ସମ୍ବଲପୁର,୧୭ା୬(ବ୍ୟୁରୋ): ସାତଦିନ ଧରି ଚାଲିଥିବା ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଗୁରୁବାର ଶେଷ ହୋଇଛି। ନବବିବାହିତ ଶିବପାର୍ବତୀଙ୍କୁ ପଣ୍ଡିତମାନେ ମହାଆଳତି କରିଥିଲେ। ଘଣ୍ଟ, ଶଙ୍ଖ, ହରିବୋଳ ହୁଳହୁଳିରେ ଉଛୁଳି ପଡିଥିଲା ଶୈବପୀଠ। ପାରମ୍ପରିକ ରୀତିନୀତି ଅନୁସାରେ ଗୋଧୂଳି ଲଗ୍ନରେ ଦେବଦମ୍ପତି ସ୍ବମନ୍ଦିର ପ୍ରବେଶ କରିଛନ୍ତି। ପୂର୍ବରୁ ଧାର୍ଯ୍ୟ ହୋଇଥିବା ଲଗ୍ନକୁ ଆଧାର କରି ନନ୍ଦପଡା ବମବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡା ଲୋକନାଥ ବାବା, ମୁଦିପଡା ଜାଗେଶ୍ୱର ବାବା, ବଡବଜାର ଶୀତଳେଶ୍ୱର ବାବା, ଠାକୁରପଡା ଗୁପ୍ତେଶ୍ୱର ବାବା ଓ ମାତା ପାର୍ବତୀଙ୍କୁ ପଣ୍ଡିତ, ମନ୍ଦିର ପୂଜକ, ବରପିତା, ଯାତ୍ରା କମିଟି କର୍ମକର୍ତ୍ତା ମନ୍ଦିର ଗମ୍ଭିରାକୁ ପ୍ରବେଶ କରାଇଥିଲେ। ସିଂହାସନ ନୀତି ପୂର୍ବରୁ ପଞ୍ଚଗବ୍ୟ, ସର୍ବୋଷଧି, ପଞ୍ଚାମୃତ ଓ ଗଙ୍ଗାଜଳରେ ନବବିବାହିତ ଦେବଦମ୍ପତିଙ୍କୁ ସ୍ନାନ କରାଯାଇଥିଲା। ଧୂପଦୀପ, ଫୁଲ, ଚନ୍ଦନ ଅର୍ପଣ ପୂର୍ବକ ଶିବପାର୍ବତୀଙ୍କ ସିଂହାସନ ନୀତି ହୋଇଥିଲା। ରାତ୍ରିରେ ଶିବପାର୍ବତୀଙ୍କୁ ଅନ୍ନଭୋଗ ଲାଗି ହୋଇଥିଲା। ପରମ୍ପରାକୁ ଆଧାର କରି ନନ୍ଦପଡା ବମବରାଡ ବାଲୁଙ୍କେଶ୍ୱର ବାବାଙ୍କୁ କେବଳ ଦହିପଖାଳ ଲାଗି ହୋଇଥିଲା। କେବଳ ଝାଡୁଆପଡା ଲୋକନାଥ ବାବା ଓ ମାତା ପାର୍ବତୀଙ୍କୁ ପୁରୁଷ ଏବଂ ମହିଳା ଭକ୍ତମାନେ କାନ୍ଧରେ ବୋହି ପଡା ପରିକ୍ରମା କରି ମନ୍ଦିର ସମ୍ମୁଖରେ ପହଞ୍ଚତ୍ଥିଲେ । ଅନ୍ୟ ଠାକୁରଙ୍କୁ ଯାତ୍ରା କମିଟି କର୍ମକର୍ତ୍ତା ସ୍ବମନ୍ଦିର ପରିସର ମଣ୍ଡପରୁ ମନ୍ଦିର ଗମ୍ଭିରାକୁ ନେଇଥିଲେ।
Posted inଆମ ଜିଲା ଖବର, ରାଜ୍ୟ, ସମ୍ବଲପୁର View All
କରୋନା ଲଦିଲା ୭ ବର୍ଷର ଝିଅ ମୁଣ୍ଡରେ ଦାୟିତ୍ୱର ପାହାଡ଼
ଭୋଗରାଇ,୧୪।୬- ବାପା ମା’ଙ୍କୁ ଛଡ଼ାଇ ନେଲା ମହାମାରୀ। ଉଜୁଡ଼ିଗଲା ସଂସାର। ଏବେ ପରିବାରରେ କେବଳ ୭ ବର୍ଷର ଝିଅ କ୍ରିଷ୍ଣା ଆଉ ତା’ର ଦେଢ଼ ମାସର...
ବଡ଼ ଆକ୍ରମଣ ଯୋଜନାରେ ଥିଲେ ମାଓବାଦୀ
ମାଲକାନଗିରି,୨୦ା୬: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲା ଅନ୍ତର୍ଗତ ଆର୍ଛା ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨ ଜଣ ମାଓବାଦୀ...
ଆଇସିୟୁ, ଭେଣ୍ଟିଲେଟର ନାହିଁ
ସୋନପୁର,୧୯।୫(ନି.ପ୍ର.) – କରୋନାର ଦ୍ୱିତୀୟ ଲହର ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି। ପ୍ରତିଦିନ ଶତାଧିକ ଲୋକ ସଂକ୍ରମିତ ହେଉଛନ୍ତି। ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ...
ସାବିତ୍ରୀବ୍ରତରେ ସ୍ତ୍ରୀ ମାଡ଼ରେ ସ୍ବାମୀ ଗୁରୁତର
ବଡ଼ବିଲ,୧୦।୬(ସ୍ବ.ପ୍ର.): ଆଜି ଥିଲା ପବିତ୍ର ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ପୂଜାର୍ଚ୍ଚନା କରିଥାନ୍ତି ସ୍ତ୍ରୀ। ହେଲେ ଏଭଳି ଏକ ଦିନରେ ସ୍ତ୍ରୀଙ୍କ ଆକ୍ରମଣରେ ସ୍ବାମୀ...
ଖୋଲିଲା ୯ ବର୍ଷର ହତ୍ୟା ମାମଲା ଫାଇଲ
ଭୁବନେଶ୍ୱର,୧୬।୬(ବ୍ୟୁରୋ)”ବହୁ ବିଳମ୍ବ ହୋଇଥିଲେ ମଧ୍ୟ ଏବେ କମିଶନରେଟ ପୋଲିସର ଚେତା ପଶୁଛି। ରାଜଧାନୀରେ ରହସ୍ୟ ହୋଇ ରହିଥିବା ବହୁ ସମ୍ବେଦନଶୀଳ ମାମଲାର ଖୋଳତାଡ଼ ଆରମ୍ଭ ହୋଇଛି।...
ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ସ୍ବାମୀ
ପୁରୁଷୋତ୍ତମପୁର,୩ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ଛେଲୁ ଗ୍ରାମରେ ଜଣେ ମଦ୍ୟପ ସ୍ବାମୀ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ସେ ସ୍ତ୍ରୀଙ୍କ ମୁଣ୍ଡକୁ ପଥର ଛେଚି...
ଦୁର୍ଘଟଣାରେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ, ନିଜ କାର୍ ଅଟକାଇ ଗୁରୁତରଙ୍କୁ ହସ୍ପିଟାଲ ପଠାଇଲେ ବିଧାୟକ
କୋରାପୁଟ,୫ା୬(ସ୍ବ.ପ୍ର.): କୋରାପୁଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲଙ୍କ ବଦାନ୍ୟତା ଦେଖିବାକୁ ମିଳିଛି। ଶନିବାର ରାସ୍ତା ଦୁର୍ଘଟଣାରେ ଗୁରୁତରଙ୍କୁ ତୁରନ୍ତ ଚିକିତ୍ସା...
‘ସୁସ୍ଥ ହେବା ପରେ ଚଡ଼ିଚିଡ଼ା ହେଉଛନ୍ତି କୋଭିଡ୍ ଆକ୍ରାନ୍ତ’
ଭୁବନେଶ୍ୱର,୧୬।୬: କୋଭିଡ ସଂକ୍ରମଣରୁ ନେଗେଟିଭ୍ ହେଲାପରେ ମଧ୍ୟ ଲୋକଙ୍କ ଠାରେ ବିଭିନ୍ନ ଲକ୍ଷଣ ଦେଖାଦେଉଛି। ଲୋକେ ଦୀର୍ଘ ମିଆଦି କୋଭିଡ୍ ସମସ୍ୟାରେ ପୀଡିତ ହେଉଛନ୍ତି ।...


