E-Paper
  • logo
  • Friday 19th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନୁଗୋଳ, ରାଜ୍ୟ

ସଂକ୍ରମଣ ଖସୁଛି, ସଞ୍ଜୀବନୀ ବଢ଼ୁଛି
8:37 amJune 19, 2021

ଅନୁଗୋଳ ଅଫିସ, ୧୯ା୬ ଅନୁଗୋଳ ଜିଲାରେ ହଠାତ୍‌ ବଢ଼ିଯାଇଥିଲା କରୋନା ସଂକ୍ରମଣ। ପ୍ରଶାସନର ପୂର୍ବ ପ୍ରସ୍ତୁତି ସତ୍ତ୍ୱେ ନିୟନ୍ତ୍ରଣରେ ନ ଥିଲା ପରିସ୍ଥିତି। ଏପରି କି କିଛିଦିନ ଧରି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାଖାପାଖି ରହୁଥିଲା। ମୃତ୍ୟୁ ସଂଖ୍ୟାରେ ମଧ୍ୟ ସପ୍ତାହେ ଧରି ରାଜ୍ୟରେ ଆଗୁଆ ଥିଲା ଅନୁଗୋଳ। ହେଲେ ଏବେ ସ୍ଥିତିରେ ସୁଧାର ଆସିଛି। ନୂଆ ସଂକ୍ରମିତ ଚିହ୍ନଟ ଅପେକ୍ଷା ପ୍ରତିଦିନ ଅଧିକ ଲୋକ ମହାମାରୀରୁ ସୁସ୍ଥ ହେଉଛନ୍ତି। ସେହିପରି ଜିଲାରେ ଟିକାକରଣ ମଧ୍ୟ ଜୋର୍‌ ଧରିଛି। ଇତିମଧ୍ୟରେ ୨ ଲକ୍ଷରୁ ଅଧିକ ଲୋକଙ୍କୁ ଏହି ସୁରକ୍ଷା କବଚ ଧାରଣ କରାଯାଇ ସାରିଲାଣି। ସଞ୍ଜୀବନୀ ନେବାରେ ବୟସ୍କ ଆଗରେ ଥିବାବେଳେ ଯୁବବର୍ଗ ପଛରେ ଅଛନ୍ତି। ପୂର୍ବାପେକ୍ଷା ଟିକା ଯୋଗାଣ ବଢ଼ିଥିଲେ ବି ଆହୁରି ଅଧିକ ଅଣାଯିବାକୁ ଜିଲାବାସୀ ଦାବି କରୁଛନ୍ତି।
ଜାନୁୟାରୀ ୧୬ ତାରିଖରୁ ଅନୁଗୋଳ ଜିଲାକୁ ଟିକା ଯୋଗାଣ ଆରମ୍ଭ ହୋଇଥିଲା। ପ୍ରଥମେ ଆସୁଥିବା ଅତି ସ୍ବଳ୍ପ ପରିମାଣର ଟିକା ଡାକ୍ତର, ନର୍ସଙ୍କ ପରି ମେଡିକାଲ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଦାନ କରାଯାଉଥିଲା। ଏହାପରେ ଅନ୍ୟ କୋଭିଡ୍‌ ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହି ପ୍ରକ୍ରିୟା ଆଗକୁ ବଢ଼ୁଥିବା ବେଳେ ଏଥିରେ ସାମିଲ ହୋଇଥିଲେ ବରିଷ୍ଠ ନାଗରିକ। ତେବେ ଦ୍ୱିତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଟିକା ଯୋଗାଣ ଓ ଟିକାଦାନ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ। ତେଣୁ ଜିଲାରେ ୪ରୁ ୫ ହଜାର ଟିକା ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଭ୍ୟାକ୍ସିନେଶନକୁ ଅଧିକ ତ୍ୱରାନ୍ବିତ କରାଯାଇଥିଲା। ଏପରି