ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ହେଲା କରୋନା କବଳରେ ପଡ଼ିଛି ପୃଥିବୀ। ଚାଇନାରୁ ଆରମ୍ଭ ହୋଇଥିବା ଏହି ଘାତକ ରୋଗରେ ଊଣା ଅଧିକେ ପ୍ରଭାବିତ ହୋଇଛନ୍ତି ଅଧିକାଂଶ ଦେଶ। ଆମେରିକା, ୟୁକେ ଭଳି ସୁଦୃଢ଼ ସ୍ବାସ୍ଥ୍ୟ ଭିତ୍ତିଭୂମି ଥିବା ରାଷ୍ଟ୍ର ଅଦୃଶ୍ୟ ଭୂତାଣୁ ଆଗରେ ଆଣ୍ଠେଇବାକୁ ବାଧ୍ୟ ହୋଇଛନ୍ତି। ପ୍ରଥମ ଲହରରେ କମ୍ ପ୍ରଭାବିତ ହୋଇଥିବା ଭାରତ ଦ୍ୱିତୀୟ ଲହରରେ ସର୍ବାଧିକ କରୋନା ପ୍ରଭାବିତ ଦେଶ ତାଲିକାରେ ସାମିଲ ହୋଇଛି। ତେବେ ଭୂତାଣୁ ଆସିବା ଦିନରୁ ଅଦ୍ୟାବଧି ପୃଥିବୀର ୫ ଦେଶକୁ ଛୁଇଁପାରିନି କରୋନା। ଠିକ୍ ସମୟରେ ଉଚିତ ପଦକ୍ଷେପ, ଆବଶ୍ୟକତାଠାରୁ ଅଧିକ ସତର୍କତା ଏବଂ କଠୋର ଅନୁଶାସନ ଯୋଗୁ ଏହା ସମ୍ଭବପର ହୋଇପାରିଛି।
ଉତ୍ତର କୋରିଆ: ପୃଥିବୀର ସବୁଠାରୁ ରହସ୍ୟମୟ ଦେଶ ହେଉଛି ଉତ୍ତର କୋରିଆ। ଏଠାରେ କରୋନାର ପ୍ରଥମ ସନ୍ଦିଗ୍ଧ ମାମଲା ଆସିଥିଲା ୨୦୨୦ ଜୁଲାଇ ୨୬ରେ। ହେଲେ ପରୀକ୍ଷାନିରୀକ୍ଷାରୁ ସଂକ୍ରମିତଙ୍କ ଶରୀରରୁ କରୋନା ଭୂତାଣୁ ଠାବ ହୋଇ ନ ଥିବା ସରକାର ସ୍ପଷ୍ଟ କରିଥିଲେ। ଚାଇନାରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ୨୦୨୦ ଜାନୁୟାରୀ ୨୧ରେ ଉତ୍ତର କୋରିଆ ନିଜର ସମସ୍ତ ସୀମା ସିଲ୍ କରିଦେଇଛି। ଅଦ୍ୟାବଧି ଏହି କଟକଣା ଲାଗୁରହିଛି। ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ସର୍ବନିମ୍ନ ୧ରୁ ୨ ମାସ ଯାଏ କ୍ୱାରାଣ୍ଟାଇନ୍ରେ ରହିବା ବାଧ୍ୟତାମୂଳକ କରାଯାଇଛି। ଦେଶରେ ଅଦ୍ୟାବଧି ଗୋଟିଏ ହେଲେ କରୋନା ସଂକ୍ରମିତ ବାହାରି ନ ଥିବା ଦାବି କରାଯାଇଛି।
ତୁର୍କମେନିସ୍ତାନ: କାଜାଖସ୍ତାନ, ଉଜବେକିସ୍ତାନ, ତାଜିକସ୍ତାନ, ଇରାନ ଏବଂ ଆଫ୍ଗାନିସ୍ତାନ ଭଳି ଦେଶ ତୁର୍କମେନିସ୍ତାନକୁ ଘେରି ରହିଛନ୍ତି। ପଡ଼ୋଶୀ ଦେଶରେ କରୋନା ଆତଙ୍କ ସୃଷ୍ଟି କରିଥିଲେ ହେଁ ତୁର୍କମେନିସ୍ତାନକୁ ଛୁଇଁପାରିନାହିଁ ଭୂତାଣୁ। ପଡ଼ୋଶୀ ଦେଶରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇବାର ଯଥେଷ୍ଟ ପୂର୍ବରୁ ତୁର୍କମେନିସ୍ତାନ ସରକାର ଦେଶର ସୀମା ସିଲ୍ କରିଦେଇଥିଲେ। ଏପରି କି ଦେଶବାସୀଙ୍କୁ କରୋନା ଶବ୍ଦର ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲା। ତେଣୁ ଦେଶ କରୋନା ମହାମାରୀ କବଳରୁ ବଞ୍ଚତ୍ୟାଇଥିବା ସେଠାକାର ସରକାର ଦାବି କରିଛନ୍ତି। ହେଲେ ଏହି ଦାବିକୁ ଅନେକ ଦେଶ ଗ୍ରହଣ କରୁନାହାନ୍ତି। ସରକାର ନିଶ୍ଚିତ ଭାବେ ତଥ୍ୟ ଲୁଚାଉଛନ୍ତି ବୋଲି ସେମାନେ ଜୋର୍ ଦେଇ କହୁଛନ୍ତି। ତଥାପି ସରକାରୀସ୍ତରରେ ତୁର୍କମେନିସ୍ତାନରେ ଅଦ୍ୟାବଧି ଗୋଟିଏ ହେଲେ କରୋନା ସଂକ୍ରମଣ ଆସିଥିବା ସ୍ପଷ୍ଟ କରାଯାଇନାହିଁ।
