ଗାର୍ବୋନ୍,୧୭।୬: ଆଫ୍ରିକୀୟ ଦେଶ ବୋଷ୍ଟଓ୍ବାନାକୁ ପୃଥିବୀର ତୃତୀୟ ବୃହତ୍ତମ ହୀରା ମିଳିଛି। ଜୁନ୍ ୧ରେ ମିଳିଥିବା ଏହି ହୀରାକୁ ରାଷ୍ଟ୍ରପତି ମୋକଗଓ୍ବେତ୍ସି ମସିସି ବୁଧବାର ଦେଖିଛନ୍ତି। ହୀରା ଖନନକାରୀ କମ୍ପାନୀ ଦେବସ୍ବାନାର ପରିଚାଳନା ନିର୍ଦ୍ଦେଶକ ଲାୟନଟି ଆର୍ମଷ୍ଟ୍ରଙ୍ଗ୍ ଏହାକୁ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି। ଏହି ହୀରାର ଓଜନ ୧,୦୯୮ କ୍ୟାରେଟ୍। ଏହାଦ୍ୱାରା ବୋଷ୍ଟଓ୍ବାନାର ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଲଭ ହୀରାର ନାମ କରଣ କରାଯାଇ ନାହିଁ। ଏହି ହୀରାର ଲମ୍ବ ୭୩ ମିଲିମିଟର ଏବଂ ଚୌଡ଼ା ୫୨ ମିଲିମିଟର ରହିଛି ବୋଲି ଦେବସ୍ବାନା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ ୧୯୦୫ରେ ଦକ୍ଷିଣ ଆଫ୍ରିକା ଖଣିରୁ ପୃଥିବୀର ବୃହତ୍ତମ ହୀରା କୁଲିନାନ୍ ମିଳିଥିଲା। ଏହାର ଓଜନ ୩,୧୦୬ କ୍ୟାରେଟ୍। ସେହିପରି ୨୦୧୫ରେ ଉତ୍ତର ପୂର୍ବ ବୋଷ୍ଟଓ୍ବାନାର ଖଣିରୁ ୧,୧୦୯ କ୍ୟାରେଟ୍ ଓଜନ ବିଶିଷ୍ଟ ପୃଥିବୀର ଦ୍ୱିତୀୟ ବୃହତ୍ତମ ହୀରା ଲେସିଡି ଲା ରୋନା ମିଳିଥିଲା। ସୂଚନାଯୋଗ୍ୟ,ଦେବସ୍ବାନା କମ୍ପାନୀ ଦ୍ୱାରା ବିକ୍ରି ହେଉଥିବା ହୀରାର ୮୦ ପ୍ରତିଶତ ରାଜସ୍ବ ସରକାରଙ୍କ ପାଖକୁ ଯାଇଥାଏ। କରୋନା ମହାମାରୀ ଯୋଗୁ ହୀରା ବିକ୍ରି ହ୍ରାସ ପାଇଛି। ଏହାଦ୍ୱାରା ବୋଷ୍ଟଓ୍ବାନାର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ମାତ୍ର ହୀରା ମିଳିବା ଯୋଗୁ ଲୋକେ ଏବେ ଆନନ୍ଦରେ ଉତ୍ସବ ପାଳନ କରୁଛନ୍ତି।
ଏହି ଦେଶକୁ ମିଳିଲା ୧,୦୯୮ କ୍ୟାରେଟ୍ ପୃଥିବୀର ତୃତୀୟ ବୃହତ୍ତମ ହୀରା: ଏବେ ସୁଧୁରିବ ଆର୍ଥିକ ଅବସ୍ଥା…
Posted inଅନ୍ତର୍ଜାତୀୟ, ଫୁରସତ View All
ସୁନ୍ଦର ପକ୍ଷୀ
ଭଗବାନଙ୍କ ଦ୍ୱାରା ସୃଷ୍ଟି ଏ ବିଶ୍ୱବ୍ରହ୍ମାଣ୍ଡରେ ଅନେକ ସୁନ୍ଦର ସୁନ୍ଦର ଜିନିଷ ସବୁ ରହିଛି, ଯାହାର ସୌନ୍ଦର୍ଯ୍ୟ ବେଶ୍ ମନଲୋଭା ହୋଇଥାଏ; ଯେମିତି କି ପକ୍ଷୀ।...
୩୫୦୦୦ ଟଙ୍କାର ବେଲ୍ଟ କିଣି ଆଣିଲେ ଝିଅ, ମା’ କହିଲେ…
ରାଞ୍ଚିର ଜଣେ ମହିଳାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଅନୀତା ଗୁପ୍ତା ନାମକ ଜଣେ ମହିଳାଙ୍କ ଭିଡିଓ ଇନ୍ଷ୍ଟାଗ୍ରାମରେ ଶେୟାର ହୋଇଛି।...
ଏମିତି ବି ଥାନ୍ତି ଲୋକ: ଢୁ ଢୁ ବର୍ଷାରେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...
ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବାକୁ ଲାଗିଥିଲେ ଦମକଳବାହିନୀ-ପୋଲିସ: ହେଲେ ଶେଷରେ ଘଟିଲା ଏପରି
ଟୋକିଓ,୨୩।୬: ଜାପାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକଙ୍କ ହୋସ୍ ଉଡ଼ିଯାଇଛି। ଜଣେ ବୁଡ଼ୁଥିବା ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଦମକଳ...
ଜି ୭ର ଗ୍ଲୋବାଲ୍ ଇନ୍ଫ୍ରା ପ୍ଲାନ୍
କାର୍ବିିସ ବେ (ବ୍ରିଟେନ), ୧୩।୬: ଚାଇନାର ବେଲ୍ଟ ଆଣ୍ଡ ରୋଡ୍ ଭିତ୍ତିଭୂମି ପ୍ରକଳ୍ପକୁ ଜି୭ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇଛି। ଶନିବାର ଏଠାରେ ଅନୁଷ୍ଠିତ ଜି୭...
ଚାଇନାର ହାତୀପଲ ସୋସିଆଲ ମିଡ଼ିଆରେ ଭାଇରାଲ: ୨୦ କୋଟିରୁ ଅଧିକ ଥର ଦେଖାଗଲାଣି…
ବେଜିଂ,୯।୬: ଏବେ ସୋସିଆଲ ମିଡ଼ିଆରେ ଚାଇନାର ଏକ ହାତୀପଲ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲଗେିଛି। ୧୫ ଜଣିଆ ହାତୀପଲ ଦୀର୍ଘ ଏକବର୍ଷ ଧରି ନିଜ...
ପଳାତକ ଚୋକ୍ସିଙ୍କ ଜାମିନ ଆବେଦନ ଖାରଜ…
ଡୋମିନିକା,୩।୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ବ୍ୟାପକ ଅର୍ଥ ହେର୍ଫେର୍ କରି ବିଦେଶରେ ଲୁଚି ବସିଥିବା ପଳାତକ ମେହୁଲ୍ ଚୋକ୍ସିଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି। ସାମ-ଦାମ-ଦଣ୍ଡ-ଭେଦ...
ଚତୁର୍ଥୀ ରାତିରେ ଚାଲିଗଲା କନ୍ୟାଙ୍କ ଜୀବନ, ଜାଣିଲେ…
ବ୍ରାସିଲିଆ,୧୬ା୬: ବିବାହ ପରେ ବରକନ୍ୟାଙ୍କ ଜୀବନରେ ପ୍ରଥମ ରାତିକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ମାତ୍ର ବ୍ରାଜିଲରେ ଏକ ନବଦମ୍ପତିଙ୍କ ସହ ଏମିତି ଘଟିଛି ଯାହା...


