E-Paper
  • logo
  • Saturday 13th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଢେଙ୍କାନାଳ

ଶ୍ରଦ୍ଧାଳୁ ବିନା ସ୍ନାନଯାତ୍ରା
11:03 amJune 24, 2021June 28, 2021

ଢେଙ୍କାନାଳ ଅଫିସ, ୨୪।୬: ସ୍ନାନବେଦିକୁ ଆସିବେ ମହାବାହୁ। ସାଥୀରେ ଥିବା ବଡ଼ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରା। ଏଥିଲାଗି ସଜେଇ ହୋଇଛି ସ୍ନାନବେଦି। ନୂଆ ରଙ୍ଗରେ ଝଲସୁଛି ପିଣ୍ଡି। ହେଲେ ଏହି ଦୁର୍ଲଭ ଦୃଶ୍ୟ ଦେଖିବାରୁ ବଞ୍ଚତ୍ତ ହେବେ ଶ୍ରଦ୍ଧାଳୁ। କରୋନା ମହାମାରୀ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ପାଚେରି ସୃଷ୍ଟି କରିଥିବାବେଳେ ଢେଙ୍କାନାଳର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ହାତଗଣତି ସେବାୟତଙ୍କୁ ନେଇ ସ୍ନାନଯାତ୍ରା ଆୟୋଜନ ହେବ। ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ କୋଭିଡ୍‌ ସଂକ୍ରମଣ ଭୟାବହତାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ମନ୍ଦିର ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି।
ରାଜପୁରୋଧାଙ୍କ ପରାମର୍ଶକ୍ରମେ ଦେବସ୍ନାନ ପୂର୍ଣ୍ଣିମା ପାଳନ ଲାଗି ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ସ୍ନାନପୂର୍ଣ୍ଣିମା ଉପଲକ୍ଷେ ଗୁରୁବାର ଭୋର ସାଢ଼େ ୪ଟାରେ ଜୟମଙ୍ଗଳ ଆଳତି ଅନୁଷ୍ଠିତ ହେବ। ୪ଟା ୪୦ରେ ଶ୍ରୀଜୀଉଙ୍କ ପହଣ୍ଡି ବେଶ ସମାପନ ପରେ ୫ଟା ସୁଦ୍ଧା ପହଣ୍ଡି ଆରମ୍ଭ ହେବ। ସାଢେ ୬ଟାରେ ଦକ୍ଷିଣ ବନ୍ଦାପନା, ୬ଟା ୪୫ରେ ସ୍ନାନ ମଣ୍ଡପକୁ ବିଜେ, ୮ଟାରେ ଶ୍ରୀଜୀଉଙ୍କ ସ୍ନାନ, ସାଢ଼େ ୮ଟାରେ ଚନ୍ଦନଲାଗି ବେଶ ଏବଂ ପୂର୍ବାହ୍ନ ୯ଟାରେ ସୁନାବେଶ ଅନୁଷ୍ଠିତ ହେବ। ଏହାପରେ ସାଢ଼େ ୯ଟାରେ ବଲ୍ଲଭ ଭୋଗ, ଅପରାହ୍ନ ୪ଟାରେ ଶ୍ରୀଜୀଉଙ୍କ ଧୂପ କରାଯିବାପରେ ସନ୍ଧ୍ୟା ୫ଟାରେ ଶ୍ରୀଜୀଉମାନେ ଅଣସର ପିଣ୍ଡିକୁ ବିଜେ କରିବେ। ରାତି ସାଢ଼େ ୮ଟାରେ ଡମ୍ବରୁ ପୂଜା ପରେ ୯ଟାରେ ପହୁଡ଼ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କୋଭିଡ୍‌ ସଂକ୍ରମଣକୁ ନଜରରେ ରଖି ବରିଷ୍ଠ ସେବାୟତ ଓ ପୂଜକଙ୍କ ଟିକାକରଣ କରାଯାଇଛି। ପୀଠରେ ପୋଲିସ ମୁତୟନ ହୋଇଛନ୍ତି। ଏ ସଂକ୍ରାନ୍ତରେ ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କୁହନ୍ତି, ସ୍ନାନ ପୂର୍ଣ୍ଣିମା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ଢେଙ୍କାନାଳରେ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ। କେବଳ ବିଧିପାଳନ ପୂର୍ବକ ମନ୍ଦିର ପରିସରରେ ପ୍ରତୀକାତ୍ମକ ଭାବେ ନୀତିକାନ୍ତି କରାଯିବ।

ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚତ୍ତ କଷ୍ଟଦାୟକ
କଟକଣା ଲାଗିଥିବାରୁ ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଦୁର୍ଲଭ ଚନ୍ଦନ ବେଶ ଏବଂ ସୁନାବେଶ ଦର୍ଶନରୁ ଶ୍ରଦ୍ଧାଳୁମାନେ ବଞ୍ଚତ୍ତ ହେବେ। ଏହା ଜଗନ୍ନାଥପ୍ରେମୀଙ୍କ ପକ୍ଷେ କଷ୍ଟଦାୟକ। ତେବେ ସଚେତନ ନାଗରିକ ଭାବେ ସମସ୍ତେ କଟକଣା ମାନିବା ଉଚିତ ା
-ବିଶ୍ୱନାଥ ବେହେରା, ସମ୍ପାଦକ, ବାହୁଡ଼ା ଯାତ୍ରା ଭଜନ ସମାରୋହ କମିଟି

ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି
ସ୍ନାନବେଦିରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବର୍ଷସାରା ଶ୍ରଦ୍ଧାଳୁମାନେ ଅପେକ୍ଷା କରି ରହିଥାଆନ୍ତି। ଦୁଇବର୍ଷ ହେଲା କରୋନା ମହାମାରୀ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ସୃଷ୍ଟି କରିଛି। ଏହା ଭକ୍ତଙ୍କ ମନ ଭାଙ୍ଗିଦେଇଛି।
-ଅଥୟ କୁମାର ସାହୁ, କୋଷାଧ୍ୟକ୍ଷ ଶ୍ରୀଜଗନ୍ନାଥ ଚେତନା ସମିତି

କଟକଣା ମାନିବାକୁ ପଡ଼ିବ
ଓଡ଼ିଆ ଜାତିର ପ୍ରାଣର ଠାକୁର ହେଉଛନ୍ତି ଜଗନ୍ନାଥ। କିନ୍ତୁ ଗତ ଦୁଇବର୍ଷ ହେଲା କରୋନା ମହାମାରୀ ଭକ୍ତଙ୍କୁ ଭଗବାନଠାରୁ ଦୂରେଇ ରଖିଛି। ଏହାକୁ ନେଇ ମହାପ୍ରଭୁଙ୍କ ନିକଟରେ ନିଶ୍ଚିତ ଅଭିମାନ ରହିବ। ହେଲେ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ କଟକଣାକୁ ମାନିବାକୁ ଛଡ଼ା ଅନ୍ୟ ବିକଳ୍ପ ନାହିଁ।
-ଦୀପ୍ତିବାଳା ମିଶ୍ର, ଜଗନ୍ନାଥପ୍ରେମୀ


[mc4wp_form id="252536"] All Right Reserved By Dharitri.Com

Posted inଢେଙ୍କାନାଳ View All

ଦିନ ଗଡୁଛି, ଚିନ୍ତା ବଢୁଛି

ଭୁବନ,୬।୬(ଡି.ଏନ୍‌.ଏ.) ଗହଳି ଚହଳିରେ ଫାଟି ପଡୁଥିବା ବସ୍‌ଷ୍ଟାଣ୍ଡରେ ଅସମ୍ଭବ ନୀରବତାର ରାଜୁତି। ଛିଡ଼ା ହୋଇଛି ବସ୍‌। ହେଲେ ନା ଅଛନ୍ତି କର୍ମଚାରୀ, ନା ଯାତ୍ରୀଙ୍କୁ ଅପେକ୍ଷା କରିବାର...

