ସମ୍ପ୍ରତି କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ପ୍ରାକୃତିକ ଉପାୟରେ ଶୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନେଇ ଲୋକଙ୍କ ମଧ୍ୟରେ ଯୋଗାଭ୍ୟାସ ପ୍ରତି ଆଗ୍ରହ ସୃଷ୍ଟି ହୋଇଛି। ପ୍ରାଣାୟାମ ଦ୍ୱାରା ଶରୀରରେ ଅମ୍ଳଜାନସ୍ତରକୁ ସ୍ବାଭାବିକ କରିବା ନେଇ ଚିକିତ୍ସକମାନେ ପରାମର୍ଶ ଦେଉଛନ୍ତି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଲକ୍ଡାଉନ୍ ଜାରି ହୋଇଥିବାବେଳେ ବାହ୍ୟ କାର୍ଯ୍ୟ କଳାପରେ ଅଙ୍କୁଶ ଲାଗିଛି। ଫଳରେ ଘରେ ରହି ସୁସ୍ବାସ୍ଥ୍ୟକୁ ବଜାୟ ରଖିବା ସହିତ ଶରୀର ରକ୍ଷାର ଶ୍ରେଷ୍ଠତମ କାର୍ଯ୍ୟ ଭାବେ ଯୋଗ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ବିଭିନ୍ନ ଯୋଗ ମୁଦ୍ରା ଦ୍ୱାରା ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକର କାର୍ଯ୍ୟକୁ ସୁନିୟନ୍ତ୍ରିତ କରିବାକୁ ଚିକିତ୍ସକମାନେ ପରାମର୍ଶ ଦେଉଛନ୍ତି। ଅନୁଲୋମ ବିଲୋମ ଦ୍ୱାରା ଲୋକେ ନିଜର ମାନସିକସ୍ତରକୁ ସଶକ୍ତ କରି ପାରୁଛନ୍ତି। ଫଳରେ ଅବସାଦ ଦୂର ହେବା ସହିତ ହାର୍ଟ ସ୍ବାଭାବିକ ଭାବେ କାର୍ଯ୍ୟକ୍ଷମ ହୋଇପାରୁଛି। ଦୀର୍ଘଶ୍ୱାସ ବ୍ୟାୟାମ କରିବାକୁ ଚିକିତ୍ସକମାନେ କହୁଛନ୍ତି। ଏହାଦ୍ୱାରା ଫୁସ୍ଫୁସ୍ କୋଷିକା ସୁଦୃଢ଼ ହେବା ସହିତ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇ ଶରୀରରେ ଅମ୍ଳଜାନସ୍ତର ସ୍ବାଭାବିକ ହୋଇପାରିଥାଏ ବୋଲି କରୋନା ଆକ୍ରାନ୍ତଙ୍କ ସମେତ ସୁସ୍ଥ ଲୋକଙ୍କୁ ଅବଗତ କରାଯାଉଛି।
Posted inଜୀବନଚର୍ଯ୍ୟା View All
ଶ୍ୱେତ କବକ
କିଛି ରିପୋର୍ଟ ଅନୁଯାୟୀ, ଧଳା ଫଙ୍ଗସ୍ ରୋଗ ବୃଦ୍ଧି ପାଇବାରେ ଲାଗିଛି। କୋଭିଡ୍ରେ ଆକ୍ରାନ୍ତ ରୋଗୀମାନେ ଧଳା ଫଙ୍ଗସ୍ ବା ଶ୍ୱେତ କବକ (ହ୍ବାଇଟ୍ ଫଙ୍ଗସ୍)ରେ...
ଅଧିକ ଲୁଣ ଖାଉଛନ୍ତି କି? ଦେଖାଦେଇପାରେ ଏହି ଜଟିଳ ସ୍ବାସ୍ଥ୍ୟ ସମସ୍ୟା; ଜାଣନ୍ତୁ..
ଆଜିକାଲି ସମୟରେ କିଡନୀ ଷ୍ଟୋନ୍ ଏକ ସାଧାରଣ ସମସ୍ୟା ପାଲଟିଛି। ହେଲେ ପୋଷକ ତତ୍ତ୍ୱ କମ୍ ହେବା କାରଣରୁ ମଧ୍ୟ ଏହି ଷ୍ଟୋନ୍ ହୋଇଥାଏ। ସ୍ବାସ୍ଥ୍ୟ...
ସାଧାରଣ ବ୍ୟକ୍ତି ବି କରିପାରିବେ ଜଗତକୁ ନିୟନ୍ତ୍ରଣ, ଜାଣନ୍ତୁ କେମିତି
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ଅନେକ ସମସ୍ୟାର ସମାଧାନ କରିବା ସହିତ ଜୀବନ ସହ ଜଡ଼ିତ ମୂଲ୍ୟବୋଧ ବିଷୟରେ ଆଲୋଚନା କରିଛନ୍ତି। ଏଥି ସହିତ...
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ମନୁଷ୍ୟର ପ୍ରତିଟି କ୍ରିୟା ‘ଯୋଗ’
ଭୁବନେଶ୍ୱର, ୨୧।୬ (ବ୍ୟୁରୋ): ମନୁଷ୍ୟର ପ୍ରତିଟି କ୍ରିୟା ହେଉଛି ଯୋଗ। ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ମାନସିକ ସ୍ତରରେ ଶାନ୍ତି ମିଳିଥାଏ। ନୀରୋଗ...
ପାଚନକ୍ରିୟା ଓ ଉପବାସ
ପୂଜାପାର୍ବଣ ହେଉ ଅବା କେତେକ ତିଥିରେ ଅନେକେ ଉପବାସ ରହିଥାଆନ୍ତି। ଉପବାସ ରହିବା ଦ୍ୱାରା ମନ ପବିତ୍ର ରହେ ବୋଲି ଅନେକେ ବିଶ୍ୱାସ କରନ୍ତି। ହେଲେ...
ଘରେ ମନି ପ୍ଲାଣ୍ଟ୍ ଲଗାଉଥିଲେ ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍…
ଲୋକଙ୍କ ମନରେ ଧାରଣା ରହିଛି, ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ହେବା ସହିତ ଧନର ଆଗମନ ହୋଇଥାଏ। ମାତ୍ର...
ଚେହେରା ଅନୁସାରେ ଏଭଳି ବାଛନ୍ତୁ ଇୟର୍ ରିଂ
ମହିଳାମାନଙ୍କୁ ଆକର୍ଷଣୀୟ ଲୁକ୍ ଦେବାରେ ଇୟର୍ ରିଂର ମଧ୍ୟ ବିଶେଷ ଭୂମିକା ରହିଥାଏ। ତେବେ ସବୁ ମହିଳାଙ୍କୁ ଯେ ସବୁ ପ୍ରକାରର ଇୟର୍ ରିଂ ମାନିବ...
ବୁଦ୍ଧିମତ୍ତା ଓ ନିଦ୍ରା
ଆମେ ପ୍ରତିଦିନ ଅତିକମ୍ରେ ୬-୭ ଘଣ୍ଟା ଶୋଇବା ଦରକାର। ହେଲେ କେତେକଙ୍କ କ୍ଷେତ୍ରରେ ଏଥିରେ ତାରତମ୍ୟ ପରିଲକ୍ଷିତ ହୋଇଥାଏ। ତେବେ ଯଦି ଜଣେ ବ୍ୟକ୍ତି ଆବଶ୍ୟକ...


