E-Paper
  • logo
  • Saturday 25th July 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମେଟ୍ରୋ

ବିକ୍ରି ଶିଶୁପୁତ୍ର ମାଳିସାହି ଅଞ୍ଚଳରୁ ଉଦ୍ଧାର
11:38 amJune 20, 2021

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ଦିନର ଶିଶୁପୁତ୍ରକୁ ଖାରବେଳନଗର ଥାନା ଅନ୍ତର୍ଗତ ମାଳିସାହି ଅଞ୍ଚଳରୁ ଉଦ୍ଧାର କରାଯାଇଛି। ରାଜଧାନୀରେ ଶିଶୁ ବିକ୍ରି ନେଇ ଶୁକ୍ରବାର ଏକ ଭିଡିଓ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା। ଭିଡିଓ ଫୁଟେଜରୁ ଶିଶୁପୁତ୍ରକୁ କିଣିଥିବା ମହିଳାଙ୍କୁ ଚିହ୍ନଟ ପରେ ଶନିବାର ଚାଇଲ୍ଡଲାଇନ୍‌ ଓ ପୋଲିସ ପକ୍ଷରୁ ମାଳିସାହିରେ ଚଢ଼ାଉ କରାଯାଇଥିଲା। ସେଠାରୁ ଶିଶୁପୁପୁତ୍ରକୁ ଉଦ୍ଧାର ପରେ ପୋଲିସ ଚାଇଲ୍ଡ ଲାଇନ୍‌ ଜିମା ଦେଇଥିଲା। ଶିଶୁଟିକୁ ସିଡବ୍ଲୁସିରେ ହାଜର କରାଇବା ପରେ ତାଙ୍କୁ ଶୁଭଦ୍ରା ମହତାବ୍‌ ସେବା ସଦନରେ ରଖାଯାଇଥିବା ଚାଇଲ୍ଡ ଲାଇନ୍‌ ନିର୍ଦ୍ଦେଶକ ବେଣୁଧର ସେନାପତି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଶିଶୁଟିକୁ କିଣିଥିବା ମହିଳାଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ବିକ୍ରି କରିଥିବା ଅଭିଯୁକ୍ତ ବାପା ଫେରାର ଥିବାରୁ ତାଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଚଳାଇଥିବା ଥାନା ସୂତ୍ରରୁ ଜଣାପଡିଛି।

ତଦନ୍ତବେଳେ ଜଣାପଡିଛି ଯେ, ଶିଶୁଟିର ବାପା ଓ ମା’ ଷ୍ଟେଶନ ଅଞ୍ଚଳରେ ବୁଲି ବୁଲି କାମଧନ୍ଦା କରିବା ସହ ନିକଟ ଏକ ଝୁମ୍ପୁଡ଼ିରେ ରୁହନ୍ତି। ପୂର୍ବରୁ ସେମାନଙ୍କର ଦୁଇ ପିଲା ଥିବାବେଳେ କିଛିଦିନ ତଳେ ତାଙ୍କର ଆଉ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ତେବେ ଶିଶୁଟି ୬ଦିନର ହୋଇଥିବାବେଳେ ଗତ ୫ଦିନ ତଳେ ବିକି ଦେଇଥିଲେ। ଘଟଣାଦିନ ଶିଶୁଟିକୁ କିଣିଥିବା ମହିଳା ଜଣକ କୌଣସି କାମରେ ଷ୍ଟେଶନ ଅଞ୍ଚଳକୁ ଆସିଥିଲେ। ଏହି ସମୟରେ ମା’ କୋଳରେ ଥାଇ ଶିଶୁଟି ଜୋର୍‌ରେ କାନ୍ଦୁଥିବା ଦେଖି ନିକଟକୁ ଯାଇଥିଲେ। ପିଲାଟି କାହିଁକି ଏମିତି କାନ୍ଦୁଛି ବୋଲି ମା’ଙ୍କୁ ପଚାରିବା ସହ କିଛି ସମୟ ଧରି କଥା ହୋଇଥିଲେ। ଶିଶୁଟିକୁ ପାଳିବା ତାଙ୍କ ପକ୍ଷେ କଷ୍ଟ ହେଉଥିବାରୁ ବାପା କାହାକୁ ଦେଇଦେବାକୁ ଚାହୁଁଛନ୍ତି ବୋଲି ଶିଶୁର ମା’ କହିଥିଲେ। ଉକ୍ତ ମହିଳାଙ୍କର କୌଣସି ପିଲା ନ ଥିବାରୁ ସେ ଏକଥା ଶୁଣିବା ପରେ ଶିଶୁଟିକୁ ନେଇ ପାଳିବେ ବୋଲି ତାଙ୍କୁ କହିଥିଲେ। ପରେ ଶିଶୁର ବାପା ପହଞ୍ଚତ୍ ୧୦ ହଜାର ଟଙ୍କାରେ ଦେଇଦେବେ ବୋଲି କହିବାରୁ ମହିଳା ଜଣକ ଟଙ୍କା ଯୋଗାଡ଼ କଥା କହି ସେଠାରୁ ପଳାଇ ଆସିଥିଲେ। ତେବେ ଆସିବାବେଳେ ସେ ଶିଶୁର ବାପାଙ୍କ ଫୋନ୍‌ ନମ୍ବର ଆଣିବା ସହ ନିଜ ଠିକଣା ଦେଇ ଆସିଥିଲେ। ପରେ ମହିଳା ଜଣକ ନିଜ ଗହଣା ବିକ୍ରି କରି ଟଙ୍କା ଯୋଗାଡ଼ କରି ଶିଶୁର ବାପାଙ୍କୁ ଜଣାଇଥିଲେ। ଶିଶୁଟି ୬ଦିନର ହୋଇଥିବାବେଳେ ବାପା ତାଙ୍କୁ ଧରି ମହିଳାଙ୍କ ଘରେ ପହଞ୍ଚତ୍ଥିଲେ। ୧୦ ହଜାର ଟଙ୍କା ବଦଳରେ ଶିଶୁଟିକୁ ଧରାଇ ଚାଲିଯାଇଥିଲେ ବୋଲି ମହିଳା ଜଣକ କହିଛନ୍ତି। ତେବେ ଭିଡିଓରେ ମହିଳା ଶିଶୁଟିକୁ ଧରି ଆସୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଶିଶୁଟିକୁ ତାଙ୍କ ବାପା ଘରେ ଆଣି ଦେଇଥିବା କଥା ମହିଳା ଜଣକ କହୁଥିବାରୁ ପୋଲିସ ଅଧିକ ତଦନ୍ତ ଚଳାଇଛି।


[mc4wp_form id="252536"] All Right Reserved By Dharitri.Com

Posted inମେଟ୍ରୋ View All

ରାଜ୍ୟରେ ପୁଣି ବଢିଲା ସଂକ୍ରମଣ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୩,୪୫୬କରୋନା ଆକ୍ରାନ୍ତ ଚିହ୍ନଟ...

ଏକ୍‌ମୋ ସପୋର୍ଟରେ ୧୦ରୁ ପ୍ରାୟ ୪ ଜଣ ବଞ୍ଚିଯାଇପାରନ୍ତି

ଭୁବନେଶ୍ୱର, ୧୭ା୬ (ବ୍ୟୁରୋ): କୋଭିଡ୍‌ ରୋଗୀଙ୍କ ପାଇଁ ଏବେ ଜୀବନ ରକ୍ଷକ ସାଜିଛି ଏକ୍‌ମୋ ମେଶିନ। କିନ୍ତୁ ରାଜ୍ୟରେ ଏହି ମେଶିନର ଅଭାବ ଥିବାରୁ ବହୁ...

ହତାଶାରେ ବିତୁଛି ଶିଳ୍ପୀ, ବୁଣାକାରଙ୍କ ଜୀବନ

ଭୁବନେଶ୍ୱର, ୫।୬ (ବ୍ୟୁରୋ): ଯେଉଁମାନଙ୍କ ପାଇଁ ଓଡ଼ିଶା ସାରା ବିଶ୍ୱରେ ସ୍ବତନ୍ତ୍ର ପରିଚୟ ପାଇଛି, ସେମାନେ ଆଜି ଦୁର୍ଦ୍ଦଶା ଓ ହତାଶାରେ ଜୀବନ ବିତାଉଛନ୍ତି। କୋଭିଡ୍‌...

ନକଲି ଡାକ୍ତରଙ୍କ କ୍ଲିନିକ୍‌ରେ ଚଢ଼ାଉ ଘଟଣା: ଏସ୍‌ଡିଜେଏମ୍‌ କୋର୍ଟରେ ମାମଲା

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଶିକ୍ଷାଗତ ଯୋଗ୍ୟତା ନ ଥାଇ ନିଜକୁ ଜଣେ ହୋମିଓପାଥିକ୍‌ ଡାକ୍ତର କହୁଥିଲେ। ‘ଷ୍ଟପ କରୋନା’ ଔଷଧ ଦେଇ ଲୋକଙ୍କୁ ଠକୁଥିଲେ। ଏପରି ଏକ ସଙ୍ଗିନ...

ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ସ୍ଥାନାନ୍ତର ହେବ ଘୋଡ଼ା ମୂର୍ତ୍ତି

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ମୂର୍ତ୍ତି ସ୍ଥାନାନ୍ତର ହେବ। ଏହା ରାଜଭବନ ଛକକୁ ସ୍ଥାନାନ୍ତର ହେବ ବୋଲି ଜଣାପଡ଼ିଛି। ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ...

ପୋଲିସ ଚାକିରି କରିବେ କିନ୍ନର

ଭୁବନେଶ୍ୱର,୧୩ା୬(ବ୍ୟୁରୋ): କରୋନା ମହାମାରୀ ସମୟରେ ଚାକିରି ଅଭାବ ଦେଖାଦେଇଥିବାବେଳେ ରାଜ୍ୟ ପୋଲିସ ବିଭାଗରେ ୪୭୭ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ଓ ୨୪୪ କନଷ୍ଟେବଳ ପଦବୀ ପୂରଣ ପାଇଁ...

ଶୁଦ୍ଧିକ୍ରିୟା ପାଇଁ ରାଶନ କାର୍ଡ ବନ୍ଧା ପଡ଼ିବା ଘଟଣା: ତଦନ୍ତ ପାଇଁ ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଞ୍ଚଳର ଦଳିତ ମହିଳା ରେବତୀ ବେହେରା ସ୍ବାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ଦଲାଲ ନିକଟରେ ରାଶନ କାର୍ଡ ବନ୍ଧା ପକାଇ...

ଦୁଗ୍ଧ ଚାଷୀଙ୍କୁ ମିଳିବ ୬୦୦୦ ଟଙ୍କା

ଭୁବନେଶ୍ୱର,୨୪।୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓମ୍‌ଫେଡ୍‌ ଦୁଗ୍ଧ ଚାଷୀଙ୍କ ପାଇଁ ଗୁରୁବାର କୋଭିଡ୍‌ ସହାୟତା ଘୋଷଣା କରିଛନ୍ତି । ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ବାବଦକୁ ସର୍ବାଧିକ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହିଳାଙ୍କ ବନ୍ଧ୍ୟାକରଣ ଅପରେଶନ୍‌ କରିଦେଲେ ଡାକ୍ତର…
Next Post Next post:
ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀକୁ ୨୬ଟ୍ରେନ୍‌ ବାତିଲ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts