ବର୍ତ୍ତମାନ ସ୍ଲିମ୍ ଟ୍ରେଣ୍ଡ ଚାଲିଛି। ହେଲେ ମହିଳାମାନେ ଆବଶ୍ୟକରୁ ଅଧିକ ପତଳା ହେବା ଦ୍ୱାରା ଫିଗରର ଆକର୍ଷଣ କମିଯାଏ। ଏମିତିରେ ଅନେକେ ମୋଟା ହେବା ଲାଗି ଏଣୁ ତେଣୁ ଖାଦ୍ୟଠାରୁ ଆରମ୍ଭ କରି ବିଭିନ୍ନ ଔଷଧ ଖାଇବାକୁ ବି ପଛାଇ ନ ଥାନ୍ତି; ଯାହାକି ଅପରପକ୍ଷେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ। ତେଣୁ ଏକ ସୁନ୍ଦର ତଥା ସାଉଣ୍ଡ ଫିଗର ପାଇବାକୁ ଚାହୁଁଥିଲେ କେତେକ ପ୍ରାକୃତିକ ଉପାୟ ଆପଣାଇ ପାରିବେ…
ସର୍ବପ୍ରଥମ କଥା ହେଉଛି ମୋଟା ହେବା ଆଳରେ ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍, ଫୁଡ୍ ସପ୍ଲିମେଣ୍ଟ, ପ୍ରୋଟିନ୍ ପାଉଡର ଆଦି ଗ୍ରହଣ କରିବା ଠିକ୍ ନୁହେଁ। କାରଣ ଏହା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ସୁଷମ ଆହାର ଗ୍ରହଣ କରନ୍ତୁ। ଓଜନ ବଢୁଛି କି ନାହିଁ ଜାଣିବା ଲାଗି ମାସକୁ ଥରେ ମାପିବାକୁ ଭୁଲନ୍ତୁ ନାହିଁ। ନଚେତ୍ ଆବଶ୍ୟକରୁ ଅଧିକ ମୋଟା ହେବା ଦ୍ୱାରା ବି ଅସୁବିଧା ହୋଇପାରେ।
ନିଜ ଖାଦ୍ୟ ତାଲିକାରେ ସବୁପ୍ରକାର ପୌଷ୍ଟିକ ଖାଦ୍ୟକୁ ସାମିଲ କରନ୍ତୁ। ଖାଦ୍ୟରେ କ୍ୟାଲୋରି ମାତ୍ରା ବଢ଼ାନ୍ତୁ। ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଯେତେ ଅଧିକ ଗ୍ରହଣ କରିବେ ସେତେ ଶୀଘ୍ର ଲାଭ ପାଇବେ।
ଶସ୍ୟଜାତୀୟ ଖାଦ୍ୟ, ଫଳ, ପନିପରିବା ଆଦିରେ ପର୍ଯ୍ୟାପ୍ତ ପରିମାଣରେ କାର୍ବୋହାଇଡ୍ରେଟ୍ ରହିଛି। ତେଣୁ ଏହାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ଓଜନ ବଢ଼ିବାରେ ସାହାଯ୍ୟ କରିବ।
ଫଳ ମଧ୍ୟରେ ଓଜନ ବଢାଇବା ଲାଗି କଦଳୀ ସବୁଠୁ ଭଲ। ପ୍ରତିଦିନ ଦୁଇଟି ପାଚିଲା କଦଳୀ ଖାଆନ୍ତୁ। ନ ହେଲେ ସକାଳୁ ଏହାର ସେକ୍ ପିଇପାରିବେ। କ୍ଷୀର କଦଳୀ ଚକଟି ଖାଇବା ବି ଲାଭଦାୟକ।
ପନୀରର ବିଭିନ୍ନ ଆଇଟମ୍ ଖାଆନ୍ତୁ। ସେହିପରି ଆମିଷ ଖାଇବା ବି ଓଜନ ବଢାଇବାରେ ସାହାଯ୍ୟ କରିଥାଏ।
ସକାଳ ଜଳଖିଆରେ ବ୍ରେଡ୍ ସହ ୨ଟି ସିଝା ଅଣ୍ଡା କିମ୍ବା ଆମ୍ଲେଟ୍ ଖାଆନ୍ତୁ। ଏହା ଖୁବ୍ଶୀଘ୍ର ଆପଣଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ।
ଖାଦ୍ୟ ତାଲିକାରେ ବଟରକୁ ସାମିଲ କରନ୍ତୁ। ବିଶେଷ କରି ପିନଟ୍ ବଟରରେ ଥିବା ମୋନୋସାଚୁରେଟେଡ୍ ଫ୍ୟାଟ୍ ଆପଣଙ୍କ ଓଜନ ଶୀଘ୍ର ବଢାଇବ।
Posted inଜୀବନଚର୍ଯ୍ୟା, ଜେଏନ୍ୟୁ View All
ପୁଦିନାର ଘରୋଇ ବ୍ୟବହାର
ଖରା ଏବଂ ବର୍ଷାଦିନେ ପୁଦିନା ସଞ୍ଜୀବନୀବୁଟି ଭଳି କାମ ଦେଇଥାଏ। ଗୃହିଣୀମାନେ ଏହାକୁ ଘରୋଇ ଉପାୟରେ ବହୁଳ ଭାବରେ ବ୍ୟବହାର କରିପାରିବେ.. – ପୁଦିନା ଓ...