କି ରାଜ୍ୟର ପ୍ରଥମ ଜିଲା ଭାବେ ଅନୁଗୋଳରେ ମେଗା ଟିକାକରଣର ଶୁଭାରମ୍ଭ ହୋଇଥିଲା। ଏଣିକି ବିନା ସ୍ଲଟ ବୁକିଂରେ ମଧ୍ୟ ଟିକାଦାନ କରାଯାଇପାରିବ ବୋଲି ସରକାର ନିୟମ କରିଥିବାରୁ ଯୁବବର୍ଗ ଏହାଦ୍ୱାରା ଉପକୃତ ହୋଇପାରିବେ। ଶୁକ୍ରବାର ଜିଲାକୁ ୮ ହଜାର ଟିକା ମିଳିଥିବାରୁ ପ୍ରଶାସନ ପକ୍ଷରୁ ସନ୍ତୋଷବ୍ୟକ୍ତ କରାଯାଇଛି। ଆଗାମୀ ଦିନରେ ଟିକା ଯୋଗାଣ ବଢ଼ିଲେ ଅଧିକରୁ ଅଧିକ ଲୋକଙ୍କୁ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ଦେବାରେ ସୁବିଧା ହେବ ବୋଲି କୁହାଯାଇଛି। ଜିଲାର ଲୋକ ସଂଖ୍ୟା ୧୨ ଲକ୍ଷରୁ ଅଧିକ ହୋଇଥିବାବେଳେ ଅଦ୍ୟାବଧି ୨ ଲକ୍ଷ ୧୧ ହଜାର ୨୮୫ ଜଣ ଟିକା ନେଇସାରିଛନ୍ତି। ଅନ୍ୟପକ୍ଷରେ ଜିଲାରେ ସଂକ୍ରମଣ ଏବେ ତଳମୁହଁା ହୋଇଛି। ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ପାଖାପାଖି ପହଞ୍ଚିଥିବାବେଳେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୨୪୭୬ରେ ରହିଛି। ସୁସ୍ଥ ହାର ୯୩.୩୧ ପ୍ରତିଶତକୁ ବୃଦ୍ଧି ପାଇଛି। ମୋଟ୍‌ ୧୫୭ ଜଣଙ୍କ ଜୀବନହାନି ଘଟିଥିଲେ ମଧ୍ୟ ପ୍ରାୟ ସପ୍ତାହେ ହେଲା ଦୈନିକ ମୃତ୍ୟୁ ତାଲିକାରେ ଅନୁଗୋଳ ନ ରହିବା ବଡ଼ ଆଶ୍ୱାସନା ହୋଇଛି। ସଂକ୍ରମଣ କାବୁରେ ରହିବା ଅଧିକ ଟିକାକରଣ ପାଇଁ ଅନୁକୁଳ ପରିବେଶ ସୃଷ୍ଟି କରିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଜିଲାରେ ଟିକାକରଣକୁ ନେଇ ଯୁବବର୍ଗ ଅସନ୍ତୁଷ୍ଟ ରହିଛନ୍ତି। ୧୮ରୁ ୪୪ ବର୍ଗ ମଧ୍ୟରେ ଏଯାଏ ମାତ୍ର ୧୦ ହଜାର ୭୨୦ ଜଣଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବାରୁ କେବେ ସମସ୍ତଙ୍କୁ ଏହି ସୁରକ୍ଷା କବଚ ପିନ୍ଧାଯିବ ତାହା ସେମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାଛଡ଼ା ବ୍ୟାପକ ଶିଳ୍ପାୟନ ଯୋଗୁ ଅନୁଗୋଳ ଜିଲାବାସୀ ପ୍ରଦୂଷଣ ବଳୟ ମଧ୍ୟରେ ରହି ଫୁସ୍‌ଫୁସ୍‌ ସଂକ୍ରମଣ ଜନିତ ରୋଗର ଶିକାର ହେଉଥିବା ବେଳେ ଏପରି ମହାମାରୀ ସେମାନଙ୍କ ଜୀବନ ପ୍ରତି ଅଧିକ ବିପଦ ସୃଷ୍ଟି କରୁଛି। ତେଣୁ ଟିକାକରଣରେ ଜିଲାକୁ ପ୍ରାଧାନ୍ୟ ଦିଆଯିବା ଜରୁରୀ ବୋଲି ଯୁବପିଢ଼ି ମତ ଦେଇଛନ୍ତି।
ଅଧିକ ଟିକାକରଣ ଉଦ୍ୟମ ଚାଲିଛି
ଜିଲାରେ ଟିକାକରଣ ଜାରି ରହିଛି। ସରକାର କରିଥିବା ନିୟମ ଅନୁଯାୟୀ ଜିଲାରେ ଟିକା ପହଞ୍ଚିବା ପରେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ବିତରଣ କରାଯାଉଛି। ଯେତେଶୀଘ୍ର ସମ୍ଭବ ଜିଲାର ସମସ୍ତ ଲୋକଙ୍କୁ ଏହି ସୁରକ୍ଷା କବଚ ଦେବାକୁ ଉଦ୍ୟମ ଜାରି ରହିଛି। ଜିଲାକୁ ଟିକା ଯୋଗାଣ ସନ୍ତୋଷଜନକ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ପୂର୍ବାପେକ୍ଷା ପରିମାଣ ବଢ଼ିଛି
ଅନୁଗୋଳ ଜିଲାକୁ ପ୍ରଥମେ ସ୍ପଳ୍ପ ପରିମାଣର ଟିକା ଆସୁଥିଲା। ଏବେ ସରକାରଙ୍କ ପକ୍ଷରୁ ଅଧିକ ଟିକା ପ୍ରଦାନ କରାଯାଉଛି। ଶୁକ୍ରବାର ଜିଲାରେ ୮ ହଜାର ଟିକା ପହଞ୍ଚିଛି। ସରକାର ଯେତେ ଅଧିକ ଦେବେ, ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଜରିଆରେ ସେତେ ଅଧିକ ଲୋକଙ୍କୁ ଏଥିରେ ସାମିଲ କରାଯାଇପାରିବ।
-ଡାକ୍ତର ଧନଞ୍ଜୟ ବେହେରା, ଏଡିଏମ୍‌୍‌ଓ (ଜନସ୍ବାସ୍ଥ୍ୟ)
ଅନୁଗୋଳ ଜିଲାକୁ ପ୍ରାଧାନ୍ୟ ମିଳୁ
ପ୍ରଦୂଷିତ ଜିଲା ତାଲିକାରେ ଅନେକ ସମୟରେ ଅନୁଗୋଳ ରହୁଥିବାରୁ ଏଠାକାର ଲୋକ ନାନା ରୋଗର ଶିକାର ହେଉଛନ୍ତି। ଏହାଛଡ଼ା ଶିଳ୍ପରେ ଭରପୂର ଯୋଗୁ ରାଜ୍ୟ ବାହାରୁ ଅଧିକ ଲୋକଙ୍କ ଚଳପ୍ରଚଳ ରହୁଛି। ଏଥିପାଇଁ ଜିଲାରେ ସଂକ୍ରମଣ ଅନ୍ୟ ଜିଲା ତୁଳନାରେ ଅଧିକ ରହୁଛି। ତେଣୁ ଟିକା ପ୍ରଦାନରେ ଅନୁଗୋଳକୁ ପ୍ରାଧାନ୍ୟ ଦିଆଯିବା ଉଚିତ।
-ସ୍ବପ୍ନା ଷଡ଼ଙ୍ଗୀ, ବୁଦ୍ଧିଜୀବୀ, ଅନୁଗୋଳ
ସ୍ଲଟ୍‌ ବୁକିଂ କଷ୍ଟକର ହେଉଛି
ଜିଲାରେ ଟିକାକରଣ ବଢ଼ୁଥିଲେ ମଧ୍ୟ ସ୍ଲଟ୍‌ ବୁକିଂ କରିବା କଷ୍ଟକର ହୋଇପଡ଼ୁଛି। ଏହି ନିୟମରେ ସରକାର କିଛିଟା କୋହଳ କରିଛନ୍ତି। ଜୁନ ୨୧ରୁ ଟିକାଦାନର ବେଗ ବଢ଼ାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଯୁବବର୍ଗଙ୍କୁ କିପରି ଶୀଘ୍ର ସୁରକ୍ଷା କବଚ ପ୍ରଦାନ କରାଯିବ ତାହା ଉପରେ ଜୋର୍‌ ଦିଆଯାଉ।
-ସୌଦାମିନୀ ବାରିକ୍‌, ଅନୁଗୋଳ


