ଲଣ୍ଡନ, ୧୬ା୬: ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ଡେଲ୍ଟା ଭାରିଆଣ୍ଟ ଏବେ ଡେଲ୍ଟା ପ୍ଲସ୍ର ରୂପ ନେଇଛି। ଏହି ଷ୍ଟ୍ରେନ୍ ବ୍ରିଟେନରେ ଆତଙ୍କ ସୃଷ୍ଟି କରିବାରୁ ଏହାର ମୁକାବିଲା ପାଇଁ ବୋରିସ୍ ଜନ୍ସନ ସରକାର ଅନ୍ଲକ୍ ପ୍ରକ୍ରିୟାକୁ ବିଳମ୍ବିତ କରିଛନ୍ତି। କଟକଣା ବୃଦ୍ଧିକୁ ବ୍ରିଟେନବାସୀ ବିରୋଧ କରି ଦୃଢ଼ ପ୍ରତିବାଦ ଜଣାଇଛନ୍ତି।
ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ସୋମବାର କରୋନାଜନିତ କଟକଣାକୁ ଆଉ ୪ ସପ୍ତାହ ବଢ଼ାଇଦେଇଛନ୍ତି। ଭାରତୀୟ ଭାରିଆଣ୍ଟ ଅଧିକ ସଂକ୍ରାମକ ଓ ଘାତକ ହୋଇଥିବାରୁ କଟକଣା ବୃଦ୍ଧି ଜରୁରୀ ଥିଲା ବୋଲି ସେ କହିଛନ୍ତି। ଡେଲି ମେଲ୍ ସମେତ ବ୍ରିଟେନର କେତେକ ଖବରକାଗଜ ସରକାରଙ୍କ ଏହି ନିଷ୍ପତ୍ତିକୁ ଲୋକଙ୍କ ଉପରେ ଦମନଲୀଳା ବୋଲି ଅଭିହିତ କରିଛନ୍ତି। ସେହିପରି ‘ଆମେ କେବେ ମୁକ୍ତ ହୋଇପାରିବା’ ବୋଲି ସନ୍ ଖବରକାଗଜ ପକ୍ଷରୁ ପ୍ରଶ୍ନ କରାଯାଇଛି। ସୋମବାର ବୋରିସ୍ ଏହି ଘୋଷଣା କରିବା ପୂର୍ବରୁ ଶଟ୍ଡାଉନ୍ ବିରୋଧରେ ଡାଉନିଂ ଷ୍ଟ୍ରିଟ୍ ବାହାରେ ବିକ୍ଷୋଭ କରୁଥିବା ବିବିସି ଜର୍ନାଲିଷ୍ଟ ନିକ୍ ଓ୍ବାଟ୍ଙ୍କୁ ଘଉଡ଼ାଯିବା ସହ ଦୁର୍ବ୍ୟବହାର କରାଯାଉଥିବାର ଭିଡିଓ ସାମ୍ନାକୁ ଆସିଛି। ଏପରି କି ତାଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଉଥିବା ଫୁଟେଜ୍ରେ ଦେଖିବାକୁ ମିଳିଛି। ଏହି ଭିଡିଓ ଟୁଇଟରରେ ବହୁଳ ପ୍ରସାରିତ ହୋଇଥିବାବେଳେ କରୋନା ଭୂତାଣୁ କିପରି ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିଛି ତାହା ଦେଖିବାକୁ ମିଳିଛି। ସମାଲୋଚକଙ୍କ ମତରେ ବୋରିସ୍ ପୂର୍ବରୁ ରେଡ୍ ଟ୍ରାଭେଲ୍ ଲିଷ୍ଟରେ ଭାରତକୁ ସାମିଲ କରି ସୀମା ନିୟନ୍ତ୍ରଣରେ କଡ଼ା ପଦକ୍ଷେପ ଗ୍ରହଣ କରିବା ଉଚିତ ଥିଲା। ପ୍ରକାଶ ଯେ, ଏପ୍ରିଲ ୨୩ ପର୍ଯ୍ୟନ୍ତ ବ୍ରିଟେନ ଭାରତ ଉପରେ ଯାତ୍ରା କଟକଣା ଜାରି କରି ନ ଥିଲା।
Posted inଅନ୍ତର୍ଜାତୀୟ, କରୋନା ଭାଇରସ୍ View All
ଶାରଳା ଆମେରିକାରେ ବିଚାରପତି
ଭାରତୀୟ ବଂଶୋଦ୍ଭବ ଶାରଳା ବିଦ୍ୟା ନାଗଲାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କନେକ୍ଟିକଟ୍ ରାଜ୍ୟରେ ବିଚାରପତି ନିଯୁକ୍ତ କରିଛନ୍ତି। ନାଗଲା ୨୦୧୭ରୁ କନେକ୍ଟିକଟ୍ ଜିଲାର ଆମେରିକା...
ଖୁସି ଖବର: ଆଜି ୩୦୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୨୯୧୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୯୩,୫୦୮ରେ ପହଞ୍ଚିଥିବା ରାଜ୍ୟ ସୂଚନା...
ଏଲିଜାବେଥ୍ଙ୍କ ଜନ୍ମଦିନ ସମ୍ମାନ ତାଲିକାରେ ଭାରତୀୟ ବଂଶୋଦ୍ଭବ
ଲଣ୍ଡନ, ୧୩ା୬: କରୋନା ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଭାରତୀୟ ବଂଶୋଦ୍ଭବ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ନାଁ ବ୍ରିଟେନ ମହାରାଣୀ ଏଲିଜାବେଥ୍ ୨ୟଙ୍କ ଜନ୍ମଦିନ ସମ୍ମାନ ତାଲିକାରେ...
ଭାକ୍ସିନ୍ ନ ନେଇଥିବା ବିଧାୟକଙ୍କୁ ବିଧାନସଭାରେ ପ୍ରବେଶ ମନା…
ପାଟନା,୨୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି।...
ଟିକା ନେବା ସତ୍ତ୍ୱେ ୨୭୪ ଆକ୍ରାନ୍ତ
ଭୁବନେଶ୍ୱର, ୨୬।୬(ବ୍ୟୁରୋ): ଟିକା ନେବା ପରେ କରୋନାରେ ଆକ୍ରାନ୍ତଙ୍କ ସମ୍ପର୍କରେ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍ଏମ୍ଆର୍ସି) ଏକ ଗବେଷଣା କରିଥିଲା। ରାଜ୍ୟର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରୁ...
ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ନେଲା ପ୍ରଥମ ଜୀବନ…
ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ସମ୍ପର୍କରେ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଡେଲ୍ଟା ଭାରିଆଣ୍ଟ୍ର...
୩୯୦ଜଣଙ୍କୁ ନକଲି ଟିକା ଦେବା ଘଟଣାରେ ୪ଗିରଫ
ମୁମ୍ବାଇ,୧୮।୬: ମୁମ୍ବାଇର କାନ୍ଦଓ୍ବଲି ଅଞ୍ଚଳର ହିରାନନ୍ଦାନୀ ସୋସାଇଟିର ୩୯୦ଜଣ ଲୋକଙ୍କୁ ନକଲି ଟିକା ଦେବା ମାମଲାର ପର୍ଦ୍ଦାଫାଶ୍ କରିଛି ପୋଲିସ। ଠକେଇ ଅଭିଯୋଗରେ ପୋଲିସ ୪ଜଣଙ୍କୁ...
ଟିକା ନେଇଥିବା ସେକ୍ସପିୟରଙ୍କ ମୃତ୍ୟୁ
କୋଭିଡ୍ ଟିକା ନେଇଥିବା ପ୍ରଥମ ପୁରୁଷ ତଥା ବିଶ୍ୱର ଦ୍ୱିତୀୟ ବ୍ୟକ୍ତି ବ୍ରିଟେନ ବାସିନ୍ଦା ବିଲ୍ ସେକ୍ସପିୟର(୮୧)ଙ୍କ ମୃତ୍ୟୁ ଘଟିଛି। ଗତ ବର୍ଷ ଡିସେମ୍ବର ୮ରେ...


