ଭୁବନେଶ୍ୱର,୧୭ା୬(ବ୍ୟୁରୋ): ଓଡ଼ିଶା ଷ୍ଟେଟ୍ ବାର କାଉନ୍ସିଲ ଆଡ୍ଭୋକେଟ୍ସ ଓ୍ବେଲ୍ଫେୟାର କର୍ପସ ଫଣ୍ଡ୍ ଷ୍ଟାମ୍ପ୍ କାର୍ଯ୍ୟକାରିକୁ ସ୍ଥଗିତ ରଖାଯାଇଛି। ପ୍ରତ୍ୟେକ ଓକିଲାତି ନାମାରେ ଏବାବଦକୁ ୧୦୦ ଟଙ୍କାର ଅତିରିକ୍ତ ଷ୍ଟାମ୍ପ୍ ଫି’ ଲଗାଇବାକୁ ନୂଆ ନିୟମ କରାଯାଇଛି। ହେଲେ ରାଜ୍ୟର ଆଇନଜୀବୀ ତଥା ଓକିଲ ସଂଘମାନେ ବିରୋଧ କରିବାପରେ ଏହାର କାର୍ଯ୍ୟକାରିତାକୁ ଆଉ ୬ ସପ୍ତାହ ଘୁଞ୍ଚାଇ ଦିଆଯାଇଛି। ଏନେଇ ରାଜ୍ୟ ବାର କାଉନସିଲ ସମସ୍ତ ସହବନ୍ଧିତ ଓକିଲ ସଂଘକୁ ପତ୍ର ମାଧ୍ୟମରେ ଜଣାଇଦେଇଛି। ଏହି ନୂତନ ନିୟମ ଗତ ମେ ୧୪ରୁ କାର୍ଯ୍ୟକାରୀ ହେବାର ଥିଲା। ହେଲେ ଆରମ୍ଭରୁ ବିରୋଧ କରାଯିବାରୁ ଏହାର କାର୍ଯ୍ୟକାରିତାକୁ ପ୍ରଥମ ପର୍ଯ୍ୟାୟରେ ଜୁନ୍ ୧୭ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ତେବେ ରାଜ୍ୟ ବାର୍ କାଉନ୍ସିଲ୍ର ଚିଠି ପାଇବା ପରେ ବୁଧବାର ଭର୍ଚୁଆଲ ମୋଡ୍ରେ ଖୋର୍ଦ୍ଧା ଓ ପୁରୀ ଜିଲାର ସମସ୍ତ ଓକିଲ ସଂଘ ସମେତ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଏକ ବୈଠକ ବସିଥିଲା। ଏଥିରେ ଭୁବନେଶ୍ୱର ଓକିଲ ସଂଘ ସଭାପତି ନିର୍ମଳ କିଶୋର ରଥ, ସମ୍ପାଦକ ରାଜକିଶୋର ଦାସ, ଉପସଭାପତି ଦେବୀଦତ୍ତ ବାରିକ, ଯୁଗ୍ମ ସମ୍ପାଦକ ଅଶୋକ ବଡପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା ଓ କାର୍ଯ୍ୟକାରୀ ସଦସ୍ୟମାନେ ଯୋଗଦେଇ ଓକିଲାତିନାମାରେ ୧୦୦ ଟଙ୍କାର ଅତିରିକ୍ତ ଷ୍ଟାମ୍ପ୍ ଫି’କୁ ପ୍ରତ୍ୟାହାର ପାଇଁ ଦାବି ରଖିଥିଲେ। ସୂଚନାଯୋଗ୍ୟ, କୋଭିଡ୍ ସମୟରେ ଏପରି ଅତିରିକ୍ତ ଷ୍ଟାମ୍ପ ଫି ଦେବା ନିୟମକୁ ପ୍ରତ୍ୟାହାର ସୋମବାର ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ଓ ଭୁବନେଶ୍ୱର ଓକିଲ ସଂଘ ଦାବି କରି ଆନ୍ଦୋଳନ ଚେତାବନୀ ଦେଇଥିଲା।
ନେଟ୍ଓ୍ବର୍କ ପାଇବାକୁ ନୟାନ୍ତ
ବଇଣ୍ଡା,୨୧ା୬: ପୂର୍ବରୁ କେବଳ ଯୋଗାଯୋଗର ମାଧ୍ୟମ ଥିବା ମୋବାଇଲ ଏବେ ଏକ ଜରୁରୀ ଆବଶ୍ୟକତା ହୋଇଯାଇଛି। ସ୍ମାର୍ଟ ତଥା ବ୍ୟସ୍ତ ଜୀବନର ତ ଏହା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ...
ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୩୦୦୦ ଟପିଲା
ଭୁବନେଶ୍ୱର,୭ା୬(ବ୍ୟୁରୋ): ସୋମବାର ରାଜ୍ୟରୁ ୪୧ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...
କବିସୂର୍ଯ୍ୟନଗର, କୋଦଳାରେ ଇଣ୍ଡୋର ଷ୍ଟାଡିୟମ ପ୍ରସ୍ତାବ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ବିଧାୟିକା
ଛତ୍ରପୁର,୨୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି।...
ରାଜ୍ୟରେ ୫ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର, ୧୩।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ରବିବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୪,୪୬୯ ଜଣ...
କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ
ବୁଗୁଡ଼ା,୧୭ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଗୁରୁବାର...
ବାତ୍ୟା କ୍ଷତିପୂରଣ ଅର୍ଥ ମିଳୁନି: ଅତିରିକ୍ତ ତହସିଲଦାର, ଆର୍ଆଇଙ୍କୁ ଘେରିଲେ ଲୋକେ
ଖଇରା,୪ା୬(ଡି.ଏନ୍.ଏ.): ବାତ୍ୟା ‘ୟାସ୍’ କୁ ୧୦ଦିନ ବିତିଯାଇଥିଲେ ହେଁ ବାଲେଶ୍ବର ଜିଲା ଖଇରା ତହସିଲ ଅଧୀନ ଗଣ୍ଡିବେଡ଼ ତଥା ଅନ୍ୟାନ୍ୟ ରାଜସ୍ବ କ୍ଷେତ୍ର ଅଧୀନରେ ବନ୍ୟା...
‘ସମ୍ଭାବ୍ୟ ବନ୍ୟା ପାଇଁ ପ୍ରସ୍ତୁତ ରୁହ’
ଭୁବନେଶ୍ୱର,୨୪।୬(ବ୍ୟୁରୋ): ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ଆରମ୍ଭ ହୋଇଗଲାଣି । ଜୁନ୍ରୁ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟରେ ବାତ୍ୟା, ବନ୍ୟା ଆଦି...
କୋଭିଡ୍ ଯୁଦ୍ଧରେ ଡାକ୍ତର ଗୋଷ୍ଠୀ ଆଗରେ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଉଛନ୍ତି। ସେଥିପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ୮,୫୦୦କୋଟି ଟଙ୍କା ବିନିଯୋଗ କରାଯାଉଛି। ଓଡ଼ିଶା ପ୍ରଶାସନିକ ସେବା ଆୟୋଗ(ଓପିଏସ୍ସି)...


