ଓ୍ବାଶିଂଟନ/ ନୂଆଦିଲ୍ଲୀ,୧୯।୬: ଗୁଗଲକୁ ପୁଣି ଥରେ ଜୋକର ଭାଇରସ୍ ଫେରିଛି। ଏହା ମୁଖ୍ୟତଃ ୮ଟି ଆଣ୍ଡ୍ରଏଡ୍ ଆପ୍କୁ ଟାର୍ଗେଟ୍ କରିଛି। ଏସବୁ ଆପ୍କୁ ଶୀଘ୍ର ନିଜ ନିଜ ସ୍ମାର୍ଟଫୋନ୍ରୁ ଡିଲିଟ୍ କରିବାକୁ କୁଇକ୍ ହିଲ୍ ସିକ୍ୟୁରିଟି ଲାବ୍ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୨୦୧୯ରେ ଗୁଗଲ ପ୍ଲେ ଷ୍ଟୋର୍ରେ ଜୋକର ଭାଇରସ୍ ପ୍ରଥମେ ପ୍ରବେଶ କରିଥିଲା। ପରେ ୨୦୨୦ ଜୁଲାଇରେ ଏହା ପ୍ଲେ ଷ୍ଟୋରର ୧୧ଟି ଆପ୍କୁ ପ୍ରଭାବିତ କରିଥିଲା। ଏବେ ଏହି ଭାଇରସ୍ ୮ଟି ଆଣ୍ଡ୍ରଏଡ୍ ଆପ୍କୁ ପ୍ରଭାବିତ କରିଛି। ସେଥି ମଧ୍ୟରେ ଅକ୍ସଲାରୀ ଆପ୍ ରହିଛି। ଏହି ଆପ୍ ଗୁଗଲର ମେସେଜିଂ ଆପ୍ ଭଳି ହେଲେ ମଧ୍ୟ ଏଥିରେ କେତେକ ଇମୋଜି ରହିଛି। ଏବେ ପ୍ଲେ ଷ୍ଟୋରରୁ ଏହାକୁ ହଟାଇ ଦିଆଯାଇଛି। ସେହିପରି ବିଜ୍ନେସ୍ ମେସେଜିଂ ପାଇଁ ବ୍ୟବହାର କରାଯାଉଥିବା ଫାଷ୍ଟ୍ ମ୍ୟାଜିକ୍ ଏସ୍ଏମ୍ଏସ୍ ମଧ୍ୟ ଭାଇରସ୍ ଦ୍ୱାରା ପ୍ରଭାବିତ ହୋଇଛି। ଏହା ଶେଷଥର ପାଇଁ ଏପ୍ରିଲ୍ ୧୭ରେ ଅପଡେଟ୍ ହୋଇଥିଲା। ଜୋକର ଭାଇରସ୍ ଦ୍ୱାରା ପ୍ରଭାବିତ ହୋଇଥିବା ଅନ୍ୟ ଆପ୍ ମଧ୍ୟରେ ଫ୍ରି କ୍ୟାମ୍ ସ୍କାନର, ସୁପର ମେସେଜ୍, ଏଲିମେଣ୍ଟ୍ ସ୍କାନର, ଗୋ ମେସେଜ୍, ଟ୍ରାଭେଲ୍ ଓ୍ବାଲପେପରର୍ସ, ସୁପର ଏସ୍ଏମ୍ଏସ୍ ଆଦି ରହିଛି ବୋଲି କୁଇକ୍ ହିଲ୍ ସିକ୍ୟୁରିଟି ଲାବ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
Posted inଅନ୍ତର୍ଜାତୀୟ, ଫୁରସତ View All
ମାଟି ତଳୁ ମିଳିଲା ୧,୦୦୦ ବର୍ଷ ତଳର କୁକୁଡ଼ା ଅଣ୍ଡା…
ତେଳଅଭିବ୍,୧୦।୬: ଇସ୍ରାଏଲ୍ରେ ମାଟିତଳୁ ୧,୦୦୦ ବର୍ଷ ତଳର କୁକୁଡ଼ା ଅଣ୍ଡା ମିଳିଛି। ଏହି ଅଣ୍ଡା ଦଶମ ଶତାବ୍ଦୀ ସମୟର ବୋଲି ଗବେଷକ ଅନୁମାନ କରିଛନ୍ତି। ତେବେ...
ଆମେରିକାରୁ କରୋନା ଭୂତାଣୁ ଉତ୍ପତ୍ତି, କହିଲା ଚାଇନା…
ଓ୍ବାଶିଂଟନ/ବେଜିଂ,୧୭।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ଭୂତାଣୁର ଉତ୍ପତ୍ତି ନେଇ ଆମେରିକା ଏବଂ ଚାଇନା ମୁହାଁମୁହିଁ ହୋଇଛନ୍ତି।...
ବର୍ଷାରେ ଭ୍ରମଣ ଚେରାପୁଞ୍ଜି
ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ସ୍ଥାନ ହେଉଛି ଚେରାପୁଞ୍ଜି। ଏହା ସ୍ଥାନୀୟ ଅଞ୍ଚଳରେ ସୋହରା ନାମରେ ମଧ୍ୟ ପରିଚିତ। ଅଧିକ...
ବିପଦ ଆଣିଲା ନୂଆ ଭାରିଆଣ୍ଟ୍, ପୁଣି ଦିଆଯିବ ଭାକ୍ସିନ୍ ଡୋଜ୍…
ମସ୍କୋ,୨୨।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। କରୋନା ଭୂତାଣୁର ମ୍ୟୁଟେଶନ ଯୋଗୁ ନୂଆନୂଆ ଭାରିଆଣ୍ଟ୍ ସୃଷ୍ଟି ହେଉଛି। ନୂଆ ଭାରିଆଣ୍ଟ୍ ଯୋଗୁ...
ଗର୍ଲଫ୍ରେଣ୍ଡ ପାଇଁ ସୋନୁଙ୍କୁ ଆଇଫୋନ୍ ମାଗିଲେ ଯୁବକ
ନୂଆଦିଲ୍ଲୀ,୨୨।୬: କରୋନା ମହାମାରୀରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରି ଆସୁଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କୁ ଗର୍ଲଫ୍ରେଣ୍ଡଙ୍କ ପାଇଁ ଆଇଫୋନ ମାଗିଛନ୍ତି ଜଣେ ଯୁବକ। ଏହାର...
ବାହାର ଲୋକଙ୍କୁ ହଜ୍ ମନା: ସାମିଲ ହେବେ ୬୦ ହଜାର ଲୋକ
ଦୁବାଇ,୧୨ା୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସାଉଦି ଆରବରେ ଅନୁଷ୍ଠିତ ହେବାକୁ ଥିବା ମୁସଲମାନ ସମ୍ପ୍ରଦାୟର ପବିତ୍ର ହଜ୍ ତୀର୍ଥଯାତ୍ରାରେ ୬୦ ହଜାର...
ପଳାତକ ଚୋକ୍ସିଙ୍କ ଜାମିନ ଆବେଦନ ଖାରଜ…
ଡୋମିନିକା,୩।୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ବ୍ୟାପକ ଅର୍ଥ ହେର୍ଫେର୍ କରି ବିଦେଶରେ ଲୁଚି ବସିଥିବା ପଳାତକ ମେହୁଲ୍ ଚୋକ୍ସିଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି। ସାମ-ଦାମ-ଦଣ୍ଡ-ଭେଦ...
ଭିନ୍ନ ହେବେ ‘ସ୍ପେସ୍ ବେବି’
ନୂଆଦିଲ୍ଲୀ: ମହାକାଶରେ ଗୁରୁତ୍ୱ ଆକର୍ଷଣ ନାହିଁ। ତେଣୁ ସେଠାରେ ଜଣେ ଗର୍ଭବତୀଙ୍କ ସାମାନ୍ୟ ପ୍ରସବ ଅସମ୍ଭବ। ଯଦିଓ ସ୍ବାସ୍ଥ୍ୟ ବିଜ୍ଞାନର ଅତ୍ୟାଧୁନିକ ଜ୍ଞାନକୌଶଳକୁ ଉପଯୋଗ କରି...


