ନୂଆଦିଲ୍ଲୀ, ୧୮।୬:ଆମେରିକୀୟ ବାୟୋଟେକ୍ନୋଲୋଜି କମ୍ପାନୀ ନୋଭାଭାକ୍ସ ପ୍ରସ୍ତୁତ କରିଥିବା କୋଭିଡ୍ ଟିକା ୯୦ ପ୍ରତିଶତ ଫଳପ୍ରଦ ଏବଂ ନିରାପଦ ବୋଲି ପ୍ରାରମ୍ଭିକ ଫଳାଫଳରୁ ସ୍ପଷ୍ଟ ହୋଇଛି। ଭାରତରେ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଏହି ଟିକା ଉତ୍ପାଦନ କରିବାକୁ ଥିବାବେଳେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହା ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଜୁଲାଇ ମାସରେ ସିରମ୍ ଇନ୍ଷ୍ଟିଚ୍ୟୁଟ ଏହି ଟିକାର କ୍ଲିନିକାଲ ପରୀକ୍ଷା ପିଲାମାନଙ୍କଠାରେ କରାଇବ ବୋଲି କହିଛି। ପିଲାଙ୍କଠାରେ ପରୀକ୍ଷା କରାଇବାରେ ଏହା ଚତୁର୍ଥ ଟିକା ହେବ। ହାଇଦ୍ରାବାଦର ଭାରତ ବାୟୋଟେକ୍ ୧୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କଠାରେ କୋଭାକ୍ସିନ ଟିକାର ପରୀକ୍ଷା ଆରମ୍ଭ କରିଦେଇଛି। ନୂଆଦିଲ୍ଲୀ ଓ ପାଟନା ଏମ୍ସରେ ହେଉଥିବା ଏହି ପରୀକ୍ଷାରେ ୫୨୫ ପିଲା ଅଂଶଗ୍ରହଣ କରିଛନ୍ତି। ୬ରୁ ୧୨ ବର୍ଷ ପିଲାଙ୍କଠାରେ ଏହି ପରୀକ୍ଷା ହେବାକୁ ଯାଉଥିବାବେଳେ ପରବର୍ତ୍ତୀ ସମୟରେ ୨ରୁ ୬ ବର୍ଷ ବୟସ ବର୍ଗର ପିଲାଙ୍କୁ ସାମିଲ କରିବା ପାଇଁ ଯୋଜନା ହୋଇଛି। ସେହିପରି ଜାଇଡସ କାଡିଲା ମଧ୍ୟ ଏହାର କୋଭିଡ୍ ଭାକ୍ସିନ ଜାଇକୋଭ୍-ଡି’ର ପରୀକ୍ଷା ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କଠାରେ ଆରମ୍ଭ କରିଛି।
କରୋନା ଗ୍ରାଫ୍ ତଳମୁହାଁ: ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ କମିଲା…
ନୂଆଦିଲ୍ଲୀ,୮।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ...
ଦଳ ଛାଡିଲେ ଆଉ ଜଣେ କଂଗ୍ରେସ ନେତା: ରାହୁଲଙ୍କୁ କଲେ ଟାର୍ଗେଟ
ଗୁଆହାଟୀ,୧୮।୬: କଂଗ୍ରେସରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଯୁବ ନେତା ସବୁ ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି। ଏବେ ଆସାମ ବିଧାୟକ ରୂପଜ୍ୟୋତି...
କଂଗ୍ରେସର ବରିଷ୍ଠ ନେତ୍ରୀ ଇନ୍ଦିରାଙ୍କ ପରଲୋକ
ଡେରାଡୁନ୍,୧୩।୬: ଉତ୍ତରାଖଣ୍ଡ କଂଗ୍ରେସର ବରିଷ୍ଠ ନେତା ଇନ୍ଦିରା ହ୍ରିଦୟେଶଙ୍କ ହୃଦଘାତରେ ପରଲୋକ ଘଟିଛି। ରବିବାର ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି...
ଭାଜପାରେ ଫାଟ: ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦଳୀୟ ପୋଷ୍ଟରରୁ ବସୁନ୍ଧରା ହଟିଲେ…
ଜୟପୁର,୧୩।୬: ରାଜସ୍ଥାନ ଭାଜପାରେ ଧୀରେ ଧୀରେ ଫାଟ ବଢ଼ିବାରେ ଲାଗିଛି। ଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦଳୀୟ ପୋଷ୍ଟରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ...
ବାପା, ମା’, ଭଉଣୀଙ୍କୁ ହତ୍ୟା କରି ପୋତି ଦେଇଥିଲେ ଘରେ
କୋଲକାତା,୧୯।୬: ବାପା, ମା’, ଭଉଣୀ ଓ ଜେଜେମା’ଙ୍କ ହତ୍ୟା ମାମଲାରେ ପୋଲିସ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ(ଅସିଫ)ର ସାନ ଭାଇ ଅରିଫ...
ଅଗଷ୍ଟରେ ଦ୍ୱିତୀୟ ଦେଶୀ ଟିକା
ନୂଆଦିଲ୍ଲୀ, ୪।୬(ଆଇଏଏନ୍ଏସ୍):କରୋନା ମହାମାରୀ ମୁକାବିଲାରେ ସାମିଲ ହେବାକୁ ଯାଉଛି ଭାରତ ନିର୍ମିତ ଦ୍ୱିତୀୟ ଟିକା ‘କର୍ବେଭାକ୍ସ’। ହାଇଦ୍ରାବାଦର ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଥିବା ଏହି ଦେଶୀ ଟିକାର...
ମୋଦିଙ୍କ ସାକ୍ଷାତକୁ ନେଇ ଉଦ୍ଧବ କହିଲେ, ମୁଁ ନଓ୍ବାଜ ସରିଫଙ୍କୁ ଭେଟିବାକୁ ଯାଇ ନ ଥିଲି
ନୂଆଦିଲ୍ଲୀ,୮।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ସମ୍ପର୍କ ଏବଂ ସାକ୍ଷାତ ସମ୍ପର୍କରେ ପଚରାଯାଇଥିବା...
ଏଣିକି ଏଡ୍ସ ପୀଡ଼ିତଙ୍କୁ ମିଳିବ ପେନ୍ସନ
ଚଣ୍ଡିଗଡ଼,୧୮।୬: ଏଡ୍ସ ସଂକ୍ରମିତ ପାଇଁ ହରିଆଣା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଖୁବ୍ଶୀଘ୍ର ପ୍ରତିମାସରେ ଏଡ୍ସ ପୀଡ଼ିତଙ୍କୁ ୨୨୫୦ଟଙ୍କା ଲେଖାଏ ପେନ୍ସନ ପ୍ରଦାନ କରିବେ...


