ଚେନ୍ନାଇ,୧୯।୬: ମହାମାରୀ କରୋନା କବଳରୁ କେହି ବର୍ତ୍ତିପାରି ନାହାନ୍ତି। ମନୁଷ୍ୟ ପରେ ଏବେ ଜୀବଜନ୍ତୁ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଇତିମଧ୍ୟରେ ତାମିଲନାଡ଼ୁର ଭଣ୍ଡାଲୁର ସ୍ଥିତ ଅରିନଗରର ଅନ୍ନା ପ୍ରାଣୀ ଉଦ୍ୟାନରେ ୪ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ସିଂହଙ୍କ ମଧ୍ୟରେ କରୋନା ଦ୍ୱିତୀୟ ଲହରର ଡେଲ୍ଟା ଭାରିଆଣ୍ଟ ଲକ୍ଷଣ ଚିହ୍ନଟ ହୋଇଛି। ଏନେଇ ଶୁକ୍ରବାର ଅନ୍ନା ପ୍ରାଣୀ ଉଦ୍ୟାନ ପକ୍ଷରୁ ସୂଚନା ଦିଆଯାଇଛି। ସଂକ୍ରମିତ ସିଂହଙ୍କଠାରୁ ନିଆଯାଇଥିବା ନମୁନାର ଜିନୋମରୁ ଜଣାପଡ଼ିଛି ଯେ, ଏହା ଡେଲ୍ଟା ଭାରିଆଣ୍ଟ। ସୂଚନାଯୋଗ୍ୟ, ଭୋପାଳର ଆଇସିଏଆର ଓ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ହାଇ ସିକ୍ୟୁରିଟି ପଶୁ ରୋଗ(ଏନ୍ଆଇଏଚ୍ଏସ୍ଏଡି)କୁ ପ୍ରାଣୀ ଉଦ୍ୟାନ ପକ୍ଷରୁ ୧୧ସିଂହର ନମୁନା ପଠାଯାଇଥିଲା। ଏହାପରେ ଜୁନ ୩ରେ ୯ସିଂହଙ୍କ ନମୁନାରେ କରୋନା ଭାଇରସ୍ ଚିହ୍ନଟ ହୋଇଥିଲା। ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଛି। ପୁଣି ୪ସିଂହଙ୍କ ଭିତରେ କରୋନା ଲକ୍ଷଣ ଚିହ୍ନଟ ହେବା ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି।
Posted inକରୋନା ଭାଇରସ୍, ଜାତୀୟ View All
ଦିଲ୍ଲୀରୁ ଖୁସି ଖବର: କରୋନା ଗ୍ରାଫ୍ ତଳ ମୁହାଁ,ଡେଲ୍ଟା ଭାରିଆଣ୍ଟ୍କୁ ପ୍ରଭାବହୀନ କରିବ ଭାକ୍ସିନ୍…
ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ତେବେ ଦିଲ୍ଲୀରୁ ପୁଣି ଖୁସି ଖବର...
ଅନର କିଲିଂ: ସ୍ବାମୀଙ୍କୁ ହତ୍ୟା, ସ୍ତ୍ରୀଙ୍କୁ ଗୁଳି
ନୂଆଦିଲ୍ଲୀ,୨୫।୬: ଦ୍ୱାରକାର ଅମ୍ବରହାଇ ଗାଁରେ ଗୁରୁବାର ୨୩ ବର୍ଷୀୟ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ତାଙ୍କର ସ୍ତ୍ରୀ ଗୁରୁତର ହୋଇ ହସ୍ପିଟାଲରେ ଜୀବନ...
ମୋଦିଙ୍କ ସାକ୍ଷାତକୁ ନେଇ ଉଦ୍ଧବ କହିଲେ, ମୁଁ ନଓ୍ବାଜ ସରିଫଙ୍କୁ ଭେଟିବାକୁ ଯାଇ ନ ଥିଲି
ନୂଆଦିଲ୍ଲୀ,୮।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ସମ୍ପର୍କ ଏବଂ ସାକ୍ଷାତ ସମ୍ପର୍କରେ ପଚରାଯାଇଥିବା...
ସାମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ଶିଶୁଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଆରମ୍ଭ
ବୁଗୁଡ଼ା,୧୦।୬(ଡି.ଏନ୍.ଏ): ଓଡ଼ିଶାରେ କରୋନାର ତୃତୀୟ ଲହର ମୁକାବିଲା ପାଇଁ ଜିଲାପାଳ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲାପାଳ ବିଜୟ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ବୁଗୁଡ଼ା ବ୍ଲକର ବିଭିନ୍ନ...
ତୃତୀୟ ଲହର ଆସିବାକୁ ବେଶୀ ସମୟ ଲାଗିବ ନାହିଁ
ମୁମ୍ବାଇ, ୧୭।୬: ଆଗାମୀ ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ ସଂକ୍ରମଣର ତୃତୀୟ ଲହର ଦେଖାଦେଇପାରେ ବୋଲି ରାଜ୍ୟ କୋଭିଡ୍-୧୯ ଟାସ୍କଫୋର୍ସ ପକ୍ଷରୁ ସତର୍କ କରିଦିଆଯାଇଛି।...
୨ମାସରୁ ବନ୍ଦ ଥିବା ଓପିଡି ସେବା ପୁଣି ଖୋଲିବାକୁ ସରକାରଙ୍କ ନିର୍ଦ୍ଦେଶ
ଲକ୍ଷ୍ନୌ,୪।୬: ଦେଶରେ ଜାରି ରହିଥିବା କରୋନାର ଦ୍ୱିିତୀୟ ଲହର ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦେଶର ବିଭିନ୍ନ ରାଜ୍ୟରେ ଦୈନିକ ସଂକ୍ରମଣ ବର୍ତ୍ତମାନ ହ୍ରାସ...
କରୋନାର ଦ୍ୱିତୀୟ ଲହର ନେଇଛି ୫୯୪ଡାକ୍ତରଙ୍କ ଜୀବନ
ନୂଆଦିଲ୍ଲୀ,୨।୬: କରୋନା ମହାମାରୀ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପୁରା ହଲାଇଦେଇଛି। ଏହି ମହାମାରୀ ଯୋଗୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ...
‘ଲୋକପ୍ରିୟତା ପାଇବା ପାଇଁ ଆବେଦନ କରିଥିଲେ ଜୁହି’
ନୂଆଦିଲ୍ଲୀ,୪।୬ : ଦେଶରେ ୫ଜି ନେଟୱର୍କ ବ୍ୟବସ୍ଥା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ଆବେଦନ କରିଥିଲେ। ଏହି ଆବେଦନକୁ ଶୁକ୍ରବାର କୋର୍ଟ...


