E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନ୍ତର୍ଜାତୀୟ

ଡେଥ୍‌ କମିଶନରୁ ରାଷ୍ଟ୍ରନେତା
9:29 amJune 20, 2021

ତେହେରାନ,୨୦ା୬: ଇବ୍ରାହିମ୍‌ ରଇସିଙ୍କୁ ଇରାନ ନୂଆ ରାଷ୍ଟ୍ରପତି ବାଛିଛି। ଇରାନର ଗୃହ ମନ୍ତ୍ରୀ ଅବଦୁଲରଜା ରହମାନୀ ଫଜଲି ଶନିବାର ତ୍ରୟୋଦଶ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି। ଏଥିରେ କଠୋରପନ୍ଥୀ ଛବିର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଇବ୍ରାହିମଙ୍କୁ ରାଷ୍ଟ୍ରପତି ଭାବେ ବିଜେତା ଘୋଷିତ କରାଯାଇଛି। ଦେଶରେ ପ୍ରାୟ ୬୦ ନିୟୁତ ଯୋଗ୍ୟ ଭୋଟର ଥିବାବେଳେ ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ କମ୍‌ ମତଦାନ ହୋଇଛି। ନିର୍ବାଚନ ପରିଚାଳନା କରୁଥିବା ୧୨ ସଦସ୍ୟ ବିଶିଷ୍ଟ ପ୍ୟାନେଲ ଗାର୍ଡିଅନ କାଉନସିଲ ଜନସମର୍ଥନ ଥିବା କେତେଜଣ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରିବାରୁ ଅଧିକାଂଶ ଜନତା ଭୋଟ ଦେବାରୁ ଦୂରେଇ ରହିଥିବା କୁହାଯାଉଛି।
ଗୃହ ଉପମନ୍ତ୍ରୀ ଜମାଲ ଓରଫ୍‌ କହିଛନ୍ତି, ନିର୍ବାଚନରେ ୨ କୋଟି ୮୬ ଲକ୍ଷ ଭୋଟର ମତଦାନ କରିଥିଲେ। ରଇସି ୬୨ ପ୍ରତିଶତ ଭୋଟ୍‌ ପାଇଛନ୍ତି। ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍ପ୍‌ସର ବରିଷ୍ଠ ଅଧିକାରୀ ମୋହସେନ୍‌ ରେଜାଇ ୧୧.୮ ପ୍ରତିଶତ ଭୋଟ୍‌ ପାଇ ଦ୍ୱିତୀୟରେ ରହିଛନ୍ତି। ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ନର ପଦରୁ ଗତମାସରେ ଅବସର ନେଇଥିବା ଟେକ୍ନୋକ୍ରାଟ ଅବ୍‌ଦୋଲନାସେର ହେମ୍ମାତି ଇବ୍ରାହିମ୍‌ଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଥିଲେ ହେଁ ବିପୁଳ ଜନମତ ହାସଲ କରିବାରେ ସମର୍ଥ ହୋଇନାହାନ୍ତି। ତାଙ୍କୁ ମାତ୍ର ୮.୪ ପ୍ରତିଶତ ଭୋଟ୍‌ ମିଳିଛି। ସେହିପରି ୩.୫ ପ୍ରତିଶତ ଭୋଟ ପାଇ ଆମୀର ହୋସେନ୍‌ ଗାଜିଜାଦେହ-ହାସେମି ଚତୁର୍ଥ ସ୍ଥାନରେ ରହିଛନ୍ତି। ରଇସିଙ୍କୁ ବିଦାୟୀ ରାଷ୍ଟ୍ରପତି ହାସନ ରୁହାନି ଅଭିନନ୍ଦନ ଜଣାଇଛନ୍ତି। ଇସ୍‌ଲାମିକ୍‌ ରାଷ୍ଟ୍ର ଇରାନରେ ପ୍ରତି ୪ ବର୍ଷରେ ଥରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ହାସନ ରୁହାନି ୨ ଥର ରାଷ୍ଟ୍ରପତି ହୋଇସାରିଥିବାରୁ ଦେଶର ସମ୍ବିଧାନ ତାଙ୍କୁ ପୁନଃ ପ୍ରତିଦ୍ୱନ୍ଦ୍ୱିତା ସୁଯୋଗ ଦେଇ ନ ଥିଲା। ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ରୁହାନିଙ୍କଠାରୁ ଇବ୍ରାହିମ୍‌ ରଇସି ପରାଜିତ ହୋଇଥିଲେ। ଚଳିତ ଥର ରାଷ୍ଟ୍ରପତି ପଦ ପାଇଁ ୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ଇରାନର ଅର୍ଥନୀତି ସଜାଡ଼ିବା ଏବଂ ଦୁର୍ନୀତି ଦୂର କରିବାକୁ ସେ ହିଁ ଏକମାତ୍ର ବିକଳ୍ପ ବୋଲି ରଇସି ନିର୍ବାଚନବେଳେ କହିଥିଲେ। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ଏବେ ୮୨ ବର୍ଷ ହୋଇଯାଇଥିବାରୁ ତାଙ୍କ ଉତ୍ତରାଧିକାରୀ ଖୋଜିବା ସବୁଠାରୁ ବଡ଼ ପ୍ରାଥମିକତା। ରାଷ୍ଟ୍ରପତି ହେବା ପରେ ଇବ୍ରାହିମ୍‌ ରଇସି ସୁପ୍ରିମ ଲିଡର ହେବାର ରାସ୍ତା ଫିଟିଯିବ ବୋଲି ଚର୍ଚ୍ଚା ହେଉଛି। ଇରାନରେ ସର୍ବୋଚ୍ଚ ନେତାଙ୍କ ପରେ ରାଷ୍ଟ୍ରପତି ହେଉଛନ୍ତି ଦ୍ୱିତୀୟ ସର୍ବୋଚ୍ଚ ଶାସନ କର୍ତ୍ତା।
ଇବ୍ରାହିମ୍‌ ରଇସି ନ୍ୟାୟପାଳିକାରେ ବିିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ଦେଶରେ ସୁପ୍ରିମ ଲିଡରଙ୍କୁ ନିର୍ବାଚିତ କରାଉଥିବା କାଉନ୍‌ସିଲ୍‌ ଅଫ୍‌ ଏକ୍ସପର୍ଟର ସଦସ୍ୟ ଓ ଚେୟାରମ୍ୟାନ ମଧ୍ୟ ରହିଛନ୍ତି। ୧୯୮୮ରେ ତେହରାନ ଇସ୍‌ଲାମିକ ରିଭୋଲ୍ୟୁଶନ କୋର୍ଟରେ ଡେପୁଟି ଅଭିଯୋଜକ ଥିବାବେଳେ ଅନେକ ବାମପନ୍ଥୀ ନେତା, ରାଜନୈତିକ କଏଦୀ ଓ ଅସନ୍ତୁଷ୍ଟ ଗୋଷ୍ଠୀକୁ ସାମୂହିକ ଭାବେ ମୃତ୍ୟୁଦଣ୍ଡାଦେଶ ଦେଇଥିବା ସ୍ପେଶାଲ କମିଶନର ୪ ସଦସ୍ୟଙ୍କ ମଧ୍ୟରେ ରଇସି ଅନ୍ୟତମ ଥିଲେ। ଏହି କମିଶନକୁ ଆମେରିକା ସେତେବେଳେ ଡେଥ୍‌ କମିଶନ ନାମ ଦେଇଥିଲା। ଏହି ଘଟଣା ପରେ ରଇସିଙ୍କ ଲୋକପ୍ରିୟତା ଦେଶରେ କମିଯାଇଥିଲା। ପରେ ୨୦୧୭ରେ ହସନ ରୁହାନୀଙ୍କ ବିପକ୍ଷରେ ରାଷ୍ଟ୍ରପତି ପଦ ପାଇଁ ରଇସି ନିର୍ବାଚନ ଲଢ଼ିଥିଲେ। ସେତେବେଳେ ରଇସିଙ୍କୁ ମାତ୍ର ୩୮.