ମୁମ୍ବାଇ: ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ୟନ କିଛି ଦିନ ପୂର୍ବରୁ ବେଶ୍ ଚର୍ଚ୍ଚାରେ ରହିଥିଲେ। ନିକଟରେ କାର୍ତ୍ତିକଙ୍କୁ ଫିଲ୍ମ ଦୋସ୍ତାନା-୨ରୁ ବାହାର କରାଯିବା ଖବର ଲାଇମ୍ଲାଇଟ୍ରେ ରହିଥିଲା। ନିର୍ଦ୍ଦେଶକ କରନ ଜୋହରଙ୍କ ସହ ତାଙ୍କର ଝଗଡ଼ା ପରେ କାର୍ତ୍ତିକଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଥିଲା। କରନ କେବଳ ତାଙ୍କର ଆଗାମୀ ଫିଲ୍ମ ଦୋସ୍ତାନା-୨ରୁ ନୁହେଁ ବରଂ ଧର୍ମାପ୍ରଡକ୍ସନ ହାଉସ୍ରୁ ବି କାର୍ତ୍ତିକଙ୍କୁ ବ୍ୟାନ କରିଦେଇଥିଲେ। ଇତିମଧ୍ୟରେ କାର୍ତ୍ତିକଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସିଖର। ଖୁବ୍ଶୀଘ୍ର ଆଉ ଏକ ବଡ଼ ପ୍ରୋଜେକ୍ଟରେ ନଜର ଆସିବେ କାର୍ତ୍ତିକ। ଫିଲ୍ମ ‘ସତ୍ୟନାରାୟଣ କି କଥା’ରେ କାର୍ତ୍ତିକ ଆର୍ୟନଙ୍କ ଦମ୍ଦାର ଅଭିନୟ ଦେଖିବାକୁ ମିଳିବ। କାର୍ତ୍ତିକ ନିଜେ ଇନ୍ଷ୍ଟାଗ୍ରାମ୍ରେ ଏକ ୩୫ ସେକେଣ୍ଡର ଭିଡିିଓ ସହ ଏନେଇ ସୂଚନା ଦେଇଛନ୍ତି। ଏଥିସହ କ୍ୟାପସନ୍ରେ ଲେଖିଛନ୍ତି, ସତ୍ୟନାରାୟଣ କି କଥା ହେଉଛି ମୋ ହୃଦୟର ଏକ କାହାଣୀ। ସୂଚନା ମୁତାବକ ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ସମୀର ବିଦ୍ୱାନ୍ସ ନମଃ ପିକଚର୍ସ ଓ ସାଜିଦ ନାଦିଆଓ୍ବାଲାଙ୍କ ବ୍ୟାନର ନାଦିଆଓ୍ବାଲା ଗ୍ରାଣ୍ଡସନ୍ ଏଣ୍ଟରଟେନମେଣ୍ଟ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଳାଇଛନ୍ତି। ପ୍ରେମର ଗାଥା ସତ୍ୟନାରାୟଣ କି କଥାରେ କାର୍ତ୍ତିକ ସତ୍ୟର ଚରିତ୍ରରେ ନଜର ଆସିବେ। ଏହିି ଫିଲ୍ମକୁ ନେଇ କାର୍ତ୍ତିକ ବେଶ୍ ଉତ୍ସାହିତ ଥିବା ଜଣାପଡ଼ିଛି।
ପ୍ରଥମ ସ୍ତ୍ରୀଙ୍କ ଚିଠି ପଢି ପ୍ରବଳ କାନ୍ଦିଥିଲେ ଅମିର ଖାନ୍
ବଲିଉଡ୍ ଅଭିନେତା ଅମିର ଖାନଙ୍କ ପ୍ରଥମ ଚଳଚ୍ଚିତ୍ର ‘ଲଗାନ’ ରିଲିଜ ହେବାର ଇତିମଧ୍ୟରେ ୨୦ ବର୍ଷ ବିତିଗଲାଣି। ଏହି ଚଳଚ୍ଚିତ୍ରଟି ଅମିରଙ୍କ ପାଇଁ ସ୍ବତନ୍ତ୍ର ଥିଲା।...
