ଖୋଲିଲା ୯ ବର୍ଷର ହତ୍ୟା ମାମଲା ଫାଇଲ

ଭୁବନେଶ୍ୱର,୧୬।୬(ବ୍ୟୁରୋ)”ବହୁ ବିଳମ୍ବ ହୋଇଥିଲେ ମଧ୍ୟ ଏବେ କମିଶନରେଟ ପୋଲିସର ଚେତା ପଶୁଛି। ରାଜଧାନୀରେ ରହସ୍ୟ ହୋଇ ରହିଥିବା ବହୁ ସମ୍ବେଦନଶୀଳ ମାମଲାର ଖୋଳତାଡ଼ ଆରମ୍ଭ ହୋଇଛି। ଡିସିପିଙ୍କ ନିର୍ଦ୍ଦେଶ ପରେ ବନ୍ଦ ହୋଇପଡିଥିବା ୯ବର୍ଷ ତଳର ଏକ ହତ୍ୟା ମାମଲାର ଫାଇଲ୍‌ ଖୋଲି ତଦନ୍ତ ଆରମ୍ଭ କରିଛି ଚନ୍ଦକା ପୋଲିସ। ଗାଡ଼ି ଓ ବିଭିନ୍ନ ସ୍ଥାନରେ ମୃତ ମହିଳାଙ୍କ ଫଟୋ ସହ ପୋଷ୍ଟର ମାରିଛି। ବୁଧବାର ଏକ ସ୍ବତନ୍ତ୍ର ଟିମ୍‌ ତଦନ୍ତ ପାଇଁ ଢେଙ୍କାନାଳ ଗସ୍ତ କରିବ। ମୃତଦେହ ନିକଟରୁ ଏକ ଲୁଗା ଦୋକାନର ଜରି ବ୍ୟାଗ ମିଳିଥିଲା। ଯେଉଁଥିରେ ଢେଙ୍ଗାନାଳ କାମାକ୍ଷାନଗର ଲେଖା ରହିଥିଲା। ସେହି ତଥ୍ୟକୁ ଆଧାର କରି ପୋଲିସ ତଦନ୍ତକୁ ଆଗକୁ ବଢାଇବ ବୋଲି ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ କହିଛନ୍ତି।
ସୂଚନା ମୁତାବକ, ୨୦୧୨ ମେ ୧୨ରେ ଏହି ଥାନା ଅନ୍ତର୍ଗତ ଗୋଠପାଟଣାସ୍ଥିତ ଏକ ଆମ୍ବ ବଗିଚାର ଜଙ୍ଗଲିଆ ଅଞ୍ଚଳରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା। ମହିଳାଙ୍କ ବୟସ ୨୫ରୁ ୩୦ ବର୍ଷ ହେବ ବୋଲି ପୋଲିସ ସୂଚନା ଦେଇଥିଲା। ଏଥିସହ ତାଙ୍କ ବେକରେ ନାଲି ଲୁଗା ବନ୍ଧା ହୋଇଥିବାବେଳେ ମୁଣ୍ଡରେ ଓ ମୁହଁରେ ଭିନ୍ନ ଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଥିଲା। ପ୍ରାଥମିକ ତଦନ୍ତବେଳେ ମହିଳାଙ୍କ କୌଣସି ପରିଚୟ ମିଳିପାରି ନ ଥିଲା। ତେବେ ଏହି ମୃତ୍ୟୁକୁ ନେଇ କେହି ଥାନାରେ ଅଭିଯୋଗ ନ କରିବାରୁ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟା ସ୍ପଷ୍ଟ ହେବାରୁ ପୋଲିସ ଘଟଣାର ଅଢ଼େଇ ବର୍ଷ ପରେ ଅର୍ଥାତ୍‌ ୨୦୧୫ ଜାନୁୟାରୀ ୧୯ରେ ଏକ ହତ୍ୟା ମାମଲା (ନଂ. ୧୨/୧୫) ରୁଜୁ କରିଥିଲା। ହେଲେ ତଦନ୍ତରେ ଶିଥିଳତା ଯୋଗୁ ମହିଳାଙ୍କ ପରିଚୟ ଓ ରହସ୍ୟ ଉନ୍ମୋଚିତ ହୋଇପାରି ନ ଥିଲା। ଫଳରେ କ୍ରମଶଃ ହତ୍ୟା ମାମଲାଟି ଫାଇଲ୍‌ ଭିତରେ ବନ୍ଦ ହୋଇଯାଇଥିଲା। ନିକଟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଡିସିପି ଉମାଶଙ୍କର ଦାସଙ୍କ ନଜରକୁ ଏହି ମାମଲା ଆସିବା ପରେ ଏହାର ପୁନଃ ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶ ଆଧାରରେ ଚନ୍ଦକା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ପୋଷ୍ଟର ମରାଯାଇଛି। ମହିଳାଙ୍କ ସମ୍ପର୍କରେ କୌଣସି ଖବର ପାଇଲେ ଥାନା ଅଧିକାରୀଙ୍କ ମୋବାଇଲ ନଂ.୮୨୮୦୩୩୮୩୨୩, ୯୪୩୮୮୪୯୯୫୯ ଓ ଜୋନ୍‌ ଏସିପିଙ୍କୁ ୮୨୮୦୩୩୮୨୯୬ ନଂ.ରେ ସୂଚନା ଦେବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.