E-Paper
  • logo
  • Saturday 13th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଆମ ଜିଲା ଖବର, ଯାଜପୁର

ମାଣ୍ଡୁକା ପାହାଡ଼ରେ ବେଆଇନ ଖନନ
10:33 amJune 21, 2021

ଚଣ୍ଡିଖୋଲ,୨୧ା୬(ଡି.ଏନ.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ମାଣ୍ଡୁକା ପାହାଡ଼ରେ ଗତ କିଛିଦିନ ଧରି ମୋରମ ମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି। ବେଆଇନ୍‌ ଭାବେ ଏହି ପାହାଡ଼କୁ ଖନନ କରି ବ୍ୟାପକ ମୋରମ ଓ ବୋଲ୍‌ଡ଼ର ଲୁଟ୍‌ କରୁଛନ୍ତି। ଅସିହା ପର୍ବତମାଳାର ଅଂଶ ବିଶେଷ ଭାବେ ଉକ୍ତ ପାହାଡ଼କୁ ଗ୍ରହଣ କରାଯାଇଥିଲା । ଜଙ୍ଗଲ ବିଭାଗ ତରଫରୁ ସେହି ପାହାଡ଼କୁ ସଂରକ୍ଷିତ ଜଙ୍ଗଲ ଭାବେ ଘୋଷଣା କରିବା ପାଇଁ ସେତେବେଳେ ଜିଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ପ୍ରଶାସନ ସେ ସଂକ୍ରାନ୍ତରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଏବେ କେତେଜଣ ବ୍ୟକ୍ତି ସେହି ପାହାଡ଼କୁ ନିଜ କବ୍‌ଜାକୁ ନେଇଥିବା ଅଭିଯୋଗ ହୋଇଛି ।
ମାଣ୍ଡୁକା ପାହାଡ଼ର ଶୀର୍ଷରେ ସତ୍ୟପୀର ପୂଜା ପାଉଛନ୍ତି। ଅପରପାର୍ଶ୍ୱରେ ମା’ନାହାକାଣୀ ମନ୍ଦିର ରହିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ କରିବା ପାଇଁ ସେହି ପାହାଡ଼କୁ ଚିହ୍ନଟ କରାଯିବା ସହ ସୌନ୍ଦର୍ଯ୍ୟକରଣ ପାଇଁ ଅର୍ଥ ବ୍ୟୟ ବରାଦ ହୋଇଛି। ଏହା ସହ ସେଠାରେ ବନ ବିଭାଗର ଏକ କାଜୁ ଜଙ୍ଗଲ ରହିଛି। ଏବେ ସେହି ପାହାଡ଼ ଅବସ୍ଥା ଦେଖିଲେ ପ୍ରତିଦିନ ଖନନ ଚାଲିଥିବା ସ୍ପଷ୍ଟ ହୋଇଛି । ଦୈନିକ ୨୦ରୁ ଊର୍ଦ୍ଧ୍ୱ ଟ୍ରକ ମୋରମ ସେହି ପାହାଡ଼ରୁ ଖନନ କରାଯାଇ ବେଆଇନ ଚାଲାଣ କରାଯାଉଛି । ଏମିତି ଆଉ କିଛିଦିନ ଚାଲିଲେ ପାହାଡ଼ଟି ଧ୍ୱଂସ ପାଇଯିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। କେବଳ ସେତିକି ନୁହେଁ ଏହାର ଚତୁଃପାର୍ଶ୍ୱ ବନୀକରଣ କରାଯାଇ ଜଙ୍ଗଲ ବିଭାଗ ତରଫରୁ ଯେଉଁ ବୃକ୍ଷରୋପଣ କରାଯାଇଥିଲା ତାହା ମଧ୍ୟ ଧ୍ୱଂସ ପାଇଲାଣି। ତୁରନ୍ତ ବେଆଇନ ଖନନ ବନ୍ଦ କରିବାକୁ ଦାବି ହୋଇଛି ।
ଏ ସମ୍ପର୍କରେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କୁ ପଚାରିବାରୁ ସେ କୁହନ୍ତି, ସଂପୃକ୍ତ ସ୍ଥାନରେ ଚଢାଉ କରାଯିବ ଏବଂ ଖନନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


[mc4wp_form id="252536"] All Right Reserved By Dharitri.Com

Posted inଆମ ଜିଲା ଖବର, ଯାଜପୁର View All

ଜାତୀୟ ସେରୋ ସର୍ଭେରେ ରାୟଗଡ଼ାରୁ ୫୦୦ ନମୁନା ସଂଗ୍ରହ

ରାୟଗଡ଼ା ଅଫିସ/ଗୁଣପୁର,୧୯ା୬: ଗଞ୍ଜାମ, କୋରାପୁଟ ସମେତ ରାୟଗଡ଼ା ଜିଲାରେ ୧୭ ତାରିଖରୁ ୪ର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେ ଆରମ୍ଭ ହୋଇଥିଲା। ରାୟଗଡ଼ା ଜିଲାରେ ଶନିବାର...

ଗୋଟିଏ ପରିବାର ୩ ଜଣଙ୍କୁ ଛୁରାମାଡ଼

ଝାରସୁଗୁଡା ଅଫିସ୍‌,୨୬।୬: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଓରିଏଣ୍ଟ ଥାନା ଅଧୀନ ଶାସ୍ତ୍ରୀନଗରରେ ଗୋଟିଏ ପରିବାର ୩ ଜଣଙ୍କୁ ଜଣେ ଯୁବକ ଛୁରା ମାଡ଼ କରିଛନ୍ତି। ଏଥିରେ...

କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ

ବୁଗୁଡ଼ା,୧୭ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା  କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଗୁରୁବାର...

ସ୍ବାମୀଙ୍କ ଅନୁପସ୍ଥିତିରେ ଅସଂଯତ ଅବସ୍ଥାରେ ପ୍ରେମିକଙ୍କ ସହ ଧରାପଡ଼ିଲେ ମହିଳା, ବିବାହ କରାଇଦେଲେ ଗ୍ରାମବାସୀ

ହିନ୍ଦୋଳ,୧୧ା୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା କୁକୁଟା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହାକୁ ନେଇ ଅଞ୍ଚଳରେ...

ଆଉ ୧୦ ଦିନ ପରେ ହୋଇଥାନ୍ତା ବାହାଘର: କରୋନା ନେଇଗଲା ଜୀବନ

ବାଉଁଶୁଣୀ,୧୨ା୬: ବାହାଘର ଥିଲା ଆଉ ୧୦ ଦିନ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ବାହା ହେବାକୁ ଥିବା ଯୁବକ ଜଣକ କରୋନାରେ...

ଧାନ କିଣାବିକା ସମସ୍ୟା: ତେଜୁଛି ଆନ୍ଦୋଳନ

ବରଗଡ଼ ଅଫିସ,୨୪ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢ଼ି ଚାଲିଛି, ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି ତେଜି ଉଠିଛି । ଗୁରୁବାର ଅତାବିରା...

କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍‌: ପୁଣି ଗଞ୍ଜାମରୁ ୩ ଜୀବନ ନେଲା

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁରେ ବ୍ରେକ ଲାଗୁନି। ପୁଣି ଜିଲାର ଆଉ ୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାର...

ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀକୁ ୨୬ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ପୁରୀରେ ଆସନ୍ତା ମାସରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ସମୟରେ ଯାତ୍ରୀଙ୍କ ସମ୍ଭାବ୍ୟ ଆଗମନକୁ ରୋକିବା ଏବଂ କୋଭିଡ୍‌-୧୯ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଉଦ୍ଦେଶ୍ୟରେ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଯୋଗ କରୋନା ଲଢ଼େଇରେ  ଗୁରୁତ୍ୱପୂର୍ଣ୍ଣ…
Next Post Next post:
ଗଛ ଲଗାଇଲେ ପରୀକ୍ଷାରେ ମିଳିବ ଅତିରିକ୍ତ ନମ୍ବର: ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts