ଗ୍ରସ୍ ଆଇଲେଟ (ସେଣ୍ଟ ଲୁସିଆ) ୨୨ା୬: ସ୍ଥାନୀୟ ଡାରେନ ସାମି ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଘରୋଇ ଓ୍ବେଷ୍ଟଇଣ୍ଡିଜକୁ ୧୫୮ ରନରେ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜ ହ୍ୟାଟ୍ରିକ ଉଇକେଟ ନେବା ସହ ମୋଟ ୫ ଉଇକେଟ ହାସଲ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ପ୍ରଥମ ଟେଷ୍ଟରେ ମଧ୍ୟ ଦକ୍ଷିଣ ଆଫ୍ରିକା ଏକ ଇନିଂସ ଓ ୬୩ ରନରେ ବିଜୟ ହାସଲ କରିଥିଲା। ଏଥିସହ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ କ୍ଲିନ ସୁଇପ୍ କରିଛି। ଦକ୍ଷିଣ ଆଫ୍ରିକା ପେସ୍ ବୋଲର କାଗିସୋ ରାବାଡା ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି। କ୍ୱିଣ୍ଟନ ଡି’କକ୍ ପ୍ଲେୟର ଅଫ୍ ଦି ସିରିଜ ହୋଇଛନ୍ତି।
ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ୨୯୮ ରନକରି ଅଲ୍ଆଉଟ ହୋଇଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ ଆରମ୍ଭ କରି ୫୪ ଓଭରରେ ୧୪୯ ରନକରି ଅଲ୍ଆଉଟ ହୋଇଥିଲା ଓ ଦକ୍ଷିଣ ଆଫ୍ରିକା ୧୪୯ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୫୩ ଓଭରରେ ୧୭୪ ରନରେ ତୃତୀୟ ଦିବସରେ ଅଲ୍ଆଉଟ ହୋଇଥିଲା। ଫଳରେ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୩୨୪ ରନର ଟାର୍ଗେଟ୍ ଧାର୍ଯ୍ୟ ହୋଇଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ ଆରମ୍ଭ କରି ସୋମବାର ଚତୁର୍ଥ ଦିବସରେ ୫୮.୩ ଓଭରରେ ୧୬୫ ରନକରି ଅଲଆଉଟ ହୋଇ ପରାଜୟ ବରଣ କରିଛି। ଦଳ ତରଫରୁ କିରନ ପାଓ୍ବେଲ ସର୍ବାଧିକ ୫୧ ରନ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ବୋଲିଂରେ ମହାରାଜ ୫, କାଗିସୋ ରାବାଡ଼ା ୩, ଲୁନ୍ଗି ଏନ୍ଗିଡି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ତରଫରୁ ରାସି ଭାନ ଡର ଡୁସେନ ସର୍ବାଧିକ ଅପରାଜିତ ୭୫ ରନ ସଂଗ୍ରହ କରିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ କେମର ରୋଚ୍ ସର୍ବାଧିକ ୪, କାଏଲ ମେୟର୍ସ ୩ ଉଇକେଟ ଅକ୍ତିଆର କରିଥିଲେ। ତୃତୀୟ ଦିବସର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୫/୦ରୁ ଓ୍ବେଷ୍ଟଇଣ୍ଡିଜ ଖେଳ ଆରମ୍ଭ କରିଥିଲା।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ- ୧୧୨.୪ ଓଭରରେ ୨୯୮।
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ- ୫୪ ଓଭରରେ ୧୪୯।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ- ୫୩ ଓଭରରେ ୧୭୪
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ- ୫୮.୩ ଓଭରରେ ୧୬୫ ଅଲଆଉଟ
(ପାଓ୍ବେଲ- ୫୧, ମହାରାଜ- ୫/୩୬, ରାବାଡା- ୩/୪୪)।
ବେଲ୍ଗ୍ରେଡ ଟ୍ରଫି ସୁଇମିଂ: ସଜନ, ଶ୍ରୀହରିଙ୍କୁ ସ୍ବର୍ଣ୍ଣ ପଦକ
ବେଲ୍ଗ୍ରେଡ, ୨୧ା୬ (ପି.ଟି.)-ବେଲ୍ଗ୍ରେଡ ଟ୍ରଫି ସୁଇମିଂ ପ୍ରତିଯୋଗିତାରେ ଅଲିମ୍ପିକ ଆଶାୟୀ ସଜନ ପ୍ରକାଶ ଓ ଶ୍ରୀହରି ନଟରାଜ ସେମାନଙ୍କ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।...
ଟିମ୍ ଇଣ୍ଡିଆକୁ ଏମିତି ପରାମର୍ଶ ଦେଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୧୭।୬: ୟୁକେର ସାଉଥାମ୍ପଟଠାରେ ଶୁକ୍ରବାରଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲ। ଏହି ମ୍ୟାଚ୍ ପୂର୍ବରୁ...
ପାକିସ୍ତାନ ଟି୨୦ ଦଳରେ ପୂର୍ବତନ ଅଧିନାୟକଙ୍କ ପୁଅ
କରାଚୀ,୪।୬: ଆଗକୁ ହେବାକୁ ଥିବା ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ପିସିବି ପକ୍ଷରୁ ଘୋଷଣା କରାଯାଇଛି ପାକିସ୍ତାନ ଟି୨୦ ଦଳ। ଏହି ଦଳରେ ସ୍ଥାନ...
କୋଚ୍ ଟୁଚେଲଙ୍କ କାର୍ଯ୍ୟକାଳ ବଢ଼ାଇଲା ଚେଲସି
ଲଣ୍ଡନ,୫।୬: ଚାମ୍ପିୟନ୍ସ ଲିଗ୍ ଟାଇଟଲ ହାସଲ କରିବା ପରେ ଚେଲସି କୋଚ୍ ଥୋମାସ ଟୁଚେଲଙ୍କୁ ପୁରସ୍କୃତ କରିଛି। ଚେଲ୍ସି ଶୁକ୍ରବାର ଟୁଚେଲଙ୍କ କାର୍ଯ୍ୟକାଳ ୨୦୨୪କୁ ବୃଦ୍ଧି...
ଏମିତି ଛକା ମାରିଲେ କ୍ରିକେଟର୍, ନିଜର ହେଲା କ୍ଷତି
କ୍ରିକେଟରେ ଜଣେ ବ୍ୟାଟ୍ସମ୍ୟାନ ଛକା ମାରିଲେ ବଲ ସୀମା ବାହାରେ ବସିଥିବା ଜଣେ ବ୍ୟକ୍ତିଙ୍କ ଉପରେ ପଡିବା ନୂଆକଥା ନୁହେଁ। କ୍ରିକେଟରେ ଏପରି ଅନେକ ଉଦାହରଣ...
ଆଇପିଏଲର ବଳକା ମ୍ୟାଚ୍ରେ ନ ଖେଳିପାରନ୍ତି ବହୁ ଅନ୍ତର୍ଜାତୀୟ ତାରକା
ନୂଆଦିଲ୍ଲୀ, ୧।୬: ଆଇପିଏଲ-୧୪’ର ବଳକା ୩୧ ମ୍ୟାଚ୍ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧୦ ମଧ୍ୟରେ ୟୁଏଇଠାରେ ଖେଳାଯିବ। କିନ୍ତୁ ଏହି ମ୍ୟାଚ୍ଗୁଡ଼ିକରେ ବହୁ ଅନ୍ତର୍ଜାତୀୟ ତାରକା...
ଏହି ଖେଳାଳିଙ୍କ ଉପରେ ଲାଗିଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇଲା ବିସିସିଆଇ; ପୁଣି ଖେଳି ପାରିବେ…
ମୁମ୍ବାଇ,୧୬।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଙ୍କିତ ଚାଭାନଙ୍କ ଉପରେ ଲଗାଯାଇଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଏଣୁ ମୁମ୍ବାଇର ଏହି ସ୍ପିନର ଏବେ...
ଭାରତୀୟ ଟି୨୦ ଟିମ୍ରୁ କାହିଁକି ବାହାର ହୋଇଥିଲେ ଦିନେଶ କାର୍ତ୍ତିକ; କାରଣ ନେଇ ଏଭଳି କହିଲେ…
ନୂଆଦିଲ୍ଲୀ,୫।୬: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ହେଲେ...