[mc4wp_form id="252536"] All Right Reserved By Dharitri.Com

Posted inଅନୁଗୋଳ, ରାଜ୍ୟ View All

୪ ଜିଲାରେ ହେବ ଅଣଧାନ ଫସଲ

ଭୁବନେଶ୍ୱର, ୧ା୬(ବ୍ୟୁରୋ): ଚଳିତ ଖରିଫ୍‌ରେ ରାଜ୍ୟର ମୋଟ ୧୨ ହଜାର ୨୦୭ ହେକ୍ଟର ଚାଷଜମିରେ ଫସଲର ବିବିଧୀକରଣର ଏକ ପାଇଲଟ୍‌ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହାକୁ...

ଆଜି ରାଜ୍ୟରୁ ୬୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏହି କିଛିଦିନ ହେବ ଲଗାତର କମିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୬୧୧୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ...

ଆଜିଠୁ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ପିଲା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ସୋମବାରଠାରୁ ପ୍ରଥମଥର ପାଇଁ ୟୁଟ୍ୟୁବ ମାଧ୍ୟମରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପାଠପଢ଼ା ହେବ। ଗଣଶିକ୍ଷା ବିଭାଗ ରାଜ୍ୟରେ ଏହି ନୂଆ ପ୍ରୟୋଗ ଆରମ୍ଭ...

ମରୁଡ଼ି ହଟାଇପାରିନି ମାନଜୋର

ଆଠମଲ୍ଲିକ,୧୫ା୬ (ଡି.ଏନ.ଏ.) ମରୁଡ଼ି ହଟିଲେ ହସିବ ଆଠମଲ୍ଲିକ। ସବୁଜିମାରେ ଭରିଯିବ କୃଷକଙ୍କ ମନ। ତେଣୁ ଜଳସେଚନ ପ୍ରକଳ୍ପଟିଏ ପାଇଁ ଚାଷୀ ଓହ୍ଲାଇଥିଲେ ରାସ୍ତାକୁ। ଜେଲଭରୋ ଆନ୍ଦୋଳନ...

ଟିକାକରଣ: ରାଶନ କାର୍ଡ ପରିଚୟ ପତ୍ର ହୋଇପାରିବ

ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ଏଣିକି ରାଶନ କାର୍ଡକୁ ମଧ୍ୟ ଟିକାକରଣବେଳେ ପରିଚୟ ପତ୍ର ଭାବେ ବ୍ୟବହାର କରିହେବ। ଟିକାକରଣ ପାଇଁ କୋଓ୍ବିନ ପୋର୍ଟାଲରେ ୭ ପ୍ରକାରର ପରିଚୟ...

ଏଥର ସ୍ବାଭାବିକ ମୌସୁମୀ

ଭୁବନେଶ୍ୱର,୨ା୬(ବ୍ୟୁରୋ):ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ବାଭାବିକ ରହିବ। ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ। ରାଜ୍ୟରେ ହାରାହାରି ବୃଷ୍ଟିପାତ ୧୧୫ରୁ ୧୨୦ ସେଣ୍ଟିମିଟର ହେବ ବୋଲି...

ସବୁଜ ବଳୟ ଉଜାଡ଼ି ବିପର୍ଯ୍ୟୟକୁ ସାମ୍ନା

ଭୁବନେଶ୍ୱର,୧ା୬(ବ୍ୟୁରୋ): ବିକାଶ ନଁାରେ ରାଜ୍ୟରେ ବୃକ୍ଷସମ୍ପଦକୁ କାଟି ପଦା କରି ଦିଆଯାଉଛି। ଫଳରେ ପରିବେଶ ସନ୍ତୁଳନ ବିଗିଡ଼ିବା ସହ ଜଳବାୟୁର ପ୍ରତିକୂଳ ପରିସ୍ଥିତି ଭୋଗିବାକୁ ପଡୁଛି।...

ଲିଭିଯିବ ଷ୍ଟ୍ରିଟ୍‌ ଲାଇଟ୍‌

ବଇଣ୍ଡା,୧୬ା୬ (ପରିକ୍ଷିତ ସାହୁ) – ରାତିରେ ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌। ଆଲୋକିତ ହେଉଛି ପଞ୍ଚାୟତର ଛକ ଓ ବଜାର ଅଞ୍ଚଳ। ସରକାରୀ ଯୋଜନାରେ ଏହି ଆଲୋକୀକରଣ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଗଛ ବିନା ଶ୍ରୀହୀନ ରାଜପଥ
Next Post Next post:
ଜୀବନ ଯୁଦ୍ଧରେ ହାରିଲେ ଫ୍ଲାଇଂ ଶିଖ୍‌ ମିଲ୍‌ଖା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts