E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ବହୁପତ୍ନୀ ପରମ୍ପରାରେ ନାରୀ ନିଷ୍ପେଷିତ କି
7:22 amJune 24, 2021

ସାରଦା ପ୍ରସାଦ କର

‘ବୀରଭୋଗ୍ୟା ବସୁନ୍ଧରା’ ଉକ୍ତିଟି ଭାରତ ଭୂଖଣ୍ଡର ମୂଳଭାଷା ହେଲେ ମଧ୍ୟ ସାରା ବିଶ୍ୱ ବୀର ପ୍ରସବିନୀମାନଙ୍କୁ ନେଇ ଗର୍ବିତ। ଦେଶ ଦେଶ ମଧ୍ୟରେ ସାର୍ବଭୌମତ୍ୱର ସୁରକ୍ଷା, ଜାତିର ଟେକ ଅକାଟ୍ୟ ରଖିବାରେ ଓ କାଳକ୍ରମେ ପ୍ରତିଦ୍ୱନ୍ଦ୍ୱୀ ଯୋଦ୍ଧାର ମୁଣ୍ଡନତ କରିବା ପ୍ରୟାସରେ ବୀରମାନେ ଜାଗ୍ରତ ପ୍ରହରୀର ଦାୟିତ୍ୱ ନିଭାନ୍ତି। ଚତୁଃବର୍ଣ୍ଣ ସମାଜରେ ପରମ୍ପରାଗତ କ୍ଷତ୍ରିୟମାନେ ଦେଶର ନିରାପତ୍ତା ଦାୟିତ୍ୱ ହାତରେ ରଖିଥାନ୍ତି। ସମରନିପୁଣ ମାନଙ୍କ ନେତାଙ୍କୁ ମୁଖିଆ, ଦଳପତି ବା ରାଜା କୁହାଯାଉଥିବାବେଳେ ସେମାନଙ୍କ ପାଖରେ ଯେମିତି ଗୋଟିଏ ପୁରୁଷକୈନ୍ଦ୍ରିକ ମାନସିକତା ରହୁଥିଲା। ଜଣେ ରାଜାଙ୍କର ଯେତେ ପୁତ୍ର ସନ୍ତାନ ହେବେ ସେମାନେ ସମସ୍ତେ ରାଜପଦବାଚ୍ୟ ଓ ବରିଷ୍ଠ ଯୁବରାଜ ଅଧିଷ୍ଠିତ ହେବେ। ଏହାସହିତ ଯୁବରାଜ ଦେଶର ସୁରକ୍ଷା ଓ ନିରାପତ୍ତା ବୋଝ ମୁଣ୍ଡାଇବେ। ପୁତ୍ର ସନ୍ତାନ ପାଇଁ ଯେହେତୁ ରାଜା ବ୍ୟାକୁଳ, ଯାହାର ଯେତେ ପୁତ୍ର ହେବେ ସେ ସେତେ ପ୍ରତିଷ୍ଠିତ ଏବଂ ଗୌରବର ଅଧିକାରୀ ହେବେ। ମାର୍‌ୱାର୍‌ ବା ମିବାର୍‌ ରାଜବଂଶର ପ୍ରତିଷ୍ଠାତା କାଳଭୋଜଙ୍କର ଉତ୍ତରାଧିକାରୀ ରାଜା ଉଦୟସିଂହଙ୍କର ୨୭ଜଣ ରାଣୀ ଓ ରାୱଲ୍‌ ବପ୍ପାଙ୍କର ୧୪୦ଜଣ ରାଣୀ ଥିଲେ। ଅବଶ୍ୟ ସେ କାଳରେ ରାଜ୍ୟ ଜୟ ସହ ଯୁଦ୍ଧଜୟୀ ରାଜାଙ୍କୁ ବନ୍ଦୀ ରାଜାଙ୍କ କନ୍ୟା ଓ ସେ ରାଜ୍ୟର ସୁନ୍ଦରୀ ଲଳନାମାନଙ୍କୁ ଭେଟି ସମର୍ପଣ କରାଯାଉଥିଲା। କରଦ ରାଜା କି ଜମିଦାରମାନେ ନିୟମିତ ଉପହାର ଭାବେ ଚକ୍ରବର୍ତ୍ତୀ ରାଜାଙ୍କୁ ଉପହାର ସ୍ବରୂପ ଅପରୂପାମାନଙ୍କୁ କୋଳମଣ୍ଡନ କରାଇ ନିଜକୁ ଧନ୍ୟ ମନେ କରୁଥିଲେ। କେତେକ ବିବାହିତ ଜୀବନଯାପନ କରୁଥିଲେ ଆଉ କେତେକ ରଖିତା ହୋଇ ରହୁଥିଲେ। ଛତ୍ରପତି ଶିବାଜୀ ମହାରାଜାଙ୍କର ଅଷ୍ଟରାଣୀ ଉଆସ ମଣ୍ଡନ କରୁଥିବାବେଳେ ତାଙ୍କ ଜୀବନ ଦ୍ୱିତୀୟ ସ୍ତ୍ରୀ ସୋଏରା ବାଇଙ୍କ ବିଷ ପ୍ରୟୋଗ ଫଳରେ ସମାପ୍ତ ହୋଇଥିଲା। ୧୦ ବର୍ଷର ପୁତ୍ର ରାଜାରାମ୍‌ ସିଂହାସନ ଆରୋହଣ କରିବା ନେଇ ଉଠିଥିବା ବିବାଦୀୟ ବିତର୍କଟି ଏବେ ଇତିହାସ ପୃଷ୍ଠାରେ।
ଇତିହାସ ପୃଷ୍ଠାରେ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ବହୁପନତ୍ୀ ବିବାହ ଓ ବହୁ ସନ୍ତାନ ପ୍ରାପ୍ତି ଆଶାରେ ଧର୍ମପନତ୍ୀମାନଙ୍କୁ ନିର୍ଯାତନାର କିଛି କଳଙ୍କିତ ଅଧ୍ୟାୟ ଯୋଡ଼ି ହୋଇଥିବା ଦୃଷ୍ଟିଗୋଚର ହୁଏ। ଇଂଲଣ୍ଡର ଯୁବରାଜ ହେନେରୀ-୮ ତାଙ୍କ ପ୍ରଥମ ପନତ୍ୀ କାଥେରିନ୍‌ ଅପ୍‌ ଆରାଗନ୍‌ଙ୍କ ଔରସରୁ ମାତ୍ର ଗୋଟିଏ କନ୍ୟା ସନ୍ତାନ ପ୍ରାପ୍ତିରେ ଖୁସି ନ ହୋଇ ପରବର୍ତ୍ତୀ ସମୟରେ ୫ଜଣ ରାଣୀ ଗ୍ରହଣ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଚର୍ଚ୍ଚ ଅଫ୍‌ ଇଂଲଣ୍ଡ ଓ କାଥୋଲିକ୍‌ ଚର୍ଚ୍ଚର ବିଭାଜନ ପାଇଁ ଦାୟୀ। ସମସ୍ତଙ୍କଠାରୁ ମିଶାଇ ମାତ୍ର ତିନୋଟି ସନ୍ତାନ ପ୍ରାପ୍ତି ହୋଇଥିଲେ ମଧ୍ୟ ରାଜା ହେନେରୀ-୮ ତାଙ୍କ ରାଣୀଙ୍କ ମଧ୍ୟରୁ ଆନି ବୋଲିନ୍‌ ଓ କାଥେରାଇନ୍‌ ହୋୱାର୍ଡଙ୍କୁ ପରକୀୟା ସନ୍ଦେହରେ ମୁଣ୍ଡ କାଟିଦେଇଥିଲେ। ଦୁଇଜଣ ରାଣୀଙ୍କୁ ଛାଡ଼ପତ୍ର ଦେଇଥିଲେ, ଜଣେ ଅକାଳ ମୃତ୍ୟୁ ଓ ଅନ୍ୟ ଜଣେ ଶେଷ ପର୍ଯ୍ୟନ୍ତ ଜୀବିତ ଥିଲେ। ଜେନି ସିମୁର୍‌ଙ୍କଠାରୁ ଏକମାତ୍ର ପୁତ୍ର ଏଡ୍‌ୱାର୍ଡ-୬ଙ୍କୁ ସେ ବେଶି ଭଲପାଉଥିଲେ। ରାଜ ପରିବାରରେ ଅନ୍ତଃର୍ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଲା। କାରଣ ଥିଲା ଏଡ୍‌ୱାର୍ଡ-୬, ଏଲିଜାବେଥ୍‌ ଓ ପ୍ରଥମ ସ୍ତ୍ରୀଙ୍କ କନ୍ୟା ମେରୀଙ୍କ ମଧ୍ୟରେ ସିଂହାସନ ଆରୋହଣର ପ୍ରତିଯୋଗିତା।
ଆଫ୍ରିକୀୟ ସମାଜରେ ବିଧବା ଗ୍ରହଣ ସହ ତା’ର ସମସ୍ତ ସମ୍ପତ୍ତି ହାସଲ ସୁବିଧା ମିଳୁଥିବାରୁ ବହୁ ପନତ୍ୀ ବିବାହ ସେ ସମାଜରେ ସ୍ବୀକୃତ ହେଉଥିଲା। ଦିଲ୍ଲୀ ସୁଲତାନମାନଙ୍କ ମଧ୍ୟରେ ଆଲ୍ଲାଉଦ୍ଦିନ୍‌ ଖିଲିଜ ୪ଟି, ବାବର୍‌ ୯ଟି, ହୁମାୟୁନ୍‌ ୬ଟି ଓ ଆକବର ୭ଟି ବିବାହ କରିଥିଲେ। ସାଉଥ୍‌ ଆଫ୍ରିକା, ଇଜିପ୍ଟ, ଇରିଟ୍ରିୟା, ମରକ୍କୋ, ମାଲେସିଆ-ଇରାନ ଓ ଲିବିୟାରେ ପ୍ରଥମ ସ୍ତ୍ରୀଙ୍କ ଲିଖିତ ଅନୁମୋଦନ ଅନୁସାରେ ପରବର୍ତ୍ତୀ ସ୍ତ୍ରୀ ଗ୍ରହଣୀୟ। ଇସ୍ରାଏଲ୍‌, ଚେଚେନ୍ୟା ଏବଂ ବର୍ମାରେ ବହୁପନତ୍ୀ ବିବାହ ଆଇନ ଅନୁଯାୟୀ ଅସିଦ୍ଧ ଘୋଷଣା କରାଯାଇଥିଲେ ମଧ୍ୟ ଏଠାରେ ବହୁପନତ୍ୀ ବିବାହ ଅନେକାଂଶରେ ଦେଖାଯାଏ। ମାସେଡୋନ୍‌ର ରାଜା ଫିଲିପ୍‌-୨ଙ୍କ ପୁଅ ଆଲେକ୍‌ଜାଣ୍ଡାର୍‌ ଦି ଗ୍ରେଟ୍‌ ୩୨ ବର୍ଷ ବୟସରେ ରାଜା ପୁରୁଙ୍କ ଦ୍ୱାରା ଯୁଦ୍ଧରେ ପ୍ରାଣ ହରାଇବା ପୂର୍ବରୁ ରୋକ୍ସାନା, ଷ୍ଟାଟେଇରା ଓ ପେରିସାଟିସ୍‌ ନାମରେ ତିନିଜଣଙ୍କୁ ବିବାହ କରିସାରିଥିଲେ।
୧୯୫୫ ହିନ୍ଦୁ ମ୍ୟାରେଜ୍‌ ଆକ୍ଟ ଅନୁସାରେ ବହୁବିବାହ ଆମ ଦେଶରେ ଅସିଦ୍ଧ ଯଦି ଜଣଙ୍କର ସ୍ତ୍ରୀ ଜୀବିତ ଅଛି। ୧୯୫୬ରେ ଏହି ଆଇନ ଗୋଆ ହିନ୍ଦୁଙ୍କୁ ଛାଡ଼ି ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ଭାରତୀୟ ଲ’ କମିଶନ ୟୁନିଫର୍ମ ସିଭିଲ୍‌ କୋଡ୍‌ କଥା କହି ସରକାରଙ୍କୁ ୧୬ ପଏଣ୍ଟ୍‌ ପ୍ରଶ୍ନ ପଚାରିଛନ୍ତି। ଏବେବି ଆମ ଦେଶର ଗୁଜରାଟରେ ଫ୍ରେଣ୍ଡ୍‌ସ ଏଗ୍ରିମେଣ୍ଟ ବା ସହମତି ଯୁକ୍ତିଭିତ୍ତିକ ବିବାହ ପ୍ରଚଳିତ। ଆଇପିସିର ସେକ୍ସନ୍‌ ୪୯୪ ଓ ୪୯୫ ଅନୁଯାୟୀ ଖ୍ରୀଷ୍ଟିଆନ୍‌ମାନଙ୍କ ମଧ୍ୟରେ ବହୁବିବାହ ନିଷିଦ୍ଧ ହୋଇଛି। ୧୮୬୦ର ପର୍ସନାଲ୍‌ ମୁସ୍‌ଲିମ୍‌ ଲ’ ବୋର୍ଡ ଯୁକ୍ତି ଅନୁସାରେ ମୁସ୍‌ଲିମ୍‌ ପରିବାରରେ ଚାରି ବିବାହର ସମ୍ମତିର ପରିସମାପ୍ତି ଘଟିବ ଆଗାମୀ ଦିନରେ ଏକ ଦେଶ ଓ ଏକ ଆଇନ ଆସିବା ଫଳରେ।
ବହୁପତ୍ନୀ ପରମ୍ପରା ସମୁଦାୟ ୨୦୦ଟି ସାର୍ବଭୌମତ୍ୱ ଦେଶଙ୍କ ମଧ୍ୟରୁ ୫୮ଟି ଦେଶରେ ପ୍ରଚଳିତ। ପୋଲିଏଣ୍ଡ୍ରି ବା ବହୁପତି ପରମ୍ପରା ଅଧିକାଂଶ ଦେଶରେ ଅନୈତିକ। ପୋଲିଜିନି ବା ବହୁପତ୍ନୀ ପ୍ରଚଳିତ ଦେଶରେ କିନ୍ତୁ କିଛି ନିୟନ୍ତ୍ରଣ ରହିଛି, ପ୍ରଥମ ସ୍ତ୍ରୀର ଇଚ୍ଛାପତ୍ର ଆବଶ୍ୟକ। କାନାଡାରେ ଏକାଧିକ ପତ୍ନୀ ସହ ଦୈହିକ ସମ୍ପର୍କକୁ କ୍ରିମିନାଲ୍‌ କୋଡ୍‌ ସେକ୍ସନ୍‌ ୨୯୩ ଅନୁସାରେ ବିରୋଧ କରାଯାଇଛି। ସେହିଭଳି ଦୁଇ ବିବାହକୁ ସେକ୍ସନ୍‌ ୨୯୦ ଅନୁସାରେ ବିରୋଧ କରାଯାଇଛି। ବୌଦ୍ଧଧର୍ମ ଯେହେତୁ ବିବାହକୁ ପବିତ୍ର ବା ଧାର୍ମିକ ଦୃଷ୍ଟିରୁ ସେତେଟା ବିଚାର କରେନାହିଁ ସେଥିପାଇଁ ଦେଶ ଦେଶ ମଧ୍ୟରେ ଏହାର ପରମ୍ପରା ଭିନ୍ନ। ଥାଇଲାଣ୍ଡ ୧୯୫୫ ମସିହାରୁ ବହୁବିବାହକୁ ଆଇନସମ୍ମତ ଗ୍ରହଣ କରିଛି। ତେବେ ସେହି ଏକା ବୌଦ୍ଧ ବିଚାରରେ ମ୍ୟାନମାର୍‌ ୨୦୧୫ ମସିହାରୁ ବହୁପତ୍ନୀ ବିବାହକୁ ଅସିଦ୍ଧ ଘୋଷଣା କରିଛି।
