କଟକ ଅଫିସ,୧୯।୬: କଟକ ମହାନଗର ନିଗମ (ସିଏମ୍ସି) ଅଧୀନ ୧୮ ନମ୍ବର ୱାର୍ଡବାସିନ୍ଦା ପରିମଳ ଓ ଡ୍ରେନେଜ୍ ସମସ୍ୟା ଘେରରେ ରହିଛନ୍ତି। ଏହି ୱାର୍ଡର କେତେକ ଡ୍ରେନ୍ରୁ କଢ଼ାଯାଇଥିବା ଆବର୍ଜନା ମୁଖ୍ୟରାସ୍ତାରେ ପଡ଼ିରହିଛି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସିଏମ୍ସି କର୍ତ୍ତୃପକ୍ଷ ପଦକ୍ଷେପ ନେଉନାହାନ୍ତି ବୋଲି ଓ୍ବାର୍ଡବାସିନ୍ଦା ଅଭିଯୋଗ କରିଛନ୍ତି।
ବାଉଁଶଗଳି, ଗେଡ଼ସାହି ଲେନ୍, ଗଙ୍ଗାମନ୍ଦିର, ଚୂନଭାଟି ଗଳି, ବାଙ୍କା ବଜାର, ଓଡ଼ିଆ ବଜାର, ଆଲାମଚାନ୍ଦ ବଜାର, ସୂତାହାଟକୁ ନେଇ ୧୮ ନମ୍ବର ୱାର୍ଡ ଗଠିତ। କିଛିଦିନ ହେଲା ସହରରେ ବର୍ଷା ଲାଗିରହିଥିବାବେଳେ ଏହି ୱାର୍ଡର ଡ୍ରେନ୍ଗୁଡ଼ିକରୁ ଆବର୍ଜନା କଢ଼ାଯିବା କାର୍ଯ୍ୟ ଶେଷ ହୋଇନାହିଁ। ଓଡ଼ିଆ ବଜାର ଗଉଡ଼ ସାହିରେ ଗତ ୫ ହେବ ଡ୍ରେନ୍ରୁ ଆବର୍ଜନା କଢ଼ାଯାଇଥିଲେ ବି ତାହା ରାସ୍ତାରେ ପଡ଼ିରହିଛି। ଫଳରେ ଦୁର୍ଗନ୍ଧ ହେବା ସହ ଏହି ବାଟଦେଇ ଯାତାୟାତ କରିବାରେ ସମସ୍ୟା ଉପୁଜୁଛି। ସେହିଭଳି ଗଙ୍ଗାମନ୍ଦିର ସମ୍ମୁଖ ରାସ୍ତାରେ ଆବର୍ଜନା ଗଦା ହୋଇଥିଲା। ତେବେ ବର୍ଷାରେ ତାହା ପୁଣି ନାଳକୁ ବୋହିଯାଇଛି। ରାସ୍ତା କର୍ଦ୍ଦମାକ୍ତ ହୋଇପଡ଼ିଥିବାରୁ ଓ୍ବାର୍ଡବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯଥା ସମୟରେ କାର୍ଯ୍ୟ ନ ସରିବାରୁ ଅଯଥାରେ ଅର୍ଥ ବରବାଦ୍ ହେଲା ବୋଲି ପୂର୍ବତନ କର୍ପୋରେଟର ଅରୁଣ ସେଠୀ କହିଛନ୍ତି। ସେହିପରି ଏଠାକାର ବାସିନ୍ଦା ମହମ୍ମଦ ତସିଲିଫ କହିଛନ୍ତି, ଅଧିକାଂଶ ଡ୍ରେନରେ ଆବର୍ଜନା ଜମି ରହିଥିବାରୁ ବର୍ଷାଜଳ ନିଷ୍କାସନ ହେଉନାହିଁ। ଲୋକଙ୍କ ଘରେ ଉଦ୍ବୃତ୍ତ ପାଣି ପଶୁଛି। ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହେଉଛି। ଡ୍ରେନେଜ ବ୍ୟବସ୍ଥା ଶୋଚନୀୟ ହୋଇପଡ଼ିିଛି। ତରବରିଆ ଭାବେ କାର୍ଯ୍ୟ ଚାଲିଛି। ଅନେକ ଡ୍ରେନ୍ ଉପରେ ସ୍ଲାବ୍ ପଡ଼ି ନ ଥିବା ତସିଲିଫ ଅଭିଯୋଗ କରିଛନ୍ତି। ତେବେ ୱାର୍ଡ ଅଫିସର ସରୋଜ ମଲିକ କହିଛନ୍ତି, ସମସ୍ତ ସ୍ଥାନରେ ଆବର୍ଜନା କଢ଼ାଯିବା ପ୍ରାୟ ଶେଷ ହୋଇଗଲାଣି। ଶନିବାର ଆବର୍ଜନା ଉଠାଇ ନିଆଯିବ।
Posted inଆମ ଜିଲା ଖବର, କଟକ, ରାଜ୍ୟ View All
ପ୍ରତି ଜିଲାରେ ହେବ ଲୋକକଳା ସ୍ବୟଂସହାୟକ ଗୋଷ୍ଠୀ
ଛତ୍ରପୁର,୧୪।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ସୋମବାର ୱେବନାର ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି ଜ଼ିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର...
ଦେବାଶିଷଙ୍କୁ ମିଳିଲାନି ଗାର୍ଡ ଅଫ୍ ଅନର
ଭୁବନେଶ୍ୱର,୨୦।୬: ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ଶନିବାର କଟକ ଖାନ୍ନଗରସ୍ଥିତ ଶ୍ମଶାନରେ ସମ୍ପନ୍ନ ହୋଇଛି। ପୁଅ ପ୍ରତ୍ୟୟ ମୁଖାଗ୍ନି...
ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ
ଭୁବନେଶ୍ୱର,୨।୬: ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବୁଧବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ...
ନୀଳଗିରି ବିଧାୟକଙ୍କ ବିରୋଧରେ ଏତଲା
ପୁରୀ ଅଫିସ, ୮।୬: ବାଲେଶ୍ୱର ଜିଲାର ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ବିରୋଧରେ ସୋମବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା...
ସମ୍ପତି ଲାଗି ଛୁରାମାଡ଼, ବାପା ପୁଅ ଗୁରୁତର
ପୁରୁଷୋତ୍ତମପୁର,୧୧ା୬: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ଶୁକ୍ରବାର ପୈତୃକ ସମ୍ପତିକୁ ନେଇ ୨ ଭାଇଙ୍କ ମଧ୍ୟରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି।...
କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ସହିତ ଜନ୍ମଦିନ ପାଳିଲେ ପର୍ବତାରୋହୀ ଲିପିକା ସେଟ
ବରଗଡ଼ ଅଫିସ,୧୮।୬: ବରଗଡ଼ର ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଟ୍ଙ୍କ ଶୁକ୍ରବାର ଜନ୍ମଦିନ ଥିଲା । ନିଜ ଜନ୍ମଦିନକୁ ଲିପିକା ନିଆରା ଢଙ୍ଗରେ ପାଳନ କରିଥିଲେ। ବରଗଡ଼...
କମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୪ ଜୀବନ
ଭୁବନେଶ୍ୱର,୨୪।୬(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍। ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୪...
ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗଲାଣି କଥା, ତଥାପି ସେଲୁନ ଖୋଲିବାକୁ ମିଳୁନି ଅନୁମତି
ବରଗଡ଼ ଅଫିସ୍,୨୪।୬: କରୋନାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ପରେ ରାଜ୍ୟ ସରକାର ସେଲୁନ, ବିୟୁଟି ପାର୍ଲର ଖୋଲିବା ଉପରେ କଟକଣା ଜାରି କରିଥିଲେ। ଏହି କଟକଣା...


