ଝାରସୁଗୁଡ଼ା ଅଫିସ,୧୬ା୬: ଝାରସୁଗୁଡ଼ା ଭୁର୍କାମୁଣ୍ଡାଠାରେ ଥିବା ବେଦାନ୍ତ କମ୍ପାନୀର ପାଉଁଶ ଡମ୍ପିଂ ଜିଲାବାସୀଙ୍କୁ ଅତିଷ୍ଠ କରିଛି। ପରିସ୍ଥିତି ଏପରି ହୋଇଛି ଯେ ଏହା ବିରୋଧରେ ଝାରସୁଗୁଡ଼ା ବ୍ଲକ୍ ଦଲ୍କି ପଞ୍ଚାୟତ କୁରେବଗା ଗ୍ରାମର ମହିଳା ଏକାଠି ହୋଇଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ସେମାନେ ଆନ୍ଦୋଳନ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି।
ବେଦାନ୍ତ କମ୍ପାନୀରୁ ନିର୍ଗତ ପାଉଁଶ ଝାରସୁଗୁଡ଼ା ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଡମ୍ପିଂ କରାଯାଉଛି। ଯଦି ଏଭଳି ଚାଲୁରହିବ ତେବେ ବର୍ଷ କେଇଟା ପରେ ଜିଲା ପାଉଁଶ ପାହାଡ଼ର ସ୍ତୂପ ପାଲଟିବ ବୋଲି ପରିବେଶବିତ୍ ପୂର୍ବାନୁମାନ କଲେଣି ା ଏଥିରେ ଜଙ୍ଗଲ, ଚାଷଜମି, ଗୋଚର ଜମି, ନଦୀନାଳ, କଟା, ବନ୍ଧ ଓ ପୋଖରୀ ଆଦି ପ୍ରଭାବିତ ହେବାରେ ଲାଗିଛି। ଏହି ପାଉଁଶ ଗୁଣ୍ଡ ପବନରେ ଉଡି ବାୟୁମଣ୍ଡଳ ପ୍ରଦୂଷିତ କରୁଛି। ଜୀବଜଗତ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏଥିରେ ଜିଲାବାସୀ ଅତିଷ୍ଠ ହୋଇ ଜିଲା ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏ ନେଇ ଜିଲାର ବିଭିନ୍ନ ସ୍ଥାନରେ ଲୋକେ ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଏଭଳି ସ୍ଥିତି ଦଲ୍କି ପଞ୍ଚାୟତ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତର କୁମୁଡାପାଲି ଓ କୁରେବଗା ଗ୍ରାମ ମଝିରେ ବେଦାନ୍ତ କମ୍ପାନୀର ପାଉଁଶ ଡମ୍ପିଂ ହେଉଛି। ଏହି ଅଞ୍ଚଳର କିଛିଅଂଶ ଝାରସୁଗୁଡ଼ା ବ୍ଲକ୍ରେ ଆସୁଥିବାବେଳେ ଆଉ କିଛିଅଂଶ ଝାରସୁଗୁଡ଼ା ପୌରାଞ୍ଚଳରେ ଆସୁଛି ା ଏହି ଡମ୍ପିଂ ପାଉଁଶ ଏବେ ବର୍ଷାପାଣିରେ ବୋହିଆସି କୁରେବଗା ଗ୍ରାମର ଏକ ପୋଖରୀରେ ମିଶୁଛି। ଫଳରେ ପୋଖରୀର ପାଣି ପ୍ରଦୂଷିତ ହେଉଛି ା କୁରେବଗା ଗ୍ରାମ ଓରାମପଡାରେ ଏକମାତ୍ର ଗଭୀର ନଳକୂପ ରହିଛି। ନଳକୂପରେ କୌଣସି ସମସ୍ୟା ଦେଖାଦେଲେ ପଡାବାସୀ ପୋଖରୀ ପାଣି ଉପରେ ନିର୍ଭର କରନ୍ତି। ଏପରି କି ଏହାକୁ ପାନୀୟଜଳ ଭାବେ ବ୍ୟବହାର କରିଥାନ୍ତି। ପୋଖରୀ ପାଣି ବ୍ୟବହାର କରି ଲୋକେ ଚର୍ମରୋଗ ଓ ପେଟରୋଗରେ ଆକ୍ରାନ୍ତ ହେଉଥିବା ପଡାବାସୀ ଅଭିଯୋଗ କରୁଛନ୍ତି। ଏଭଳି ସ୍ଥିତିରେ ପଡାର ଶତାଧିକ ମହିଳା ମଙ୍ଗଳବାର ପାଉଁଶ ଡମ୍ପିଂ ସ୍ଥଳକୁ ଆସି ଏହାକୁ ବିରୋଧ କରିଥିଲେ ା ଫଳରେ ପାଉଁଶ ଡମ୍ପିଂ ବନ୍ଦ ହୋଇଥିଲା ା ଆଗକୁ ଯଦି ଏହା ଜାରି ରହେ ତା’ହେଲେ ପଡାବାସୀ ଆନ୍ଦୋଳନକୁ ଜୋରଦାରକରି ଆଇନ ହାତକୁ ନେବାକୁ ବାଧ୍ୟହେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବେଦାନ୍ତ କମ୍ପାନୀ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶୁଭନାରାୟଣ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, କମ୍ପାନୀର ଯେଉଁ ପାଉଁଶ ବାହାରୁଛି ତାହାକୁ ଡମ୍ପିଂ ପାଇଁ ଠିକାଦାରଙ୍କୁ ଦିଆଯାଉଛି। ଠିକାଦାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ନେଇ ଡମ୍ପିଂ କରୁଛନ୍ତି। ଏଥିରେ କୌଣସି ବେଆଇନ କାର୍ଯ୍ୟ କରାଯାଉନାହିଁ।
Posted inଆମ ଜିଲା ଖବର, ଝାରସୁଗୁଡ଼ା View All
ଭୟଭୀତ କରାଉଛି କରୋନା: ରେଡ ଜୋନ୍ରେ ୧୬ଗାଁ, ୬ଓ୍ବାର୍ଡ
ଛତ୍ରପୁର,୧୫।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁରରେ କରୋନା ସଂକ୍ରମଣ ହ୍ରାସ ହେବାର ନା ନେଉନି। ଜିଲାର ବ୍ରହ୍ମପୁର ସହର ବ୍ୟତୀତ ଅନ୍ୟ ସ୍ଥାନରେ କରୋନା ସଂକ୍ରମିତଙ୍କ...