ପାଚନକ୍ରିୟା ଓ ଉପବାସ
ପୂଜାପାର୍ବଣ ହେଉ ଅବା କେତେକ ତିଥିରେ ଅନେକେ ଉପବାସ ରହିଥାଆନ୍ତି। ଉପବାସ ରହିବା ଦ୍ୱାରା ମନ ପବିତ୍ର ରହେ ବୋଲି ଅନେକେ ବିଶ୍ୱାସ କରନ୍ତି। ହେଲେ...
ସାଧାରଣ ବ୍ୟକ୍ତି ବି କରିପାରିବେ ଜଗତକୁ ନିୟନ୍ତ୍ରଣ, ଜାଣନ୍ତୁ କେମିତି
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ଅନେକ ସମସ୍ୟାର ସମାଧାନ କରିବା ସହିତ ଜୀବନ ସହ ଜଡ଼ିତ ମୂଲ୍ୟବୋଧ ବିଷୟରେ ଆଲୋଚନା କରିଛନ୍ତି। ଏଥି ସହିତ...
ସ୍ମରଣୀୟ କାରଲ ଲ୍ୟାଣ୍ଡଷ୍ଟେନର
୧୯୦୧ ମସିହାରେ ରକ୍ତ ବିଜ୍ଞାନରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ଡା. କାରଲ ଲ୍ୟାଣ୍ଡଷ୍ଟେନର ନିଜ ଶରୀରରୁ ଓ ନିଜ ଅଧୀନରେ ଗବେଷଣା କରୁଥିବା ଗବେଷକଙ୍କ...
ଘରେ ମନି ପ୍ଲାଣ୍ଟ୍ ଲଗାଉଥିଲେ ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍…
ଲୋକଙ୍କ ମନରେ ଧାରଣା ରହିଛି, ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ହେବା ସହିତ ଧନର ଆଗମନ ହୋଇଥାଏ। ମାତ୍ର...
ଫିକା ଫିକା ରଜ
ବାହାଘର ପରେ ପ୍ରଥମ ରଜ। ନୂଆ ପିନ୍ଧିବା, ସ୍ବାମୀଙ୍କ ସହ ବୁଲିଯିବା ଆଉ ବାପଘରେ ଯାଇ ପୁରୁଣାଦିନର ରଜ ଅନୁଭୂତିକୁ ସାଉଁଟିବାକୁ ନେଇ କେତେ କେତେ...
ଭାକ୍ସିନ୍ ନେଲେ ବି ମାସ୍କ୍ ପିନ୍ଧିବା-ସାମାଜିକ ଦୂରତା ଜରୁରୀ…
ଓ୍ବାଶିଂଟନ,୭।୬: ପୃଥିବୀରେ କରୋନା ମହାମାରୀ ତାଣ୍ଡବ ରଚିଛି। ଏପରିସ୍ଥଳେ ଆମେରିକାର ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ଭାକ୍ସିନ୍ ନେବା ପରେ କରୋନା ସଂକ୍ରମଣର ଆଶଙ୍କା ଦୂର...
ରହିବନି ଷ୍ଟ୍ରେଚ୍ମାର୍କ
ଅନେକ ମହିଳା ଶିଶୁ ଜନ୍ମ ପରେ ପେଟ ଏବଂ ଶରୀରର ଅନ୍ୟ କେତେକ ସ୍ଥାନରେ ହୋଇଥିବା ଷ୍ଟ୍ରେଚ୍ମାର୍କ କମ୍ କରିବାକୁ ନେଇ ବ୍ୟସ୍ତ ହୋଇପଡନ୍ତି। ହେଲେ...


