ବୁଦାପେଷ୍ଟ,୨୧।୬: ୟୁରୋକପ୍ରେ ଶନିବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଆଣ୍ଟୋନିଓ ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କରିଛନ୍ତି। ଏହି ମୁକାବିଲାରେ ଫ୍ରାନ୍ସ ଓ ହଙ୍ଗେରୀ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ ୧-୧ ଗୋଲରେ ଅମୀମାଂସିତ ରହିଛି। ପ୍ରଥମାର୍ଦ୍ଧ ଇଞ୍ଜୁରି ଟାଇମର ଦ୍ୱିତୀୟ ମିନିଟ୍ରେ ଅଟିଲା ଫିଓଲା ଗୋଲ ଦେଇ ହଙ୍ଗେରୀକୁ ଅଗ୍ରଣୀ କରାଇଥିଲେ। ହଙ୍ଗେରୀ ବିପକ୍ଷରେ ଫ୍ରାନ୍ସ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଦ୍ୱିତୀୟାର୍ଦ୍ଧର ୬୬ତମ ମିନିଟ୍ରେ ଗ୍ରୀଜ୍ମେନ ଗୋଲ ଦେଇ ମ୍ୟାଚ୍କୁ ସମାନ ସ୍ଥିତିକୁ ଆଣିଥିଲେ। ଫ୍ରାନ୍ସ ଦ୍ୱିତୀୟ ଗୋଲ ଦେବାକୁ ସକ୍ଷମ ହୋଇପାରି ନ ଥିଲା। ଫଳରେ ମ୍ୟାଚ୍ ଡ୍ର ରହିଥିଲା। ଫ୍ରାନ୍ସ ଗ୍ରୁପ୍ ଏଫ୍’ ଶୀର୍ଷରେ ରହିଛି। ଫ୍ରାନ୍ସ ତରଫରୁ କିଲିଆନ ଏମ୍ବାପ୍ପେ ଓ କରିମ ବେଞ୍ଜେମା ଏକାଧିକ ସୁଯୋଗ ହାତଛଡ଼ା କରିଥିଲେ। ଗ୍ରୀଜ୍ମ୍ୟାନ ଏଥିସହ ଫ୍ରାନ୍ସ ପାଇଁ ୩୮ତମ ଗୋଲ ସ୍କୋର କରିଛନ୍ତି। ସ୍ଥାନୀୟ ପୁସ୍କାସ ଏରିନାରେ ୬୭,୨୧୫ ଦର୍ଶକଙ୍କ ସାମ୍ନାରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଚଳିତ ୟୁରୋକପ୍ରେ ଏକମାତ୍ର ଏହି ଷ୍ଟାଡିୟମରେ ପୂରା ଦର୍ଶକ ମ୍ୟାଚ୍ ଦେଖିବାର ସୁଯୋଗ ହାସଲ କରିଛନ୍ତି। ଘରୋଇ ପରିବେଶ ଓ ଦର୍ଶକଙ୍କ ସାମ୍ନାରେ ହଙ୍ଗେରୀ ଖେଳାଳିମାନେ ବେଶ୍ ଉତ୍ସାହିତ ହୋଇ ଖେଳିଥିଲେ ଓ ବିପର୍ଯ୍ୟୟ ଘଟାଇବାର ସମ୍ଭାବନା ସୃଷ୍ଟି କରିଥିଲେ।
ଫ୍ରେଞ୍ଚ୍ ଓପନ ଟେନିସ: ଚତୁର୍ଥ ରାଉଣ୍ଡରେ ଜେଭରେଭ, ନିଶିକୋରି
ପ୍ୟାରିସ୍,୫।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ଶୁକ୍ରବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଷଷ୍ଠ ସିଡ୍ ଖେଳାଳି ଆଲେକଜାଣ୍ଡର ଜେଭରେଭ,...
୩୩ ବର୍ଷରେ ରାହାନେ
ନୂଆଦିଲ୍ଲୀ,୬।୬: ଭାରତୀୟ ଟେଷ୍ଟ ଉପଅଧିନାୟକ ଅଜିଙ୍କ୍ୟ ରାହାନେ ରବିବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନରେ ତାଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ସମ୍ପୂର୍ଣ୍ଣ କ୍ରିକେଟ...
କୋହଲିଙ୍କ ସବୁଠାରୁ ଭଲ ଗୁଣ କ’ଣ ଜାଣନ୍ତି: ପ୍ରଶଂସାରେ ଶତମୁଖ ହୋଇ ଏଭଳି କହିଲେ କୋଚ୍…
ନୂଆଦିଲ୍ଲୀ,୫।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଜୁନ୍ ୧୮ରୁ ଡବ୍ଲୁଟିସି ଫାଇନାଲ ଇଂଲଣ୍ଡରେ ଖେଳାଯିବ। ଏହି ମହାମୁକାବିଲା ପୂର୍ବରୁ ଭାରତୀୟ...
କୋପା ଆମେରିକାରେ କରୋନା ସଙ୍କଟ
ସାଓ ପାଉଲୋ,୧୭।୬(ଏପି): ଚଳିତ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ କରୋନା ଆକ୍ରାନ୍ତ ବୃଦ୍ଧି ପରିଲକ୍ଷିତ ହୋଇଛି। ୩୩ ଜଣ ଖେଳାଳି ଓ ଷ୍ଟାଫ୍ଙ୍କ ସମେତ ମୋଟ...
ପରିବାର ସହ ମିଶିଲେ ଅଷ୍ଟ୍ରେଲୀୟ ଆଇପିଏଲ୍ ଖେଳାଳି
ସିଡ୍ନୀ, ୧ା୬ (ପି.ଟି.)-ଭାରତରେ ଆଇପିଏଲ୍ରେ ଭାଗନେବା ଲାଗି ଆସିଥିବା ଅଷ୍ଟ୍ରେଲୀୟ କ୍ରିକେଟର, ସପୋର୍ଟ ଷ୍ଟାଫ୍ ଏବଂ କମେଣ୍ଟେଟରଙ୍କ କ୍ୱାରାଣ୍ଟାଇନ୍ ଅବଧି ଶେଷ ହେବାପରେ ସୋମବାର ସେମାନେ...
ଇଂଲଣ୍ଡ ଗସ୍ତ: ଭାରତ ୨ଟି ଇଣ୍ଟ୍ରା ସ୍କ୍ବାଡ୍ ଗେମ୍ ଖେଳିବ
ନୂଆଦିଲ୍ଲୀ,୨୬।୬: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ୨ଟି ଇଣ୍ଟ୍ରା...
ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ଲଢ଼େଇ: ଜାଣନ୍ତୁ କେବେ, କେଉଁଠି ଦେଖିବେ ଏହି ହାଇପ୍ରୋଫାଇଲ ମ୍ୟାଚ୍
ସାଉଥାମ୍ପଟନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ହାଇପ୍ରୋଫାଇଲ ମ୍ୟାଚ୍ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମୁକାବିଲା ଯିଏ ଜିତିବ ସେ ପ୍ରଥମ ଟେଷ୍ଟ ଚାମ୍ପିୟନ ହେବାର ଗୌରବ...
ଭାରତୀୟ ଦଳ ଘୋଷିତ: ଅଶ୍ୱିନ, ଜାଡେଜାଙ୍କୁ ମିଳିଲା ସ୍ଥାନ
ସାଉଥାମ୍ପଟନ,୧୭।୬: ନ୍ୟୁଜିଲାଣ୍ଡ ବିପକ୍ଷରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମ୍ୟାଚ୍ ପାଇଁ ଗୁରୁବାର ରାତିରେ ବିସିସିଆଇ ପକ୍ଷରୁ ଘୋଷିତ...


