E-Paper
  • logo
  • Saturday 13th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inକରୋନା ଭାଇରସ୍‌, ଜାତୀୟ

କୋଭାକ୍ସିନ୍‌ରେ ନବଜାତ ବାଛୁରୀ ସିରମ୍‌: ଗୋହତ୍ୟା ଅଭିଯୋଗ ଆଣିଲା କଂଗ୍ରେସ…
3:05 pmJune 16, 2021

ନୂଆଦିଲ୍ଲୀ,୧୬।୬: ଭାରତ ବାୟୋଟକ୍‌ ଦ୍ୱାରା ତିଆରି ହୋଇଥିବା କୋଭାକ୍ସିନ୍‌ ଟିକାକୁ ନେଇ ବିବାଦ ସୃଷ୍ଟି ହୋଇଛି। ସୂଚନା ଅଧିକାର ଆଇନ ଅନ୍ତର୍ଗତ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରୁ ଜଣାପଡ଼ିଛି ଯେ, କୋଭାକ୍ସିନ୍‌ରେ ୩ରୁ ୨୦ ଦିନର ନବଜାତ ବାଛୁରୀ ସିରମ୍‌ ବ୍ୟବହାର କରାଯାଇଥାଏ। ବ୍ଲଡ୍‌ ପ୍ଳାଜ୍‌ମାରୁ ସିରମ୍‌ ସଂଗ୍ରହ କରାଯାଇ ଏଥିରେ କରୋ ମହାମାରୀ ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ଭଳି ସିରମ୍‌ ସୃଷ୍ଟି କରାଯାଇଥାଏ। ଏହାକୁ ନେଇ କଂଗ୍ରେସ ଗୋହତ୍ୟା ଅଭିଯୋଗ ଆଣିଛି। କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ସଂଯୋଜକ ଗୌରବ ପାନ୍ଧି ଏହାକୁ ନେଇ ଭାଜପାକୁ ଘେରିବା ଆରମ୍ଭ କରିଛନ୍ତି। ସୂଚନା ଅଧିକାର ଆଇନ ଅନ୍ତର୍ଗତ ସେଣ୍ଟ୍ରାଲ ଡ୍ରଗ୍ସ୍‌ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ) ପକ୍ଷରୁ ବିକାଶ ପାଟନି ନାମକ ଜଣେ ବ୍ୟକ୍ତିଙ୍କୁ ଏଭଳି ଉତ୍ତର ସମ୍ବଳିତ ଉତ୍ତର ପ୍ରଦାନ କରାଯାଇଥିବା ଗୌରବ ଦାବି କରିଛନ୍ତି। ଏହା ଅତ୍ୟନ୍ତ ଘୃଣ୍ୟ କାମ ବୋଲି ସେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଲୋକଙ୍କୁ ସୂଚନା ଦେବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଲୋକଙ୍କୁ ଧୋକ୍କା ଦେଇଥିବା ସେ ଟୁଇଟ୍‌ କରି କହିଛନ୍ତି। ଆଇସିଏମ୍‌ଆର୍‌ ପକ୍ଷରୁ ଦାଖଲ କରାଯାଇଥିବା ଗବେଷଣା ରିପୋର୍ଟରେ ପୂର୍ବରୁ ସୂଚିତ କରାଯାଇଥିଲା ଯେ, କୋଭାକ୍ସିନ୍‌ ତିଆରିରେ ନବଜାତ ପ୍ରାଣୀଙ୍କ ସିରମ୍‌ ବ୍ୟବହାର କରାଯାଇଛି। ଏହା ସମସ୍ତ ବାୟୋଲୋଜିକାଲ ଗବେଷଣାର ଅଂଶବିଶେଷ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା। ନବଜାତ ବାଛୁରୀର ୫ରୁ ୧୦ ପ୍ରତିଶତ ସିରମ୍‌ ସହିତ ଡଲବେକାର ମଡ଼ିଫାଏଡ୍‌ ଇଗଲ ମିଡିୟମ୍‌ (ଡିଏମ୍‌ଇଏମ୍‌) ବ୍ୟବହୃତ ହୋଇଥାଏ।

ଏନେଇ ଭାରତ ବାୟୋଟେକ୍‌ ପକ୍ଷରୁ କୁହାଯାଇଛି ଯେ, ଶେଷ ଫର୍ମୂଲେଶନରେ ବାଛରୀ ସିରମ୍‌ ବ୍ୟବହାର କରାଯାଇ ନ ଥାଏ। ବାଛୁରୀ ସିରମ୍‌ର ଭେରୋ ସେଲ୍‌କୁ କରୋନା ଭୂତାଣୁ ସଂକ୍ରମଣ ପାଇଁ ବ୍ୟବହାର କରାଯାଇଥାଏ। ପରେ ଭୂତାଣୁର ବିକାଶ ସହିତ ଭେରୋ ସେଲ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ। ପରେ ଏହି ଇନଆକ୍ଟିଭେଟେଡ୍‌ ଏବଂ ପ୍ୟୁରିଫାଏଡ୍‌ ଭାଇରାଲ ଗ୍ରୋଥ୍‌କୁ ଭାକ୍ସିନ୍‌ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ ବୋଲି ଭାରତ ବାୟୋଟେକ୍‌ କହିଛି।

