ହାଇଦ୍ରାବାଦ,୨୧।୬: ଗତ କିଛି ମାସରୁ ବଲିଉଡ୍ ଅଭିନେତା ସୋନୁ ସୁଦ ଲୋକଙ୍କ ସହାୟତା କରିଆସୁଛନ୍ତି। କିନ୍ତୁ ଲୋକଙ୍କ ସହାୟତା ପାଇଁ ସୋନୁ ସବୁବେଳେ ସବୁ ସ୍ଥାନରେ ଉପସ୍ଥିତ ରହିପାରିବେ ନାହିଁ। ତେଣୁ ଲୋକଙ୍କ ସାହାଯ୍ୟ ପାଇଁ ସୋନୁଙ୍କ ଅନୁପସ୍ଥିତିକୁ ପୂରଣ କରିଛନ୍ତି ହାଇଦ୍ରାବାଦର ଜଣେ ଯୁବକ। ଏହି ଯୁବକ ଜଣକ ସୁପରଫାଷ୍ଟ ଡେଲିଭରୀ ପାଇଁ ଜମାଟୋ ଯୁବକଙ୍କୁ ପୁରସ୍କୁତ କରଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ହାଇଦ୍ରାବାଦର କେଟି ଅଞ୍ଚଳରେ ରହୁଥିବା ରବିନ ମୁକେଶ ନାମକ ଜଣେ ଯୁବକ ଆଇଟି ସେକ୍ଟରରେ କାମ କରନ୍ତି। ବର୍ତ୍ତମାନ ସେ ଘରେ ଓ୍ବାର୍କ ଫ୍ରମ୍ ହୋମ କରୁଛନ୍ତି। ରବିନ ଫୁଡ ଡେଲିଭରୀ ଆପ୍ ଜୋମାଟୋରେ ସକାଳ ୧୦ଟାରୁ ଚା’ ମଗାଇଥିଲେ। ସେହି ସମୟରେ ପ୍ରବଳ ବର୍ଷା ହେଉଥିବା ବେଳେ ମହମ୍ମଦ ଅକିଲ ନାମକ ଜଣେ ଡେଲିଭରୀ ବୟ ମେହେନ୍ଦିପଟନମ୍ରେ ଥିବା ଆପ୍ରେ ଦେଖାଇଥିଲା।
ହେଲେ ମାତ୍ର ୧୫ ମିନିଟ୍ ଭିତରେ ରବିନଙ୍କ ଆପାର୍ଟମେଣ୍ଟରେ ହାଜର ହୋଇଯାଇଥିଲେ ଡେଲିଭରୀ ବୟ ମହମ୍ମଦ। ସବୁଠାରୁ ବଡ଼ କଥା ହେଉଛି ପ୍ରବଳ ବର୍ଷା ସତ୍ତ୍ୱେ ସେ ସାଇକେଲରେ ମାତ୍ର ୧୫ ମିନିଟ୍ରେ ଉକ୍ତ ଆପାର୍ଟମଣ୍ଟେରେ ପହଞ୍ଚିଥିଲେ। ୨୧ବର୍ଷୀୟ ମହମ୍ମଦ ଇଞ୍ଜିନିୟରିଂ ପଢ଼ୁଥିବା ବେଳେ ତାଙ୍କ ବାପା ମୋଚି କାମ କରନ୍ତି। ହେଲେ କରୋନା ଯୋଗୁ ବାପାଙ୍କ କାର୍ଯ୍ୟ ବନ୍ଦ ହୋଇଯାଇଥିବାରୁ ଘର ଚଳାଇବା ପାଇଁ ସେ ଡେଲିଭରୀ ବୟ ଭାବେ କାର୍ଯ୍ୟ କରୁଛନ୍ତି। ଗତ ୧ବର୍ଷରୁ ସେ ଏହି କାର୍ଯ୍ୟରେ ଥିବା ବେଳେ ପ୍ରତିଦିନ ସାଇକେଲ୍ରେ ୮୦ କିଲୋମିଟର ଯାତ୍ରା କରିବା ସହ ୨୦ଟି ଅର୍ଡର ଡେଲିଭରୀ କରିଥାନ୍ତି। ତେବେ ମହମ୍ମଦଙ୍କ ଏହି କଠିନ ପରିଶ୍ରମ ଓ ନିଷ୍ଠାରେ ପ୍ରଭାବିତ ହୋଇ ରବିନ ତାଙ୍କ ସହାୟତା ପାଇଁ ମନ ବୋଳାଇଥିଲେ। ଏହାପରେ ସେ ଫୁଡ୍ ଆଣ୍ଡ ଟ୍ରାଭେଲ ଫେସ୍ବୁକ ପେଜ୍ରେ ମହମ୍ମଦଙ୍କ ଏକ ଫଟୋ ସହ ତାଙ୍କ ବିଷୟରେ ଲେଖିଥିଲେ।
ଏହାପରେ ଫେସ୍ବୁକରେ ଏହା ଖୁବ୍ ଭାଇରାଲ ହୋଇଥିବା ବେଳେ ଲୋକମାନେ ତାଙ୍କୁ ସହାୟତା ପାଇଁ ହାତ ବଢ଼ାଇଥିଲେ। ବାଇକ୍ କିଣିବା ପାଇଁ ତାଙ୍କୁ ଲୋକମାନେ ମିଳିମିଶି ମୋଟ ୭୩,୦୦୦ଟଙ୍କା ଡୋନେଟ କରିଥିଲେ। ସେଥିରେ ଆମେରିକାର ଜଣେ ମହିଳା ମଧ୍ୟ ଅଛନ୍ତି। ଯିଏକି ତାଙ୍କୁ ୩୦ହଜାର ଟଙ୍କା ଡୋନେଟ କରିଥିବା ଜଣାପଡ଼ିଛି। ତେବେ ମହମ୍ମଦ ସେହି ଟଙ୍କାରେ ଏକ ବାଇକ୍ କିଣିବା ସହ ହେଲ୍ମେଟ, ସାନିଟାଇଜର, ମାସ୍କ ଏବଂ ବଳକା ୫ହଜାର ଟଙ୍କାକୁ କଲେଜର ଫି’ରେ ବ୍ୟବହାର କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.