ସମ୍ବଲପୁର,୧୭ା୬(ବ୍ୟୁରୋ): ସାତଦିନ ଧରି ଚାଲିଥିବା ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଗୁରୁବାର ଶେଷ ହୋଇଛି। ନବବିବାହିତ ଶିବପାର୍ବତୀଙ୍କୁ ପଣ୍ଡିତମାନେ ମହାଆଳତି କରିଥିଲେ। ଘଣ୍ଟ, ଶଙ୍ଖ, ହରିବୋଳ ହୁଳହୁଳିରେ ଉଛୁଳି ପଡିଥିଲା ଶୈବପୀଠ। ପାରମ୍ପରିକ ରୀତିନୀତି ଅନୁସାରେ ଗୋଧୂଳି ଲଗ୍ନରେ ଦେବଦମ୍ପତି ସ୍ବମନ୍ଦିର ପ୍ରବେଶ କରିଛନ୍ତି। ପୂର୍ବରୁ ଧାର୍ଯ୍ୟ ହୋଇଥିବା ଲଗ୍ନକୁ ଆଧାର କରି ନନ୍ଦପଡା ବମବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡା ଲୋକନାଥ ବାବା, ମୁଦିପଡା ଜାଗେଶ୍ୱର ବାବା, ବଡବଜାର ଶୀତଳେଶ୍ୱର ବାବା, ଠାକୁରପଡା ଗୁପ୍ତେଶ୍ୱର ବାବା ଓ ମାତା ପାର୍ବତୀଙ୍କୁ ପଣ୍ଡିତ, ମନ୍ଦିର ପୂଜକ, ବରପିତା, ଯାତ୍ରା କମିଟି କର୍ମକର୍ତ୍ତା ମନ୍ଦିର ଗମ୍ଭିରାକୁ ପ୍ରବେଶ କରାଇଥିଲେ। ସିଂହାସନ ନୀତି ପୂର୍ବରୁ ପଞ୍ଚଗବ୍ୟ, ସର୍ବୋଷଧି, ପଞ୍ଚାମୃତ ଓ ଗଙ୍ଗାଜଳରେ ନବବିବାହିତ ଦେବଦମ୍ପତିଙ୍କୁ ସ୍ନାନ କରାଯାଇଥିଲା। ଧୂପଦୀପ, ଫୁଲ, ଚନ୍ଦନ ଅର୍ପଣ ପୂର୍ବକ ଶିବପାର୍ବତୀଙ୍କ ସିଂହାସନ ନୀତି ହୋଇଥିଲା। ରାତ୍ରିରେ ଶିବପାର୍ବତୀଙ୍କୁ ଅନ୍ନଭୋଗ ଲାଗି ହୋଇଥିଲା। ପରମ୍ପରାକୁ ଆଧାର କରି ନନ୍ଦପଡା ବମବରାଡ ବାଲୁଙ୍କେଶ୍ୱର ବାବାଙ୍କୁ କେବଳ ଦହିପଖାଳ ଲାଗି ହୋଇଥିଲା। କେବଳ ଝାଡୁଆପଡା ଲୋକନାଥ ବାବା ଓ ମାତା ପାର୍ବତୀଙ୍କୁ ପୁରୁଷ ଏବଂ ମହିଳା ଭକ୍ତମାନେ କାନ୍ଧରେ ବୋହି ପଡା ପରିକ୍ରମା କରି ମନ୍ଦିର ସମ୍ମୁଖରେ ପହଞ୍ଚତ୍ଥିଲେ । ଅନ୍ୟ ଠାକୁରଙ୍କୁ ଯାତ୍ରା କମିଟି କର୍ମକର୍ତ୍ତା ସ୍ବମନ୍ଦିର ପରିସର ମଣ୍ଡପରୁ ମନ୍ଦିର ଗମ୍ଭିରାକୁ ନେଇଥିଲେ।
Posted inଆମ ଜିଲା ଖବର, ରାଜ୍ୟ, ସମ୍ବଲପୁର View All
ନକଲି ଡାକ୍ତରଙ୍କ କ୍ଲିନିକ୍ରେ ଚଢ଼ାଉ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଲାଇସେନ୍ସ କିମ୍ବା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା ନାହିଁ। ତଥାପି ଘରେ ହୋମିଓପାଥିକ କ୍ଲିନିକ୍ ଖୋଲି ଔଷଧ ଦେବା ସହ ରୋଗୀଙ୍କ ଚିକିତ୍ସା କରୁଛନ୍ତି। କରୋନାକୁ...
ଜାଲରେ ପଡ଼ିଲା ହରିଣ, ଉଦ୍ଧାର କଲେ ଗ୍ରାମବାସୀ
ବାରିପଦା ଅଫିସ,୨୭ା୬: ଶିମିଳିପାଳ ଅଭୟାରଣ୍ୟରୁ ଶିକାରୀଙ୍କ କବଳରୁ ଖସି ଆସିଥିବା ହରିଣଟି ରବିବାର ଭୋର୍ରୁ ଜାଲରେ ଛନ୍ଦି ହୋଇପଡ଼ିଛି। ବାରିପଦା ବନଖଣ୍ଡ ଅଧୀନ ପିଠାବଟା ରେଞ୍ଜ...
ରଜରେ ନାବାଳିକାଙ୍କୁ ଗଣବଳାତ୍କାର
ବାରିପଦା ଅଫିସ,୧୯।୬: ମୟୂରଭଞ୍ଜ ଜିଲା ରରୁଆଁ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ...
ଉଠା ଦୋକାନୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା
ଭୁବନେଶ୍ୱର,୮।୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେବାରୁ ଗତ ମେ’ ୫ ତାରିଖରୁ ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଏହାର ଅବଧି ୧୪ ଦିନ...
ପାନ ଛେପ ପକାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ: ଚାଲିଗଲା ଜଣଙ୍କ ଜୀବନ
ଚାନ୍ଦବାଲି,୫।୬: ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନ ଗୋପିନାଥପୁର ପଞ୍ଚାୟତ କର୍ଡୁଆସାହି ଗଁାରେ ଶନିବାର ଛେପ ପକାଇବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ...
ଟ୍ୟାଙ୍କର ଧକ୍କାରେ ବାଇକ୍ ଚାଳକଙ୍କ ଜୀବନ ଗଲା
ଝାରସୁଗୁଡ଼ା ଅଫିସ,୧୪ା୬: ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଅନ୍ତର୍ଗତ ୪୯ନଂ. ଜାତୀୟ ରାଜପଥ ସନ୍ୟାସୀପାଲି ଛକରେ ସୋମବାର ଏକ ଟ୍ୟାଙ୍କର ଧକ୍କାରେ ଜଣେ ବାଇକ୍ ଚାଳକଙ୍କ...
ଅନ୍ଲକ୍ ପାଇଁ ଫିଟୁଛି ବାଟ: ଗଞ୍ଜାମରେ ୫୦୦ ତଳେ କରୋନା ଆକ୍ଟିଭ କେସ୍
ଛତ୍ରପୁର,୧୨ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ କମ୍ ହେବାରେ ଲାଗିଛି। ଏବେ ଗଞ୍ଜାମ ଗ୍ରୀନ୍ ଜୋନ୍ରେ ରହିଛି। ଜିଲାରେ ଏବେ ୫୦୦ ତଳେ...
ଆଜିଠୁ ୩ ଜିଲାରେ ଗାଡ଼ି ବିକ୍ରି, ପଞ୍ଜୀକରଣ
ଭୁବନେଶ୍ୱର,୧ା୬(ବ୍ୟୁରୋ): ରାଜ୍ୟର ୩ ଜିଲା ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତିରେ ମଙ୍ଗଳବାରଠାରୁ ନୂଆ ଗାଡ଼ି ପଞ୍ଜୀକରଣ ଆରମ୍ଭ ହେବ। ଏସବୁ ଜିଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ...