୫ ପ୍ରତିଶତ ଭୋଟ ପାଇ ପରାଜିତ ହୋଇଥିଲେ। ୨୦୧୯ରେ ଆମେରିକା ବହିର୍ବ୍ୟାପାର ବିଭାଗ ରଇସିଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା। ସେ ଆୟାତୋଲ୍ଲା ଅଲି ଖାମେନେଇଙ୍କ ସହ ଅତି ନିକଟତର ଥିବା ଏବଂ ମାନବିକ ଅଧିକାର ଉଲ୍ଲଂଘନ ସହ ଜଡିତ ବୋଲି ଆମେରିକା କହିଥିଲା। ଇରାନ ରିଭୋଲ୍ୟୁଶନାରି ଗାର୍ଡ କର୍ପସ (ଆଇଆର୍‌ଜିସି)କୁ ଆମେରିକା ଆତଙ୍କବାଦୀ ସଂଗଠନ ଘୋଷିତ କରିବା ସହ ସଙ୍ଗଠନର ଅଧିକାରୀଙ୍କ ସମେତ ରଇସିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ରଦ୍ଦ କରିଥିଲା। ତେବେ ଆଇଆର୍‌ଜିସିର ସଦସ୍ୟ ନ ଥିବାରୁ ରଇସିଙ୍କ ଆକାଉଣ୍ଟକୁ ଆମେରିକା ପୁନଃ ଚାଲୁ କରିଥିଲା।
୬୦ ବର୍ଷୀୟ ଇବ୍ରାହିମ ଉତ୍ତରପୂର୍ବ ଇରାନର ମଶହଦ ସହରରେ ଜନ୍ମଗ୍ରହଣ କରିଥିଲେ। କଠୋରପନ୍ଥୀ ଚିନ୍ତାଧାରା ଥିବା ରଇସି ୧୯୮୦ରେ ମାତ୍ର ୨୦ ବର୍ଷ ବୟସରେ ପ୍ରସିକ୍ୟୁଟର ଜେନେରାଲ ଅଫ୍‌ କରାଜ୍‌ ହେବା ପରେ ଚର୍ଚ୍ଚାକୁ ଆସିଥିଲେ। ୨୦୦୪ରୁ ୨୦୧୪ ମଧ୍ୟରେ ସେ ପ୍ରସିକ୍ୟୁଟର ଅଫ୍‌ ତେହରାନ ଏବଂ ବିଚାର ବିଭାଗୀୟ ମୁଖ୍ୟଙ୍କ ପ୍ରଥମ ଡେପୁଟି ହୋଇଥିଲେ। ୨୦୧୯ରେ ତାଙ୍କୁ ଇରାନ ନ୍ୟାୟପାଳିକା ମୁଖ୍ୟ ନିଯୁକ୍ତ କରାଯାଇଥିଲା। ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଉତ୍ତରାଧିକାରୀ ହେବା ନେଇ ରଇସିଙ୍କ ନାଁ ଚର୍ଚ୍ଚାରେ ରହିଛି। ସର୍ବୋଚ୍ଚ ନେତା ହେବାକୁ ନେଇ ଚାଲିଥିବା ଏହି ଚର୍ଚ୍ଚାକୁ ରଇସି କେବେ ଖଣ୍ଡନ କରିନାହାନ୍ତି। ଇବ୍ରାହିମଙ୍କ ସମସ୍ତ ପଦକ୍ଷେପରୁ ମଧ୍ୟ ସଙ୍କେତ ମିଳେ ଯେ, ତାଙ୍କୁ ଏହି ଭୂମିକା ପାଇଁ ପ୍ରସ୍ତୁତ କରାଯାଇଛି। ଇବ୍ରାହିମ ରଇସି ନ୍ୟାୟପାଳିକାରେ ଅନେକ ଗୁରୁଦାୟିତ୍ୱ ସମ୍ଭାଳି ସାରିଛନ୍ତି। ରଇସିଙ୍କ ମାନବାଧିକାରକୁ ନେଇ ଟ୍ରାକ୍‌ ରେକର୍ଡ ଭଲ ନୁହେଁ। ବିଶେଷକରି ୧୯୮୮ରେ ରାଜନୈତିକ ବନ୍ଦୀମାନଙ୍କୁ ମୃତ୍ୟୁଦଣ୍ଡ ଦେବା ନେଇ ସେ ଲୋକପ୍ରିୟ ନୁହନ୍ତି। କିନ୍ତୁ ୨୦୧୭ ନିର୍ବାଚନରେ ହାରିବା ସତ୍ତ୍ୱେ ସୁପ୍ରିମ ଲିଡର ତାଙ୍କୁ ନ୍ୟାୟପାଳିକା ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ। ଏହି ପଦରେ ରହିବା ପରେ ଗଣମାଧ୍ୟମରେ ତାଙ୍କୁ ଅଧିକ ଦେଖିବାକୁ ମିଳିଥିଲା। ସେ ଦୁର୍ନୀତି ବିରୋଧରେ ମଧ୍ୟ ତଥାକଥିତ ଯୁଦ୍ଧ ଲଢ଼ିଛନ୍ତି। ଖାମେନେଇଙ୍କ ଭଳି ରଇସି ମଧ୍ୟ ୨୦୧୫ ଆଣବିକ ଚୁକ୍ତିକୁ ସନ୍ଦେହ ଦୃଷ୍ଟିରେ ଦେଖିଥାନ୍ତି। ସେ ରିଭୋଲ୍ୟୁଶନାରି ଗାର୍ଡର ଜଣେ ଦୃଢ଼ ସମର୍ଥକ।


[mc4wp_form id="252536"] All Right Reserved By Dharitri.Com

Posted inଅନ୍ତର୍ଜାତୀୟ View All

ସ୍ବାମୀଙ୍କଠାରୁ ଛାଡ଼ପତ୍ର କଥା ଶୁଣି ସ୍ତ୍ରୀ ନେଲେ ଚରମ ପଦକ୍ଷେପ, ଜାଣିଲେ…

ବ୍ରାସିଲିଆ,୧୨ା୬: ବ୍ରାଜିଲରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପାଇଁ କହିବାରୁ ସ୍ତ୍ରୀ ରାଗି କି ଏମିତି...

ପଳାତକ ମେହୁଲ ଚୋକସିଙ୍କ ଜାମିନ ଆବଦେନ ଡୋମିନିକା ହାଇକୋର୍ଟରେ ଖାରଜ

ରୋସେୟୁ,୧୨।୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ପୁଣି ଥରେ ଏକ ଶକ୍ତ ଧକ୍‌କା ଲାଗିଛି। ଶୁକ୍ରବାର ଡୋମିନିକା ହାଇକୋର୍ଟ ମେହୁଲଙ୍କ ଜାମିନ ଆବେଦନକୁ ଖାରଜ...

ସର୍ବ ସମ୍ମୁଖରେ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ

ନାଇରୋବି,୧୨ା୬: ଇଥିଓପିଆର ସରକାରୀ ବଳ ଜଣେ ନାବାଳକଙ୍କୁ ସ୍ପଷ୍ଟ ଦିବାଲୋକରେ ମୃତ୍ୟୁଦଣ୍ଡ ଦେଇଥିବା ହ୍ୟୁମାନ ରାଇଟ୍ସ ଓ୍ବାଚ୍‌ ପକ୍ଷରୁ ସୂଚନା ଦିଆଯାଇଛନ୍ତି। ଓରୋମିଆ ଅଞ୍ଚଳରେ ସୈନ୍ୟମାନେ...

ଚାଇନା ଆପ୍‌ ଉପରୁ ପ୍ରତିବନ୍ଧକ ହଟାଇଲେ ବାଇଡେନ୍‌

ଓ୍ବାଶିଂଟନ,୧୦ା୬: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍‌ ତାଙ୍କର ପ୍ରଥମ ବିଦେଶ ଗସ୍ତ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଚାଇନିଜ ଆପ ଉପରେ ଥିବା ପ୍ରତିବନ୍ଧକକୁ...

୧୮ ହଜାର କିଲୋଗ୍ରାମ୍‌ର ବିରାଟ ବୋମା ପରୀକ୍ଷା କଲା ଆମେରିକା, ସମୁଦ୍ରରେ ସୃଷ୍ଟି ହେଲା ଭୂକମ୍ପ…

ଓ୍ବାଶିଂଟନ,୨୧।୬: ଚାଇନା ନିଜର ସାମୁଦ୍ରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏପରିସ୍ଥଳେ ଆମେରିକା ନିଜର ଶକ୍ତି ପ୍ରଦର୍ଶନ କରିବା ସହିତ ସମୁଦ୍ରରେ ୧୮ ହଜାର କିଲୋଗ୍ରାମ୍‌ର...

ଆୟକର ଫାଙ୍କିଛନ୍ତି ବେଜୋସ୍‌, ମସ୍କ

ଓ୍ବାଶିଂଟନ,୧୦ା୬ : ବିଶ୍ୱର ଆର୍ଥିକ ଢାଞ୍ଚା ଏପରି ହୋଇଯାଇଛି ଯେ, ପ୍ରତିବର୍ଷ ଗରିବ ଓ ଧନୀଙ୍କ ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଛି। ଏହା ଦୀର୍ଘ ବର୍ଷ...

ମୁଁ ଆଇନକୁ ମାନୁଥିବା ନାଗରିକ- ଚୋକ୍‌ସି

ନୂଆଦିଲ୍ଲୀ,୬।୬ : ମୁଁ ଜଣେ ଆଇନ ମାନୁଥିବା ନାଗରିକ। କେବଳ ଚିକିତ୍ସା ପାଇଁ ଭାରତ ଛାଡ଼ି ଆଣ୍ଟିଗୁଆ ଆସିଥିଲି ବୋଲି ଦାବି କରିଛନ୍ତି ପଳାତକ ହୀରା...

ଶେଷରେ ମାନିଲା ଚାଇନା: ଗଲଓ୍ବାନ ଘାଟି ସଂଘର୍ଷର ମୃତ ସୈନ୍ୟଙ୍କୁ ପ୍ରଦାନ କଲା ବୀର ପଦକ…

ବେଜିଂ,୧।୬: ପୂର୍ବ ଲଦାଖରେ ଗଲଓ୍ବାନ ଘାଟିରେ ଭାରତୀୟ ସେନା ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ଘଟିଥିବା ହିଂସ୍ର ସଂଘର୍ଷରେ ଏବେ ନୂଅ୍ରା ମୋଡ଼ ଆସିଛି। ପୂର୍ବରୁ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ୟୁରୋ କପ୍‌ ଫୁଟ୍‌ବଲ: ଇଂଲଣ୍ଡ-ସ୍କଟ୍‌ଲାଣ୍ଡ ମ୍ୟାଚ ଡ୍ର
Next Post Next post:
ଆଇଟି ନିୟମ ପ୍ରତ୍ୟାହାର କର

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts