ନୂଆଦିଲ୍ଲୀ,୧୫।୬: ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଦର୍ଶନ କରିବାକୁ ଆତଙ୍କବାଦ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଏହା ସହିତ ଦିଲ୍ଲୀ ଦଙ୍ଗାର ୩ ଜଣ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ମଞ୍ଜୁର କରିଛନ୍ତି। ପିଞ୍ଜରା ତୋଡ୍ର ସଦସ୍ୟ ନତାଶା ନରଓ୍ବାଲ ଏବଂ ଦେବାଙ୍ଗନା କାଳିତା ତଥା ଜାମିଆ ମିଲିଆ ଇସଲାମିଆ ଛାତ୍ର ଆଶିଫ୍ ଇକ୍ବାଲ୍ ତହ୍ନାଙ୍କ ଜାମିନ ଆବେଦନର ବିଚାର କରି ବିଚାରପତି ସିଦ୍ଧାର୍ଥ ମ୍ରିଦୁଲ ଏବଂ ଅନୁପ ଜୟରାମ ଭମଭାନୀଙ୍କ ନେତୃତ୍ୱରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ସରକାର ପ୍ରଦର୍ଶନ ଏବଂ ଆତଙ୍କବାଦ ମଧ୍ୟରେ ଥିବା ଭିନ୍ନତା ହୃଦୟଙ୍ଗମ କରିବା ଆବଶ୍ୟକ। ପ୍ରଦର୍ଶନ କରିବା ଏକ ସାମ୍ବିଧାନିକ ବ୍ୟବସ୍ଥା। ସୂଚନାଯୋଗ୍ୟ, ଗତ ୨୦୨୦ ଫେବୃୟାରୀ ୨୪ରେ ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ଉତ୍ତର- ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାର ଷଡ଼ଯନ୍ତ୍ର ରଚିଥିବା ନେଇ ନତାଶା, ଦେବାଙ୍ଗନା ଏବଂ ଆଶିଫ୍ଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା।
ସୋମବାରଠାରୁ ସାବାଳକଙ୍କୁ ମାଗଣା ଟିକା
ନୂଆଦିଲ୍ଲୀ, ୨୦।୬: କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ସୋମବାରଠାରୁ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କୁ ମାଗଣାରେ କୋଭିଡ୍ ଟିକା ଦିଆଯିବ।...
କରୋନାକୁ ସର୍ଜିକାଲ ଷ୍ଟ୍ରାଇକ୍ କର
ମୁମ୍ବାଇ,୧୦ା୬: କେନ୍ଦ୍ର ସରକାର ସୀମାରେ ଅପେକ୍ଷା କରନ୍ତୁ ନାହିଁ। କରୋନା ଭାଇରସ୍ ଆମର ସବୁଠୁ ବଡ଼ ଶତ୍ରୁ। ଏହାକୁ ଶେଷ କରିବାକୁ ପଡ଼ିବ। କେନ୍ଦ୍ରର ଆଭିମୁଖ୍ୟ...
ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ : କୋଠା ତଳେ ଚାପିହୋଇ ୭ ମୃତ
ଗୋଣ୍ଡା, ୨।୬: ଉତ୍ତର ପ୍ରଦେଶର ଗୋଣ୍ଡା ଜିଲାରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣରେ ୭ ଜଣ ଆହତ...
ଡ୍ରାଗନର ନୂଆ ଷଡ଼ଯନ୍ତ୍ର: ଭାରତରେ ସାଇବର ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ୍…
ନୂଆଦିଲ୍ଲୀ,୧୯।୬: କରୋନା ମହାମାରୀ ଭୂତାଣୁ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା ଚାଇନା ଏବେ ଭାରତରେ ନୂଆ ସଙ୍କଟ ସୃଷ୍ଟି କରିବା ଲାଗି ଷଡ଼ଯନ୍ତ୍ର ରଚିଛି।...
କୋଭିଡ ନିୟମ ଉଲ୍ଲଂଘନ କଲେ ଶୀଘ୍ର ଆସିବ ତୃତୀୟ ଲହର: ହାଇକୋର୍ଟ
ନୂଆଦିଲ୍ଲୀ,୧୮।୬: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିଥିବା ବେଳେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୧ପ୍ରତିଶତରୁ ବି କମ୍ ରହିଛି। ତେଣୁ ଦିଲ୍ଲୀ ସରକାର...
ଏଲ୍ଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟିଲେ ଚିରାଗ
ନୂଆଦିଲ୍ଲୀ,୧୫।୬: ଲୋକ ଜନଶକ୍ତି ପାର୍ଟି(ଏଲ୍ଜେପି)ରେ ଦଳ କନ୍ଦଳ ବଢ଼ିବାରେ ଲାଗିଛି। ମଙ୍ଗଳବାର ଚିରାଗ ପାସଓ୍ବାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ସୁରଜଭାନଙ୍କୁ...
୧୨ ରାଜ୍ୟରେ ୫୧ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଆକ୍ରାନ୍ତ …
ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍ ପରେ ଏବେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଯୋଗୁ ପୁଣି ବିପଦ...
କୋଭିଡ୍ ମୃତ୍ୟୁ: ପରିବାରକୁ ମିଳିପାରେ ୪ ଲକ୍ଷ
ନୂଆଦିଲ୍ଲୀ, ୧୨।୬(ଆଇଏଏନ୍ଏସ୍): କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଯୋଗାଇଦେବା ପାଇଁ ଏକ ଆବେଦନର ବିଚାର କରାଯାଉଛି...


