ଚଣ୍ଡିଗଡ଼, ୨୪।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସରେ ନିଜ ରାଜ୍ୟର ପଦକ ବିଜେତାଙ୍କ ପାଇଁ ହରିୟାଣା ସରକାର ବୁଧବାର ପୁରସ୍କାର ଘୋଷଣା କରିଛନ୍ତି। କୌଣସି ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ ଜିତିଲେ ତାଙ୍କୁ ୬ କୋଟି ଟଙ୍କା ମିଳିବ। ସେହିପରି ରୌପ୍ୟ ବିଜେତାଙ୍କୁ ୪ କୋଟି ଏବଂ ବ୍ରୋଞ୍ଜ ପଦକ ଜିତିଲେ ୨.୫୦ କୋଟି ଟଙ୍କା ମିଳିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ ଦିବସରେ ଅଲିମ୍ପିକ୍ ମେଡାଲିଷ୍ଟଙ୍କ ସହ ଆଲୋଚନା ସମୟରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସନ୍ଦୀପ ସିଂ ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଉପସ୍ଥିତ ଥିଲେ। ଆସନ୍ତା ଟୋକିଓ ଅଲିମ୍ପିକ୍ସରେ ୩୦ ଖେଳାଳି ଅଂଶଗ୍ରହଣ କରିବେ। ସମସ୍ତଙ୍କୁ ପ୍ରସ୍ତୁତି ପାଇଁ ୫ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ବିଜେତାଙ୍କୁ ସରକାରୀ ଚାକିରି ଦିଆଯିବ, ଫଳରେ ଯୁବକମାନେ ଖେଳ ପ୍ରତି ଆଗ୍ରହୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ଏକ ସରକାରୀ ବିବୃତି ମାଧ୍ୟମରେ ପ୍ରକାଶ କରିଛନ୍ତି। କ୍ରୀଡ଼ା ବିଭାଗରେ ସରକାରୀ ଚାକିରି ସହ ଅନ୍ତର୍ଜାତୀୟ ପଦକ ବିଜେତାଙ୍କୁ ଡେପୁଟେଶନଭିତ୍ତିରେ ଶିକ୍ଷା ଏବଂ ଅନ୍ୟ ବିଭାଗରେ ମଧ୍ୟ ନିଯୁକ୍ତି ଦିଆଯିବ ବୋଲି ଖଟ୍ଟର କହିଛନ୍ତି। ଖେଳକୁ ପ୍ରୋତ୍ସାହନ ପାଇଁ ସରକାର ଏକ ପଲିସି ଆଣୁଥିବା ସେ ସୂଚନା ଦେଇଛନ୍ତି। ଏହି ପଲିସି ଅନୁସାରେ ପଦକ ବିଜେତା କ୍ରୀଡ଼ାବିତ୍ଙ୍କ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ୩ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ ବୋଲି ସେ କହିଛନ୍ତି।
ଟୋକିଓ ଅଲିମ୍ପିକ୍ସରେ ରାଜ୍ୟର ପଦକ ବିଜେତାଙ୍କ ପାଇଁ ହରିୟାଣା ସରକାରଙ୍କ ପୁରସ୍କାର ଘୋଷଣା: ସ୍ବର୍ଣ୍ଣ ୬, ରୌପ୍ୟ ୪, ବ୍ରୋଞ୍ଜ ୨.୫୦ କୋଟି
ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ଶୂନରେ ଆଉଟ୍ ହୋଇଛନ୍ତି ଏହି ଖେଳାଳି, ନାମରେ ଅଛି ଲଜ୍ଜାଜନକ ରେକର୍ଡ
ନୂଆଦିଲ୍ଲୀ,୧୭।୬: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଦେଶ ପାଇଁ ଖେଳିବା ଯେତିକି ଗୌରବର କଥା, ଶୂନରେ ଆଉଟ୍ ହେବା ସେତିକି ଲଜ୍ଜାଜନକ ବିଷୟ। କ୍ରିକେଟଜଗତରେ ଏପରି ଅନେକ ଖେଳାଳି...
କ୍ରାକ୍ଜିକ୍-ସାଲିସବୁରୀ ଚାମ୍ପିୟନ
ପ୍ୟାରିସ, ୧୧।୬- ଆମେରିକାର ଡେଜାରେ କ୍ରାକ୍ଜିକ୍ ଓ ବ୍ରିଟେନର ଜୋ ସାଲିସବୁରୀ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ମିକ୍ସଡ ଡବଲ୍ସ ଚାମ୍ପିୟନ ହୋଇଛନ୍ତି। ଗୁରୁବାର ଅନୁଷ୍ଠିତ...
ଇତିହାସ ରଚିଲେ ଏହି କ୍ରିକେଟର୍: ୬୧ ବର୍ଷ ପରେ କଲେ ଏମିତି କାରନାମା
ସେଣ୍ଟ ଲୁସିଆ,୨୨।୬: ସେଣ୍ଟ ଲୁସିଆରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବାମହାତୀ ସ୍ପିନର କେଶବ ମହାରାଜ ଇତିହାସ...
କୋହଲିଙ୍କ ଘରଠାରୁ ଦୁଇଗୁଣ ମହଙ୍ଗା ଘର; ବାପାଙ୍କଠାରୁ ଦୂରରେ ରହୁଛନ୍ତି ଯୁବରାଜ
ଭାରତୀୟ କ୍ରିକେଟ ଟିମ୍ର ସୁପରଷ୍ଟାର ଖେଳାଳି ହେଲେ ଯୁବରାଜ ସିଂହ। ବିଶ୍ୱକପ୍ରେ ସେ ପ୍ଲେୟାର ଅଫ୍ ଦ ଟୁର୍ନାମେଣ୍ଟ ପୁରସ୍କାର ଜିତିଥିଲେ। ତେବେ ଯୁବରାଜ ଯେତିକି...
କ୍ୟାରିୟରରେ ଗୋଟିଏ ବି ନୋ ବଲ୍ ପକାଇନାହାନ୍ତି ଏହି ୫ ବୋଲର୍: ତାଲିକାରେ କପିଲ-ଇମ୍ରାନଙ୍କ ସହ…
ନୂଆଦିଲ୍ଲୀ,୩।୬: ଅନିଶ୍ଚିତତାର ଖେଳ ହେଉଛି କ୍ରିକେଟ। କାରଣ କେଉଁ ମୂହୁର୍ତ୍ତରେ କ’ଣ ହେବ କୁହାଯାଇ ନ ପାରେ। ଅନେକ ସମୟରେ ଗୋଟିଏ ଭୂଲ, ତାହା ନୋ...
ବୋପାନ୍ନା-ସ୍କୁଗୋର ଦ୍ୱିତୀୟ ରାଉଣ୍ଡରେ
ପ୍ୟାରିସ୍, ୨ା୬ (ପି.ଟି.)-ଭାରତର ରୋହନ ବୋପାନ୍ନା ଓ କ୍ରୋଏସିଆର ଫ୍ରାଙ୍କୋ ସ୍କୁଗୋର ଫ୍ରେଞ୍ଚ ଓପନ୍ ଟେନିସ୍ ପୁରୁଷ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର...
ପ୍ରଥମ ପାଳିରେ ମାତ୍ର ୧୫ ରନ୍ ଅଲଆଉଟ୍ ହୋଇଯାଇଥିଲା ଏହି ଦଳ, ତଥାପି ୧୫୫ ରନ୍ରେ ଜିତିଥିଲା ମ୍ୟାଚ୍: ଜାଣନ୍ତୁ କେମିତି
କ୍ରିକେଟ ପଡ଼ିଆରେ ଅନେକ ସମୟରେ ଚମତ୍କାର ଘଟେ। ଅନେକ ମ୍ୟାଚ ଏପରି ଖେଳାଯାଇଛି ଯେତେବେଳେ ଏକ ଦଳର ପରାଜୟ ନିଶ୍ଚିତ ମନେହୁଏ, କିନ୍ତୁ ଏହା ସତ୍ତ୍ୱେ...
କ୍ୟାରିୟରର ଅନ୍ତିମ ଟେଷ୍ଟରେ ଭାଙ୍ଗିଗଲା ଆଙ୍ଗୁଠି; ତଥାପି ଖେଳି ଭାଙ୍ଗିଲେ ଧୋନୀଙ୍କ ରେକର୍ଡ
ସାଉଥାମ୍ପଟନ,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲୁଟିସି) ପ୍ରତମ ସଂସ୍କରଣରେ କେନ୍ ଓ୍ବିଲିୟମସନ୍ଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଚାମ୍ପିୟନ ହୋଇଛି। ଏହା ଉଇକେଟକିପର ବ୍ୟାଟ୍ସମ୍ୟାନ ବି ଜେ ଓ୍ବାଟଲିଂଙ୍କ କ୍ୟାରିୟରର...


