ମେଲବୋର୍ନ,୧୬ା୬(ପି.ଟି.)-ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଭାରତ ଅତି ସହଜରେ ବିଜୟ ଲାଭ କରିବ, ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ଟିମ୍ ପେନ୍। ବିଶ୍ୱର ଏହି ଦୁଇ ଶ୍ରେଷ୍ଠ ଟେଷ୍ଟ ଦଳ ମଧ୍ୟରେ ଟାଇଟଲ ମୁକାବିଲା ଜୁନ୍ ୧୮ରେ ସାଉଥାମ୍ପଟନର ଏଜାସ୍ ବାଓଲରେ ହେବ। ପେନ୍ ଉଭୟ ନ୍ୟୁଜିଲାଣ୍ଡ ଓ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଦଳର ଅଧିନାୟକତ୍ୱ କରିଛନ୍ତି। ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୨୦୧୯ରେ ନିଜ ଦେଶରେ ନ୍ୟୁଜିଲାଣ୍ଡକୁ ୩-୦ରେ ପରାସ୍ତ କରିଥିଲା। ୨୦୨୦ ପ୍ରଥମ ଭାଗରେ ଭ୍ରମଣକାରୀ ଭାରତ ବିପକ୍ଷରେ ତାଙ୍କ ଦଳ ୧-୨ରେ ହାରିଯାଇଥିଲା। ନ୍ୟୁଜିଲାଣ୍ଡ ଏହି ମ୍ୟାଚ ପାଇଁ ଭଲରୂପେ ପ୍ରସ୍ତୁତ ହୋଇ ଆସିଛି। ଇଂଲଣ୍ଡ ବିପକ୍ଷରେ ୧-୦ରେ ସିରିଜ ବିଜୟୀ ମଧ୍ୟ ହୋଇଛି। କିନ୍ତୁ ଏସବୁକୁ ଗୁରୁତ୍ୱ ଦେଉନାହାନ୍ତି ପେନ୍। ସେ କହିଛନ୍ତି ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡର ଯେଉଁ ଦଳ ଖେଳିଥିଲା ସେଥିରେ ଜୋସ୍ ବଟଲର, ପେସ୍ ବୋଲର ଜୋଫ୍ରା ଆର୍ଚର ଓ ଉଇକେଟକିପର ବେନ୍ ଫୋକ୍ସ ନ ଥିଲେ। ଏହାଛଡ଼ା ବେନ୍ ଷ୍ଟୋକ୍ସ, ଖ୍ରିସ୍ ଓକ୍ସ ଓ ମୋଇନ ଅଲୀଙ୍କ ଭଳି ଅଲରାଉଣ୍ଡର ଅନୁପସ୍ଥିତ ଥିଲେ।
ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ବୋଲିଂ କରିବେ କି? ଟି୨୦ ବିଶ୍ୱକପ୍ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଲେ…
ନୂଆଦିଲ୍ଲୀ,୧୨।୬: କ୍ରିକେଟରେ ଦ୍ରୁତ ବୋଲର ଅଲରାଉଣ୍ଡର କମ୍ ଦେଖିବାକୁ ମିଳିଥାଏ। ଦଳରେ ଏଭଳି ଖେଳାଳି ଥିଲେ ଫାଇଦା ମିଳିଥାଏ। ଭାରତୀୟ କ୍ରିକେଟ ଟିମ୍ରେ ହାର୍ଦ୍ଦିକ ପାଣ୍ଡ୍ୟା...
ପୋଲାଣ୍ଡ ଓପନ୍ରେ ସ୍ବର୍ଣ୍ଣ ଜିତିଲେ ଭିନେଶ
ଓ୍ବାରସ, ୧୨ା୬ (ପି.ଟି.)- ଭାରତର ଷ୍ଟାର ରେସ୍ଲର ଭିନେଶ ଫୋଗତ (୫୩ କେଜି) ଏଠାରେ ଚାଲିଥିବା ପୋଲାଣ୍ଡ ଓପନ୍ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଚଳିତ...
ରୋହିତଙ୍କୁ ଗୁରୁତ୍ୱପୂର୍ଣ୍ଣ ବ୍ୟାଟିଂ ଟିପ୍ସ ଦେଲେ ମହାନ କ୍ରିକେଟର
ନୂଆଦିଲ୍ଲୀ,୧୫।୬: ଆସନ୍ତା ୧୮ ତାରିଖରୁ ୟୁକେର ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ। ଏହି ମ୍ୟାଚ୍ ପୂର୍ବରୁ...
ଶ୍ରୀନିବାସନଙ୍କ ଝିଅ ରୂପା ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ, ୪ା୬ (ପି.ଟି.)-‘ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ’ ଅଭିଯୋଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ଏନ୍. ଶ୍ରୀନିବାସନଙ୍କ ଝିଅ ରୂପା ଗୁରୁନାଥ ଦୋଷୀ...
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଶ୍ରେଷ୍ଠ ବୋଲର ଅଶ୍ୱିନ
ସାଉଥାମ୍ପଟନ,୨୩।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ରେ ସବୁଠୁ ସଫଳତମ ବୋଲର ଆଖ୍ୟା ପାଇଛନ୍ତି ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଦୁଇ ବର୍ଷ ଧରି ଖେଳାଯାଇଥିବା...
ପରିବାର ସହ ମିଶିଲେ ଅଷ୍ଟ୍ରେଲୀୟ ଆଇପିଏଲ୍ ଖେଳାଳି
ସିଡ୍ନୀ, ୧ା୬ (ପି.ଟି.)-ଭାରତରେ ଆଇପିଏଲ୍ରେ ଭାଗନେବା ଲାଗି ଆସିଥିବା ଅଷ୍ଟ୍ରେଲୀୟ କ୍ରିକେଟର, ସପୋର୍ଟ ଷ୍ଟାଫ୍ ଏବଂ କମେଣ୍ଟେଟରଙ୍କ କ୍ୱାରାଣ୍ଟାଇନ୍ ଅବଧି ଶେଷ ହେବାପରେ ସୋମବାର ସେମାନେ...
ଅଲିମ୍ପିକ୍ ପୂର୍ବରୁ ବିସିସିଆଇର ବଡ଼ ଘୋଷଣା
ନୂଆଦିଲ୍ଲୀ,୨୦।୬: ଅଲିମ୍ପିକ୍ ଯୋଗ୍ୟତାଧାରୀ ଭାରତୀୟ ଖେଳାଳିଙ୍କ ଟ୍ରେନିଂ ଓ ପ୍ରସ୍ତୁତି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ କୋଟି ଟଙ୍କା ଦାନ କରିବ।...
ଟୋକିଓ ଅଲିମ୍ପିକ୍ସ: ଛୁଟି ନେଲେ କ୍ଳାନ୍ତ ଟୋକିଓ ଗଭର୍ନର
ଟୋକିଓ,୨୪।୬: ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଠିକ୍ ମାସେ ରହିଥିବା ବେଳେ ଟୋକିଓ ଗଭର୍ନର ୟୁରିକୋ କୋଇକେ ଛୁଟି ନେଇଛନ୍ତି। ଅତ୍ୟଧିକ ମାତ୍ରାରେ କ୍ଲାନ୍ତ ହୋଇଥିବାରୁ...


