ବର୍ତ୍ତମାନ ସ୍ଲିମ୍ ଟ୍ରେଣ୍ଡ ଚାଲିଛି। ହେଲେ ମହିଳାମାନେ ଆବଶ୍ୟକରୁ ଅଧିକ ପତଳା ହେବା ଦ୍ୱାରା ଫିଗରର ଆକର୍ଷଣ କମିଯାଏ। ଏମିତିରେ ଅନେକେ ମୋଟା ହେବା ଲାଗି ଏଣୁ ତେଣୁ ଖାଦ୍ୟଠାରୁ ଆରମ୍ଭ କରି ବିଭିନ୍ନ ଔଷଧ ଖାଇବାକୁ ବି ପଛାଇ ନ ଥାନ୍ତି; ଯାହାକି ଅପରପକ୍ଷେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ। ତେଣୁ ଏକ ସୁନ୍ଦର ତଥା ସାଉଣ୍ଡ ଫିଗର ପାଇବାକୁ ଚାହୁଁଥିଲେ କେତେକ ପ୍ରାକୃତିକ ଉପାୟ ଆପଣାଇ ପାରିବେ…
ସର୍ବପ୍ରଥମ କଥା ହେଉଛି ମୋଟା ହେବା ଆଳରେ ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍, ଫୁଡ୍ ସପ୍ଲିମେଣ୍ଟ, ପ୍ରୋଟିନ୍ ପାଉଡର ଆଦି ଗ୍ରହଣ କରିବା ଠିକ୍ ନୁହେଁ। କାରଣ ଏହା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ସୁଷମ ଆହାର ଗ୍ରହଣ କରନ୍ତୁ। ଓଜନ ବଢୁଛି କି ନାହିଁ ଜାଣିବା ଲାଗି ମାସକୁ ଥରେ ମାପିବାକୁ ଭୁଲନ୍ତୁ ନାହିଁ। ନଚେତ୍ ଆବଶ୍ୟକରୁ ଅଧିକ ମୋଟା ହେବା ଦ୍ୱାରା ବି ଅସୁବିଧା ହୋଇପାରେ।
ନିଜ ଖାଦ୍ୟ ତାଲିକାରେ ସବୁପ୍ରକାର ପୌଷ୍ଟିକ ଖାଦ୍ୟକୁ ସାମିଲ କରନ୍ତୁ। ଖାଦ୍ୟରେ କ୍ୟାଲୋରି ମାତ୍ରା ବଢ଼ାନ୍ତୁ। ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଯେତେ ଅଧିକ ଗ୍ରହଣ କରିବେ ସେତେ ଶୀଘ୍ର ଲାଭ ପାଇବେ।
ଶସ୍ୟଜାତୀୟ ଖାଦ୍ୟ, ଫଳ, ପନିପରିବା ଆଦିରେ ପର୍ଯ୍ୟାପ୍ତ ପରିମାଣରେ କାର୍ବୋହାଇଡ୍ରେଟ୍ ରହିଛି। ତେଣୁ ଏହାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ଓଜନ ବଢ଼ିବାରେ ସାହାଯ୍ୟ କରିବ।
ଫଳ ମଧ୍ୟରେ ଓଜନ ବଢାଇବା ଲାଗି କଦଳୀ ସବୁଠୁ ଭଲ। ପ୍ରତିଦିନ ଦୁଇଟି ପାଚିଲା କଦଳୀ ଖାଆନ୍ତୁ। ନ ହେଲେ ସକାଳୁ ଏହାର ସେକ୍ ପିଇପାରିବେ। କ୍ଷୀର କଦଳୀ ଚକଟି ଖାଇବା ବି ଲାଭଦାୟକ।
ପନୀରର ବିଭିନ୍ନ ଆଇଟମ୍ ଖାଆନ୍ତୁ। ସେହିପରି ଆମିଷ ଖାଇବା ବି ଓଜନ ବଢାଇବାରେ ସାହାଯ୍ୟ କରିଥାଏ।
ସକାଳ ଜଳଖିଆରେ ବ୍ରେଡ୍ ସହ ୨ଟି ସିଝା ଅଣ୍ଡା କିମ୍ବା ଆମ୍ଲେଟ୍ ଖାଆନ୍ତୁ। ଏହା ଖୁବ୍ଶୀଘ୍ର ଆପଣଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ।
ଖାଦ୍ୟ ତାଲିକାରେ ବଟରକୁ ସାମିଲ କରନ୍ତୁ। ବିଶେଷ କରି ପିନଟ୍ ବଟରରେ ଥିବା ମୋନୋସାଚୁରେଟେଡ୍ ଫ୍ୟାଟ୍ ଆପଣଙ୍କ ଓଜନ ଶୀଘ୍ର ବଢାଇବ।
Posted inଜୀବନଚର୍ଯ୍ୟା, ଜେଏନ୍ୟୁ View All
ଲ୍ୟାବ୍ରେ ତିଆରି ହେଲା ମା’ କ୍ଷୀର …
ଓ୍ବାଶିଂଟନ,୨।୬: ଶିଶୁ ଜନ୍ମ ପରେ ମା’ କ୍ଷୀର ପିଇବା ଦ୍ୱାରା ଶାରୀରିକ ସହିତ ମାନସିକ ବିକାଶ ହୋଇଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ...
