ଚଣ୍ଡିଗଡ଼, ୨୪।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସରେ ନିଜ ରାଜ୍ୟର ପଦକ ବିଜେତାଙ୍କ ପାଇଁ ହରିୟାଣା ସରକାର ବୁଧବାର ପୁରସ୍କାର ଘୋଷଣା କରିଛନ୍ତି। କୌଣସି ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ ଜିତିଲେ ତାଙ୍କୁ ୬ କୋଟି ଟଙ୍କା ମିଳିବ। ସେହିପରି ରୌପ୍ୟ ବିଜେତାଙ୍କୁ ୪ କୋଟି ଏବଂ ବ୍ରୋଞ୍ଜ ପଦକ ଜିତିଲେ ୨.୫୦ କୋଟି ଟଙ୍କା ମିଳିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ ଦିବସରେ ଅଲିମ୍ପିକ୍ ମେଡାଲିଷ୍ଟଙ୍କ ସହ ଆଲୋଚନା ସମୟରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସନ୍ଦୀପ ସିଂ ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଉପସ୍ଥିତ ଥିଲେ। ଆସନ୍ତା ଟୋକିଓ ଅଲିମ୍ପିକ୍ସରେ ୩୦ ଖେଳାଳି ଅଂଶଗ୍ରହଣ କରିବେ। ସମସ୍ତଙ୍କୁ ପ୍ରସ୍ତୁତି ପାଇଁ ୫ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି ବୋଲି କ୍ରୀଡ଼ାମନ୍ତ୍ରୀ କହିଛନ୍ତି। ଅନ୍ତର୍ଜାତୀୟ ଇଭେଣ୍ଟରେ ପଦକ ବିଜେତାଙ୍କୁ ସରକାରୀ ଚାକିରି ଦିଆଯିବ, ଫଳରେ ଯୁବକମାନେ ଖେଳ ପ୍ରତି ଆଗ୍ରହୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ଏକ ସରକାରୀ ବିବୃତି ମାଧ୍ୟମରେ ପ୍ରକାଶ କରିଛନ୍ତି। କ୍ରୀଡ଼ା ବିଭାଗରେ ସରକାରୀ ଚାକିରି ସହ ଅନ୍ତର୍ଜାତୀୟ ପଦକ ବିଜେତାଙ୍କୁ ଡେପୁଟେଶନଭିତ୍ତିରେ ଶିକ୍ଷା ଏବଂ ଅନ୍ୟ ବିଭାଗରେ ମଧ୍ୟ ନିଯୁକ୍ତି ଦିଆଯିବ ବୋଲି ଖଟ୍ଟର କହିଛନ୍ତି। ଖେଳକୁ ପ୍ରୋତ୍ସାହନ ପାଇଁ ସରକାର ଏକ ପଲିସି ଆଣୁଥିବା ସେ ସୂଚନା ଦେଇଛନ୍ତି। ଏହି ପଲିସି ଅନୁସାରେ ପଦକ ବିଜେତା କ୍ରୀଡ଼ାବିତ୍ଙ୍କ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ୩ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ ବୋଲି ସେ କହିଛନ୍ତି।
ଟୋକିଓ ଅଲିମ୍ପିକ୍ସରେ ରାଜ୍ୟର ପଦକ ବିଜେତାଙ୍କ ପାଇଁ ହରିୟାଣା ସରକାରଙ୍କ ପୁରସ୍କାର ଘୋଷଣା: ସ୍ବର୍ଣ୍ଣ ୬, ରୌପ୍ୟ ୪, ବ୍ରୋଞ୍ଜ ୨.୫୦ କୋଟି
ସଙ୍କଟରେ କୁମ୍ବଲେଙ୍କ ରେକର୍ଡ
ବର୍ମିଂହମ, ୧୦।୬: ଟେଷ୍ଟ କ୍ରିକେଟରେ ସର୍ବାଧିକ ଉଇକେଟ ହାସଲକାରୀ ବୋଲରଙ୍କ ତାଲିକାରେ ୬୧୯ ଉଇକେଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଅନିଲ...
ଆଇପିଏଲ ଫାଇନାଲର ଦୁଇ ଦିନ ପରେ ଟି୨୦ ବିଶ୍ୱକପ୍
ନୂଆଦିଲ୍ଲୀ,୨୫।୬: ଆଗାମୀ ଟି୨୦ ବିଶ୍ୱକପ୍ ଭାରତରେ ହେବ ନାହିଁ। ୧୬ ଦଳକୁ ନେଇ ଖେଳାଯିବାକୁ ଥିବା ଇଭେଣ୍ଟ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଖେଳାଯିବ। ଅକ୍ଟୋବର...
କ୍ରିକେଟର ‘ବଲ ଅଫ ଦି ସେଞ୍ଚୁରୀ’: ଜାଣନ୍ତୁ କେଉଁ ବୋଲର୍ ପକାଇଥିଲେ
ଅଷ୍ଟ୍ରେଲିଆର ମହାନ ଲେଗ ସ୍ପିନର ସଚିନ ୱାର୍ନ ୧୪ ବର୍ଷ ପୂର୍ବେ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ। କିନ୍ତୁ ଆଜି ମଧ୍ୟ ତାଙ୍କର ‘ବଲ ଅଫ...
ତଥାପି ଅଭ୍ୟାସକୁ ଗୁରୁତ୍ୱ ଦେଉନି ବିରାଟ ବାହିନୀ
ନୂଆଦିଲ୍ଲୀ,୨୫।୬: ଅଭ୍ୟାସ ଅଭାବରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ପରାସ୍ତ ହେଲା ଟିମ୍ ଇଣ୍ଡିଆ। ତଥାପି ଅଭ୍ୟାସକୁ ଗୁରୁତ୍ୱ ଦେଉ ନାହିଁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ...
ଉଗାଣ୍ଡା ଅଲିମ୍ପିକ ଟିମ୍ର ଜଣେ ସଦସ୍ୟଙ୍କୁ କରୋନା
ଟୋକିଓ, ୨୧ା୬ (ଏପି)-ଉଗାଣ୍ଡା ଅଲିମ୍ପିକ ଟିମ୍ରେ ଜଣେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଉ ୫ସପ୍ତାହ ପରେ ଟୋକିଓ ଗେମ୍ସ ଆରମ୍ଭ ହେବ। ଏଥିରେ ଭାଗ...
ଆଡ୍ହକ କମିଟିର ନୂଆ ଚେୟାରମ୍ୟାନ ହେଲେ ଦିଲୀପ ତିର୍କୀ
ଭୁବନେଶ୍ୱର,୧୮।୬: ଓଡ଼ିଶା ହକିର ପରିଚାଳନା ପାଇଁ ହକି ଇଣ୍ଡିଆ ଶୁକ୍ରବାର ଏକ ଆଡ୍ହକ୍ କମିଟି ଗଠନ କରିଛି। ପୂର୍ବତନ ଭାରତୀୟ ଅଧିନାୟକ ତଥା ପଦ୍ମଶ୍ରୀ ଦିଲୀପ...
ଟସ୍ ଜିତିଥିଲେ ଆମେ ବି କରିଥାନ୍ତୁ ବୋଲିଂ; ତଥାପି ଆମ ଖେଳାଳି ଯେକୌଣସି ପରିସ୍ଥିତିରେ ଖେଳିବାକୁ ପ୍ରସ୍ତୁତ: କୋହଲି
ସାଉଥମ୍ପାଟନ,୧୯।୬: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଖେଳ ଶନିବାର ଆରମ୍ଭ ହୋଇଛି। ଶୁକ୍ରବାର ବର୍ଷା ଯୋଗୁ ପ୍ରଥମ ଦିବସ ଖେଳ...
କୋଭିଡ୍-୧୯ : ଭାରତ ପାଇଁ ପାଣ୍ଠି ଯୋଗାଡ଼ କରିବେ ଅଷ୍ଟ୍ରେଲୀୟ କ୍ରିକେଟର
ସିଡ୍ନୀ,୩।୬(ପି.ଟି.): କୋଭିଡ୍- ୧୯ ମହାମାରୀ ବିରୋଧରେ ଲଢେଇ ଜାରି ରହିଥିବା ବେଳେ ପ୍ୟାଟ୍ କୁମିନ୍ସଙ୍କ ସମେତ କେତେଜଣ ଅଷ୍ଟ୍ରେଲୀୟ କ୍ରିକେଟର ପାଣ୍ଠି ଯୋଗାଡ଼ କରିବାକୁ ପ୍ରୟାସ...


