ବାହାଦୂରଗଡ଼,୧୭।୬: କୁହାଯାଏ ମା’ ଡାକରେ ଅମୃତ ରହିଛି। ମା’ ଡାକରେ ପିଲା ଆପଣା ଛାଏଁ ଟାଣି ହୋଇ ଚାଲି ଆସିଥାଏ। ଏହାର ସଦ୍ୟତମ ଉଦାହରଣ ହରିୟାଣାର ବାହାଦୂରଗଡ଼ ଅଞ୍ଚଳରେ ଘଟିଛି। ଜଣେ ୭ ବର୍ଷ ବାଳକଙ୍କୁ ଟାଇଫଏଡ୍ ହୋଇଥିଲା। ସେ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ମେ’ ୨୬ରେ ଘୋଷଣା କରିଥିଲେ। ବାଳକଙ୍କୁ ଘରକୁ ଅଣାଯାଇ ଅନ୍ତିମ ସଂସ୍କାର ଲାଗି ଯୋଜନା ଚାଲିଥିଲା। ତେବେ ମା’ ଜାହ୍ନବୀ ବିକଳରେ ମୁଣ୍ଡ ପିଟି ବାହୁନି କାନ୍ଦିବାରେ ଲାଗିଥିଲେ। ମୋ ଧନ ଫେରିଆ ବୋଲି ବାରମ୍ବାର କହୁଥିଲେ। ହଠାତ୍ ବାଳକଙ୍କ ଶରୀର ହଲ୍ଚଲ୍ ହୋଇଥିଲା। ବାଳକଙ୍କ ବାପା ହିତେଶ୍ ମୁହଁରେ ମୁହଁ ଲଗାଇ ଅକ୍ସିଜେନ ଦେଇଥିଲେ। ପିଲା କାଶିବା ଆରମ୍ଭ କରିଥିଲା। ପରେ ତାଙ୍କୁ ରୋହତକ୍ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରି ପୁଣି ଖେଳିବା ବୁଲିବା ଆରମ୍ଭ କରିଛନ୍ତି। ଏହାକୁ ନେଇ ଗାଁରେ ଆନନ୍ଦ ଖେଳି ଯାଇଛି।
ଘରର ପୁଅ ଘରକୁ ଫେରିଲେ: ମମତା
କୋଲକାତା,୧୧।୬: ପଶ୍ଚିମବଙ୍ଗରେ ନିର୍ବାଚନ ହାରିବା ପରେ ଭାଜପାକୁ ପୁଣି ଥରେ ଏକ ବଡ଼ ଝଟ୍କା ଲାଗିଛି। ଭାଜପାର ବରିଷ୍ଠ ନେତା ମୁକୁଲ ରୟ ପୁଅ ଶୁଭ୍ରାଂଶୁଙ୍କ...
କରୋନା ସଙ୍କଟ ମଧ୍ୟରେ ବୈଜ୍ଞାନିକ ତିଆରି କଲେ ପକେଟ ଭେଣ୍ଟିଲେଟର
କୋଲକାତା,୧୧।୬: ବର୍ତ୍ତମାନ ଦେଶରେ ଦୈନିକ ସଂକମ୍ରଣ ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଥମିବାର ନା ନେଉନି। କରୋନା କାଳରେ ଦେଶରେ ଭେଣ୍ଟିଲେଟରର ସମସ୍ୟା ଦିନକୁ...
ସ୍ବତନ୍ତ୍ର ଟେନ୍ରେ କାନପୁର ଗସ୍ତରେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୫।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ସଫଦରଗଞ୍ଜ ଷ୍ଟେସନରୁ ଏକ ସ୍ବତନ୍ତ୍ର ଟ୍ରେନ୍ରେ କାନପୁରରେ ଥିବା ନିଜ ଜନ୍ମସ୍ଥାନକୁ ଗସ୍ତ କରିଛନ୍ତି। ଏହି ଯାତ୍ରାରେ ରାମନାଥ...
ଦିନେ ଟିକା ନେବାକୁ ମନା କରୁଥିଲେ ଅଖିଳେଶ: ଏବେ କହିଲେ, ମୁଁ ବି ନେବି ଟିକା
ଲକ୍ଷ୍ନୌ,୮।୬: ଶେଷରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଙ୍ଗଳବାର କରୋନା ଟିକା ନେବେ ବୋଲି ଘୋଷଣା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ...
ଆଖି ନ ଥାଇ ଏଭରେଷ୍ଟ ଚଢ଼ିଲେ
ଚାଇନାର ଜଣେ ପର୍ବତାରୋହଣକାରୀ ବିନା ଦୃଷ୍ଟିଶକ୍ତିରେ ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟ ଚଢ଼ିବାରେ ସଫଳ ହୋଇଛନ୍ତି। ୪୪ ବର୍ଷୀୟ ଝାଙ୍ଗ ହୋଙ୍ଗ୍ ଏପରି କରିବାରେ...
ଇଞ୍ଜିନିୟର ସ୍ବାମୀଙ୍କୁ ଛୁଆଙ୍କ ଆଗରେ ହତ୍ୟା କଲେ ସ୍ତ୍ରୀ
ଗୁରୁଗ୍ରାମ,୨୦।୬: ୩୯ ବର୍ଷୀୟ ଇଞ୍ଜିନିୟର ସ୍ବାମୀଙ୍କୁ ଛୁଆଙ୍କ ଆଗରେ ଛୁରି ଭୁଷି ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଘଟଣା ଗୁରୁଗ୍ରାମର ଜ୍ୟୋତି ପାର୍କ କଲୋନିରେ ଘଟିଥିବା...
୬୯ ବର୍ଷ ପରେ ଫେରୁଛି ଦ୍ରୁତତମ ଚିତା
ନୂଆଦିଲ୍ଲୀ, ୧୦ା୬: ଭାରତରେ ପୁଣି ଦେଖିବାକୁ ମିଳିବ ବିଶ୍ୱର ଦ୍ରୁତତମ ଚିତା। ଏହି ବନ୍ୟପ୍ରାଣୀର ସଂରକ୍ଷଣ ପାଇଁ ଦକ୍ଷିଣ ଆଫ୍ରିକାରୁ ୮ ଚିତା ଭାରତକୁ ଅଣାଯିବ।...
ନେହେରୁଙ୍କ ଚିଠି ଇନ୍ଦିରାଙ୍କ ପାଇଁ…
ବାପା, ନିଜର ଲହୁ ଲୁହକୁ ଏକ କରି ଗଢ଼ନ୍ତି ସନ୍ତାନର ଭବିଷ୍ୟତ। ତାଙ୍କ ଅନୁଶାସନ, ପଥନିଦର୍ଶନ ପାଇଁ ହିଁ ପିଲାମାନେ ପହଞ୍ଚତ୍ପାରନ୍ତି ଲକ୍ଷ୍ୟସ୍ଥଳରେ। ଭାରତର ଲୌହ...