ଖ୍ରୀଷ୍ଟଧର୍ମରେ ରୋମାନ୍‌ କାଥୋଲିକ୍‌ ଚର୍ଚ୍ଚ ବହୁବିବାହକୁ ନିନ୍ଦା କରୁଥିବାବେଳେ ଲୁଥେରାନ୍‌ ଚର୍ଚ୍ଚ କିଛି ବହୁବିବାହିତଙ୍କ ସମର୍ଥନରେ ଯୋଡ଼ିହୋଇଛି। ଆଙ୍ଗ୍‌ଲିକାନ୍‌ ସମ୍ପ୍ରଦାୟ କିନ୍ତୁ କ୍ଷେତ୍ର ଓ ପରିସ୍ଥିିତି ଅନୁସାରେ ବହୁବିବାହ ସ୍ବୀକୃତ ହୋଇପାରିବ ବୋଲି ୧୯୮୮ ମସିହାରୁ କହିସାରିଛି। ଆମେରିକାରେ ଚର୍ଚ୍ଚ ଅଫ୍‌ ଜେସସ୍‌ ଖ୍ରୀଷ୍ଟ୍‌ ପରବର୍ତ୍ତୀ ସମୟର ସେଣ୍ଟ୍‌ସ ଚର୍ଚ୍ଚ ୧୮୪୭ ରୁ ୧୮୮୦ ପର୍ଯ୍ୟନ୍ତ ଚାଲିଥିବା ବହୁବିବାହରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ଏବେ ଛୋଟ ଛୋଟ ଗ୍ରୁପ୍‌ ବହୁବିବାହକୁ ଗ୍ରହଣ କରୁଛନ୍ତି। ଆମେରିକାର ୫୦ଯାକ ରାଜ୍ୟରେ ବହୁବିବାହ ବନ୍ଦ ଥିଲେ ମଧ୍ୟ ଆମେରିକୀୟ ସିନେଟ୍‌ ୨୦୨୦ ଫେବୃୟାରୀରୁ ଦଣ୍ଡ ବ୍ୟବସ୍ଥାକୁ ଅନେକାଂଶରେ କୋହଳ କରିଦେଇଛି। ସୁଇଡେନ୍‌, ସୁଇଜରଲାଣ୍ଡ୍‌ ଓ ଅଷ୍ଟ୍ରେଲିଆ ବହୁ ବିବାହକୁ ବିରୋଧ କରିଛନ୍ତି କିନ୍ତୁ ଯଦି ବିବାହ ବିଦେଶରେ ହୋଇଥାଏ ତେବେ ତାହା ତାଙ୍କ ଦେଶରେ ଗ୍ରହଣୀୟ।
ସେନେଗଲ୍‌ର ୪୭ ପ୍ରତିଶତ ଏବଂ ଆରବ ଦେଶଗୁଡ଼ିକରେ ଅଧିକ ହାରରେ ବହୁପତ୍ନୀ ପରମ୍ପରା ଦେଖାଯାଏ। ଇସ୍ରାଏଲ୍‌ର ବିଡୋନ୍‌ ଜନସଂଖ୍ୟାର ୩୦ ପ୍ରତିଶତ ଏହି ବହୁପତ୍ନୀ ପରମ୍ପରା ଆପଣେଇଛନ୍ତି। ନାଇଜେରିଆର ନଗ୍‌ୱା ଇଗ୍‌ବୋ ଉପରେ ହୋଇଥିବା ବିଶେଷ ଅନୁଧ୍ୟାନରୁ ବହୁପତ୍ନୀ ଗ୍ରହଣର ୫ଟି ବିଶେଷ କାରଣ ସାମ୍ନାକୁ ଆସିଛି, ଯାହାର ମୁଖ୍ୟ କାରଣଟି ହେଲା ପୁରୁଷ ପରିବାରରେ ବହୁପୁତ୍ରର ପିତା ହେବାର ମର୍ଯ୍ୟାଦା ଲାଭ। ଏହା ଫଳରେ ପରିବାରର ବୟୋଜ୍ୟେଷ୍ଠ ସ୍ତ୍ରୀ ଶାରୀରିକ (ଫିଜିକାଲ୍‌) ଓ ମାନସିକ (ସାଇକିଆଟ୍ରି) ରୋଗର ଶିକାର ହୋଇଥାଏ।
ପୁରୁଣା ଭୁବନେଶ୍ୱର
ମୋ-୮୨୪୯୮୨୭୧୪୮


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ଇନ୍ଧନ ଟିକସ କ’ଣ ଏକମାତ୍ର ବିକଳ୍ପ

ଡ. ସନ୍ତୋଷ କୁମାର ମହାପାତ୍ର ତୈଳ ବା ଇନ୍ଧନ ବିନା ପାଦେ ଆଗକୁ ଯିବା ଅସମ୍ଭବ। ଏହାର ମୂଲ୍ୟବୃଦ୍ଧି ଘଟିଲେ ଧନୀ ଓ ଗରିବ ସମସ୍ତେ...

ଏଇ ଭାରତରେ

ପଞ୍ଜାବର ଦୁଇ ମହିଳା ବନ ଅଧିକାରୀ କଳ୍ପନା କେ ଏବଂ ଏମ୍‌ ଗୀତାଞ୍ଜଳିଙ୍କର ପରିବେଶ ତଥା ଜୀବ ସୁରକ୍ଷା ପ୍ରତି ଶତ ପ୍ରତିଶତ ସମର୍ପିତ ଭାବ...

ଏଇ ଭାରତରେ

ବର୍ଜ୍ୟ ଉପଯୋଗ କରି ପରିବେଶ ଉପଯୋଗୀ ସିମେଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ଏବଂ ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଉତ୍ତରପ୍ରଦେଶ)ର ପ୍ରାଧ୍ୟାପକମାନେ। ସେମାନଙ୍କ...

ଟେକ୍‌ ରିପୋର୍ଟର

କେ ବଳ ଭାରତ ନୁହେଁ, ଏସିଆ ମହାଦେଶର ଅଧିକାଂଶ ମାତାପିତା ସେମାନଙ୍କ ପିଲାଙ୍କ ଭବିଷ୍ୟତ ଓ ବୃତ୍ତିଗତ ଜୀବନ ନେଇ ଯେଉଁ ଆକାଂକ୍ଷା ରଖିଥାଆନ୍ତି ସେଥିରେ...

ସଙ୍କଟ କାଳରେ ଭୋକ ଓ ଭୂତାଣୁ

ଡ. କିଶୋର ମହାନ୍ତି ଭୋକ ଓ ଭୂତାଣୁ ସମାନ୍ତରାଳ ଭାବରେ ସଂପ୍ରତି ଗତି କରି ଚାଲିଛନ୍ତି। ଯଦିଓ ଭୋକ ସର୍ବକାଳୀନ କିନ୍ତୁ ଭୂତାଣୁର ସ୍ଥିତି ସାମୟିକ।...

ନିଶାର ଦଶା

ଡ. ସତ୍ୟନାରାୟଣ ମିଶ୍ର ଆଧୁନିକ ସଭ୍ୟତାରେ ନିଶା ସେବନ ହେଉଛି ଏକ ମାରାତ୍ମକ ସାମାଜିକ ବ୍ୟାଧି ଓ ଅପରାଧ। ଏହା କର୍କଟ ରୋଗ ଭଳି ଦିନକୁ...

କରୋନା କାଳର ଆର୍ଥିକ ପରିଚାଳନା

ଡ. ଅମରେନ୍ଦ୍ର ଦାସ ବିଶ୍ୱକୁ କରୋନା କବଳିତ କରିବା ପୂର୍ବରୁ ଆମ ରାଜ୍ୟର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଫେବୃୟାରୀ ୧୮, ୨୦୨୦ରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ...

ଏଇ ଭାରତରେ

ଗୋଟିଏ ପାଖରେ ଚାକିରିର ଗୁରୁଦାୟିତ୍ୱ ଓ ଅନ୍ୟପଟେ ଅସହାୟଙ୍କ ସେବା ମଧ୍ୟରେ ସମନ୍ବୟ ରକ୍ଷା କରି ଆଗକୁ ବଢ଼ୁଛନ୍ତି ହରିୟାଣାର ଆଇପିଏସ୍‌ ଅଧିକାରୀ ଶ୍ରୀକାନ୍ତ ଯାଦବ।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ମହାମାରୀରେ ସକାରାତ୍ମକ ମନୋଭାବ
Next Post Next post:
ଜାଣନ୍ତି ଏହି ସ୍ଥାନରେ ଗ୍ରୀଷ୍ମ ଦିନରେ ବି ହୋଇଥାଏ ପ୍ରବଳ ବର୍ଷା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts