ଭୁବନେଶ୍ୱର,୧୯।୬(ବ୍ୟୁରୋ): ‘ଡବଲ ଡୋଜ୍ ଭାକ୍ସିନ ନେବା ପରେ ମଧ୍ୟ ହୋଇପାରେ କରୋନା। ତେଣୁ କୋଭିଡ ଗାଇଡ୍ଲାଇନକୁ ଠିକ ଭାବେ ପାଳନ କରନ୍ତୁ।’ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଶନିବାର ଏହି କଥା କହିଛନ୍ତି।
ସେ କହିଛନ୍ତି, ଏଯାବତ୍ କୌଣସି କୋଭିଡ ଭାକ୍ସିନ ଶତ ପ୍ରତିଶତ କାମ କରିଥିବାର ତଥ୍ୟ ମିଳିପାରିନି। ବିଭିନ୍ନ ଭାକ୍ସିନ ୭୦ରୁ ୯୦ ପ୍ରତିଶତ ଭିତରେ କାର୍ଯ୍ୟ କରୁଛି। ଭାକ୍ସିନ ନେବା ଦ୍ୱାରା ଆମ ଦେହରେ କୋଭିଡ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି। କିନ୍ତୁ ଆମ ପରିବେଶରେ ଯେହେତୁ ସଂକ୍ରମଣ ରହିଛି, ତେଣୁ ସଂକ୍ରମଣ ହେବ। ମାତ୍ର ଭାକ୍ସିନର ଡବଲ ଡୋଜ୍ ନେବା ପରେ ଗୁରୁତର ହେବା ଆଶଙ୍କା କମି ଯାଉଛି। ତେଣୁ ଟିକା ନେବା ପରେ ବି ସମସ୍ତେ କରୋନା ଗାଇଡ୍ଲାଇନକୁ ଠିକ ଭାବେ ପାଳନ କରନ୍ତୁ। ଆମ ରାଜ୍ୟ ଏବେ ଭଲ ସ୍ଥିତିରେ ଅଛି। ଆମେ ସ୍ଥିର ସ୍ତରକୁ ଯାଉଛେ।
୪ ଜିଲାରେ ହେବ ଅଣଧାନ ଫସଲ
ଭୁବନେଶ୍ୱର, ୧ା୬(ବ୍ୟୁରୋ): ଚଳିତ ଖରିଫ୍ରେ ରାଜ୍ୟର ମୋଟ ୧୨ ହଜାର ୨୦୭ ହେକ୍ଟର ଚାଷଜମିରେ ଫସଲର ବିବିଧୀକରଣର ଏକ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହାକୁ...
ଟିକା ନେଲେ ହୋମ୍ ଡେଲିଭରି ବୟ, ରେଷ୍ଟୁରାଣ୍ଟ କର୍ମଚାରୀ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ବିଭିନ୍ନ ବର୍ଗର ଲୋକଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା କରି ଟିକାକରଣକୁ ତ୍ୱରାନ୍ବିତ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ହୋମ୍ ଡେଲିଭରି...
ଛେଚିବ ୩ ଦିନ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ଓଡ଼ିଶାକୁ ପ୍ରବେଶ କରିଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ଗଜପତି, ଗଞ୍ଜାମ,...
ଫୁଟ୍ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର,୧।୬(ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ଫୁଟ୍ବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ସୋମବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ଏହି ଖବର ଜାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ପରଲୋକରେ ବିଶିଷ୍ଟ ଶିକ୍ଷାବିତ୍ ବିଜୟ ସାହୁ: ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩।୬(ବ୍ୟୁରୋ): ପରଲୋକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଚେୟାରମ୍ୟାନ୍ ବିଜୟ ସାହୁ। ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ...
ରାଜ୍ୟରେ ଆଜି ୫,୨୩୫ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୫,୨୩୫କରୋନା ଆକ୍ରାନ୍ତ ଚିହ୍ନଟ...
ତୈଳ, ଗ୍ୟାସ ବିତରଣକାରୀଙ୍କୁ ଟିକା
ଭୁବନେଶ୍ୱର,୩।୬(ବ୍ୟୁରୋ): ଭୁବନେଶ୍ୱରଠାରେ ଇଣ୍ଡିଆନ ଅଏଲ ଏବଂ ଆପୋଲୋ ହସ୍ପିଟାଲ ସହଯୋଗରେ ଆୟୋଜିତ ୭ଦିନିଆ ‘କୋଭିଡ୍-୧୯ ଟିକାକରଣ ଶିବିର’କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଉଦ୍ଘାଟନ କରିଛନ୍ତି...
ବଜାର ବନ୍ଦ, ସରକାର ନେଉନାହାନ୍ତି
ଭୁବନେଶ୍ୱର, ୮।୬(ବ୍ୟୁରୋ): କରୋନା ସଂକ୍ରମଣ କେବଳ ସ୍ବାସ୍ଥ୍ୟ ନୁହେଁ, ଆର୍ଥିକ ଅବସ୍ଥାକୁ ମଧ୍ୟ ଦୋହଲାଇ ଦେଇଛି। ଉଭୟ କ୍ଷେତ୍ରରୁ ଜୀବନ ଧାରଣ ପ୍ରତି ଭୟଙ୍କର ସଙ୍କଟ...


