ଦୁବାଇ, ୧୭।୬(ପି.ଟି.)- ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ ବ୍ୟାଟ୍ସମ୍ୟାନ ତାଲିକାର ନମ୍ବର ଓ୍ବାନ ସ୍ଥାନରୁ ନ୍ୟୁଜିଲାଣ୍ଡର କେନ୍ ଓ୍ବିଲିୟମସନଙ୍କୁ ହଟାଇଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ। ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସାଉଥାମ୍ପଟନଠାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ରେ ଭାରତୀୟ ଦଳର ନେତୃତ୍ୱ ନେବାକୁ ଯାଉଥିବା କୋହଲିଙ୍କର ପଏଣ୍ଟ ସଂଖ୍ୟା ୮୧୪ ରହିଛି। ସ୍ମିଥ ୮୯୧ ପଏଣ୍ଟ ସହିତ ଶୀର୍ଷକୁ ଫେରିଥିବାବେଳେ ଓ୍ବିଲିୟମସନ ୮୮୬ ପଏଣ୍ଟରେ ରହି ଦ୍ୱିତୀୟକୁ ଖସିଛନ୍ତି। ଅନ୍ୟତମ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ ୮୭୮ ପଏଣ୍ଟ ପାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଟପ୍-୧୦ରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ଭାରତୀୟ ଖେଳାଳି ହେଲେ ରୋହିତ ଶର୍ମା ଓ ରିଷଭ ପନ୍ତ। ଏ ଦୁହେଁ ୭୪୭ ପଏଣ୍ଟ ପାଇ ଯୁଗ୍ମଭାବେ ୬ଷ୍ଠ ସ୍ଥାନ ବଜାୟ ରଖିଛନ୍ତି।
ବୋଲିଂ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ସିନିୟର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ (୮୫୦ ପଏଣ୍ଟ) ଦ୍ୱିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ଅଷ୍ଟ୍ରେଲିଆନ ଫାଷ୍ଟ ବୋଲର ପ୍ୟାଟ୍ କୁମିନ୍ସ (୯୦୮) ଶୀର୍ଷରେ ରହିଛନ୍ତି। ଏକମାତ୍ର ଭାରତୀୟ ଭାବେ ଅଶ୍ୱିନ ଟପ୍-୧୦ରେ ରହିଛନ୍ତି। ଟେଷ୍ଟ ଅଲ୍ରାଉଣ୍ଡର ତାଲିକାରେ ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍ଡର (୪୧୨) ଶୀର୍ଷସ୍ଥାନ ବଜାୟ ରଖିଥିବାବେଳେ ଭାରତର ରବୀନ୍ଦ୍ର ଜାଡେଜା (୩୮୬) ଦ୍ୱିତୀୟ ଏବଂ ଅଶ୍ୱିନ (୩୫୩) ୪ର୍ଥ ସ୍ଥାନରେ ରହିଛନ୍ତି।
ଅଲିମ୍ପିକ୍ସକୁ ୧୯୦ଜଣିଆ ଦଳ ପଠାଇବ ଭାରତ
ନୂଆଦିଲ୍ଲୀ, ୪ା୬(ପି.ଟି.)-ଆସନ୍ତା ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତ ୧୯୦ ଜଣିଆ ଦଳ ପଠାଇବ ବୋଲି ଆଶା କରାଯାଉଛି। ତନ୍ମଧ୍ୟରେ ୧୦୦ ଜଣ ଆଥ୍ଲେଟ ଅନ୍ତର୍ଭୁକ୍ତ। କ୍ରୀଡ଼ାମନ୍ତ୍ରୀ...
କାର୍ତ୍ତିକ, ପାର୍ଥିବ ଥାଉ ଥାଉ ଧୋନୀଙ୍କୁ କାହିଁକି ଦିଆଯାଇଥିଲା ସୁଯୋଗ
ନୂଆଦିଲ୍ଲୀ, ୨।୬: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୩ ବର୍ଷ ବୟସରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ପରେ ଆଉ ପଛକୁ ଫେରି ଚାହିଁ...
ମେଲବୋର୍ନ କ୍ଲବର କୋଚ୍ ହେବେ ଜୟସୁରିୟା
ମେଲବୋର୍ନ,୫।୬(ପି.ଟି.): କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ଶ୍ରୀଲଙ୍କା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସନଥ ଜୟସୁରିୟା। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ (ଆଇସିସି) ଦ୍ୱାରା ଦୁଇ ବର୍ଷ ବାସନ୍ଦ ହେବା...
ଓଲିଭିଏରା ଜିତିଲେ ମୋଟୋ ଜିପି
ମଣ୍ଟମେଲୋ(ସ୍ପେନ୍),୭ା୬(ଏପି)-ମିଗୁଏଲ ଓଲିଭିଏରା କାଟାଲୋନିଆ ଜିପି ଜିତିଛନ୍ତି। ଚଳିତ ସିଜନରେ ଏହା ତାଙ୍କର ପ୍ରଥମ ମୋଟୋ ଜିପିି ବିଜୟ। ପ୍ରାୟ ୨୦,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଏ‘ହି ରେସ୍...
ପୂଜାରାଙ୍କ ସମାଲୋଚନାକୁ ନେଇ ରାଗିଗଲେ ଏହି ମହାନ ବ୍ୟାଟ୍ସମ୍ୟାନ୍; ପଢ଼ାଇଲେ ଅସଲ କ୍ରିକେଟ ପାଠ…
ନୂଆଦିଲ୍ଲୀ,୧୫।୬: କ୍ରିକେଟ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂଶୈଳୀର ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲିଆରେ ଉଲ୍ଲେଖନୀୟ ଉଦ୍ୟମ ସତ୍ତ୍ୱେ ପୂଜାରା ସ୍କୋରବୋର୍ଡକୁ...
ଫାଇନାଲରେ ଏହିସବୁ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି
ଲଣ୍ଡନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଶୁକ୍ରବାର ଲଣ୍ଡନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...
ଭଙ୍ଗା ଆଙ୍ଗୁଠିରେ ଖେଳିଲେ ନ୍ୟୁଜିଲାଣ୍ଡ ଖେଳାଳି
ସାଉଥାମ୍ପଟନ,୨୩।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲର ନିର୍ଣ୍ଣାୟକ ତଥା ୬ଷ୍ଠ ଦିନ ପ୍ରଥମ ସେସନରେ ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ବି ଜେ ଓ୍ବାଟଲିଂଙ୍କ...
ଭେନିଜୁଏଲା- ଇକ୍ୱେଡର ମ୍ୟାଚ୍ ଡ୍ର
ରିଓ ଡି ଜେନିରୋ,୨୨।୬: କୋପା ଆମେରିକାରେ ସୋମବାର ଗୁପ୍ ବି’ରେ ଖେଳାଯାଇଥିବା ଅନ୍ୟଏକ ମ୍ୟାଚରେ ଭେନିଜୁଏଲା ଓ ଇକ୍ୱେଡର ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି...


