ଝାରସୁଗୁଡ଼ା ଅଫିସ,୧୬ା୬: ଝାରସୁଗୁଡ଼ା ଭୁର୍କାମୁଣ୍ଡାଠାରେ ଥିବା ବେଦାନ୍ତ କମ୍ପାନୀର ପାଉଁଶ ଡମ୍ପିଂ ଜିଲାବାସୀଙ୍କୁ ଅତିଷ୍ଠ କରିଛି। ପରିସ୍ଥିତି ଏପରି ହୋଇଛି ଯେ ଏହା ବିରୋଧରେ ଝାରସୁଗୁଡ଼ା ବ୍ଲକ୍ ଦଲ୍କି ପଞ୍ଚାୟତ କୁରେବଗା ଗ୍ରାମର ମହିଳା ଏକାଠି ହୋଇଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ସେମାନେ ଆନ୍ଦୋଳନ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି।
ବେଦାନ୍ତ କମ୍ପାନୀରୁ ନିର୍ଗତ ପାଉଁଶ ଝାରସୁଗୁଡ଼ା ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଡମ୍ପିଂ କରାଯାଉଛି। ଯଦି ଏଭଳି ଚାଲୁରହିବ ତେବେ ବର୍ଷ କେଇଟା ପରେ ଜିଲା ପାଉଁଶ ପାହାଡ଼ର ସ୍ତୂପ ପାଲଟିବ ବୋଲି ପରିବେଶବିତ୍ ପୂର୍ବାନୁମାନ କଲେଣି ା ଏଥିରେ ଜଙ୍ଗଲ, ଚାଷଜମି, ଗୋଚର ଜମି, ନଦୀନାଳ, କଟା, ବନ୍ଧ ଓ ପୋଖରୀ ଆଦି ପ୍ରଭାବିତ ହେବାରେ ଲାଗିଛି। ଏହି ପାଉଁଶ ଗୁଣ୍ଡ ପବନରେ ଉଡି ବାୟୁମଣ୍ଡଳ ପ୍ରଦୂଷିତ କରୁଛି। ଜୀବଜଗତ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏଥିରେ ଜିଲାବାସୀ ଅତିଷ୍ଠ ହୋଇ ଜିଲା ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏ ନେଇ ଜିଲାର ବିଭିନ୍ନ ସ୍ଥାନରେ ଲୋକେ ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଏଭଳି ସ୍ଥିତି ଦଲ୍କି ପଞ୍ଚାୟତ ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତର କୁମୁଡାପାଲି ଓ କୁରେବଗା ଗ୍ରାମ ମଝିରେ ବେଦାନ୍ତ କମ୍ପାନୀର ପାଉଁଶ ଡମ୍ପିଂ ହେଉଛି। ଏହି ଅଞ୍ଚଳର କିଛିଅଂଶ ଝାରସୁଗୁଡ଼ା ବ୍ଲକ୍ରେ ଆସୁଥିବାବେଳେ ଆଉ କିଛିଅଂଶ ଝାରସୁଗୁଡ଼ା ପୌରାଞ୍ଚଳରେ ଆସୁଛି ା ଏହି ଡମ୍ପିଂ ପାଉଁଶ ଏବେ ବର୍ଷାପାଣିରେ ବୋହିଆସି କୁରେବଗା ଗ୍ରାମର ଏକ ପୋଖରୀରେ ମିଶୁଛି। ଫଳରେ ପୋଖରୀର ପାଣି ପ୍ରଦୂଷିତ ହେଉଛି ା କୁରେବଗା ଗ୍ରାମ ଓରାମପଡାରେ ଏକମାତ୍ର ଗଭୀର ନଳକୂପ ରହିଛି। ନଳକୂପରେ କୌଣସି ସମସ୍ୟା ଦେଖାଦେଲେ ପଡାବାସୀ ପୋଖରୀ ପାଣି ଉପରେ ନିର୍ଭର କରନ୍ତି। ଏପରି କି ଏହାକୁ ପାନୀୟଜଳ ଭାବେ ବ୍ୟବହାର କରିଥାନ୍ତି। ପୋଖରୀ ପାଣି ବ୍ୟବହାର କରି ଲୋକେ ଚର୍ମରୋଗ ଓ ପେଟରୋଗରେ ଆକ୍ରାନ୍ତ ହେଉଥିବା ପଡାବାସୀ ଅଭିଯୋଗ କରୁଛନ୍ତି। ଏଭଳି ସ୍ଥିତିରେ ପଡାର ଶତାଧିକ ମହିଳା ମଙ୍ଗଳବାର ପାଉଁଶ ଡମ୍ପିଂ ସ୍ଥଳକୁ ଆସି ଏହାକୁ ବିରୋଧ କରିଥିଲେ ା ଫଳରେ ପାଉଁଶ ଡମ୍ପିଂ ବନ୍ଦ ହୋଇଥିଲା ା ଆଗକୁ ଯଦି ଏହା ଜାରି ରହେ ତା’ହେଲେ ପଡାବାସୀ ଆନ୍ଦୋଳନକୁ ଜୋରଦାରକରି ଆଇନ ହାତକୁ ନେବାକୁ ବାଧ୍ୟହେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବେଦାନ୍ତ କମ୍ପାନୀ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଶୁଭନାରାୟଣ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, କମ୍ପାନୀର ଯେଉଁ ପାଉଁଶ ବାହାରୁଛି ତାହାକୁ ଡମ୍ପିଂ ପାଇଁ ଠିକାଦାରଙ୍କୁ ଦିଆଯାଉଛି। ଠିକାଦାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ନେଇ ଡମ୍ପିଂ କରୁଛନ୍ତି। ଏଥିରେ କୌଣସି ବେଆଇନ କାର୍ଯ୍ୟ କରାଯାଉନାହିଁ।
Posted inଆମ ଜିଲା ଖବର, ଝାରସୁଗୁଡ଼ା View All
ଗଞ୍ଜାମର ଏହି ବ୍ଲକ ସମ୍ପୂର୍ଣ୍ଣ କରୋନା ମୁକ୍ତ
ଛତ୍ରପୁର,୨୪ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସହ ସକ୍ରିୟଙ୍କ ସଂଖ୍ୟା ବହୁତ କମ୍ ଥିବାରୁ ଜିଲା ଗ୍ରୀନ୍ ଜୋନରେ ରହିଛି। ଅପରପକ୍ଷରେ ଜିଲାର ୨୨...
ହୋଟେଲ, ଭଡ଼ାଘରେ ଚାଲିଥିଲା ଦେହ ବ୍ୟବସାୟ; ଚଢାଉ କରି…
କଟକ ଅଫିସ, ୧୩ା୬: କଟକ ସହରର ଦୁଇଟି ସ୍ଥାନରେ ଶନିବାର ଦେହ ବ୍ୟବସାୟ ଚାଲିଥିବା ପୋଲିସ ଚଢାଉ କରିଥିଲା। ଉଭୟ ସ୍ଥାନରୁ ୪ ଜଣ ଯୁବତୀଙ୍କୁ...
ଛିଡ଼ିଲା ଦୁଃଖର ପାହାଡ଼: ସ୍ବାମୀଙ୍କ ପରେ ପରେ ୨ ଝିଅ ବୁଜିଲେ ଆଖି
ରେଢ଼ାଖୋଲ, ୮।୬(ଡି.ଏନ.ଏ): ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅଧୀନ ହିରାଲୋଇ ଗ୍ରାମରେ ବିଷଧର ସାପ କାମୁଡାରେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତ ୨ ଭଉଣୀ...
ଟିକା ନେବାର ଘଣ୍ଟାକ ପରେ ମୃତ୍ୟୁ ଅଭିଯୋଗ
ଛେଣ୍ଡିପଦା,୧୨ା୬(ସ୍ବ.ପ୍ର.): କୋଭିଡ୍ ଟିକା ନେବାର ଘଣ୍ଟାକ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକ ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା...
ଲେଖିକା ମୀନାକ୍ଷୀ ଦେବୀଙ୍କ ପରଲୋକ
କଟକ ଅଫିସ, ୩।୬: ବିଶିଷ୍ଟ ଲେଖିକା ତଥା ଉତ୍କଳ ସାହିତ୍ୟ ସମାଜ ସାଧାରଣ ସମ୍ପାଦିକା ମୀନାକ୍ଷୀ ଦେବୀ(୬୬)ଙ୍କର ବୁଧବାର ପରଲୋକ ହୋଇଯାଇଛି। କଟକ ରାଜାବଗିଚା ଚକୋଲେଟ୍...
ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍
ଯାଜପୁର ଅଫିସ, ୧ା୬: ଯାଜପୁର ଜିଲା ପାଣିକୋଇଲି ଥାନା ଅଧୀନ ବ୍ରଜନଗର ପାଖରେ ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ବ୍ରିଜ୍ ସୋମବାର ଅପରାହ୍ନ ପ୍ରାୟ...
ଡଙ୍ଗରିଆଙ୍କୁ ଠକୁଛନ୍ତି ଆନ୍ଧ୍ର ଦଲାଲ
ବିଷମକଟକ,୨୭ା୬(ଡି.ଏନ୍.ଏ.): ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ଡଙ୍ଗରିଆମାନେ ବିଶେଷକରି କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ଉତ୍ପାଦିତ ପନିପରିବା, ଫଳ ଓ...
ଗଞ୍ଜାମରେ ମନ୍ଦିର ବନ୍ଦ: ଘରେ ରହି ସାବିତ୍ରୀ ବ୍ରତ ପାଳିଲେ ମହିଳା
ଛତ୍ରପୁର,୧୦ା୬(ଡି.ଏନ୍.ଏ.): କରୋନା ସଂକ୍ରମଣ ଯୋଗୁ ଗଞ୍ଜାମ ଜିଲାରେ ଆଗୁଆ ପଦକ୍ଷେପ ନିଆଯାଇ ୨ ମାସ ହେଲା ସବୁ ମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି। ଫଳରେ...


