ନୂଆଦିଲ୍ଲୀ, ୧୯।୬(ପି.ଟି.): ଦେଶର ଲକ୍ଷେରୁ ଊର୍ଦ୍ଧ୍ୱ କୋଭିଡ୍ ଯୋଦ୍ଧାଙ୍କୁ କୁଶଳୀ ତଥା ଅତିକୁଶଳୀ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ସଂକ୍ଷିପ୍ତ ଶିକ୍ଷା ପାଠ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। କରୋନା ଭୂତାଣୁ ଏବେ ବି ଆମ ଭିତରେ ରହିଛି ଏବଂ ଏହା ନୂଆ ରୂପ ନେବା ସମ୍ଭାବନା ଥିବାରୁ ସମସ୍ତେ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ। ଜୁନ୍ ୨୧ରୁ ସମସ୍ତଙ୍କୁ ମାଗଣାରେ କୋଭିଡ୍ ଟିକା ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ। ଆଗକୁ ଆସିବାକୁ ଥିବା ଚ୍ୟାଲେଞ୍ଜର ମୁକାବିଲା ଲାଗି ଆମର ପ୍ରସ୍ତୁତିକୁ ଆହୁରି ବଢ଼ାଇବାକୁ ହେବ। ଏହାକୁ ଲକ୍ଷ୍ୟରେ ରଖି ୧ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କୁ ପ୍ରସ୍ତୁତି କରାଇବା ନିମନ୍ତେ ଦେଶରେ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି। ୧୫୦୦ ଅକ୍ସିଜେନ୍ ପ୍ଲାଣ୍ଟ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସବୁ ଜିଲାରେ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଉଦ୍ୟମ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସଂକ୍ଷିପ୍ତ ପାଠ୍ୟକ୍ରମ ଜରିଆରେ କୋଭିଡ୍ ଯୋଦ୍ଧାମାନଙ୍କୁ ଗୃହ ଯତ୍ନ, ମୌଳିକ ଯତ୍ନ, ଅଗ୍ରିମ ଯତ୍ନ, ଜରୁରୀ ଯତ୍ନ, ନମୁନା ସଂଗ୍ରହ ଏବଂ ମେଡିକାଲ ଉପକରଣ ସହାୟତା ଉପରେ ତାଲିମ ଦିଆଯିବ। ପ୍ରଧାନମନ୍ତ୍ରୀ କୁଶଳ ବିକାଶ ଯୋଜନା ୩.୦ରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଏଥିପାଇଁ ୨୭୬ କୋଟି ଟଙ୍କା ବ୍ୟୟ ହେବ ବୋଲି ପିଏମ୍ଓ ପକ୍ଷରୁ କୁହାଯାଇଛି।
Posted inକରୋନା ଭାଇରସ୍, ଜାତୀୟ View All
କରୋନା ଆକ୍ରାନ୍ତ ଛୋଟପିଲାଙ୍କ ପାଇଁ ମାର୍ଗଦର୍ଶିକା ଜାରି: ରେମଡେସିଭିର ବ୍ୟବହାର ମନା…
ନୂଆଦିଲ୍ଲୀ,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ସୁରକ୍ଷା ଲାଗି ସାର୍ବଜନୀକ ଟିକାକରଣ ଜାରି ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା...
ସମାଲୋଚକଙ୍କୁ ନିର୍ବାଚନ ଲଢ଼ିବା ମନା
ମସ୍କୋ, ୫।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଶୁକ୍ରବାର ଏକ ନୂଆ ବିଲ୍ରେ ସ୍ବାକ୍ଷର କରିଛନ୍ତି। କୌଣସି ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ସମାଲୋଚନା କଲେ ଉକ୍ତ ଆଇନ...
ଖୁସି ଖବର: ଭାକ୍ସିନ୍ ମିକ୍ସିଂରେ ପରାଜିତ ହେବ କରୋନା…
ନୂଆଦିଲ୍ଲୀ,୧୨।୬: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାର୍ବଜନୀକ...
ମିଶନ ୨୦୨୪କୁ ନେଇ ଚର୍ଚ୍ଚା
ମୁମ୍ବାଇ, ୧୨।୬: ପଶ୍ଚିମବଙ୍ଗରେ ଟିଏମ୍ସିକୁ ବିଜୟୀ କରାଇଥିବା ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର(ପିକେ) ଏନ୍ସିପି ନେତା ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି। ଏନ୍ସିପି ମୁଖ୍ୟଙ୍କ ଘରେ ପ୍ରଶାନ୍ତ...
ନିଃଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ
ଭୁବନେଶ୍ୱର,୩।୬: କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍ଲାଇଲ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ ଏବଂ ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକା ହେଲ୍ଥ ଆଣ୍ଡ...
ସିବିଏସ୍ଇ ପରେ ଏହି ରାଜ୍ୟ ବାତିଲ କଲା ଦ୍ୱାଦଶ ପରୀକ୍ଷା
ଭୋପାଳ,୨।୬: କରୋନା ମହାମାରୀ ଯୋଗୁ ସିବିଏସ୍ଇ ଓ ଆଇସିଏସ୍ଇ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ...
ଡୋମିନିକାରେ ୮ ଜଣିଆ ଟିମ୍
ନୂଆଦିଲ୍ଲୀ,୨ା୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ସ୍ବଦେଶକୁ ଆଣିବା ପାଇଁ ବିଭିନ୍ନ ଭାରତୀୟ ସଂସ୍ଥାର ଏକ ୮ ଜଣିଆ ଟିମ୍ ଦ୍ୱୀପ ରାଷ୍ଟ୍ର ଡୋମିନିକାରେ...
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି: ନେତାନ୍ୟାହୁଙ୍କୁ ବି କଲେ ପ୍ରଶଂସା
ନୂଆଦିଲ୍ଲୀ,୧୪।୬: ଦକ୍ଷିଣପନ୍ଥୀ ୟାମିନା ପାର୍ଟି ନେତା ନାଫ୍ଟାଲି ବେନେଟ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ...


