ଯାଜପୁର ଅଫିସ,୨୪।୬: କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ (ବିଆର୍ପିଏଲ୍) କାରଖାନାର ବିଷାକ୍ତ ବର୍ଜ୍ୟଜଳ ବାହାରକୁ ଛାଡିବା ଅଭିଯୋଗ ଉପରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ପକ୍ଷରୁ ତଦନ୍ତ ଆରମ୍ଭ ହେବ। ଏନେଇ ଏସ୍ପିସିବି ପକ୍ଷରୁ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତିର ସଭାପତିଙ୍କୁ ତଦନ୍ତ ସମୟରେ ଉପସ୍ଥିତ ରହିବାକୁ ସୂଚିତ କରାଯାଇଛି। ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି)ରେ ହୋଇଥିବା ମାମଲା(ନଂ.୧୪୯/ ୨୦୧୭/ଇଜେଡ) ଉପରେ ଗତ ୧୫ା୬ା୨୦୨୧ ନିର୍ଦ୍ଦେଶ ଅନୁସାରେ ଏହି ତଦନ୍ତ କରାଯାଉଛି ବୋଲି ଏସ୍ପିସିବି ପକ୍ଷରୁ ସଦସ୍ୟ ସଚିବ ତାଙ୍କ ପତ୍ରରେ ଦର୍ଶାଇଛନ୍ତି। ତେବେ ଧରିତ୍ରୀରେ ଗତ ୨୨ ତାରିଖରେ ସବିଶେଷ ତଥ୍ୟ ସହ ‘ବିଆର୍ପିଏଲ୍: ଟୋପାଏ ପ୍ରଦୂଷଣ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଏସ୍ପିସିବି ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଅନ୍ୟପକ୍ଷେ ଏସ୍ପିସିବି ପକ୍ଷରୁ ନିରପେକ୍ଷ ଏବଂ ସ୍ବଚ୍ଛ ଭାବେ ଏହି ତଦନ୍ତ କରାଯାଇ ଏନ୍ଜିଟିରେ ରିପୋର୍ଟ ଦାଖଲ ହେବ ବୋଲି ସମିତି ଆଶା ପ୍ରକାଶ କରିଛି। ଏସ୍ପିସିବିର ପରିବେଶବିତ୍ ହିରଣ୍ୟ କୁମାର ନାୟକ ଓ କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ଏହି ତଦନ୍ତ କରିବେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ ତଦନ୍ତକୁ ବାଟବଣା କରିବାକୁ ବିଆର୍ପିଏଲ୍ କର୍ତ୍ତୃପକ୍ଷ ସବୁପ୍ରକାର ପ୍ରସ୍ତୁତି ଚଳାଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏସ୍ପିସିବିର ଆଞ୍ଚଳିକ ଅଧିକାରୀ କହିଛନ୍ତି ଯେ, ତଦନ୍ତ ନିରପେକ୍ଷ ଭାବେ କରାଯିବ। ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ କରାଯାଇ ଏନ୍ଜିଟିରେ ଦାଖଲ ହେବ।
Posted inଆମ ଜିଲା ଖବର, ଯାଜପୁର, ରାଜ୍ୟ View All
ମଦ୍ରାସା ପରୀକ୍ଷାରେ ସମସ୍ତେ ପାସ୍
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମୌଲବୀର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଭୁବନେଶ୍ୱର ୟୁନିଟ୍-୯ ସ୍ଥିତ ଉର୍ଦ୍ଦୁଭବନ ପରିସରରେ...
ଓଡ଼ିଶାରେ ନକଲି ଔଷଧ କାରବାର ପୁରୁଣା
ଭୁବନେଶ୍ୱର,୧୫।୬(ବ୍ୟୁରୋ): କୋଭିଡ୍-୧୯ ସଂକ୍ରମଣକୁ ନେଇ ଜୀବନ ଜୀବିକା ସହ ଲଢ଼େଇ ଚାଲିଥିବା ବେଳେ ନକଲି ଔଷଧ କାରବାର ରାଜ୍ୟର ଜନସାଧାରଣଙ୍କୁ ବିପଦ ମୁହଁକୁ ଠେଲି ଦେଇଛି।...
ଅନ୍ଲାଇନରେ ଆବେଦନ କରିବେ କ୍ଷତିଗ୍ରସ୍ତ ଜମାକାରୀ
ଭୁବନେଶ୍ୱର,୫।୬(ବ୍ୟୁରୋ): ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନରେ କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀମାନଙ୍କୁ ଚିହ୍ନଟ ଓ ସେମାନଙ୍କର ଜମା ରାଶିର ପରିମାଣ ନିରୂପଣ ସକାଶେ ସମ୍ପୃକ୍ତ ଜମାକାରୀମାନଙ୍କଠାରୁ ଅନ୍ଲାଇନରେ ଦାବି...
୧୧ ବନ୍ଧୁକ, ୫୧ ଗୁଳି ଜବତ: ୪ ଗିରଫ
କଟକ ଅଫିସ,୧୭ା୬: ଓଡ଼ିଶା ପାଲଟିଛି ଚୋରା ବନ୍ଧୁକର ଭଣ୍ଡାର। ଗ୍ୟାଙ୍ଗ୍ଷ୍ଟର ଧଳସାମନ୍ତ ଭ୍ରାତାଙ୍କ ଆପରାଧିକ ସାମ୍ରାଜ୍ୟର ଖୋଳତାଡ କରୁକରୁ କମିଶନରେଟ୍ ପୋଲିସକୁ ମିଳିଳାଣି ବିପୁଳ ପରିମାଣର...
ଅଖାରେ ପୂରାଇ ଶିଶୁକନ୍ୟାଙ୍କୁ ଫୋପାଡ଼ି ଦେଲେ
ବଡ଼ବିଲ,୯।୬ : କେନ୍ଦୁଝର ଜିଲା ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ୪ନଂ. ଓ୍ବାର୍ଡ ଅନ୍ତର୍ଗତ ଭୁଷୁଗାଁରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏକ ଜରି...
ଯଥାର୍ଥ ନୁହେଁ, ଭୁଲ୍
ଭୁବନେଶ୍ୱର,୨୧।୬(ଓଁକାର ମିଶ୍ର): ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ଶନିବାର କଟକ ଖାନ୍ନଗରସ୍ଥିତ ଶ୍ମଶାନରେ ସମ୍ପନ୍ନ ହୋଇଥିଲା। ଶେଷକୃତ୍ୟ ସମୟରେ...
ଘରୋଇ ହସ୍ପିଟାଲକୁ ଟିକା ଯୋଗାଣ ବନ୍ଦ
ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଘରୋଇ ହସ୍ପିଟାଲକୁ ମାଗଣାରେ କୋଭିଡ୍-୧୯ ଟିକା ଯୋଗାଣ ବନ୍ଦ ହେବ। ଯଦି କୌଣସି ଘରୋଇ ହସ୍ପିଟାଲରେ ଟିକା ଗଚ୍ଛିତ ଥିବ ତେବେ ସେଗୁଡ଼ିକୁ ତୁରନ୍ତ...
ସମ୍ପତି ଲାଗି ଛୁରାମାଡ଼, ବାପା ପୁଅ ଗୁରୁତର
ପୁରୁଷୋତ୍ତମପୁର,୧୧ା୬: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ଶୁକ୍ରବାର ପୈତୃକ ସମ୍ପତିକୁ ନେଇ ୨ ଭାଇଙ୍କ ମଧ୍ୟରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି।...


