ଇସ୍ଲାମାବାଦ,୨୧।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଜ ବୟାନକୁ ନେଇ ସବୁବେଳେ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏବେ ମହିଳାଙ୍କ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମହିଳାଙ୍କ ପୋଷାକକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦେଶରେ ବଳାତ୍କାର ମାମଲା ବୃଦ୍ଧି ପଛର କାରଣ ହେଉଛି ପୋଷାକ। ମହିଳାମାନେ ପିନ୍ଧୁଥିବା ପୋଷାକ ଯୋଗୁ ଦେଶରେ ବଳାତ୍କାର ସଂଖ୍ୟା ବଢ଼ୁଛି। ଯାହାକୁ ନେଇ ଏବେ ଦେଶରେ ଅସନ୍ତୋଷ ଦେଖାଦେଇଛି। ସୂଚନାଯୋଗ୍ୟ, ଏଚ୍ବିଓ ପାଇଁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ କହିଛନ୍ତି, ଯଦି ଜଣେ ମହିଳା ଛୋଟ ପୋଷାକ ପିନ୍ଧନ୍ତି, ତେବେ ଏହା ପୁରୁଷଙ୍କ ଉପରେ ପ୍ରଭାବ ପକାଇଥାଏ। ଯଦି ସେ କୌଣସି ରୋବଟ ନ ହୋଇଥିବ ତାହେଲେ କଥା ଅଲଗା। ଏହା ଏକ ସାଧାରଣ କଥା। ତେଣୁ ମହିଳାମାନେ ନିଜ ପୋଷାକ ପିନ୍ଧିବା ଉପରେ ଧ୍ୟାନ ଦେବା ଉଚିତ ବୋଲି ସେ କହିଛନ୍ତି। ତେବେ ଇମ୍ରାନଙ୍କ ଏଭଳି ମନ୍ତବ୍ୟ ପରେ ବିଭିନ୍ନ ମହଲରୁ ତାଙ୍କୁ ତୀବ୍ର ସମାଲୋଚନା କରାଯିବା ସହ ସୋସିଆଲ ମିଡିଆରେ ନିନ୍ଦା କରାଯାଉଛି। ଏହାପୂର୍ବରୁ ବି ସେ ଏଭଳି ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିସାରିଛନ୍ତି।
Posted inଅନ୍ତର୍ଜାତୀୟ View All
ମହାକାଶ ନୁହେଁ ସମୁଦ୍ରରୁ ଆସୁଛନ୍ତି ଏଲିଅନ୍: ଆଇସିଇଆର୍…
ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଏଲିଅନ୍ ନେଇ ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ଅଲିଅନ୍ମାନେ ୟୁଏଫ୍ଓ ଦ୍ୱାରା ଲଗାତାର ପୃଥିବୀକୁ ଆସୁଥିବା ନେଇ କେତେକ ଖବର ପ୍ରକାଶ ହେଉଥିବା ବେଳେ...
ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କଲେ ବାର୍ ମାଲିକ, ଦେଲେ ଏମିତି ଦଣ୍ଡ; ଜାଣିଲେ…
ବାର୍ସାଲୋନା,୩ା୬: ସ୍ପେନ୍ର ଏକ ବାର୍ରେ କାମ କରୁଥିବା ଜଣେ ଯୁବତୀ ତାଙ୍କ ମାଲିକଙ୍କ ପ୍ରାଇଭେଟ ପାର୍ଟକୁ ଛୁରିରେ କାଟି ଦେଇଛନ୍ତି। କାରଣ ବାର୍ ମାଲିକ ତାଙ୍କୁ...
ପଳାତକ ମେହୁଲ ଚୋକସିଙ୍କ ଜାମିନ ଆବଦେନ ଡୋମିନିକା ହାଇକୋର୍ଟରେ ଖାରଜ
ରୋସେୟୁ,୧୨।୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ପୁଣି ଥରେ ଏକ ଶକ୍ତ ଧକ୍କା ଲାଗିଛି। ଶୁକ୍ରବାର ଡୋମିନିକା ହାଇକୋର୍ଟ ମେହୁଲଙ୍କ ଜାମିନ ଆବେଦନକୁ ଖାରଜ...
ପ୍ରବଳ ଥଣ୍ଡାରେ ୧୦୦ କିଲୋମିଟର ମାରାଥନ୍: ଅଧାବାଟରେ ୨୧ ଜଣଙ୍କ ମୃତ୍ୟୁ…
ବେଜିଂ,୧୨।୬: ଚାଇନାରେ ଏକ ମରାଥନ ଦୌଡ଼ ସମୟରେ ୨୧ ଜଣ ପ୍ରତିଯୋଗୀଙ୍କ ମୃତ୍ୟୁ ଘଟିଛି। ପ୍ରବଳ ଥଣ୍ଡା ଯୋଗୁ ସେମାନଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ...
ଭାରତ ନାଁରେ ବିପୁଳ ଅର୍ଥ ସଂଗ୍ରହ
ୱାଶିଂଟନ,୧୭ା୬: ଭାରତରେ କରୋନା ଭାଇରସ୍ର ଦ୍ୱିତୀୟ ଲହର ଯୋଗୁ ଅକ୍ସିଜେନ ସଙ୍କଟ ଦେଖାଦେଇଥିଲା। ଭାରତ ପକ୍ଷରୁ ଦିଆଯାଇଥିବା ସହାୟତା ବଦଳରେ ବିଶ୍ୱର ଅନେକ ଦେଶ ସହଯୋଗର...
ପ୍ରଧାନମନ୍ତ୍ରୀଙ୍କ ହ୍ବାଟ୍ସଆପ୍ ଚାଟ୍ ଲିକ୍, ପଠାଇଥିଲେ ଏମିତି ମେସେଜ
ଲଣ୍ଡନ,୧୭ା୬: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ହ୍ବାଟ୍ସଆପ୍ ଚାଟ୍ ଲିକ୍ ହୋଇଥିବା ସାମ୍ନାକୁ ଆସିଛି। ଏହି ଚାଟ୍କୁ ବୋରିସ୍ଙ୍କ ପୂର୍ବତନ ବରିଷ୍ଠ ପରାମର୍ଶଦାତା ଡୋମିନକ୍ କମିଙ୍ଗ୍ସ...
୧୦୦ ତାଲିବାନ୍ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…
କାବୁଲ,୩।୬: ସୁରକ୍ଷାକର୍ମୀଙ୍କ ସହିତ ମୁହାଁମୁହିଁ ହେବା ପରେ ଆଫଗାନିସ୍ତାନରେ ୧୦୦ ତାଲିବାନ୍ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏହି ଘଟଣାରେ ୫୦ ଜଣ ଆତଙ୍କବାଦୀ ଆହତ ହୋଇଥିବା...
ଏଲ୍ ସାଲଭେଡରରେ ବୈଧ ହେବ ବିଟ୍କଏନ
ସେଣ୍ଟ୍ରାଲ ଆମେରିକାର ଦେଶ ଏଲ୍ ସାଲଭେଡର ଭର୍ଚୁଆଲ କରେନ୍ସି ବିଟ୍କଏନ୍କୁ ବୈଧ କରିବାକୁ ଯୋଜନା କରିଛି। ରାଷ୍ଟ୍ରପତି ନାଏବ ବୁକେଲେ ଏ ନେଇ କଂଗ୍ରେସରେ ବିଲ୍...


