ସାଉଥମ୍ପଟନ,୨୦।୬: ଭାରତୀୟ ଅଧିନାୟକ ବିରାଟ କୋହଲି ଆଜି ତାଙ୍କ ଟେଷ୍ଟ କ୍ୟାରିୟରର ୧୦ ବର୍ଷ ପୂରଣ କରିଛନ୍ତି। ଆଜି ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଦିନ। କିନ୍ତୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ କୋହଲିଙ୍କର ଆଇପିଏଲ ସାଥୀ କାଇଲ ଜେମିସନ୍ ତାଙ୍କ ଏହି ଦିନକୁ ସ୍ମରଣୀୟ କରିବାକୁ ଦେଇନାହାନ୍ତି। କୋହଲି ୪୪ ରନ ସ୍କୋର କରିବା ପରେ ମ୍ୟାଚ୍ର ତୃତୀୟ ଦିନରେ ଆଉଟ୍ ହୋଇଥିଲେ। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ଅନ୍ତିମ ମ୍ୟାଚର ତୃତୀୟ ଦିନରେ ରବିବାର ଓଦା ଗ୍ରାଉଣ୍ଡ ହେତୁ ଖେଳ ଅଧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ବର୍ଷା ହେତୁ ପ୍ରଥମ ଦିନରେ ଖେଳ ଖେଳାଯାଇ ପାରି ନଥିଲା। ଦ୍ୱିତୀୟ ଦିନର ଖେଳ ଶେଷରେ ବିରାଟ କୋହଲି ୪୪ରେ ଅପରାଜିତ ରହିଥିଲେ। ତୃତୀୟ ଦିନରେ ସେ ନିଜ ଇନିଂସରେ ଗୋଟିଏ ରନ ମଧ୍ୟ ଯୋଡିପାରି ନ ଥିଲେ। ତାଙ୍କୁ କାଇଲ ଜେମସନ ଆଉଟ୍ କରିଥିଲେ। ବିରାଟ କୋହଲିଙ୍କ ଦଳ ଆରସିବିରୁ କାଇଲ ଜେମିସନ୍ ଆଇପିଏଲରେ ଖେଳନ୍ତି।
ବିରାଟ କୋହଲିଙ୍କ ଟେଷ୍ଟ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ୯୨ଟି ଟେଷ୍ଟର ୧୫୪ ଇନିଂସରେ ୭୫୩୪ ରନ ସଂଗ୍ରହ କରିଛନ୍ତି। ୨୭ ଶତକ ଏବଂ ୨୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଅର୍ଥାତ୍ ଟେଷ୍ଟରେ ତାଙ୍କର ଅର୍ଦ୍ଧଶତକରୁ ଅଧିକ ଶତକ ଅଛି। ଅଧିନାୟକ ଭାବେ କୋହଲି ଭାରତ ପାଇଁ ସର୍ବାଧିକ ରନ ସ୍କୋରର। ମୋଟ ଉପରେ ସେ ବିଶ୍ୱର ଚତୁର୍ଥ ସ୍ଥାନରେ ଅଛନ୍ତି। କୋହଲି ହାରାହାରି ୫୯ରେ ଅଧିନାୟକ ଭାବରେ ୯୯ ଇନିଂସରେ ୫୪୩୬ ରନ ସଂଗ୍ରହ କରିଛନ୍ତି। ସେ ୨୦ ଶତକ ଏବଂ ୧୫ ଅର୍ଦ୍ଧଶତକ ହାସଲ କରିଛନ୍ତି। ମହେନ୍ଦ୍ର ସିଂ ଧୋନୀ ୩୪୫୪ ରନ ସହ ଭାରତୀୟ ଅଧିନାୟକ ଭାବରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
ଗୋଟିଏ ତାରିଖ, ଗୋଟିଏ ମଇଦାନ; ୨ ବର୍ଷ-୨ ରେକର୍ଡ…ମହମ୍ମଦ ସାମିଙ୍କ ପାଇଁ ଖାସ୍ ପାଲଟିଲା ୨୨ ଜୁନ୍
ନୂଆଦିଲ୍ଲୀ,୨୩।୬: ପୁଣି ଥରେ ବିଦେଶୀ ମାଟିରେ ନିଜ ବଲ୍ର ଯାଦୁ ଦେଖାଇଛନ୍ତି ଭାରତୀୟ ଟିମ୍ର ୩୦ ବର୍ଷୀୟ ପେସର୍ ମହମ୍ମଦ ସାମି। ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ...
ଭାରତ ହାତକୁ ଆସୁନି ଆଇସିସି ଟ୍ରଫି
ନୂଆଦିଲ୍ଲୀ,୨୩।୬: ଅନ୍ତିମ ଥର ୨୦୧୩ରେ ଟିମ୍ ଇଣ୍ଡିଆ ହାତେଇଥିଲା ଆଇସିସି ଟ୍ରଫି। ତା’ ପରଠୁ ଖେଳାଯାଇଥିବା ୪ଟି ଆଇସିସି ଟୁର୍ନାମେଣ୍ଟରେ ଭାରତୀୟ ଦଳ ଫାଇନାଲ କିମ୍ବା...
କ୍ରାକ୍ଜିକ୍-ସାଲିସବୁରୀ ଚାମ୍ପିୟନ
ପ୍ୟାରିସ, ୧୧।୬- ଆମେରିକାର ଡେଜାରେ କ୍ରାକ୍ଜିକ୍ ଓ ବ୍ରିଟେନର ଜୋ ସାଲିସବୁରୀ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ମିକ୍ସଡ ଡବଲ୍ସ ଚାମ୍ପିୟନ ହୋଇଛନ୍ତି। ଗୁରୁବାର ଅନୁଷ୍ଠିତ...
ଓ୍ବିମ୍ବେଲଡନରୁ ଓହରିଲେ, ଅଲିମ୍ପିକ୍ସରେ ଭାଗନେବେ ଓସାକା
ଲଣ୍ଡନ,୧୯ା୬(ଏପି)-ଚାରିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନାଓମି ଓସାକା ଓ୍ବିମ୍ବେଲଡନରୁ ଓହରିଯିବେ, କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ। ମହିଳା ଟେନିସ ଖେଳାଳିଙ୍କ ଏଜେଣ୍ଟ ଷ୍ଟୁଆର୍ଟ ଡଗୁଇଡ୍ ଏହି...
ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ଏହି କ୍ରିକେଟର୍ଙ୍କ ମାମଲା
ଲଣ୍ଡନ,୮।୬: ଇଂଲଣ୍ଡ ପେସର୍ ଓଲି ରବିନ୍ସନ୍ ବିବାଦୀୟ ଟୁଇଟ୍ ପ୍ରସଙ୍ଗ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନିକଟରେ ପହଞ୍ଚିଛି। ଜନସନ ତାଙ୍କ କ୍ରୀଡ଼ା ମନ୍ତ୍ରୀଙ୍କ ମନ୍ତବ୍ୟକୁ...
ଡରହାମରେ ଇଣ୍ଟ୍ରା ସ୍କାଡ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୨୫।୬: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ପ୍ରସ୍ତୁତି ଲାଗି ଡରହାମଠାରେ ଏକତ୍ରିତ ହେବେ ଭାରତୀୟ ଦଳର ଖେଳାଳିମାନେ। ସେଠାରେ ଟିମ୍...
ଭାରତୀୟ ଦଳ ଘୋଷିତ: ଅଶ୍ୱିନ, ଜାଡେଜାଙ୍କୁ ମିଳିଲା ସ୍ଥାନ
ସାଉଥାମ୍ପଟନ,୧୭।୬: ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍ ପାଇଁ ଗୁରୁବାର ରାତିରେ ବିସିସିଆଇ ପକ୍ଷରୁ ଘୋଷିତ...
ଆଇସିସି ହଲ୍ ଅଫ୍ ଫେମ୍ରେ ଭିନୁ ମଙ୍କଡ଼
ଦୁବାଇ, ୧୪ା୬ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ହଲ୍ ଅଫ୍ ଫେମ୍ ତାଲିକାରେ ରବିବାର ଖେଳର ୧୦ଜଣ ଆଇକନ୍ଙ୍କୁ ସାମିଲ କରାଯାଇଛି। ୫ଟି ଯୁଗର ୨ଜଣ...


