ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ମଙ୍ଗଳବାର ଏହା ୫୦ ହଜାରରୁ କମ୍ ରହିଥିଲା। ତେବେ ବୁଧବାର ପୁଣି ବଢ଼ିଛି। ସେହପରି ଦୈନିକ ମୃତକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ମଙ୍ଗଳବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୬୪୦ ଥିବାବେଳେ ୧,୧୬୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୦ ହଜାର ୮୪୮ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୧,୩୫୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୬୮ ହଜାର ୮୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୬ ଲକ୍ଷ ୪୩ ହଜାର ୧୯୪ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୨୮ କୋଟି ୮୭ ଲକ୍ଷ ୬୬ ହଜାର ୨୦୧ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୯ କୋଟି ୪୦ ଲକ୍ଷ ୭୨ ହଜାର ୧୪୨ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୩ ଲକ୍ଷ ୯୦ ହଜାର ୬୬୦ ଛୁଇଁଛି। ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଏବଂ କବରସ୍ତାନରେ ଲମ୍ବା ଧାଡ଼ି ଲାଗି ରହିଛି। ଶ୍ମଶାନରେ ଜୁଇ ଲିଭୁ ନ ଥିବାବେଳେ କବରସ୍ତାନରରେ ସ୍ଥାନର ଅଭାବ ଦେଖାଦେଇଛି।
୩ ଲକ୍ଷ ୯୦ ହଜାରରୁ ଅଧିକଙ୍କ ଘଟିଲାଣି ମୃତ୍ୟୁ, ଦୈନିକ ସଂକ୍ରମଣ ପୁଣି ଟପିଲା ୫୦ ହଜାର…
Posted inକରୋନା ଭାଇରସ୍, ଜାତୀୟ View All
ଧାରଣା ଦେଲେ ପରିବାର
ଭୁବନେଶ୍ୱର,୩।୬(ବ୍ୟୁରୋ): କୋଭିଡ୍ ସଂକ୍ରମିତ ନିଖୋଜ ବାପାଙ୍କୁ ପୁଅ ଖୋଜୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ପତ୍ତା ମିଳୁନାହିଁ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଦ୍ୱନ୍ଦ୍ୱ ଓ ଚିନ୍ତାରେ ଥିବା...
ଝାଡ଼ଖଣ୍ଡ କଂଗ୍ରେସରେ ସଙ୍କଟ, ୪ ବିଧାୟକ ଦିଲ୍ଲୀରେ…
ରାଞ୍ଚି,୨୩।୬: ପଞ୍ଜାବ ଏବଂ ରାଜସ୍ଥାନ କଂଗ୍ରେସର ଘର କଳି ପଦାକୁ ଆସିବା ପରେ ଏବେ ଝାଡ଼ଖଣ୍ଡରେ ବିବାଦ ସୃଷ୍ଟି ହୋଇଛି। ରାଜ୍ୟର ୪ କଂଗ୍ରେସ ବିଧାୟକ...
କରୋନାର ଦ୍ୱିତୀୟ ଲହର ନେଇଛି ୫୯୪ଡାକ୍ତରଙ୍କ ଜୀବନ
ନୂଆଦିଲ୍ଲୀ,୨।୬: କରୋନା ମହାମାରୀ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପୁରା ହଲାଇଦେଇଛି। ଏହି ମହାମାରୀ ଯୋଗୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ...
କରୋନା ମୃତକଙ୍କ ପରିବାରକୁ ଦେଇ ହେବନି ୪ ଲକ୍ଷ ସହାୟତା: ସତ୍ୟପାଠ ଦାଖଲ କଲେ ମୋଦି ସରକାର…
ନୂଆଦିଲ୍ଲୀ,୨୦।୬: କରୋନା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଦେଇ ହେବନି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ...
କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଏମିତି ଟୁଇଟ୍ କଲେ ଗମ୍ଭୀର
ନୂଆଦିଲ୍ଲୀ, ୩।୬: ଭାଜପା ଏମ୍ପି ଗୌତମ ଗମ୍ଭୀରଙ୍କ ଫାଉଣ୍ଡେଶନ ବେଆଇନ ଭାବେ କୋଭିଡ୍-୧୯ ଔଷଧ କିଣିଥିଲା। ଆଉ ତାହାକୁ ବିନା ଅନୁମତିରେ ବାଣ୍ଟି ଥିଲେ ବୋଲି...
ସାର୍ବଜନୀନ ହେବ ଯୁଦ୍ଧ ଇତିହାସ
ନୂଆଦିଲ୍ଲୀ, ୧୩।୬(ପି.ଟି.): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଯୁଦ୍ଧ ଇତିହାସର ସଂଗ୍ରହ, ଗୁପ୍ତ ସୂଚୀରୁ ହଟାଇବା ଓ ସଂକଳନ ନୀତିକୁ ଅନୁମୋଦନ କରିଛନ୍ତି। ଫଳରେ...
ଅନୁପ ପାଣ୍ଡେ ନୂଆ ଇସି
ନୂଆଦିଲ୍ଲୀ, ୧୦।୬(ପି.ଟି.): ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ଅନ୍ୟତମ ନିର୍ବାଚନ କମିଶନ (ଇସି) ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ...
ଉଠିଲା ଲକ୍ଡାଉନ୍: ଅପରାହ୍ନ ୫ ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର
ପାଟନା,୮।୬:ଦେଶରେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ କମିବା ପରେ ବିଭିନ୍ନ ରାଜ୍ୟରେ କଟକଣା ସାମାନ୍ୟ କୋହଳ କରାଯାଇଛି। ମଙ୍ଗଳବାର ବିହାରରେ ଲକଡାଉନ୍ କଟକଣା ଉଠାଇ ଦିଆଯାଇଛି।...


