ଭୁବନେଶ୍ୱର: ଦେଶର ଅଗ୍ରଣୀ ନବରତ୍ନ କମ୍ପାନୀ ନ୍ୟାଶନାଲ ଥର୍ମାଲ ପାୱାର କର୍ପୋରେଶନ(ଏନ୍ଟିପିସି)କୁ ପ୍ରଥମ ଥର ପାଇଁ ୨୦୨୧-ରାଷ୍ଟ୍ର ନିର୍ମାତାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ନିଯୁକ୍ତିଦାତାର ସମ୍ମାନ ମିଳିଛି। ସେହିଭଳି ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା କ୍ରମାଗତ ୧୫ ବର୍ଷ କାର୍ଯ୍ୟ ଲାଗି ଶ୍ରେଷ୍ଠ କାର୍ଯ୍ୟସ୍ଥଳର ମାନ୍ୟତା ମଧ୍ୟ ମିଳିଛି। ଭାରତରେ ଏନ୍ଟିପିସି ଏକମାତ୍ର ପିଏସ୍ୟୁ ଯାହା ଦେଶର ଶ୍ରେଷ୍ଠ କାର୍ଯ୍ୟସ୍ଥଳ ଭାବେ ଲଗାତର ସମ୍ମାନିତ ହୋଇଆସୁଛି। ୫୦ଟି ସଂସ୍ଥାରୁ ଏନ୍ଟିପିସି ଚଳିତବର୍ଷ ୩୮ ତମ ଶୀର୍ଷ ସ୍ଥାନରେ ରହିଛି। ସେହିପରି ଚଳିତବର୍ଷ ଏନ୍ଟିପିସି ଭାରତରେ ଶ୍ରେଷ୍ଠ ନିଯୁକ୍ତିଦାତା ସମ୍ମାନ ଲାଗି ମଧ୍ୟ ମନୋନୀତ ହୋଇଛି। ଜିପିଟିଡବ୍ଲ୍ୟୁଙ୍କ ସର୍ବଶ୍ରେଷ୍ଠ କାର୍ଯ୍ୟସ୍ଥଳ ସୂଚୀକୁ ପ୍ରତିବର୍ଷ ଉନ୍ନିତ ହେବା ସଂସ୍ଥାର କାର୍ମିକ ପ୍ରଥା ଓ ଦୃଷ୍ଟିକୋଣର ଏକ ପ୍ରମାଣ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ କହିଛି।
ପ୍ରଭାବିତ ହେବନି କୃଷି କ୍ଷେତ୍ର
ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ଲହର ଯୋଗୁ ଦେଶର କୃଷି କ୍ଷେତ୍ର ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ ବୋଲି ନୀତି ଆୟୋଗ ସଦସ୍ୟ ରମେଶ...
ମେ’ରେ କମିଲା ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ,୬।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ମେ ମାସରେ ଦେଶର ଜିଏସ୍ଟି ସଂଗ୍ରହରେ ହ୍ରାସ ଘଟିଛି। ମେ’ ରେ ସାମଗ୍ରୀ ଓ ସେବା ଶୁଳ୍କ (ଜିଏସ୍ଟି)...
ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ ଏଫ୍ଡିଆଇ ସୀମା ବଢ଼ିପାରେ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକରେ ପୁଞ୍ଜି ପ୍ରତ୍ୟାହାର ଯୋଜନାକୁ ଆଗକୁ ବଢ଼ାଉଛନ୍ତି। ଏ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍ଡିଆଇ) ନିୟମ ପ୍ରତିବନ୍ଧକ...
ମେ’ରେ ବ୍ୟବହାର ହୋଇଛି ୧୭% ଟିକା
ନୂଆଦିଲ୍ଲୀ,୧୩।୬: ସାରା ଦେଶ କୋଭିଡ୍ ମହାମାରୀ ଭୟରେ ଦିନ କାଟୁଛନ୍ତି। କୋଭିଡ୍ ଟିକା ନେବା ଦ୍ୱାରା ମହାମାରୀରୁ କିଛି ମାତ୍ରାରେ ସୁରକ୍ଷିତ ରହିପାରିବା ବୋଲି କୁହାଯାଇଛି।...
କୋଲ୍ ଇଣ୍ଡିଆ ଦେଇପାରେ ଅତିରିକ୍ତ ଡିଭିଡେଣ୍ଡ
ନୂଆଦିଲ୍ଲୀ: କୋଲ୍ ଇଣ୍ଡିଆ ଏହାର ଅଂଶୀଦାରଙ୍କୁ ୨୦ରୁ ୨୫ ପ୍ରତିଶତ ଅତିରିକ୍ତ ଡିଭିଡେଣ୍ଡ ଦେଇପାରେ। ସୋମବାର ହେବାକୁ ଥିବା କମ୍ପାନୀର ବୋର୍ଡ ବୈଠକରେ ଏ ନେଇ...
୧୩୪ କୋଟିର ବ୍ୟାଙ୍କ ଠକେଇ
ନୂଆଦିଲ୍ଲୀ,୧୩।୬: କରୋନା ମହାମାରୀ ସମୟରେ ଗୁଜରାଟରେ ଏକ ବଡ଼ ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଛି। ଏକ ଘରୋଇ ଆଇଟି କମ୍ପାନୀ ଓ ଏହାର ୬ଜଣ ବରିଷ୍ଠ ଅଧିକାରୀ...
ଜୁଲାଇରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଆର୍ବିଆଇ ପକ୍ଷରୁ ବ୍ୟାଙ୍କ ଛୁଟି ତାଲିକା ଜାରି କରାଯାଇଛି। ଜୁଲାଇରେ ୯ ଦିନ ବ୍ୟାଙ୍କ ଛୁଟି ରହିବ। ତେବେ ଏହି ଛୁଟିଦିନ ବିଭିନ୍ନ ସ୍ଥାନରେ...
ରିଲାଏନ୍ସ ବୋର୍ଡରେ ରହିପାରେ ସାଉଦି ଆରାମକୋ
ନୂଆଦିଲ୍ଲୀ: ରିଲାଏନ୍ସ ବୋର୍ଡରେ ସାଉଦି ଆରାମକୋର ଅଧ୍ୟକ୍ଷ ସାମିଲ ହୋଇପାରନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ସାଉଦି ଆରାମକୋ ମଧ୍ୟରେ ୧୫ ବିଲିୟନ ଡଲାରର ମେଗାଡିଲକୁ ନେଇ...


