ଲକ୍ଷ୍ନୌ: ଶାଢ଼ି ପିନ୍ଧି ସ୍କେଟିଂ କରି ଗାଁ ଦାଣ୍ଡରେ ଲୋକଙ୍କୁ ଟିକା ନେବା ପାଇଁ ପ୍ରବର୍ତ୍ତାଉଛନ୍ତି ଶ୍ରୀଗୁପ୍ତା। ଉତ୍ତରପ୍ରଦେଶ ସୀତାପୁରର ରାମକୋଟ ଗାଁରେ ରୁହନ୍ତି ୧୧ ବର୍ଷର ବାଳିକା ଶ୍ରୀଗୁପ୍ତା। ଏଇ ବୟସରେ ସେ ଶାଢ଼ି ପିନ୍ଧି ଗାଁର ଗଳିକନ୍ଦି ରାସ୍ତାରେ ସ୍କେଟିଂ କରୁଛନ୍ତି। ଗାଁ ଭିତର ରାସ୍ତାରେ ସେ ଏତେ ସୁନ୍ଦରଭାବରେ ସ୍କେଟିଂ କରୁଛନ୍ତି ଯେ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଥାନ୍ତି। ଶ୍ରୀଗୁପ୍ତା ଏଭଳିଭାବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କୁ ସଚେତନ କରାଇବାକୁ ଚେଷ୍ଟା କରୁଛନ୍ତି। ଲୋକଙ୍କୁ ଭାକ୍ସିନ ନେବା ପାଇଁ ସେ ବାରମ୍ବାର ବୁଝାଉଛନ୍ତି। କାହିଁକି ନା ତାଙ୍କ ଅଞ୍ଚଳରେ ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଭାକ୍ସିନ ନେବା ପାଇଁ ଭୟ କରୁଛନ୍ତି। ଗାଁ ଲୋକଙ୍କର ଏହି ମାନସିକତା ପାଇଁ ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଚିନ୍ତିତ ହୋଇ ପଡ଼ିଛନ୍ତି। ଶ୍ରୀଗୁପ୍ତା ତାଙ୍କ ଜେଜେ ମା’ ଓ ଜେଜେ ବାପାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବାବେଳେ ଲୋକଙ୍କର ଏଭଳି ମାନସିକତା ସମ୍ପର୍କରେ ଜାଣି ପାରିଥିଲେ। କାରଣ ଟିକା ନେବା ପାଇଁ ଢେର୍ ସମୟ ଅପେକ୍ଷା କରିଥିଲେ ବି ତାଙ୍କ ଜେଜେ ମା’ ଓ ଜେଜେ ବାପା ଫେରି ଆସିଥିଲେ। କାହିଁକିନା ଗୋଟିଏ ଫାଇଲ୍ ଟିକାକୁ ଏକ ସମୟରେ ଖୋଲିବା ମାତ୍ରେ ୧୦ ଜଣଙ୍କୁ ହିଁ ଦିଆଯାଇଥାଏ। ନଚେତ୍ ଅନ୍ୟ ସମସ୍ତ ଫାଇଲ୍ ଖରାପ ହୋଇଯିବ। କିନ୍ତୁ ସାରା ଦିନ ଅପେକ୍ଷା ପରେ ବି ଗାଁର ୧୦ ଜଣ ଲୋକ ବି ଟିକା ନେବାକୁ ଯାଇ ନ ଥିଲେ। ଏହି ଘଟଣା ପରେ ଶ୍ରୀଗୁପ୍ତା ଆସି ନିଜେ ଗାଁ ଲୋକଙ୍କୁ ବୁଝାଇବା ଆରମ୍ଭ କରିଥିଲେ। ଗାଁ ଲୋକଙ୍କୁ ସଚେତନ କରିବା ପାଇଁ ସେ ଏବେ ଏଭଳି ଢଙ୍ଗରେ ଶାଢ଼ି ପିନ୍ଧି ସ୍କେଟିଂ କରି ଘର ଘର ବୁଲୁଛନ୍ତି। ଗୀତାଙ୍କ କଥା ଶୁଣିବା ପରେ ଲୋକେ ତ କିଛି ମାତ୍ରାରେ ସଚେତନ ହୋଇଛନ୍ତି, ଏହା ସହିତ ତାଙ୍କର ଏଭଳି ସଚେତନତାର ପ୍ରଭାବ ଏବେ ସବୁଆଡେ ପଡ଼ିଛି। ସୋସିଆଲ ମିଡିଆରେ ବି ଶ୍ରୀଗୁପ୍ତାଙ୍କର ଏଭଳି ସଚେତନତାକୁ ନେଇ ଚର୍ଚ୍ଚା ହେଉଛି। ସେଥିପାଇଁ ତାଙ୍କର ଏହି ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି।
Posted inକରୋନା ଭାଇରସ୍, ଫୁରସତ View All
ଆଜି ଓ୍ବାଲର୍ଡ ମ୍ୟୁଜିକ୍ ଡେ’: ସଙ୍ଗୀତ ବିହୀନ ସୃଷ୍ଟି ନିରର୍ଥକ
ପ୍ରତି ବର୍ଷ ଜୁନ୍ ୨୧ରେ ସାରା ବିଶ୍ୱରେ ପାଳନ କରାଯାଏ ‘ଓ୍ବାଲର୍ଡ ମ୍ୟୁଜିକ୍ ଡେ’। ସଙ୍ଗୀତ ଭଳି ଉପହାର ଭେଟି ଦେଉଥିବାରୁ ସଙ୍ଗୀତଜ୍ଞ, ଗାୟକଙ୍କ ସମ୍ମାନରେ...
ପଞ୍ଜାବରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟର ପ୍ରଥମ ମାମଲା: ମହାରାଷ୍ଟ୍ର-ମଧ୍ୟପ୍ରଦେଶର ଅନେକ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷିତ
ଚଣ୍ଡିଗଡ଼/ମୁମ୍ବାଇ/ଭୋପାଳ,୨୫।୬: ଦେଶରେ କରୋନା ଭାଇରସ୍ର ଦ୍ୱିତୀୟ ଲହର ଧୀରେ ଧୀରେ ଏବେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ଏବେ ବି ସଙ୍କଟ ଜାରି ରହିଛି। ଅନ୍ୟପଟେ ସମ୍ଭାବ୍ୟ...
ଆଜି ରାଜ୍ୟରୁ ୬୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ
ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏହି କିଛିଦିନ ହେବ ଲଗାତର କମିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୬୧୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...
ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୭ ଜୀବନ
ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍। ଶନିବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୭...
୧୮ରୁ ୪୪ ଟିକାକରଣ: ୭ ମ୍ୟୁନିସିପାଲିଟି, ୨ ଏନ୍ଏସିରେ ସୋମବାରରୁ ଆରମ୍ଭ ହେବ
ଭୁବନେଶ୍ୱର, ୧୯।୬(ବ୍ୟୁରୋ): ରାଜ୍ୟର ୭ ଜିଲାର ୭ ମ୍ୟୁନିସିପାଲିଟି ଓ ୨ ଏନ୍ଏସିରେ ୧୮ରୁ ୪୪ବର୍ଷର ହିତାଧିକାରୀଙ୍କ ଟିକାକରଣ ସୋମବାରଠାରୁ ଆରମ୍ଭ ହେବ। ଏହି ସ୍ଥାନଗୁଡ଼ିକ...
ମୃତ କର୍ମଚାରୀଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ରିଲାଏନ୍ସ
ନୂଆଦିଲ୍ଲୀ,୪।୬: ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଆତ୍ମୀୟଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି। କିଏ ନିଜ ବାପାମା’ଙ୍କୁ...
ଟିକାକରଣ ପାଇଁ ପାହାଡ଼ ଚଢ଼ିଲେ ଜିଲାପାଳ
କୋଲକାତା,୨୧।୬: ପଶ୍ଚିମବଙ୍ଗ ଅଲିପୁରଦ୍ୱାର ଜିଲାର ଜିଲାପାଳ ସୁରେନ୍ଦ୍ର କୁମାର ମିନା ଏବେ ଚର୍ଚ୍ଚାରେ ରହିଛନ୍ତି। ଗାଁରେ ଟିକାକରଣ ପାଇଁ ଜିଲାପାଳ କଠିନ ରାସ୍ତା ଦେଇ ପାହାଡ଼...
ଭାକ୍ସିନକୁ ନେଇ ଲୋକଙ୍କ ମନରେ ରହିଛି ଅନ୍ଧବିଶ୍ୱାସ
ନୂଆଦିଲ୍ଲୀ,୨।୬: କରୋନା ସଙ୍କଟ ମଧ୍ୟରେ ଗୋଟିଏ ପଟେ ଟିକାକରଣ ଅଭିଯାନ ଯୁଦ୍ଧକାଳୀନ ସ୍ତରରେ ଜାରି ରହିଥିବା ବେଳେ ଅନ୍ୟପଟେ ଗ୍ରାମାଞ୍ଚଳରେ ଭାକ୍ସିନକୁ ନେଇ ଭୟ, ଅନ୍ଧବିଶ୍ୱାସ...


