କଟକ ଅଫିସ, ୨୪।୬: ନକଲି କରୋନା ଔଷଧ (ଫାଭିପିରାଭିର) ବିକ୍ରି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ବୁଧବାର ଓଷଧ ବିତରଣ କମ୍ପାନୀ ମେଡିଲଏଡ ମେଡିକାମେଣ୍ଟ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ଶୁଭଲକ୍ଷ୍ମୀ ଜେନା ଓ ଅନ୍ୟ ୨ଜଣ ସହଯୋଗୀଙ୍କୁ ଗିରଫ କରିଛି। ଆଇପିସି ଦଫା ୨୭୫,୨୭୬,୪୨୦,୪୬୭,୪୭୧,୧୨୦/୩୪ରେ ମାମଲା(ନଂ. ୨୨/୨୧) ରୁଜୁ କରାଯାଇ ୩ଜଣଙ୍କୁ ଏସ୍ଟିଏଫ୍ କୋର୍ଟ ଚାଲାଣ କରିଛି। ଏଥିସହ ଅଭିଯୁକ୍ତ ଓ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାକୁ ଜବତ କରିଥିବା କ୍ରାଇମବ୍ରାଞ୍ଚ ଏଡିଜି ଯଶବନ୍ତ ଜେଠୱା ବୁଧବାର ସୂଚନା ଦେଇଛନ୍ତି।
ଜେଠଓ୍ବାଙ୍କ ସୂଚନା ଅନୁସାରେ, ମୁମ୍ବାଇର ମାକ୍ସ ରିଲିଫ ହେଲ୍ଥ କେୟାର କମ୍ପାନୀ ହିମାଚଳ ପ୍ରଦେଶ ସୋଲାନ୍ରେ ଓଷଧ ପ୍ରସ୍ତୁତି କରୁଥିବା ଦର୍ଶାଇ ନକଲି ଓଷଧ ଯୋଗାଣ କରୁଥିଲା। ଏହି କମ୍ପାନୀର ୨ ନିର୍ଦ୍ଦେଶକଙ୍କୁ ମୁମ୍ବାଇ ପୋଲିସ ପୂର୍ବରୁ ଗିରଫ କରିସାରିଛି। ଏମାନଙ୍କ ନାମରେ ଅନ୍ୟ ରାଜ୍ୟରେ ମଧ୍ୟ ମାମଲା ରୁଜୁ ହୋଇଛି। ଉକ୍ତ କମ୍ପାନୀରୁ କଟକର ମେଡିଲଏଡ୍ ମେଡିକାମେଣ୍ଟ କମ୍ପାନୀ ଓଷଧ ବହୁ କମ୍ ଦାମରେ ଓଷଧ ଆମଦାନୀ କରୁଥିଲା। ଏପରିକି ଷ୍ଟ୍ରିପ୍ ପିଛା ୬୫ଟଙ୍କାରେ କିଣି ୧,୨୯୦ଟଙ୍କାରେ ବିକ୍ରି କରୁଥିବା ତଦନ୍ତ ବେଳେ ଜଣାପଡ଼ିଛି। ତଦନ୍ତକୁ ଜୋରଦାର କରିବାପାଇଁ ଏକାଧିକ ଟିମ୍ ଗଠନ କରାଯାଇଛି। ସେମାନେ ମୁମ୍ବାଇ ଓ କଟକ ଓଷଧ କମ୍ପାନୀର ଲିଙ୍କ୍ରେ ବିଭିନ୍ନ ଜାଗାରେ ରେଡ୍ କରିବା ସହ ଅଧିକ ତଥ୍ୟ ସଂଗ୍ରହ କରୁଛନ୍ତି। ଏବେ ଏସ୍ଟିଏଫ୍ର ୩ଟି ଟିମ୍ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ତଦନ୍ତ ଚାଲୁ ରଖିଛି ବୋଲି ଜେଠଓ୍ବା କହିଛନ୍ତି। ଅନ୍ୟପଟେ, ନକଲି ଔଷଧ ବିକ୍ରିର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମେଡିଲଏଡ ମେଡିକାମେଣ୍ଟ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶିବପ୍ରସନ୍ନ ଜେନା ଏବେ ଫେରାର ଅଛନ୍ତି। ଗିରଫଦାରିକୁ ଏଡ଼ାଇ ପାଇଁ ସେ ମଙ୍ଗଳବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତ ୧୧ରେ ସ୍ଥାନୀୟ କନିକା ଛକ ନିକଟରେ ଥିବା ଶିବଙ୍କ ଔଷଧ ବିତରଣ କମ୍ପାନୀ ମେଡିଲଏଡ ମେଡିକାମେଣ୍ଟ ପ୍ରାଇଭେଟ ଲିମିଟେଡରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେଠାରୁ ୬୯ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଫାଭିପିରାଭିର ଓ ଅନ୍ୟ କିଛି ଔଷଧ ଜବତ କରାଯାଇଥିଲା। ମାକ୍ସ ରିଲିଫ୍ ହେଲ୍ଥ କେୟାର ସଂସ୍ଥାରୁ ଖୁବ ଶସ୍ତାରେ ଏଠାକୁ ନକଲି ଔଷଧ ଆସୁଥିଲା। ଏଠାରୁ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ ଓ ଔଷଧ ଦୋକାନକୁ ପଠାଯାଉଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ରାଉରକେଲା, ବାରିପଦା, ଝାରସୁଗୁଡ଼ା ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ନକଲି ଔଷଧ ଜବତ କରାଯାଇଛି। ଗତ ୧୪ରେ ରାଜ୍ୟ ସରକାର ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ। କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତକୁ ଜୋରଦାର କରିଛି।
Posted inଆମ ଜିଲା ଖବର, କଟକ, ରାଜ୍ୟ View All
ଦିନକୁ ଦିନ ବଢ଼ୁଛି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୪୨ ଜୀବନ
ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...
ଟ୍ରିବ୍ୟୁନାଲ ଅବଧି ଆଉ ୨ ବର୍ଷ ବଢ଼ିଲା
ଭୁବନେଶ୍ୱର,୧୧ା୬(ବ୍ୟୁରୋ):ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର ଅବଧି ଆଉ ୨ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ୨୦୧୮...
ମାଳ ବିହାରିପୁର କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ବାଙ୍କୀ,୨୦୬(ସ୍ବ.ପ୍ର.): ବାଙ୍କୀ ବ୍ଲକ କଦଳିବାଡି ପଞ୍ଚାୟତର ଅନ୍ତର୍ଗତ ମାଳବିହାରିପୁରରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଞ୍ଚ ପ୍ରକାଶ କୁମାର ବେହେରା ଶନିବାରଠାରୁ...
ଗଞ୍ଜାମର ଏହି ବ୍ଲକ ସମ୍ପୂର୍ଣ୍ଣ କରୋନା ମୁକ୍ତ
ଛତ୍ରପୁର,୨୪ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସହ ସକ୍ରିୟଙ୍କ ସଂଖ୍ୟା ବହୁତ କମ୍ ଥିବାରୁ ଜିଲା ଗ୍ରୀନ୍ ଜୋନରେ ରହିଛି। ଅପରପକ୍ଷରେ ଜିଲାର ୨୨...
ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି ତେଜି ଉଠୁଛି। ସୋମବାର ବରଗଡ଼...
କୋଭିଡ୍ ଯୁଦ୍ଧରେ ଡାକ୍ତର ଗୋଷ୍ଠୀ ଆଗରେ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରାଥମିକତା ଦେଉଛନ୍ତି। ସେଥିପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ୮,୫୦୦କୋଟି ଟଙ୍କା ବିନିଯୋଗ କରାଯାଉଛି। ଓଡ଼ିଶା ପ୍ରଶାସନିକ ସେବା ଆୟୋଗ(ଓପିଏସ୍ସି)...
ଟିକାକୁ ନେଇ ଟଣାଓଟରା: ଓଡ଼ିଶାରେ ୬୦୦ କେନ୍ଦ୍ର ବନ୍ଦ
ଭୁବନେଶ୍ୱର,୭।୬(ବ୍ୟୁରୋ): କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପର୍ଯ୍ୟାପ୍ତ କୋଭିଡ୍ ଭାକ୍ସିନ ଯୋଗାଇ ଦେଉଛୁ ବୋଲି ଦାବି କରୁଥିବା ବେଳେ ଓଡ଼ିଶାରେ ଟିକା ଅଭାବରୁ ପ୍ରାୟ ୬୦୦ଟିକାକରଣ କେନ୍ଦ୍ର...
ମହାନଦୀକୁ ଡେଇଁପଡ଼ିଲେ ଦମ୍ପତି
କଟକ ଅଫିସ,୫।୬: କଟକ ଯୋବ୍ରା ଆନିକଟ୍ ବ୍ରିଜରୁ ମହାନଦୀକୁ ଡେଇଁ ଶୁକ୍ରବାର ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ମଧ୍ୟ...