ମେକ୍ସିକାନ୍ ଫ୍ରାଏଡ୍ ରାଇସ୍
ଆବଶ୍ୟକ ସାମଗ୍ରୀ: ୨ କପ୍ ଭାତ, ୧/୪ କପ୍ ଛୋଟ ଛୋଟ କଟା ହୋଇ ସିଝା ହୋଇଥିବା ବିନ୍ସ, ସିଝା ରାଜ୍ମା, ଗୋଟିଏ କଟା ପିଆଜ,...
ଯୋଗ କରୋନା ଲଢ଼େଇରେ ଗୁରୁତ୍ୱପୂର୍ଣ୍ଣ…
ସମ୍ପ୍ରତି କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ପ୍ରାକୃତିକ ଉପାୟରେ ଶୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନେଇ...
କଥାବାର୍ତ୍ତା ଶୈଳୀ ବଢ଼ାଏ କାର୍ଯ୍ୟଦକ୍ଷତା
ନିଜର କଥାବାର୍ତ୍ତା ଶୈଳୀ ଉପରେ ସେହି ବ୍ୟକ୍ତିଙ୍କର କାର୍ଯ୍ୟଦକ୍ଷତା ନିର୍ଭର କରିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଏପରି ରୋଚକ ତଥ୍ୟ ସମ୍ପର୍କରେ ଲଣ୍ଡନ...
ସ୍ମରଣୀୟ କାରଲ ଲ୍ୟାଣ୍ଡଷ୍ଟେନର
୧୯୦୧ ମସିହାରେ ରକ୍ତ ବିଜ୍ଞାନରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ଡା. କାରଲ ଲ୍ୟାଣ୍ଡଷ୍ଟେନର ନିଜ ଶରୀରରୁ ଓ ନିଜ ଅଧୀନରେ ଗବେଷଣା କରୁଥିବା ଗବେଷକଙ୍କ...
ଧଳା କେଶ ପୁଣି ହେବ କଳା…
କଲମ୍ବିଆ,୨୪।୬: ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅବସାଦ ବୃଦ୍ଧି ଯୋଗୁ କେତେକଙ୍କର ଧଳାର କେଶ ଧଳା ହୋଇଯାଇଥାଏ। ତେବେ ଏହା ପୁଣି ଥରେ କଳା ହୋଇ ପାରିବ।...
ସ୍ବପ୍ନରେ ଏସବୁ ଦେଖିଲେ…
ବ୍ୟକ୍ତିର ଭବିଷ୍ୟ ସହ ଜଡ଼ିତ ଥାଏ ସ୍ବପ୍ନ। ସବୁ ସ୍ବପ୍ନର କିଛି ନା କିଛି ମାନେ ଥାଏ। ସ୍ବପ୍ନ ଶାସ୍ତ୍ର ଅନୁଯାୟୀ ଏଭଳି କିଛି ସ୍ପପ୍ନ...
ପାଚନକ୍ରିୟା ଓ ଉପବାସ
ପୂଜାପାର୍ବଣ ହେଉ ଅବା କେତେକ ତିଥିରେ ଅନେକେ ଉପବାସ ରହିଥାଆନ୍ତି। ଉପବାସ ରହିବା ଦ୍ୱାରା ମନ ପବିତ୍ର ରହେ ବୋଲି ଅନେକେ ବିଶ୍ୱାସ କରନ୍ତି। ହେଲେ...