କିରିବାଟି: ଭୌଗୋଳିକ ଗଠନ ଯୋଗୁ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗର ମଧ୍ୟରେ ଅବସ୍ଥିତ ଏହି କ୍ଷୁଦ୍ର ଦେଶ ନିଜକୁ କରୋନାଠାରୁ ଦୂରରେ ରଖିପାରିଛି। ହାରାହାରି ୧ ଲକ୍ଷ ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ଗତ ଦେଢ଼ବର୍ଷ ମଧ୍ୟରେ ଭାଇରସ୍ ସଂକ୍ରମଣରେ ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ। ପୃଥିବୀରେ କରୋନା ଆତଙ୍କ ସୃଷ୍ଟି କରିଥିବାବେଳେ ଏଠାରେ ପ୍ରଥମରୁ ଲକ୍ଡାଉନ୍ ଜାରି ରହିଛି। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଯାଇଛି। ସ୍ଥାନୀୟ ପ୍ରଶାସନ ଜନସାଧାରଣଙ୍କୁ ଭୂତାଣୁ କବଳରୁ ଦୂରେଇ ରଖିବାକୁ ଆବଶ୍ୟକ ସମସ୍ତ ପ୍ରକାର ପ୍ରତିଷେଧକମୂଳକ ବ୍ୟବସ୍ଥା ହାତକୁ ନେଇଛନ୍ତି।
ଟୋଙ୍ଗା: ପ୍ରଶାନ୍ତ ମହାସାଗରୀୟ ଅତ୍ୟତମ ଦ୍ୱୀପ ରାଷ୍ଟ୍ର ଟୋଙ୍ଗା ଅଦ୍ୟାବଧି କରୋନା କବଳରୁ ମୁକ୍ତ ଥିବା ଦାବି କରିଛି। ନିକଟତମ ଦେଶ ଫିଜିରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗତ ବର୍ଷ ମାର୍ଚ୍ଚ ୨୯ରେ ଦେଶକୁ ଲକ୍ଡାଉନ୍ କରିଦିଆଯାଇଥିଲା। ଫସିଥିବା ବିଭିନ୍ନ ଦେଶର ପର୍ଯ୍ୟଟକମାନଙ୍କୁ ସେମାନଙ୍କ ସୁବିଧା ଅନୁଯାୟୀ ଯିବା ଲାଗି ଅନୁମତି ପ୍ରଦାନ କରାଯାଇଥିଲା। ଜୁଲାଇରେ ଫିଜିରେ ଫସିଥିବା ନିଜ ଦେଶର ନାଗରିକଙ୍କୁ ଆଣିବା ଲାଗି ଟାଙ୍ଗୋ ପକ୍ଷରୁ ବିମାନ ଚଳାଚଳ ଆରମ୍ଭ ହୋଇଥିଲା। ଏଥିରେ ଥରକେ ମାତ୍ର ୬୦ ଜଣଙ୍କୁ ଅନୁମତି ଦିଆଯାଇଥିଲା। ଆସିବା ପରେ ସେମାନଙ୍କ ରହିବା ଲାଗି ସ୍ବତନ୍ତ୍ର ହୋଟେଲରେ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା କରାଯାଇଥିଲା। ଉକ୍ତ ହୋଟେଲଗୁଡ଼ିକ ସମେତ ଆଖପାଖ ଅଞ୍ଚଳ, ରାସ୍ତାକୁ ସିଲ୍ କରି ଦିଆଯାଇଥିଲା।
ପାଲାଉ: ପଶ୍ଚିମ ପ୍ରଶାନ୍ତ ମହାସାଗର ଭିତରେ ଅବସ୍ଥିତ ପାଲାଉ କରୋନା କବଳରୁ ନିଜକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଛି। ଗତ ଦେଢ଼ ବର୍ଷ ଭିତରେ ବାହାରୁ ଆସିଥିବା ଜଣେ ବ୍ୟକ୍ତିଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେଇଥିଲା। ତେବେ ପରୀକ୍ଷା ନିରୀକ୍ଷା ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଗତ ବର୍ଷକ ଭିତରେ ଏଠାରୁ ଜଣେ କେହି କରୋନା ସଂକ୍ରମିତ ବାହାରି ନାହାନ୍ତି। ଦେଶ କରୋନା ବିରୋଧୀ ଲଢେଇକୁ ଅତି ସତର୍କତାର ସହ ଲଢ଼ିବାରେ ସକ୍ଷମ ହୋଇଛି।
Posted inକରୋନା ଭାଇରସ୍, ଫୁରସତ View All
ସ୍ଫୁଟନିକ୍ ଭି ଭାକ୍ସିନ ତିଆରି ପାଇଁ ଡିସିଜିଆଇକୁ ଅନୁମତି ମାଗିଲା ସେରମ୍ ଇନ୍ଷ୍ଟିଚ୍ୟୁଟ
ନୂଆଦିଲ୍ଲୀ,୩।୬: ଆଗାମୀ ଦିନରେ ଭାରତରେ ରୁଷୀୟ ଭାକ୍ସିନ ସ୍ଫୁଟନିକ ଭିର ନିର୍ମାଣ କରିପାରେ ସେରମ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ସିଆଇଆଇ)। ଏନେଇ ସେରମ ଇନ୍ଷ୍ଟିଚ୍ୟୁଟ ପକ୍ଷରୁ...
ମାଲକାନଗିରି ଜିଲାପାଳଙ୍କୁ କରୋନା
ମାଲକାନଗିରି,୨୦ା୬(ଡି.ଏନ୍.ଏ.): ମାଲକାନଗିରି ଜିଲାପାଳ ଓ୍ବାଇ ବିଜୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ଓ୍ବାଇ...
ସାତ ଫେରା ନେବାବେଳେ ଧୀରେ ଧୀରେ ଚାଲୁଥିଲେ କନ୍ୟା: ଆଉ ତା’ପରେ ଘଟିଲା ଏମିତି
ବିବାହ ଅବସରରେ ଏପରି ଅନେକ ରୀତିନୀତି ଅଛି, ଯାହା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨-୪ ଘଣ୍ଟା ଲାଗେ। ଏହି ସମୟରେ ପରିବାର ସଦସ୍ୟଙ୍କଠାରୁ ଆରମ୍ଭ କରି...
ତାରାପ୍ରସାଦ ବାହିନୀପତି ଅସୁସ୍ଥ
ଭୁବନେଶ୍ୱର,୬ା୬(ବ୍ୟୁରୋ): ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ତାଙ୍କୁ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ...
ହସ୍ପିଟାଲରେ ମୃତଦେହ ଗଦା: ପରିବାର ସଦସ୍ୟଙ୍କୁ ଗୋଟି ଗୋଟି କରି ପଡୁଛି ଖୋଜିବାକୁ…
ଚେନ୍ନାଇ,୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ବିଭିନ୍ନ...
ଗଞ୍ଜାମର ଏହି ବ୍ଲକ ସମ୍ପୂର୍ଣ୍ଣ କରୋନା ମୁକ୍ତ
ଛତ୍ରପୁର,୨୪ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସହ ସକ୍ରିୟଙ୍କ ସଂଖ୍ୟା ବହୁତ କମ୍ ଥିବାରୁ ଜିଲା ଗ୍ରୀନ୍ ଜୋନରେ ରହିଛି। ଅପରପକ୍ଷରେ ଜିଲାର ୨୨...
କେହି ମାଲିକଙ୍କ ଘର କବାଟ ବାଡେଇଲେ ଛାତ ଉପରୁ ଥାଇ ଇଟା ଫିଙ୍ଗିଥାଏ ଏହି କୁକୁର; ଏବେ ଘଟିଲା କିଛି…
ପଶୁମାନଙ୍କ ମଧ୍ୟରେ ସବୁଠାରୁ ବିଶ୍ୱାସୀ କୁକୁର ବୋଲି କୁହାଯାଏ। କାରଣ ସେ ମାଲିକର ସୁରକ୍ଷା କରିବା ସହ ତାଙ୍କର ସବୁକଥା ଅକ୍ଷରେ ଅକ୍ଷରେ ପାଳନ କରିଥାଏ।...
ଆବର୍ଜନା ପାହାଡ଼ରେ ପାର୍କ
ରୁଷିଆ ରାଜଧାନୀ ମସ୍କୋରେ ଏଣିକି ଅଳିଆଗଦାରେ ପାର୍କ ଦେଖିବାକୁ ମିଳିବ। ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରୁ ଏଠାକୁ ବହୁ ଟନ୍ ଅଳିଆ ଆବର୍ଜନା ଆସିଥାଏ।...


