ସେଭିଲ,୨୧।୬: ୟୁରୋକପ୍ରେ ଗ୍ରୁପ୍ ଇ’ରେ ଶନିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ସ୍ପେନ୍ ଓ ପୋଲାଣ୍ଡ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ସ୍ପେନ୍ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା। ଫଳରେ ଏବେ ସ୍ପେନ୍ ଗ୍ରୁପ୍ ପର୍ଯ୍ୟାୟରୁ ବାଦ୍ ପଡିବାର ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟପଟେ ଆଉ ଗୋଟିଏ ପରାଜୟ ବରଣ କଲେ ପୋଲାଣ୍ଡର ନକ୍ଆଉଟ ଆଶା ଶେଷ ହେବ। ୨୫ତମ ମିନିଟ୍ରେ ଅଲଭାରୋ ମୋରାଟା ଗୋଲ ଦେଇ ସ୍ପେନକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧରେ ୫୪ତମ ମିନିଟ୍ରେ ପୋଲାଣ୍ଡ ତରଫରୁ ରବର୍ଟ ଲଓ୍ବୋଣ୍ଡୋସ୍କି ଗୋଲ ଦେଇ ମ୍ୟାଚ୍କୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ଓ ମ୍ୟାଚ୍ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ଆମେ ଆଉ ଏକ ବିଜୟ ହାତଛଡ଼ା କରିଛୁ ବୋଲି ମୋରାଟା ସ୍ବୀକାର କରିଛନ୍ତି। ସାରା ମ୍ୟାଚ୍ରେ ସ୍ପେନର ଆଧିପତ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ସ୍ପେନ୍ ବିଜୟୀ ହୋଇପାରି ନ ଥିଲା। ମ୍ୟାଚ୍ ଫଳାଫଳ ନେଇ ସ୍ପେନ୍ ମିଡ୍ ଫିଲ୍ଡର ରୋଡ୍ରି ହେର୍ନାଣ୍ଡିଜ ନୌରାଶ୍ୟ ଜାହିର କରିଛନ୍ତି। ଏହା ପୂର୍ବରୁ ପ୍ରଥମ ମ୍ୟାଚ୍ରେ ସ୍ପେନ୍ ଭଲ ଖେଳିଥିଲେ ମଧ୍ୟ ସ୍ବିଡେନକୁ ହରାଇପାରି ନ ଥିଲା। ଫଳରେ ମ୍ୟାଚ୍ ଗୋଲ ଶୂନ୍ୟ ଭାବେ ଡ୍ର ରହିଥିଲା।
ଏଥିସହ ଗ୍ରୁପ୍ ଇ’ରେ ସ୍ପେନ ଦୁଇଟି ମ୍ୟାଚ୍ ଖେଳି ଦୁଇଟି ଡ୍ର ସହ ୨ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ସେହିପରି ପୋଲାଣ୍ଡ ଦୁଇଟି ମ୍ୟାଚ୍ ଖେଳି ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ୧ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ସ୍ବିଡେନ ୨ଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୪ ପଏଣ୍ଟ ପାଇ ଶୀର୍ଷରେ ରହିଛି। ସେହିପରି ସ୍ଲୋଭାକିଆ ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୩ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। କୋଭିଡ୍-୧୯ କାରଣରୁ ସ୍ପେନ ଅଧିନାୟକ ସର୍ଗିଓ ବସକ୍ୱୋଟ୍ସ ଏ ପର୍ଯ୍ୟନ୍ତ ମ୍ୟାଚ୍ ଖେଳିନାହାନ୍ତି। ସୁସ୍ଥ ହୋଇ ସେ ଶୁକ୍ରବାର ଦଳରେ ଯୋଗ ଦେଇଛନ୍ତି। ସ୍ପେନ୍ ବୁଧବାର କର ବା ମର ମ୍ୟାଚ୍ରେ ସ୍ଲୋଭାକିଆକୁ ଭେଟିବ।
ଆଉ ଲୋଡ଼ା ୪୬ ରନ୍; ଏହି ସ୍ବତନ୍ତ୍ର କ୍ଲବରେ ସାମିଲ ହେବେ ଜାଡେଜା, ଅଲରାଉଣ୍ଡର ଭାବେ…
ନୂଆଦିଲ୍ଲୀ,୧୭।୬: କ୍ରିକେଟ ଫର୍ମାଟରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ନିଜ ଖେଳକୁ ଅଧିକ ଉନ୍ନତ କରିଛନ୍ତି। ବାମହାତୀ ସ୍ପିନ୍ ସହ ନିମ୍ନ କ୍ରମରେ ଆସି ରନ୍ ଯୋଡ଼ିବାର...
ଜାପାନରୁ ଫେରିଲେନି ମ୍ୟାନ୍ମାର ଫୁଟ୍ବଲର
ଟୋକିଓ, ୧୮ା୬ (ଏପି)- ଜାପାନରେ ୨୦୨୨ ବିଶ୍ୱକପ୍ କ୍ୱାଲିଫାୟର୍ସ ଖେଳିବା ଲାଗି ଆସିଥିବା ମ୍ୟାନ୍ମାର ଜାତୀୟ ଫୁଟ୍ବଲ ଦଳର ଜଣେ ଖେଳାଳି ସ୍ବଦେଶ ଫେରିବା ଲାଗି...
କାର୍ତ୍ତିକ, ପାର୍ଥିବ ଥାଉ ଥାଉ ଧୋନୀଙ୍କୁ କାହିଁକି ଦିଆଯାଇଥିଲା ସୁଯୋଗ
ନୂଆଦିଲ୍ଲୀ, ୨।୬: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୩ ବର୍ଷ ବୟସରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ପରେ ଆଉ ପଛକୁ ଫେରି ଚାହିଁ...
ରକ୍ତଦାନ କଲେ ତେନ୍ଦୁଲକର
ମୁମ୍ବାଇ, ୧୪ା୬ (ପି.ଟି.)-ବିଶ୍ୱ ରକ୍ତଦାନ ଦିବସ ଅବସରରେ ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ସଚିନ ତେନ୍ଦୁଲକର ସୋମବାର ରକ୍ତଦାନ କରିଛନ୍ତି। ଏହି ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ...
ଗୋଟିଏ ତାରିଖ, ଗୋଟିଏ ମଇଦାନ; ୨ ବର୍ଷ-୨ ରେକର୍ଡ…ମହମ୍ମଦ ସାମିଙ୍କ ପାଇଁ ଖାସ୍ ପାଲଟିଲା ୨୨ ଜୁନ୍
ନୂଆଦିଲ୍ଲୀ,୨୩।୬: ପୁଣି ଥରେ ବିଦେଶୀ ମାଟିରେ ନିଜ ବଲ୍ର ଯାଦୁ ଦେଖାଇଛନ୍ତି ଭାରତୀୟ ଟିମ୍ର ୩୦ ବର୍ଷୀୟ ପେସର୍ ମହମ୍ମଦ ସାମି। ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ...
୮ ବର୍ଷ ତଳେ କରିଥିଲେ ଟୁଇଟ୍: ଏବେ ମାଗିଲେ କ୍ଷମା
ଇଂଲଣ୍ଡ ଦ୍ରୁତ ବୋଲର ଓଲି ରବିନ୍ସନ ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ଡେବ୍ୟୁ ମ୍ୟାଚ୍ ଗୋଟିଏ ଦିନ ପୂର୍ବରୁ ନିଜର ପ୍ରାୟ ୮...
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପୂର୍ବରୁ ସାକ୍ଷାତକାର ନେଲେ ସ୍ତ୍ରୀ, ବୁମ୍ରା ପଚାରିଲେ- ମୁଁ ଆପଣଙ୍କୁ ପୂର୍ବରୁ କେଉଁଠି ଦେଖିଛି କି?
ସାଉଥାମ୍ପଟନ,୧୭।୬: ଚଳିତ ବର୍ଷ ଫେବୃୟାରୀରେ ଭାରତୀୟ ଦ୍ରୁତ ବୋଲର ଜସପ୍ରିତ ବୁମ୍ରା ଲୋକପ୍ରିୟ ଟେଲିଭିଜନ ଉଦ୍ଘୋଷିକା ସଞ୍ଜନା ଗଣେଶନଙ୍କୁ ବିବାହ କରିଥିଲେ। ଉଭୟ ବିବାହ ପର୍ଯ୍ୟନ୍ତ...
ଫେଲ୍ ମାରିଲା ତାରକା ଖଚିତ ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନଅଫ୍
ସାଉଥାମ୍ପଟନ,୨୦।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ଫେଲ୍ ମାରିଛି ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ଅଫ୍। ଦଳରେ ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି,...