ପୋଲିସ କଲା ରାଜପଥ ମରାମତ

କାମାକ୍ଷାନଗର,୧।୬(ଡି.ଏନ.ଏ.) ମହାମାରୀ ସମୟରେ ଆଗଧାଡ଼ିର ଯୋଦ୍ଧା ଭାବେ ଦିନରାତି କାର୍ଯ୍ୟ କରୁଥିବା ପୋଲିସ ରାଜପଥ ମରାମତି ପରି କାର୍ଯ୍ୟ କରି ବେଶ୍‌ ପ୍ରଶଂସା ସାଉଣ୍ଟିଛି। ଏହି...

ବିନା ମଉଜରେ ରଜ

ସାତମାଇଲ, ୧୪।୬:  ସ୍ଥିତି ଠିକ୍‌ ଥିଲେ ଏତେବେଳକୁ କମ୍ପୁଥାଆନ୍ତା ମହୋତ୍ସବ ପଡ଼ିଆ। ବନ୍ଧା ସରନ୍ତାଣି ଦୋଳି। ପସରା ମେଲାଇ ସାରନ୍ତେଣି ବ୍ୟବସାୟୀ। ଖୋଲି ସାରିଥାଆନ୍ତା ମିନାବଜାର।...

ରାଜସ୍ବ ଆଦାୟରେ ରେକର୍ଡ

କାମାକ୍ଷାନଗର, ୧୪।୬(ଡି.ଏନ.ଏ.) ଲଘୁ ଖଣିଜର ଯଥେଷ୍ଟ ଉତ୍ସ ଥିଲା। ହେଲେ ଠିକ୍‌ ସମୟରେ ସେସବୁ ନିଲାମ ହୋଇ ପାରୁ ନ ଥିଲା। ବାଲି ସଇରାତ, ପଥର ଖାଦାନରୁ...

 ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ

ହିନ୍ଦୋଳ,୨୧।୬: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାଶୋଳ ଥାନା ଅନ୍ତର୍ଗତ ଦଣ୍ଡିରୀ ତଳବହାଙ୍ଗିଆ ସାହିରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ...

ହୀନସ୍ତା କରୁଛନ୍ତି ହାତୀପଲ

ରାସୋଳ: ଜଙ୍ଗଲରେ ଖାଦ୍ୟ ଅଭାବ। ହାତୀ ଭଳି ବିଶାଳକାୟ ପ୍ରାଣୀଙ୍କ ଅପୂରା ରହୁଛି ପେଟ। ଖାଦ୍ୟ ଆଶାରେ ସେମାନେ ଏବେ ଜନବସତି ମୁହଁା ହେଉଛନ୍ତି। ଅଧରାତିରେ...

ବ୍ରତ ଚିନ୍ତାରେ ସାବିତ୍ରୀ

ଭୁବନ, ୧୦।୬(ଡି.ଏନ.ଏ.) ଭୋର୍‌ ସମୟରୁ ମନ୍ଦିର ହେବ ପୋଲିସ ଛାଉଣି। କାହାରିକୁ ପୀଠ ଭିତରକୁ ପ୍ରବେଶ କରିବାକୁ ମିଳିବନି ଅନୁମତି। ମନ୍ଦିର ପରିଚାଳନା କମିଟି କଟକଣା ଭାଙ୍ଗି...

ଚିନ୍ତା ବଢ଼ାଇଛି ଚୋରା ବନ୍ଧୁକ

ଢେଙ୍କାନାଳ ଅଫିସ, ୨୩।୬ – ଢେଙ୍କାନାଳ ଜିଲାରେ ସକ୍ରିୟ ହୋଇଉଠିଛନ୍ତି ଅପରାଧୀ ଗୋଷ୍ଠୀ। କଥା କଥାରେ ଫୁଟୁଛି ବୋମା। ହେଉଛି ଗୁଳିମାଡ଼। ଗୋଷ୍ଠୀ ସଂଘର୍ଷରେ ଗଡୁଛି...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଅନୁକୂଳ ପାଗ ବଢ଼ାଇଛି ଅଭିବୃଦ୍ଧି ଆଶା
Next Post Next post:
ସ୍ନାନବେଦୀରେ ମହାବାହୁଙ୍କ ମହାସ୍ନାନ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts