ଭୁବନେଶ୍ୱର,୨୦।୬: ମିଲ୍ଖାଙ୍କ ଓଡ଼ିଶା ଲିଙ୍ଗ୍ ବହୁ ପୁରୁଣା। ଯେତେବେଳେ ସେ ତାରକା ହୋଇ ନ ଥିଲେ ମିଲ୍ଖା ଐତିହାସିକ ବାରବାଟୀ ଷ୍ଟାଡିୟମ ଟ୍ରାକ୍ରେ ଦୌଡ଼ି ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୯୫୮ରେ ବାରବାଟୀରେ ଜାତୀୟ କ୍ରୀଡ଼ା ଆୟୋଜିତ ହୋଇଥିଲା। ଏଥିରେ ସେ ୧୦୦ ଓ ୨୦୦ ମିଟର ଇଭେଣ୍ଟରେ ଅଂଶଗ୍ରହଣ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୦ ମିଟର ଫାଇନାଲରେ ସେ ୪୬.୨ ସେକେଣ୍ଡ ସମୟ ନେଇ ଏସୀୟ ରେକର୍ଡ ହାସଲ କରିଥିଲେ। ତେବେ ସେ ନିଜେ ତାଙ୍କ ପ୍ରଦର୍ଶନକୁ ବିଶ୍ୱାସ କରିପାରି ନ ଥିଲେ। ଏତେ କମ୍ ସମୟରେ ଦୌଡ଼ିବା କଥାକୁ ସେ ହଜମ କରିପାରି ନ ଥିଲେ। ତେଣୁ ସେ ଫିତା ନେଇ ପରଦିନ ବାରବାଟୀର ଟ୍ରାକ୍ ମାପିଥିଲେ। ଲେନ୍ଥ ଠିକ୍ ଅଛି ବୋଲି ସେ ହୃଦୟଙ୍ଗମ କରିଥିଲେ ଓ ସନ୍ତୋଷ ଲାଭ କରିଥିଲେ। ଏହାପରେ ସେ ୨୦୧୬ ଏକଲବ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେବା ପାଇଁ ଓଡ଼ିଶା ଆସିଥିଲେ ଓ ଟ୍ରାକ୍ ଆଣ୍ଡ ଫିଲ୍ଡରେ ଆଥ୍ଲେଟଙ୍କ ଉନ୍ନତ ପ୍ରଦର୍ଶନ ପାଇଁ ବହୁମୂଲ୍ୟ ପରାମର୍ଶ ଦେଇଥିଲେ।
ଲାଲରୁଥରାଙ୍କ ସହ ଚୁକ୍ତିକଲା ଓଡ଼ିଶା ଏଫ୍ସି
ଭୁବନେଶ୍ୱର, ୯।୬(କ୍ରୀଡ଼ା ପ୍ରତିନିଧି)-ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ)ର ୮ମ ସଂସ୍କରଣ ପୂର୍ବରୁ ୨୬ ବର୍ଷୀୟ ଭାରତୀୟ ଡିଫେଣ୍ଡର ଲାଲରୁଥରାଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫ୍ସି। ଭୁବନେଶ୍ୱରଭିତ୍ତିକ...
ଫ୍ରେଞ୍ଚ୍ ଓପନ ଟେନିସ୍: କ୍ରେଜିକୋଭାଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ
ପ୍ୟାରିସ୍,୧୩।୬: ଫ୍ରେଞ୍ଚ୍ ଓପନ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଚେକ୍ ଗଣରାଜ୍ୟର ବାର୍ବୋରା କ୍ରେଜିକୋଭା ଚାମ୍ପିୟନ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଅଣସିଡ୍ ୨୫ ବର୍ଷୀୟ...
ପୋଲାଣ୍ଡ ଓପନ୍ରେ ସ୍ବର୍ଣ୍ଣ ଜିତିଲେ ଭିନେଶ
ଓ୍ବାରସ, ୧୨ା୬ (ପି.ଟି.)- ଭାରତର ଷ୍ଟାର ରେସ୍ଲର ଭିନେଶ ଫୋଗତ (୫୩ କେଜି) ଏଠାରେ ଚାଲିଥିବା ପୋଲାଣ୍ଡ ଓପନ୍ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଚଳିତ...
ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ଏହି କ୍ରିକେଟର୍ଙ୍କ ମାମଲା
ଲଣ୍ଡନ,୮।୬: ଇଂଲଣ୍ଡ ପେସର୍ ଓଲି ରବିନ୍ସନ୍ ବିବାଦୀୟ ଟୁଇଟ୍ ପ୍ରସଙ୍ଗ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନିକଟରେ ପହଞ୍ଚିଛି। ଜନସନ ତାଙ୍କ କ୍ରୀଡ଼ା ମନ୍ତ୍ରୀଙ୍କ ମନ୍ତବ୍ୟକୁ...
ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କଲେ
ବୁଦାପେଷ୍ଟ,୨୧।୬: ୟୁରୋକପ୍ରେ ଶନିବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଆଣ୍ଟୋନିଓ ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କରିଛନ୍ତି। ଏହି ମୁକାବିଲାରେ ଫ୍ରାନ୍ସ ଓ ହଙ୍ଗେରୀ ପରସ୍ପରକୁ...
ଓ୍ବିମ୍ବେଲଡନ କିମ୍ବା ଟୋକିଓ ଅଲିମ୍ପିକ୍ସ ଖେଳିବେନି ନାଡାଲ
ମାଡ୍ରିଡ୍, ୧୮ା୬ (ଏପି)-ସ୍ବାସ୍ଥ୍ୟଗତ କାରଣ ଦୃଷ୍ଟିରୁ କ୍ଲେ-କୋର୍ଟ ରାଜା ରାଫାଲ ନାଡାଲ ଓ୍ବିମ୍ବେଲଡନ କିମ୍ବା ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ ନାହିଁ। ନାଡାଲ ଗତ ମାସରେ...
ଏକଦା ରାଇନାଙ୍କ ଉପରେ ରାଗିଯାଇଥିଲେ ଦ୍ରାବିଡ; କହିଥିଲେ, ‘ଭାରତୀୟ କ୍ରିକେଟର ହୋଇ ତୁମେ କ’ଣ ପିନ୍ଧିଛ ଜାଣିଛ ତ…’
ନୂଆଦିଲ୍ଲୀ,୧୫।୬: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ତାଙ୍କ ପୁସ୍ତକ ‘ବିଲିଭ୍-ହ୍ବାଟ୍ ଲାଇଫ୍ ଆଣ୍ଡ କ୍ରିକେଟ ଟଟ୍ ମି’ରେ ଅନେକ ରହସ୍ୟ ଉପରୁ ପରଦା ହଟାଇଥିଲେ।...
ଟିମ୍ ଇଣ୍ଡିଆ ଖେଳାଳି କେହି କାହାକୁ ଭେଟି ପାରିବେ ନାହିଁ
ସାଉଥାମ୍ପଟନ,୪।୬ : ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍ ପାଇଁ ସାଉଥାମ୍ପଟନର ଏଜେସ ବାଉଲଠାରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ଖେଳାଳିମାନଙ୍କୁ ଏବେ ହାର୍ଡ...


