ଇନ୍ଦୋର,୧୬।୬: କରୋନା ସଂକ୍ରମଣରୁ ଠିକ୍ ହେବା ପରେ ବ୍ୟକ୍ତିଙ୍କ ନିକଟରେ ଏବେ ବ୍ଲାକ୍, ହ୍ବାଇଟ ଓ ୟେଲୋ ଫଙ୍ଗସ୍ ପରେ ଏବେ ଗ୍ରୀନ୍ ପଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି। ଯାହାକୁ ନେଇ ବିଶେଷଜ୍ଞ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ପୂର୍ବରୁ ଦେଶରେ ବ୍ଲାକ୍, ହ୍ବାଇଟ ଓ ୟେଲୋ ଫଙ୍ଗସ୍ ଦେଖାଯାଇଥିବା ବେଳେ ପ୍ରଥମ ଥର ମଧ୍ୟପ୍ରଦେଶ ଇନ୍ଦୋରରେ ଗ୍ରୀନ ଫଙ୍ଗସ୍ର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଇନ୍ଦୋରର ଗ୍ରୀନ୍ ଫଙ୍ଗସ୍ ରୋଗୀଙ୍କୁ ଏୟାରଲିଫ୍ଟ କରାଯାଇ ମୁମ୍ବାଇର ହିନ୍ଦୁଜା ରାଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଇନ୍ଦୋରର ସ୍ବାସ୍ଥ୍ୟ ବିଭାଗର ଡାଟା ମ୍ୟାନେଜର ଅର୍ପୁବା ତିଓ୍ବାରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଦେଢ଼ ମାସରୁ ଇନ୍ଦୋରର ଅରୋବିନ୍ଦୋ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ହସ୍ପିଟାଲରେ ଉକ୍ତ ରୋଗୀଙ୍କ ଚିକିତ୍ସା ଚାଲିଥିଲା। ଉକ୍ତ ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଯାଇଥିଲେ। ତାଙ୍କ ନିକଟରେ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଦେଖାଯିବା ସନ୍ଦେହରେ ଯାଞ୍ଚ କରାଯାଇଥିଲା। କିନ୍ତୁ ଏହି ଯାଞ୍ଚ ସମୟରେ ତାଙ୍କ ଫୁସ୍ଫୁସ୍ ଓ ରକ୍ତରେ ଗ୍ରୀନ ଫଙ୍ଗସ୍ ଲକ୍ଷଣ ମିଳିଥିଲା। ତାଙ୍କ ଫୁସ୍ଫୁସ୍ ୯୦ପ୍ରତିଶତ ସଂକ୍ରମିତ ହୋଇଥିବା ନେଇ ଅରୋବିନ୍ଦୋ ହସ୍ପିଟାଲର ଜଣେ ଡାକ୍ତର ରବି ଦୋସି ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ପରୀକ୍ଷଣ ସମୟରେ ଜଣାପଡ଼ିଥିଲା ଯେ, ଗ୍ରୀନ୍ ଫଙ୍ଗସ୍ ବ୍ଲାକ୍ ଫଙ୍ଗସ୍ର ଠାରୁ ପୁରା ଭିନ୍ନ। ତେବେ ଏନେଇ ଗବେଷଣା କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ବୋଲି ଡାକ୍ତର ରବି ଦୋସି କହିଛନ୍ତି।
Posted inକରୋନା ଭାଇରସ୍, ଜାତୀୟ View All
ଅମରନାଥ ଯାତ୍ରା ବନ୍ଦ
ନୂଆଦିଲ୍ଲୀ,୨୧।୬: ଜମ୍ମୁ-କଶ୍ମୀର ପ୍ରଶାସନ କରୋନା ସଂକ୍ରମଣ ସ୍ଥିତି ଅନୁଧ୍ୟାନ କରି ଚଳିତ ବର୍ଷ ଅମରନାଥ ଯାତ୍ରାକୁ ସ୍ଥଗିତ କରିଛନ୍ତି। ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ସୋମବାର...
ନୂଆ ଆକ୍ରାନ୍ତ ସଂଖ୍ୟା ବଢ଼ିଲା, ମୃତକଙ୍କ ସଂଖ୍ୟା କମିଲା…
ନୂଆଦିଲ୍ଲୀ,୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...
କୁଶଳୀ ହେବେ ଲକ୍ଷେ କୋଭିଡ୍ ଯୋଦ୍ଧା
ନୂଆଦିଲ୍ଲୀ, ୧୯।୬(ପି.ଟି.): ଦେଶର ଲକ୍ଷେରୁ ଊର୍ଦ୍ଧ୍ୱ କୋଭିଡ୍ ଯୋଦ୍ଧାଙ୍କୁ କୁଶଳୀ ତଥା ଅତିକୁଶଳୀ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ସଂକ୍ଷିପ୍ତ ଶିକ୍ଷା...
ମାଡ଼ି ଆସୁଛି ନୂଆ ମହାମାରୀ: ଚାଇନାରେ ଲୋକଙ୍କଠାରେ ଏଚ୍-୧୦-ଏନ୍-୩ ଭୁତାଣୁ ଚିହ୍ନଟ…
ବେଜିଂ,୧।୬: କରୋନା ମହାମାରୀର ଅନ୍ତୁଡ଼ିଶାଳ ଚାଇନାର ଉହାନ୍ ସହର ପାଲଟିଥିଲା। ଏହାଯୋଗୁୂ ପୃଥିବୀରେ ଦେଖାଦେଇଥିବା ଆତଙ୍କ ଏବେ ବି ଥମିନି। ଏପରିସ୍ଥଳେ ଚାଇନାରେ ପୁଣି ଏକ...
ଭାକ୍ସିନ୍ ମାଗିଲା ଡବ୍ଲ୍ୟୁଏଚ୍ଓ, ଡେଲ୍ଟା ଭାରିଆଣ୍ଟ୍ ନେଇ ଦେଲା ଚେତାବନୀ…
ଜେନେଭା,୨୬।୬: ପୃଥିବୀର ୮୫ ଦେଶରେ ବ୍ୟାପିଥିବା କରୋନା ମହାମାରୀ ଭୂତାଣୁର ନୂଆ ରୂପକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଅତି ସଂକ୍ରାମକ ବୋଲି କୁହାଯାଇଛି। ଏହା ବିରୋଧରେ...
ବଡ଼ ଅଘଟଣ: ପ୍ରବଳ ବର୍ଷାରେ ୪ ଭାସିଗଲେ
ଭୋପାଳ,୧୨ା୬: ମଧ୍ୟପ୍ରଦେଶରେ ପ୍ରଥମ ମୌସୁମୀ ପହଞ୍ଚିସାରିଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା। ସିଙ୍ଗ୍ରାଉଲି ଜିଲାର ଏକ ଗାଁରେ ପ୍ରବଳ ବର୍ଷା ମଧ୍ୟରେ ଡ୍ରେନ ପାର୍...
ଜୁନ ୭ରୁ ୧୦୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସମସ୍ତ ଘରୋଇ, ସରକାରୀ କାର୍ଯ୍ୟାଳୟ
ଅହମଦାବାଦ, ୪।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଏବେବି ଜାରି ରହିଛି। ହେଲେ ଦୈନିକ ସଂକ୍ରମଣର ପଜିଟିଭ୍ ହାର ତଳକୁ ଖସିଛି। ଗତ ୨...
‘ସବୁ ମୋଦି ଚୋର’ ଆପତ୍ତିଜନକ ମନ୍ତବ୍ୟ ମାମଲାର ଶୁଣାଣି, କୋର୍ଟରେ ରାହୁଲ ଗାନ୍ଧୀ…
ସୁରଟ,୨୪।୬: ଗତ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ‘ସବୁ ମୋଦି ଚୋର’ ବୋଲି ମନ୍ତବ୍ୟ ଦେଇଥିଲେ। ଗୁଜରାଟ ସୁରଟ...


