ୍ୟା ଲୁଚାଉଥିବା ଅଭିଯୋଗ ହୋଇଛି। ରାଜ୍ୟରେ କରୋନା ମହାମାରୀ ଯୋଗୁ ଆକ୍ରାନ୍ତଙ୍କ...
ଆସୁଛି କରୋନାର ‘ସୁପର ଭ୍ୟାକ୍ସିନ’
ଓ୍ବାଶିଂଟନ୍,୨୩।୬: କରୋନା ଭାଇରସ୍ ମହାମାରୀ ସମ୍ମୁଖୀନ ହୋଇଥିବା ବିଶ୍ୱ ଏବେ ଭିନ୍ନ ଭିନ୍ନ ଭାରିଆଣ୍ଟକୁ ନେଇ ଚିନ୍ତିତ ରହିଛି। ବିଭିନ୍ନ ଦେଶରେ କରୋନାର ନୂଆ ନୂଆ...
ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ ସରକାର…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏହାକୁ ନେଇକଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ସମ୍ପୂର୍ଣ୍ଣ କ୍ରାନ୍ତି ଦିବସ ପାଳିଲେ ଚାଷୀ
ନୂଆଦିଲ୍ଲୀ,୬।୬: କେନ୍ଦ୍ରର କୃଷି ଆଇନ ବିରୋଧରେ ଦୀର୍ଘଦିନ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀ ଶନିବାରଦେଶବ୍ୟାପୀ ସମ୍ପୂର୍ଣ୍ଣ କ୍ରାନ୍ତି ଦିବସ ପାଳନ କରିଛନ୍ତି। ସେମାନେ ଭାଜପା ଏମ୍ପି...
ସ୍କେଟିଂରେ ସଚେତନତା
ଲକ୍ଷ୍ନୌ: ଶାଢ଼ି ପିନ୍ଧି ସ୍କେଟିଂ କରି ଗାଁ ଦାଣ୍ଡରେ ଲୋକଙ୍କୁ ଟିକା ନେବା ପାଇଁ ପ୍ରବର୍ତ୍ତାଉଛନ୍ତି ଶ୍ରୀଗୁପ୍ତା। ଉତ୍ତରପ୍ରଦେଶ ସୀତାପୁରର ରାମକୋଟ ଗାଁରେ ରୁହନ୍ତି ୧୧...
ଟୁଇଟରକୁ ମୋଦି ସରକାରଙ୍କ ଶେଷ ଚେତାବନୀ…
ନୂଆଦିଲ୍ଲୀ,୫।୬: ଦେଶରେ ପ୍ରଚଳିତ ଆଇଟି ନିୟମର ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଟୁଇଟର୍କୁ ଶେଷ ଚେତାବନୀ ଦିଆଯାଇଛି। ନୂଆ ନିୟମ...
ଭାକ୍ସିନ ମିଶ୍ରଣକୁ କେନ୍ଦ୍ରର ନା
ନୂଆଦିଲ୍ଲୀ,୨ା୬: କୋଭିଡ୍-୧୯ ନିରାକରଣ ପାଇଁ ଦୁଇ ପ୍ରକାର ଭାକ୍ସିନର ମିଶ୍ରଣକୁ ନେଇ ନାନା ମତ ପ୍ରକାଶ ପାଉଥିବାବେଳେ ମଙ୍ଗଳବାର କେନ୍ଦ୍ର ସରକାର ଏପରି ନ କରିବାକୁ...
ସ୍ପୁଟ୍ନିକ-ଭି ଉତ୍ପାଦନ ଲାଗି ସିରମ୍କୁ ଅନୁମତି
ପୁଣେ, ୫।୬: ରୁଷିଆ ଦ୍ୱାରା ବିକଶିତ କୋଭିଡ୍ ଟିକା ସ୍ପୁଟ୍ନିକ-ଭି ଉତ୍ପାଦନ ଲାଗି ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ)କୁ ଭାରତର ଔଷଧ ନିୟନ୍ତ୍ରକ ଡିସିଜିଆଇ...


