E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜାତୀୟ

କଶ୍ମୀରକୁ ଫେରିବ ରାଜ୍ୟ ମାନ୍ୟତା
9:22 amJune 25, 2021

ନୂଆଦିଲ୍ଲୀ,୨୫।୬(ପି.ଟି.): ଜମ୍ମୁ-କଶ୍ମୀରକୁ ଉପଯୁକ୍ତ ସମୟରେ ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ। ବର୍ତ୍ତମାନ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ଚାଲିଥିବା କସରତ ଉପତ୍ୟକାରେ ନିର୍ବାଚନ ପ୍ରକ୍ରିୟା ପାଇଁ ବାଟ ଫିଟାଇବ। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ବିକାଶକୁ ଗୁରୁତ୍ୱ ଦେଉଛନ୍ତି। ଭୋଟ ପରେ ନିର୍ବାଚିତ ସରକାର ବିକାଶ କାର୍ଯ୍ୟକୁ ଆଗେଇ ନେବେ। ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବାର ପ୍ରାୟ ଦୁଇବର୍ଷ ପରେ ଗୁରୁବାର ୧୪ କଶ୍ମୀରୀ ନେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆଶ୍ୱାସନା ଦେଇଛନ୍ତି। ସର୍ବଦଳୀୟ ବୈଠକରେ ୮ ପ୍ରମୁଖ ଦଳର ନେତାମାନେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିବା ଓ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଫେରସ୍ତ ଦାବି କରିଥିଲେ।
୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଓ ୩୫-ଏ’କୁ କେନ୍ଦ୍ର ସରକାର ହଟାଇ ଦେଇଥିଲେ। ଏଥିସହ ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପ୍ରତିଷ୍ଠା କରିଥିଲେ। ଏହାର ୨୩ ମାସ ପରେ କଶ୍ମୀରୀ ନେତାଙ୍କ ସହ କେନ୍ଦ୍ର ସରକାର ଗୁରୁବାର ପ୍ରଥମ ବୈଠକ କରିଛନ୍ତି। ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଗୁରୁବାର ଅପରାହ୍ନରେ ଏହି ହାଇପ୍ରୋଫାଇଲ୍‌ ମିଟିଂ ଅନୁଷ୍ଠିତ ହୋଇଛି। କେନ୍ଦ୍ରର ଉକ୍ତ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ୬ ଦଳକୁ ନେଇ ଗଠିତ ପିପୁଲ୍ସ ଡିକ୍ଲାରେଶନ୍‌ ଫର୍‌ ଗୁପ୍‌କାର ଡିକ୍ଲାରେଶନ (ପିଏଜିଡି) ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲା ସର୍ବଦଳୀୟ ବୈଠକରେ ପ୍ରଥମେ ମତ ରଖିଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଫାରୁକ୍‌ କହିଥିଲେ, ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଫେରାଇ ଆଣିବା ପାଇଁ ତାଙ୍କ ଦଳ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଆଇନଗତ ଚ୍ୟାଲେଞ୍ଜ ଜାରି ରଖିବ। କଶ୍ମୀରରେ ସୃଷ୍ଟି ହୋଇଥିବା ଅନାସ୍ଥା ଭାବକୁ ତୁରନ୍ତ ଦୂର କରି ଆସ୍ଥାକୁ ପୁନଃ ଅବସ୍ଥାପିତ କରାଯାଉ। ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରାଜ୍ୟ ପାହ୍ୟା ଫେରାଇବା ଦିଗରେ କାର୍ଯ୍ୟ କରନ୍ତୁ। ଏପରି କି ଜମ୍ମୁ-କଶ୍ମୀର କ୍ୟାଡରର ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କୁ ମଧ୍ୟ ସେମାନଙ୍କ ପୂର୍ବ ସ୍ଥାନକୁ ଫେରିବାକୁ ସୁଯୋଗ ଦିଅନ୍ତୁ। ଆମର ଏହି ଦାବି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛୁ। ଜମ୍ମୁ-କଶ୍ମୀର ହରାଇଥିବା ସ୍ବତନ୍ତ୍ର ରାଜ୍ୟ ପାହ୍ୟାକୁ ଫେରାଇଦେଇ ଉପତ୍ୟକାବାସୀଙ୍କ ହୃଦୟରେ ବିଶ୍ୱାସ ଜନ୍ମାଇବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରନ୍ତୁ। ସାଢ଼େ ୩ ଘଣ୍ଟା ଧରି ଚାଲିଥିବା ବୈଠକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏକାଧିକ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏକ ବିକଶିତ ଓ ପ୍ରଗତିଶୀଳ ଜମ୍ମୁ-କଶ୍ମୀର ପ୍ରତିଷ୍ଠା ନେଇ ଆଲୋଚନା ହୋଇଛି। ଏଥିରେ ଉପତ୍ୟକାର ସର୍ବାଙ୍ଗୀନ ଉନ୍ନତିକୁ ଗୁରୁତ୍ୱ ଦିଆଯାଇଛି। ସେଠାରେ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ହେଉଛି ଆମର ପ୍ରାଥମିକତା। ସୀମା ପୁନଃ ନିର୍ଦ୍ଧାରଣ ତ୍ୱରିତ ବେଗରେ କରାଯିବ। ଫଳରେ ଜମ୍ମୁ-କଶ୍ମୀରବାସୀ ଏକ ନିର୍ବାଚିତ ସରକାର ପାଇବେ। ଭିନ୍ନ ଭିନ୍ନ ମତର ଲୋକେ ଗୋଟିଏ ଟେବୁଲରେ ବସି ଭାବ ବିନିମୟ କରିବା ହେଉଛି ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ଶକ୍ତି। ଜମ୍ମୁ-କଶ୍ମୀରକୁ ଯୁବପିଢ଼ି ରାଜନୈତିକ ନେତୃତ୍ୱ ଦେବେ। ସେମାନଙ୍କ ଆଶା ଆକାଂକ୍ଷା ପୂରଣକୁ ସୁନିଶ୍ଚିତ କରାଯିବ ବୋଲି ନେତାମାନଙ୍କୁ କୁହାଯାଇଛି। ସେହିପରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମଧ୍ୟ ଅନୁରୂପ କଥା କହିଛନ୍ତି। ରାଜ୍ୟ ପାହ୍ୟା ଫେରସ୍ତ ନେଇ ପାର୍ଲାମେଣ୍ଟରେ ଦିଆଯାଇଥିବା ପ୍ରତିଶ୍ରୁତି ପାଇଁ ସୀମା ପୁନଃ ନିର୍ଦ୍ଧାରଣ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ମାଇଲଖୁଣ୍ଟ ହେବ। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ବୈଠକ ଶେଷ ହୋଇଛି। ଗଣତନ୍ତ୍ର ଓ ସମ୍ବିଧାନକୁ ସୁଦୃଢ଼ କରିବା ଉପରେ ସମସ୍ତେ ନିଜ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଥିଲେ ବୋଲି ଶାହା ଟୁଇଟ୍‌ କରିଛନ୍ତି।
ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ ଓ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ୮ ପ୍ରମୁଖ ଦଳର ୧୪ ନେତାଙ୍କୁ ସ୍ବାଗତ କରିଥିଲେ। କଶ୍ମୀରର ୪ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା, ଓମାର ଅବ୍‌ଦୁଲ୍ଲା, ମେହବୁବା ମୁଫ୍‌ତି ଓ ଗୁଲାମନବୀ ଆଜାଦଙ୍କ ସମେତ ଅନ୍ୟ ୧୦ ନେତା ସର୍ବଦଳୀୟ ବୈଠକରେ ସାମିଲ ହୋଇଥିଲେ। ସେମାନେ ହେଲେ କଂଗ୍ରେସର ତାରା ଚାନ୍ଦ, ଜି.ଏ. ମୀର, ଜମ୍ମୁ-କଶ୍ମୀର ଅପ୍‌ନି ପାର୍ଟିର ଅଲ୍‌ତାଫ୍‌ ବୁଖାରୀ, ଭାଜପାର ରବୀନ୍ଦ୍ର ରୈନା, ନିର୍ମଳ ସିଂ, କବୀନ୍ଦ୍ର ଗୁପ୍ତା, ସିପିଆଇଏମ୍‌ର ମହମ୍ମଦ ୟୁସୁଫ ତାରିଗାମୀ, ନ୍ୟାଶନାଲ ପାନ୍ଥର୍ସ ପାର୍ଟି ମୁଖ୍ୟ ପ୍ରଫେସର ଭୀମ ସିଂ ଓ ପିପୁଲ୍ସ କନ୍‌ଫରେନ୍ସ ଅଧ୍ୟକ୍ଷ ସଜାଦ ଲୋନ। ଏମାନଙ୍କ ମଧ୍ୟରୁ ତାରା ଚାନ୍ଦ, ପିପୁଲ୍ସ କନ୍‌ଫରେନ୍ସ ନେତା ମୁଜାଫର ହୁସେନ ବଇଗ୍‌ ଏବଂ ଭାଜପାର ନିର୍ମଳ ସିଂ ଓ କବୀନ୍ଦ୍ର ଗୁପ୍ତା ହେଉଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ। କେନ୍ଦ୍ରଶାସିତ ଅଞ୍ଚଳର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଉଦ୍ଦିଷ୍ଟ ବୈଠକରେ ପିଏମ୍‌ଓ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ, ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବୈଠକ ପୂର୍ବରୁ ନିର୍ବାଚନ ଆୟୋଗ ଜମ୍ମୁ-କଶ୍ମୀରର ସମସ୍ତ ୨୦ ଉପାୟୁକ୍ତଙ୍କ ସହ ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକର ପୁନର୍ଗଠନ ଏବଂ ନୂଆ ଆସନ ସୃଷ୍ଟି ନେଇ ବିଚାରବିମର୍ଶ କରିଥିଲେ।