ତଳି ପକାଉଥିବା ବେଳେ ବଜ୍ରାଘାତରେ ଚାଷୀ ମୃତ
ନିଶ୍ଚିନ୍ତକୋଇଲି,୨୬।୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ଦହପଡ଼ା ଗ୍ରାମର ଜଣେ ଚାଷୀଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ସେ ହେଲେ ଶ୍ୟାମସୁନ୍ଦର ବେହେରା (୫୦)।...
ଅନ୍ଲାଇନରେ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ
ଛତ୍ରପୁର,୨୮।୬(ଡି.ଏନ୍.ଏ.): କରୋନା ମହାମାରୀ ଯୋଗୁ ଗଞ୍ଜାମରେ ଜିଲାପାଳଙ୍କ ଜନସାଧାରଣ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା। ତେବେ ସୋମବାରଠାରୁ ପୁଣି ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି।...
ଗୋରୁ ଗୋଠ ଉପରେ ବଜ୍ରପାତ
ବାଲିଗୁଡା,୧୦ା୬: କନ୍ଧମାଳ ଜିଲା ବାଲିଗୁଡ଼ା ଓ ଆଖପାଖ ଅଞ୍ଚଳରେ ବୁଧବାର ବର୍ଷାପବନ ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ବାରଖମା ପଞ୍ଚାୟତରେ ୬ ଗୋରୁଙ୍କ ମୃତ୍ୟୁ ଘଟିଛି।...
ଭଉଁରି ଯାତ୍ରାରେ ନିୟୋଜିତ ହେବେ ୫ ପ୍ଲାଟୁନ ଫୋର୍ସ
ପୁରୀ ଅଫିସ, ୩।୬: ଅକ୍ଷୟତୃତୀୟାଠାରୁ ମହାପ୍ରଭୁଙ୍କ ଆରମ୍ଭ ହୋଇଥିବା ବାହାର ଚନ୍ଦନ ଯାତ୍ରାର ବିଂଶତମ ଦିବସକୁ ଭଉଁରି ଯାତ୍ରା କୁହାଯାଏ। ଶ୍ରୀମନ୍ଦିର ସ୍ବତ୍ୱଲିପି ଏବଂ ରଥସଂହିତା...
ବାପା-ପୁଅଙ୍କୁ ଛୁରାମାଡ଼, ନାବାଳକଙ୍କ ସମେତ ୩ ଅଟକ
ପୁରୁଷୋତ୍ତମପୁର,୧୧ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ପାରିବାରିକ ସମ୍ପତ୍ତିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଛୁରାମାଡ଼ ହୋଇଥିଲା। ଏଥରେ...
ବେଦାନ୍ତର ଅସୁରକ୍ଷିତ ଖଣି
ଯାଜପୁର ଅଫିସ,୧୫।୬: ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯାଜପୁର ଜିଲା ସୁକିନ୍ଦା ବ୍ଲକର ଓସ୍ତପାଳ କ୍ରୋମାଇଟ ଖଣି ଅସୁରକ୍ଷିତ ହୋଇପଡ଼ିଛି। କାରଣ ଖଣି ଗର୍ତ୍ତଠାରୁ ମାତ୍ର...
ଟିକାକରଣ କେନ୍ଦ୍ରରେ ସେଲ୍ଫି ବୁଥ୍
ଛତ୍ରପୁର,୮।୬(ଡି.ଏନ୍.ଏ.): କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ଗଞ୍ଜାମ ଜିଲାରେ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯାଉଛି। ୧୮-୪୪ ବର୍ଷ ବୟସର ଲୋକଙ୍କ ପାଇଁ ବ୍ରହ୍ମପୁର ଓ...


