ବୁଦାପେଷ୍ଟ,୨୫।୬: ୟୁରୋକପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ରାଉଣ୍ଡ ଅଫ୍ ୧୬ କାର୍ଯ୍ୟସୂଚୀ ସ୍ପଷ୍ଟ ହୋଇଛି। ଶନିବାରଠାରୁ ନକ୍ଆଉଟ ପର୍ଯ୍ୟାୟ ଆରମ୍ଭ ହେବ। ଗ୍ରୁପ୍ ଏଫ୍’ରେ ପର୍ତ୍ତୁଗାଲ ଓ ଫ୍ରାନ୍ସ ମଧ୍ୟରେ ବୁଧବାର ଖେଳାଯାଇଥିବା ମ୍ୟାଚ୍ ୨-୨ ଗୋଲରେ ଅମୀମାଂସିତ ରହିଛି। ଡିଫେଣ୍ଡିଂ ଚାମ୍ପିୟନ ପର୍ତ୍ତୁଗାଲ ତରଫରୁ ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ପେନାଲ୍ଟି ଜରିଆରେ ଦୁଇଟି ଗୋଲ ସ୍କୋର କରିଥିଲେ। ଏଥିସହ ରୋନାଲ୍ଡୋ ନିଜ ଦେଶ ପାଇଁ ୧୦୯ଟି ଗୋଲ ସ୍କୋର କରି ରେକର୍ଡ ନିକଟତର ହୋଇଛନ୍ତି। ପୂର୍ବତନ ଇରାନ ଷ୍ଟ୍ରାଇକର ଅଲି ଡାଏଇଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ରୋନାଲ୍ଡୋ। ଏଥିସହ ପର୍ତ୍ତୁଗାଲ ଗ୍ରୁପ୍ ଏଫ୍ରେ ୩ଟି ମ୍ୟାଚ୍ ଖେଳି ଗୋଟିଏ ଲେଖାଏ ବିଜୟ, ଡ୍ର ଓ ପରାଜୟ ସହ ୪ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିବା ସହ ରାଉଣ୍ଡ ଅଫ୍ ୧୬ରେ ପ୍ରବେଶ କରିଛି। ଅନ୍ୟପଟେ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ୩ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ଓ ୨ଟି ଡ୍ର ସହ ୫ ପଏଣ୍ଟ ହାସଲ କରି ଗ୍ରୁପ୍ ଏଫ୍ର ଶୀର୍ଷରେ ରହି ନକ୍ଆଉଟକୁ ଉଠିଛି। ରାଉଣ୍ଡ ଅଫ୍ ୧୬ରେ ପର୍ତ୍ତୁଗାଲ ସୋମବାର ୨୮ ତାରିଖରେ ବେଲ୍ଜିୟମକୁ ଭେଟିବ। ସେହିପରି ଫ୍ରାନ୍ସ ମଙ୍ଗଳବାର ୨୯ ତାରିଖରେ ପ୍ରି- କ୍ୱାର୍ଟରରେ ସୁଇଜରଲାଣ୍ଡକୁ ଭେଟିବ।
ସ୍ଥାନୀୟ ଫେରେଙ୍କ ପୁକାସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଫ୍ରାନ୍ସ ତରଫରୁ କରିମ ବେଞ୍ଜେମା ମଧ୍ୟ ରୋନାଲ୍ଡୋଙ୍କ ଭଳି ଦୁଇଟି ଗୋଲ ଦେଇଥିଲେ। ସେ ପ୍ରଥମାର୍ଦ୍ଧ ଇଞ୍ଜୁରି ଟାଇମର ଦ୍ୱିତୀୟ ମିନିଟ୍ରେ ପେନାଲ୍ଟି ଜରିଆରେ ଦଳ ତରଫରୁ ପ୍ରଥମ ଗୋଲ ଦେଇଥିଲେ। ସେହିପରି ୪୭ତମ ମିନିଟ୍ରେ ସେ ଆଉ ଏକ ଗୋଲ ଦେଇଥିଲେ। ଏହି ମ୍ୟାଚ୍ରେ ରୋନାଲ୍ଡୋଙ୍କ ପ୍ରଦର୍ଶନ ଐତିହାସିକ ଥିଲା ଓ ତାଙ୍କ ପ୍ରଦର୍ଶନ ବଳରେ ପର୍ତ୍ତୁଗାଲ ନକ୍ଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଫ୍ରାନ୍ସ କିନ୍ତୁ ସବୁ ଦୃଷ୍ଟିକୋଣରୁ ଉନ୍ନତ ପ୍ରଦର୍ଶନ କରିଥିଲା।
୨୮ ବଲ୍ରୁ ବିସ୍ଫୋରକ ଶତକ ମାରି ଇତିହାସ ରଚିଲେ ଏହି କ୍ରିକେଟର୍
କ୍ରିକେଟରେ ପ୍ରାୟତଃ ଅନେକ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ୟୁରୋପୀୟ ଟି-୧୦ କ୍ରିକେଟ ଲିଗରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଏଭଳି ଏକ...
ନିଜ ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ: ଅଲିମ୍ପିକ୍ସ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ
ଭୁବନେଶ୍ୱର(ସ୍ପୋଟର୍ସ ବ୍ୟୁରୋ)୨୨।୬: ଭାରତ ଦ୍ରୁତତମ ମହିଳା ତଥା ତାରକା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଆଉ ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ପଟିଆଲାରେ ଚାଲିଥିବା ଭାରତୀୟ...
ଡବ୍ଲୁଟିସି ଫାଇନାଲ ଡ୍ର’ ରହିଲେ ଭାରତ ସହିବ କ୍ଷତି, ନ୍ୟୁଜିଲାଣ୍ଡର ହେବ ଲାଭ: ଜାଣନ୍ତୁ କେମିତି
ସାଉଥାମ୍ପଟନ୍,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି)ର ଫାଇନାଲ ପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ଏହି ମ୍ୟାଚ...
ଫର୍ମରେ ଥାଇ ମଧ୍ୟ ଡବ୍ଲୁଟିସି ଫାଇନାଲରୁ ବାଦ୍ ପଡିଲେ ଏହି ୫ ଖେଳାଳି
ଲଣ୍ଡନ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିଛି। ଦଳରେ ଇଂଲଣ୍ଡ ଗସ୍ତରେ ଯାଇଥିବା ୨୦ ଖେଳାଳିଙ୍କ ମଧ୍ୟରୁ...
ଧୋନୀଙ୍କ ଦଳର ଥିଲେ ଅଭିନ୍ନ ଅଙ୍ଗ, ମାତ୍ର ଏବେ ସୁଯୋଗ ନ ମିଳିବାରୁ ଦୁଃଖିତ
ମୁମ୍ବାଇ,୬।୬ : ଗତ ୧୨ରୁ ୧୫ ମାସ ହେଲା ଜାତୀୟ ଦଳରେ ସ୍ଥାନ ପାଉ ନାହାନ୍ତି ସ୍ପିନର କୁଲଦୀପ ଯାଦବ। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ...
ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କଲା ଏଚ୍ସିଏ ଆପେକ୍ସ କାଉନ୍ସିଲ
ହାଇଦ୍ରାବାଦ, ୧୭ା୬- ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ (ଏଚ୍ସିଏ)ର ଆପେକ୍ସ କାଉନ୍ସିଲ ଏହାର ସଭାପତି ତଥା ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ସସ୍ପେଣ୍ଡ କରିଛି। ସେ...
ସବୁ ସ୍ପିନର୍ ବିବାହ କରିବା ଉଚିତ୍; କାହିଁକି ଏମିତି କହିଲେ ଚହଲ
ଭାରତୀୟ ସ୍ପିନର ୟୁଜଭେନ୍ଦ୍ର ଚହଲ ସୋସିଆଲ ମିଡିଆରେ ଅନ୍ୟ କ୍ରିକେଟରଙ୍କ ପୋଷ୍ଟ ଉପରେ ମଜାଳିଆ ମନ୍ତବ୍ୟ ଦିଅନ୍ତି। ସେ ନିଜେ ବହୁତ ସକ୍ରିୟ ରୁହନ୍ତି, ତାଙ୍କ...
ଭାରତୀୟ କ୍ରିକେଟର ସ୍ବର୍ଣ୍ଣିମ ଦିନ
ନୂଆଦିଲ୍ଲୀ,୨୩।୬: ଠିକ୍ ୮ ବର୍ଷ ତଳେ ଅର୍ଥାତ ୨୦୧୩ ଜୁନ ୨୩ ତାରିଖରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ହାତେଇଥିଲା ଆଇସିସି ଚାମ୍ପିୟନ୍ସ...