[mc4wp_form id="252536"] All Right Reserved By Dharitri.Com

Posted inଜାତୀୟ View All

ପଶ୍ଚିମବଙ୍ଗ ଗଣବଳାତ୍କାର: ତଦନ୍ତରେ ଖୁସି ନାହାନ୍ତି ୨ ପୀଡ଼ିତା

ନୂଆଦିଲ୍ଲୀ,୧୫।୬: ମେ’ ୩ ତାରିଖରେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୧୦୦ରୁ ୨୦୦ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସମର୍ଥକ ଘରକୁ ଚାରିଆଡ଼ୁ ଘେରି...

ତୃତୀୟ ଲହରର ମୁକାବିଲା ପ୍ରସ୍ତୁତି: ଦେଶରେ ନିର୍ମାଣ ହେବ ୫୦ମଡ୍ୟୁଲାର ହସ୍ପିଟାଲ

ନୂଆଦିଲ୍ଲୀ,୧୪।୬: ସାରା ଦେଶରେ କରୋନା ଭାଇରସ୍‌ ଆତଙ୍କ ଜାରି ରହିଛି। ବର୍ତ୍ତମାନ ଦେଶରେ ଦୈନିକ ସଂକ୍ରମଣ ପୂର୍ବାପେକ୍ଷା ହ୍ରାସ ପାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଥମିବାର...

ଅଢ଼େଇ ମାସ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୧୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ଗତ ଅଢ଼େଇ ମାସ ପରେ ଦେଶରେ...

ବିଦ୍ୟୁତ୍‌ ବିଲ୍‌ ଦେଖି ପ୍ରସିଦ୍ଧ କବିଙ୍କୁ ଲାଗିଲା ଝଟ୍‌କା

ପ୍ରସିଦ୍ଧ କବି ମଞ୍ଜର ଭୋପାଳୀଙ୍କୁ ବିଜୁଳି ବିଭାଗ ପକ୍ଷରୁ ଏକ ବଡ଼ ଝଟକା ଲାଗିଛି। ଜୁନ ମାସରେ ମଞ୍ଜର୍‌ଙ୍କ ବିଦ୍ୟୁତ୍‌ ବିଲ୍‌ ୩୬ ଲକ୍ଷ ଟଙ୍କାରୁ...

ତୃତୀୟ ଲହର ଆତଙ୍କ: ରିପୋର୍ଟ ନେଗେଟିଭ୍‌ ଥିଲେ ବି ଫୁସ୍‌ଫୁସ୍‌ର ୯୦ ପ୍ରତିଶତ ସଂକ୍ରମିତ…

ପାଟନା,୩।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ବିହାରରେ ତୃତୀୟ ଲହର ନେଇ ସ୍ଥିତି ସଙ୍କଟ ଜନକ ହେବାରେ...

ଭାଜପାରେ ଫାଟ: ଶୁଭେନ୍ଦୁଙ୍କଠାରୁ ଦୂରେଇ ଯାଉଛନ୍ତି ବିଧାୟକ…

କୋଲକାତା,୧୫।୬: ପଶ୍ଚିମବଙ୍ଗରେ ଭାଜପାରେ ଫାଟ ବଢ଼ିବାରେ ଲାଗିଛି। ବିଧାନସଭା ନିର୍ବାଚନ ପୂର୍ବରୁ ବହୁନେତା ନିଜ ନିଜ ଦଳଛାଡି ଭାଜପାରେ ଯୋଗ ଦେଇଥିଲେ। ତେବେ ନିର୍ବାଚନ ପରେ...

ଡାବର ଟୁଥ୍‌ପେଷ୍ଟ ପ୍ୟାକିଂରେ ବ୍ୟବହୃତ ହେବନି କାଗଜ

ନୂଆଦିଲ୍ଲୀ,୨୩।୬: ଦେଶର ଅଗ୍ରଣୀ କମ୍ପାନୀ ଏଫ୍‌ଏମ୍‌ସିଜି କମ୍ପାନୀ ଡାବର ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି କାଗଜ କାର୍ଟୁନରେ...

ଦିଲ୍ଲୀରେ ଡ୍ୟାମେଜ୍‌ କଣ୍ଟ୍ରୋଲ୍‌

ନୂଆଦିଲ୍ଲୀ,୧୧ା୬:ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଛନ୍ତି। ସେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବା କାର୍ଯ୍ୟକ୍ରମ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଆଜି ମାଟ୍ରିକ ପରୀକ୍ଷାଫଳ
Next Post Next post:
ଆଜିଠୁ ଅଲାରନାଥଙ୍କ ଅନବସର ଦର୍ଶନ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts