ବୁଦାପେଷ୍ଟ,୨୧।୬: ୟୁରୋକପ୍ରେ ଶନିବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଆଣ୍ଟୋନିଓ ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କରିଛନ୍ତି। ଏହି ମୁକାବିଲାରେ ଫ୍ରାନ୍ସ ଓ ହଙ୍ଗେରୀ ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ ୧-୧ ଗୋଲରେ ଅମୀମାଂସିତ ରହିଛି। ପ୍ରଥମାର୍ଦ୍ଧ ଇଞ୍ଜୁରି ଟାଇମର ଦ୍ୱିତୀୟ ମିନିଟ୍ରେ ଅଟିଲା ଫିଓଲା ଗୋଲ ଦେଇ ହଙ୍ଗେରୀକୁ ଅଗ୍ରଣୀ କରାଇଥିଲେ। ହଙ୍ଗେରୀ ବିପକ୍ଷରେ ଫ୍ରାନ୍ସ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଦ୍ୱିତୀୟାର୍ଦ୍ଧର ୬୬ତମ ମିନିଟ୍ରେ ଗ୍ରୀଜ୍ମେନ ଗୋଲ ଦେଇ ମ୍ୟାଚ୍କୁ ସମାନ ସ୍ଥିତିକୁ ଆଣିଥିଲେ। ଫ୍ରାନ୍ସ ଦ୍ୱିତୀୟ ଗୋଲ ଦେବାକୁ ସକ୍ଷମ ହୋଇପାରି ନ ଥିଲା। ଫଳରେ ମ୍ୟାଚ୍ ଡ୍ର ରହିଥିଲା। ଫ୍ରାନ୍ସ ଗ୍ରୁପ୍ ଏଫ୍’ ଶୀର୍ଷରେ ରହିଛି। ଫ୍ରାନ୍ସ ତରଫରୁ କିଲିଆନ ଏମ୍ବାପ୍ପେ ଓ କରିମ ବେଞ୍ଜେମା ଏକାଧିକ ସୁଯୋଗ ହାତଛଡ଼ା କରିଥିଲେ। ଗ୍ରୀଜ୍ମ୍ୟାନ ଏଥିସହ ଫ୍ରାନ୍ସ ପାଇଁ ୩୮ତମ ଗୋଲ ସ୍କୋର କରିଛନ୍ତି। ସ୍ଥାନୀୟ ପୁସ୍କାସ ଏରିନାରେ ୬୭,୨୧୫ ଦର୍ଶକଙ୍କ ସାମ୍ନାରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଚଳିତ ୟୁରୋକପ୍ରେ ଏକମାତ୍ର ଏହି ଷ୍ଟାଡିୟମରେ ପୂରା ଦର୍ଶକ ମ୍ୟାଚ୍ ଦେଖିବାର ସୁଯୋଗ ହାସଲ କରିଛନ୍ତି। ଘରୋଇ ପରିବେଶ ଓ ଦର୍ଶକଙ୍କ ସାମ୍ନାରେ ହଙ୍ଗେରୀ ଖେଳାଳିମାନେ ବେଶ୍ ଉତ୍ସାହିତ ହୋଇ ଖେଳିଥିଲେ ଓ ବିପର୍ଯ୍ୟୟ ଘଟାଇବାର ସମ୍ଭାବନା ସୃଷ୍ଟି କରିଥିଲେ।
କ୍ୟାରିୟରରେ ଗୋଟିଏ ବି ନୋ ବଲ୍ ପକାଇନାହାନ୍ତି ଏହି ୫ ବୋଲର୍: ତାଲିକାରେ କପିଲ-ଇମ୍ରାନଙ୍କ ସହ…
ନୂଆଦିଲ୍ଲୀ,୩।୬: ଅନିଶ୍ଚିତତାର ଖେଳ ହେଉଛି କ୍ରିକେଟ। କାରଣ କେଉଁ ମୂହୁର୍ତ୍ତରେ କ’ଣ ହେବ କୁହାଯାଇ ନ ପାରେ। ଅନେକ ସମୟରେ ଗୋଟିଏ ଭୂଲ, ତାହା ନୋ...
ଭାରତୀୟଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ: ବଟଲର, ମୋର୍ଗାନଙ୍କ ବିରୋଧରେ ଇସିବିର ତଦନ୍ତ
ଲଣ୍ଡନ,୧୦।୬(ପି.ଟି.): ଭାରତୀୟଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରି ଇଂଲଣ୍ଡ ସୀମିତ ଓଭର ଅଧିନାୟକ ଇଅନ ମୋର୍ଗାନ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋଶ ବଟଲର ଏବେ ହରଡ଼ଘଣାରେ...
ଭାରତୀୟ ଖେଳାଳିଙ୍କୁ ୩ ଦିନ ପରସ୍ପର ସହ ମିଶିବା ମନା
ସାଉଥାମ୍ପଟନ, ୫।୬(ପି.ଟି.)- ସମ୍ପ୍ରତି ୟୁନାଇଟେଡ କିଙ୍ଗ୍ଡମ୍ ଟୁର୍ରେ ଥିବା ଭାରତୀୟ କ୍ରିକେଟ ଦଳର ୩ ଦିନିଆ କଠିନ କ୍ୱାରାଣ୍ଟାଇନ୍ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ...
ପନ୍ତଙ୍କୁ ସମାଲୋଚନା କଲେ ପୂର୍ବତନ ଖେଳାଳି
ନୂଆଦିଲ୍ଲୀ,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ରିଜର୍ଭ ଡେ’ରେ ସେଟ୍ ହୋଇସାରିଥିବା ରିଷଭ ପନ୍ତ ନ୍ୟୁଜିଲାଣ୍ଡ ପେସର ଟ୍ରେଣ୍ଟ ବୋଲ୍ଟଙ୍କୁ ଷ୍ଟେପ ଆଉଟ୍ କରି ବଡ଼...
ପରିବାର ସହ ମିଶିଲେ ଅଷ୍ଟ୍ରେଲୀୟ ଆଇପିଏଲ୍ ଖେଳାଳି
ସିଡ୍ନୀ, ୧ା୬ (ପି.ଟି.)-ଭାରତରେ ଆଇପିଏଲ୍ରେ ଭାଗନେବା ଲାଗି ଆସିଥିବା ଅଷ୍ଟ୍ରେଲୀୟ କ୍ରିକେଟର, ସପୋର୍ଟ ଷ୍ଟାଫ୍ ଏବଂ କମେଣ୍ଟେଟରଙ୍କ କ୍ୱାରାଣ୍ଟାଇନ୍ ଅବଧି ଶେଷ ହେବାପରେ ସୋମବାର ସେମାନେ...
ଟୋକିଓ ଅଲିମ୍ପିକ୍ସ: ବିନା ଦର୍ଶକରେ ଏବେ ସୁଦ୍ଧା ବିକଳ୍ପ ରହିଛି
ଟୋକିଓ, ୨୬ା୬ (ଏପି)-ବିନା ଦର୍ଶକରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ଏବେ ସୁଦ୍ଧା ବିକଳ୍ପ ପନ୍ଥା ରହିଛି। ଆୟୋଜକ କମିଟି ସଭାପତି ସିକୋ ହାସିମୋତୋ ଶୁକ୍ରବାର ପ୍ରକାଶ...
ୟୁକେ ଟୁର୍ ପାଇଁ ଖେଳାଳିଙ୍କ ପରିବାରକୁ ଅନୁମତି
ନୂଆଦିଲ୍ଲୀ,୨ା୬ (ପି.ଟି.)-ଭାରତର ଉଭୟ ପୁରୁଷ ଓ ମହିଳା କ୍ରିକେଟ ଟିମ୍ର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ନିଜ ପରିବାରକୁ ନେଇ ଇଂଲଣ୍ଡ ଟୁର୍ରେ ଯିବା ଲାଗି...
ଜେଲ୍ରୁ ମହାନ୍ କ୍ରିକେଟର୍: ଦଳକୁ କରିଥିଲେ ବିଶ୍ୱ ଚାମ୍ପିଅନ୍
ଇଂଲଣ୍ଡ ମହାନ ଖେଳାଳି ବେନ ଷ୍ଟୋକ୍ସ ଆଜି ୩୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏବେ ସେ ଦୁନିଆର ସର୍ବୋତ୍ତମ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ। ୨୦୧୧ରେ ଇଂଲଣ୍ଡ...


