ବେଜିଂ,୧।୬: କରୋନା ମହାମାରୀର ଅନ୍ତୁଡ଼ିଶାଳ ଚାଇନାର ଉହାନ୍ ସହର ପାଲଟିଥିଲା। ଏହାଯୋଗୁୂ ପୃଥିବୀରେ ଦେଖାଦେଇଥିବା ଆତଙ୍କ ଏବେ ବି ଥମିନି। ଏପରିସ୍ଥଳେ ଚାଇନାରେ ପୁଣି ଏକ ନୂଆ ମହାମାରୀ ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି। କରୋନାର ତୃତୀୟ ଲହର ନେଇ ଆତଙ୍କ ଦେଖାଦେଇଥିବାବେଳେ ମାଡ଼ି ଆସୁଥିବା ନୂଆ ମହାମାରୀ ଯୋଗୁ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ଚାଇନାରେ ଲୋକଙ୍କଠାରେ ଏଚ୍-୧୦-ଏନ୍-୩ ଭୁତାଣୁ ଚିହ୍ନଟ ହୋଇଛି। ଚାଇନାର ଝିଙ୍ଗାସୁ ପ୍ରଦେଶର ପୂର୍ବାଞ୍ଚଳରେ ଜଣେ ୪୧ ବର୍ଷ ବୟସ୍କଙ୍କଠାରେ ବାର୍ଡ ଫ୍ଲୁର ଏହି ଭୂତାଣୁ ଚିହ୍ନଟ ହୋଇଥିବା ଚାଇନାର ଜାତୀୟ ସ୍ବାସ୍ଥ୍ୟ କମିଶନ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଝେନଜିଆଙ୍ଗ ସହରରେ ବାସ କରୁଥିବା ଏହି ବ୍ୟକ୍ତିଙ୍କୁ ଜ୍ୱର ହେବାରୁ ତାଙ୍କୁ ଏପ୍ରିଲ୍ ୨୮ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ନମୁନା ପରୀକ୍ଷା ସମୟରେ ତାଙ୍କଠାରେ ମେ’ ୨୮ରେ ଏଚ୍-୧୦-ଏନ୍-୩ ଭୂତାଣୁ ଚିହ୍ନଟ ହୋଇଛି। ଏହାର ସଂକ୍ରମଣ ବେଗ କମ୍ ରହିଥିବା ଚାଇନାର ଜାତୀୟ ସ୍ବାସ୍ଥ୍ୟ କମିଶନ କହିଛି। ୨୦୧୬-୧୭ରେ ବାର୍ଡ ଫ୍ଲୁର ଏଚ୍-୭-ଏନ୍-୯ ଷ୍ଟ୍ରେନ୍ ଭୂତାଣୁ ଦ୍ୱାରା ଚାଇନାରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.