କବୀର ସିଂର ଦୁଇ ବର୍ଷ ପରେ ସାହିଦ୍ ଶେୟାର କଲେ ଏମିତି ଭିଡିଓ, ପ୍ରଶଂସକ କହିଲେ…
ବଲିଉଡ୍ ଅଭିନେତା ସାହିଦ କପୁର ଏଯାବତ୍ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ ‘କବୀର ସିଂ’ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଥିଲା।...
କିଛି ଏଭଳି ୟାମି-ଆଦିତ୍ୟଙ୍କ ଲଭ୍ଷ୍ଟୋରୀ: କେହି ବି ଟେର୍ ପାଇଲେନି; ଶୁଟିଂ ସେଟ୍ରୁ…
ବମ୍ବେ: ଲୁଚିଛପି ବିବାହ କରିଛନ୍ତି ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ୟାମି ଗୌତମ। ଆଦିତ୍ୟ ଧରଙ୍କୁ ସେ ବିବାହ କରିଥିବା ନେଇ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ...
ହନିମୁନ୍ରେ ଏହି ଅଭିନେତ୍ରୀଙ୍କୁ ନିଲାମ ଡାକିବେ ବୋଲି କହିଥିଲେ ସ୍ବାମୀ, ଗର୍ଭବତୀ ସମୟରେ ଖାଇଥିଲେ ମାଡ଼
ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ତାଙ୍କ ଅଭିନୟ ଜୀବନ ଯେତିକି ସଫଳ ତାଙ୍କ ବୈବାହିକ ଜୀବନ ସେତିକି...
ଆଖିବୁଜିଲେ ପ୍ରସିଦ୍ଧ ଫିଲ୍ମ ନିର୍ମାତା
କିମ୍ବଦନ୍ତୀ ବଙ୍ଗଳା ଫିଲ୍ମ ନିର୍ମାତା ବୁଦ୍ଧଦେବ ଦାସଗୁପ୍ତାଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ତାଙ୍କ...
ତୁମ ବିନା ଜୀବନ ନାହିଁ; ଅପେକ୍ଷା କରିଛି ଫେରିଆସ
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏକ ଭାବପ୍ରବଣ ନୋଟ ଲେଖି ତାଙ୍କୁ ସ୍ମରଣ କରିଛନ୍ତି। ଏହି ପୋଷ୍ଟରେ...
ପାକିସ୍ତାନୀ ଗାୟକ ଫର୍ହାଦ୍ଙ୍କ ପରଲୋକ
ଇସ୍ଲାମାବାଦ: ପାକିସ୍ତାନୀ ଗାୟକ ଫର୍ହାଦ୍ ହୁମାୟନ୍ଙ୍କ ପରଲୋକ ହୋଇଛି। ତାଙ୍କୁ ୪୨ ବର୍ଷ ହୋଇଥିଲା। ଗାୟକ ଅତିଫ୍ ଅସ୍ଲାମ, ଅଭିନେତା ଅଲି ଜାଫର୍, ଅର୍ଜୁନ ମାଥୁରଙ୍କ...
ଏକଦା ରାହୁଲ ଗାନ୍ଧୀଙ୍କୁ ଡେଟ୍ କରିବାକୁ ଚାହୁଁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: କହିଥିଲେ..
ବମ୍ବେ: ଅନୁଷ୍କାଙ୍କ ପରେ ଖୁସି ଖବର ଶୁଣାଇଛନ୍ତି ବେବୋ। ଦ୍ୱିତୀୟ ଥର ପାଇଁ ସେ ମା’ ହୋଇଛନ୍ତି। ଏହାକୁ ନେଇ କରିନା ଚର୍ଚ୍ଚାରେ ରହୁଛନ୍ତି। ନିଜେ...