 


[mc4wp_form id="252536"] All Right Reserved By Dharitri.Com

Posted inକରୋନା ଭାଇରସ୍‌, ଜାତୀୟ View All

ପୋଲିସକୁ ଜଣାଇଥିଲେ, ତଥାପି ଚାଲିଗଲା ଜର୍ନାଲିଷ୍ଟଙ୍କ ଜୀବନ

ଲକ୍ଷ୍ନୌ,୧୪।୬: ରବିବାର ରାତିରେ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲାରେ ସୁଲଭ ଶ୍ରୀବାସ୍ତବ ନାମକ ଜଣେ ଟିଭି ଜର୍ନାଲଷ୍ଟଙ୍କ ମୃତ୍ୟୁ ଘଟିଛି। ମୋଟରସାଇକେଲ ଦୁର୍ଘଟଣା ତାଙ୍କ ମୃତ୍ୟୁର...

୨୮ ଖାଲି, ଅନେକ ଆଶାୟୀ

ନୂଆଦିଲ୍ଲୀ,୧୯ା୬: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରୁ ଶିବସେନା ଓ ଶିରୋମଣି ଅକାଳୀ ଦଳ ଓହରିଯିବା ଏବଂ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଅଧ୍ୟକ୍ଷ ରାମବିଳାସ ପାଶ୍ୱାନଙ୍କ...

ଲାକ୍ଷାଦ୍ୱୀପର ୧୫ ଭାଜପା ନେତାଙ୍କ ଇସ୍ତଫା

କୋଚି, ୧୩।୬: ଅଭିନେତ୍ରୀ ତଥା ମଡେଲ ଆଇଶା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲାକୁ ବିରୋଧ କରି ଲାକ୍ଷାଦ୍ୱୀପ ଭାଜପା ସାଧାରଣ ସମ୍ପାଦକ ଅବଦୁଲ ହମିଦ ମୁଲ୍ଲିପୁଝାଙ୍କ...

କରୋନାରେ ଚାଲିଗଲେ ଆଉ ଜଣେ ଡାକ୍ତର

ସୋହେଲା,୨୦ା୬(ଡି.ଏନ୍‌.ଏ.): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଡୁମ୍ବେରପାଲି ଗ୍ରାମର ଡାକ୍ତର ପ୍ରଫୁଲ କୁମାର ବାରିକ(୫୧)ଙ୍କ ରବିବାର ଦେହାନ୍ତ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ...

ମମତାଙ୍କ ପୁତୁରା ଅଭିଷେକ ହେଲେ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ

କୋଲକାତା,୫।୬: ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ସାଂଗଠନିକସ୍ତରରେ ଶୁକ୍ରବାର ଏକ ବଡଧରଣର ଅଦଳବଦଳ କରାଯାଇଛି। ଟିଏମ୍‌ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ...

ଗପରେ ଏମିତି ମଜ୍ଜିଗଲେ ଯେ ଟିକା ନ ଭରି ଖାଲି ଇଞ୍ଜେକଶନ ଫୋଡ଼ିଦେଲେ ନର୍ସ; ଭିଡିଓ ଭାଇରାଲ ପରେ…

ଛପରା,୨୫।୬: ମହାମାରୀ କରୋନାର ସଂକ୍ରମଣକୁ ରୋକିବା ଲାଗି ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଏଭଳି ସ୍ଥିତିରେ ଅନେକ ସ୍ଥାନରୁ ଅବହେଳାର ଘଟଣା ସାମ୍ନାକୁ ଆସୁଛି। ସେହି କ୍ରମରେ...

ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବାଧା ଦେଉଛନ୍ତି କେଜରିଓ୍ବାଲ: କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୬।୬: ଘରେ ରାଶନ ପହଞ୍ଚାଇବା ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପକ୍ଷରୁ କରାଯାଇଥିବା ଯୋଜନା ନେଇ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁହଁ...

ଖୁସି ଖବର, ହ୍ରାସ ପାଇବ ତୃତୀୟ ଲହରର ତାଣ୍ଡବ , ଏମ୍ସ୍‌ ପକ୍ଷରୁ ସୂଚନା…

ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ମହାମାରୀ ଭୂତାଣୁ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଦିଲ୍ଲୀରୁ ଖୁସି ଖବର ମିଳିଛି। କରୋନାର ଦ୍ୱିତୀୟ ଲହର ଦ୍ୱାରା ଦେଶରେ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
କରୋନା କଟକଣା ମଧ୍ୟରେ ଶିବ-ପାର୍ବତୀଙ୍କ ବିବାହ ସମ୍ପନ୍ନ
Next Post Next post:
୬ ହାର୍ଡକୋର ମାଓବାଦୀ ମୃତ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts