ଝାରସୁଗୁଡ଼ା ଅଫିସ,୨୩ା୬: ଏମ୍ସିଏଲ୍ ସିଏସ୍ଆର୍ ପାଣ୍ଠିରୁ ୮କୋଟି ଟଙ୍କା ବ୍ୟୟରେ ୨୦୧୩-୧୪ରୁ ଝାରସୁଗୁଡ଼ା ମାଳିମୁଣ୍ଡାଠାରେ ଷ୍ଟାଡିୟମ ନିର୍ମାଣ ଚାଲିଛି। ଅର୍ଥାଭାବରୁ ଦୀର୍ଘଦିନ ହେଲାଣି ଏହା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। ଫଳରେ ରାଜ୍ୟ ଓ ଜିଲାର କ୍ରୀଡା ପ୍ରେମୀ ଖେଳକୁଦରୁ ବଞ୍ଚିତ ହେଉଛନ୍ତି। ଏନେଇ ଜିଲା କ୍ରୀଡା ସଂଘ ଅସନ୍ତୋଷ ପ୍ରକାଶ କରିଛି। ଏଭଳି ସ୍ଥିତିରେ ଝାରସୁଗୁଡା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବୁଧବାର ଷ୍ଟାଡିୟମ ପରିଦର୍ଶନରେ ଯାଇ କ’ଣ କାମ ହୋଇଛି ପରଖିଥିଲେ। ପରେ ସେ ପୂର୍ତ୍ତ ବିଭାଗ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ପ୍ରଦୀପ କୁମାର ନାଥ,ଏସ୍ଡିଓ ଆଶିଷ କୁମାର ଲେଙ୍କା, ଜିଲା କ୍ରୀଡା ସଂଘ ସମ୍ପାଦକ ତାପସରାୟ ଚୌଧୁରୀ, ରାମମୋହନ ରାଓଙ୍କ ସହ ଆଲୋଚନା କରିଥିଲେ। ବାକି ରହିଥିବା ଆଲୋକୀକରଣ, ସୁଇମିଂପୁଲ୍ ଆଦି କାମ ତୁରନ୍ତ ଶୀଘ୍ର ଶେଷ କରିବାକୁ ମନ୍ତ୍ରୀ ଦାସ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ନାଥଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Posted inଆମ ଜିଲା ଖବର, ଝାରସୁଗୁଡ଼ା View All
ମା’ ସହ ନାବାଳିକାଙ୍କୁ ଗାଁ ରାସ୍ତାରେ ଘୋଷାରି ନିସ୍ତୁକ ପିଟିଲେ
ଦିଗପହଣ୍ଡି,୧୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ମା’ ଏବଂ ତାଙ୍କ ନାବାଳିକା ଝିଅଙ୍କୁ ଆକାଶ ଗୌଡ ନାମକ ଜଣେ ଯୁବକ ରାସ୍ତାରେ...
ଲେଖିକା ମୀନାକ୍ଷୀ ଦେବୀଙ୍କ ପରଲୋକ
କଟକ ଅଫିସ, ୩।୬: ବିଶିଷ୍ଟ ଲେଖିକା ତଥା ଉତ୍କଳ ସାହିତ୍ୟ ସମାଜ ସାଧାରଣ ସମ୍ପାଦିକା ମୀନାକ୍ଷୀ ଦେବୀ(୬୬)ଙ୍କର ବୁଧବାର ପରଲୋକ ହୋଇଯାଇଛି। କଟକ ରାଜାବଗିଚା ଚକୋଲେଟ୍...
ଅକ୍ସିଜେନ ବୋଝେଇ ଟ୍ରେନ୍ରୁ ଦୀର୍ଘ ୧୧ ଘଣ୍ଟା ଧରି ଅକ୍ସିଜେନ ଲିକ୍
କେସିଙ୍ଗା,୯ା୬(ଡି.ଏନ୍.ଏ.): ସମ୍ବଲପୁର ରେଲଓ୍ବେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲଓ୍ବେ ଷ୍ଟେଶନରେ ଏକ ଅକ୍ସିଜେନ ବୋଝେଇ ଟ୍ରେନ୍ରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲିକ୍ ହୋଇଥିଲା। କେସିଙ୍ଗା ରେଲଓ୍ବେ...
କରୋନା କଟକଣା ମଧ୍ୟରେ ଶିବ-ପାର୍ବତୀଙ୍କ ବିବାହ ସମ୍ପନ୍ନ
କେନ୍ଦୁଝର,୧୬ା୬(ସ୍ବ.ପ୍ର.): କରୋନା କଟକଣା ଭିତରେ ନିରାଡ଼ମ୍ବର ଭାବରେ ଶିବ ପାର୍ବତୀଙ୍କ ବିବାହ ବିଭିନ୍ନ ଶୈବପୀଠରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ସହର ବଡ଼ଶାସନରେ ଥିବା ସର୍ବ ପୁରାତନ...
ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଗୁରୁତର
କଟକ ଅଫିସ,୮।୬: କରୋନାରେ ଆକ୍ରାନ୍ତ ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ରହିଛି। ଉନ୍ନତ ଚିକିତ୍ସା...
ଧାର, କରଜ ବଢ଼ିଲାଣି ସେଲୁନ ଖୋଲିବାକୁ ଅନୁମତି ଦିଅ
ବଡଗାଁ,୧୭ା୬: ସୁନ୍ଦରଗଡ଼ ଜିଲା ବଡଗାଁ ବାରିକ ସମାଜ ପକ୍ଷରୁ ଗୁରୁବାର ବୈଠକ କରି ସେଲୁନ ଖୋଲିବାକୁ ଅନୁମତି ଦେବାକୁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।...
ପୁରୀ ବ୍ୟତୀତ ଆଉ କୌଣସି ସ୍ଥାନରେ ହେବ ନାହିଁ ରଥଯାତ୍ରା: ହାଇକୋର୍ଟ
କଟକ ଅଫିସ,୨୩ା୬: ରାଜ୍ୟରେ କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ। ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ପିଟିଶନକୁ ଖାରଜ କରିଛନ୍ତି...
ନିଜକୁ ଇଞ୍ଜିନିୟର କହୁଥିଲେ: ମିଛ ଧରାପଡିବା ପରେ ଦେଲେ ଏସିଡ୍ ମାଡ଼ ଧମକ
ଭଦ୍ରକ ଅଫିସ,୬।୬: ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ପଖିଆଗୁଡ଼ି ଅଞ୍ଚଳର ଜଣେ ଯୁବତୀଙ୍କୁ ଚାରିଡିହା ଗ୍ରାମର ଜଣେ ଯୁବକ ବିବାହ କରିବାକୁ ବାଧ୍ୟ କରୁଛନ୍ତି। ତାଙ୍କୁ...


