ଭଞ୍ଜନଗର,୨୪ା୬: ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ମହିଳା ଯନ୍ତ୍ରୀ ଜେ. ଅନିତା(୩୩) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏଷ୍ଟିମେଟର ଭାବେ କାର୍ଯ୍ୟ କରୁଥିଲେ। ଲଣ୍ଡେଇସାହି ୟୁନିଟ୍ ୩ ସ୍ଥିତ ଭଡ଼ାଘରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଭଞ୍ଜନଗର ପୋଲିସ ଗୁରୁବାର ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଅଫିସରେ କାର୍ଯ୍ୟ ଚାପ ଯୋଗୁ ଅନିତା ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ଅନିତାଙ୍କ ବ୍ରହ୍ମପୁର ଅଧୀକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଡେପୁଟେଶନରେ ଯିବାର ଥିଲା। ଆସନ୍ତା ୧ ତାରିଖରେ ସେ ବ୍ରହ୍ମପୁର କାର୍ଯ୍ୟାଳୟରେ ଯୋଗ ଦେଇଥାନ୍ତେ। ଗୁରୁବାର ସକାଳେ ଅନିତା ରହୁଥିବା ଭଡ଼ାଘରୁ ଦୁର୍ଗନ୍ଧ ବାହାରିଥିଲା। ଭିତର ପଟୁ କବାଟ ବନ୍ଦ ଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ଅନିତାଙ୍କ ମୃତଦେହ ଜବତ କରିଥିଲା।
ମଙ୍ଗଳବାର ସନ୍ଧ୍ୟାରୁ ଅନିତାଙ୍କୁ କେହି ଦେଖି ନ ଥିଲେ। ବୁଧବାର ତାଙ୍କ ସାନ ଭଉଣୀ ଫୋନ କରିଥିଲେ, ମୋବାଇଲ ସୁଇଚ ଅଫ୍ ଥିଲା। ମୃତ୍ୟୁ ଖବର ପାଇ ବ୍ରହ୍ମପୁର ଗଜପତିନଗର ୭ମ ଲାଇନରେ ରହୁଥିବା ତାଙ୍କ ମା’ ବାପା ଓ ଭଉଣୀ ଭଞ୍ଜନଗର ଆସିଥିଲେ। ଝିଅ ଶନିବାର ବ୍ରହ୍ମପୁର ଆସିବାକୁ କହିଥିଲା। ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ ସେ ଆତ୍ମହତ୍ୟା କରିଥିବା ଯନ୍ତ୍ରୀଙ୍କ ମା’ ଅଭିଯାଗ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀ ତ୍ରିଲୋଚନ ନାହାକ କହିଛନ୍ତି, ଅଫିସରେ କୌଣସି କାର୍ଯ୍ୟ ଚାପ ନ ଥିଲା। ପାରିବାରିକ ସମସ୍ୟା ଯୋଗୁ ଅନିତା ଘର ପାଖ ବ୍ରହ୍ମପୁରକୁ ବଦଳି ହେବାକୁ ଚାହିଁଥିଲେ। ତେଣୁ ତାଙ୍କୁ ବ୍ରହ୍ମପୁର ଡେପୁଟେଶନରେ ନେବାପାଇଁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ବୋଲି ନାହାକ ପ୍ରକାଶ କରିଛନ୍ତି ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.