ଦିଗପହଣ୍ଡି,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ମା’ ଏବଂ ତାଙ୍କ ନାବାଳିକା ଝିଅଙ୍କୁ ଆକାଶ ଗୌଡ ନାମକ ଜଣେ ଯୁବକ ରାସ୍ତାରେ ଘୋଷାରି ନିସ୍ତୁକ ମାଡ଼ ମାରିବା ସହ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଗାଁର କିଛି ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚିଯିବାରୁ ସେ ଚମ୍ପଟ ମାରିଥିବା ଜଣାପଡିଛି। ଏ ନେଇ ଦିଗପହଣ୍ଡି ଥାନାରେ ମାମଲା ହେବା ପରେ ଆଇଆଇସି ବସନ୍ତ କୁମାର ସେଠୀ ଅଭିଯୁକ୍ତ ଆକାଶଙ୍କ ନାଁ ରେ କେସ ନଂ.୧୫୩/୨୧ରେ ମାମଲା ରୁଜୁ କରିଛନ୍ତି। ଅଭିଯୁକ୍ତ ଗିରଫ ଭୟରେ ଫେରାର ଥିବା ଜଣାପଡିଛି।
ଶନିବାର ଉଭୟ ମା’, ଝିଅ ଏକ ଭୋଜି ଖାଇବାକୁ ଯାଉଥିବା ବେଳେ ଅଭିଯୁକ୍ତ ଆକାଶ ଝିଅକୁ କମେଣ୍ଟ ମାରିଥିଲେ। ମା’ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ଉଭୟଙ୍କୁ ରାସ୍ତା ଉପରେ ନିସ୍ତୁକ ମାଡ଼ ମାରିଥିବା ଏତଲାରେ ଉଲ୍ଲେଖଅଛି।
Posted inଆମ ଜିଲା ଖବର, ଗଞ୍ଜାମ View All
ଜେଆଇପିଟିଏଲ୍ ଫାଟକ ସମ୍ମୁଖରେ ମୃତଦେହ ରଖି ଆନ୍ଦୋଳନ
କଣିହାଁ,୭ା୬(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଡେରେଙ୍ଗସ୍ଥିତ ଜିନ୍ଦଲ ଇଣ୍ଡିଆ ଥର୍ମାଲ ପାଓ୍ବାର ଲିମିଟେଡ୍ (ଜେଆଇଟିପିଏଲ୍) ଫାଟକ ସମ୍ମୁଖରେ ସୋମବାର ଜନୈକ ବ୍ୟକ୍ତିଙ୍କ ମୃତଦେହ ରଖି...
ସମ୍ପତି ଲାଗି ଛୁରାମାଡ଼, ବାପା ପୁଅ ଗୁରୁତର
ପୁରୁଷୋତ୍ତମପୁର,୧୧ା୬: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ଶୁକ୍ରବାର ପୈତୃକ ସମ୍ପତିକୁ ନେଇ ୨ ଭାଇଙ୍କ ମଧ୍ୟରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି।...
ନିଜକୁ ଇଞ୍ଜିନିୟର କହୁଥିଲେ: ମିଛ ଧରାପଡିବା ପରେ ଦେଲେ ଏସିଡ୍ ମାଡ଼ ଧମକ
ଭଦ୍ରକ ଅଫିସ,୬।୬: ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ପଖିଆଗୁଡ଼ି ଅଞ୍ଚଳର ଜଣେ ଯୁବତୀଙ୍କୁ ଚାରିଡିହା ଗ୍ରାମର ଜଣେ ଯୁବକ ବିବାହ କରିବାକୁ ବାଧ୍ୟ କରୁଛନ୍ତି। ତାଙ୍କୁ...
ରେକର୍ଡ ନିଶାରେ ଦିବ୍ୟଜ୍ୟୋତି
କଟକ ଅଫିସ, ୧୦ା୬: କଟକ ଜିଲା ବିରିବାଟୀସ୍ଥିତ ଡିହସାହି ଗ୍ରାମର ଦିବ୍ୟଜ୍ୟୋତି ଜେନା(୨୦)। ରେକର୍ଡ ସୃଷ୍ଟି କରିବା ତାଙ୍କର ନିଶା। ପୂର୍ବରୁ ୬୦ ଦେଶର ୪୫୦ଟି...
ଚିନ୍ତା ବଢ଼ାଇଛି ଚୋରା ବନ୍ଧୁକ
ଢେଙ୍କାନାଳ ଅଫିସ, ୨୩।୬ – ଢେଙ୍କାନାଳ ଜିଲାରେ ସକ୍ରିୟ ହୋଇଉଠିଛନ୍ତି ଅପରାଧୀ ଗୋଷ୍ଠୀ। କଥା କଥାରେ ଫୁଟୁଛି ବୋମା। ହେଉଛି ଗୁଳିମାଡ଼। ଗୋଷ୍ଠୀ ସଂଘର୍ଷରେ ଗଡୁଛି...
ଏମିତି ବି ମାଡ଼ିଆସେ ମୃତ୍ୟୁ
କେନ୍ଦୁଝର,୨ା୬: ଘର ଅଗଣାରେ ବସିଥିବା ବେଳେ ଟ୍ରକ ମାଡ଼ି ଯିବାରୁ ଜେଜେମା’ ଓ ନାତିଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ଥାନା ଅଧୀନ ୨୦ନମ୍ବର ଜାତୀୟ...
ବାଡ଼ିରେ ଛେଳି ପଶିବାରୁ ଦମ୍ପତିଙ୍କୁ ଗଛରେ ବାନ୍ଧି ପିଟିଲେ
ଲଙ୍ଗଳେଶ୍ୱର,୨।୬: ଛେଳି ଚରାଇବାକୁ କେନ୍ଦ୍ର କରି ଦେଖାଦେଇଛି ଉତ୍ତେଜନା। ବାଡ଼ିରେ ଛେଳି ପଶିବାରୁ ଚରାଳି ଏବଂ ତାଙ୍କର ସ୍ତ୍ରୀଙ୍କୁ ଗଛରେ ବାନ୍ଧି ଗାଁ ଲୋକେ ମାଡ଼...
ଦେଶୀଧାନକୁ ଝୁରୁଛନ୍ତି ଚାଷୀ
କଣାସ, ୫।୬(ସ୍ବ.ପ୍ର): ସମୟ ଓ ପାଣିପାଗର ପରିବର୍ତ୍ତନରେ ପାରମ୍ପରିକ ଚାଷର ପ୍ରଣାଳୀ ମଧ୍ୟ ବଦଳି ଚାଲିଛି। ଅତ୍ୟାଧୁନିକ ବିହନ ଓ ସାର, ଔଷଧର ବ୍ୟବହାର ଯୋଗୁ...


